ଦୈନିକ ରାଶିଫଳ: 22 ଜୁନ୍ 2023, ଗୁରୁବାର, ମା’ଲକ୍ଷ୍ମୀଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-କଠିନ ପରିଶ୍ରମ ଫଳରେ ଆପଣଙ୍କ ପାଇଁ କିଛି ଅସମ୍ଭବ ହେବ ନାହିଁ। ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ। ଧର୍ମ ଏବଂ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ପିଲାମାନଙ୍କର ପ୍ରତିଭା ବିକାଶ ପାଇଁ ନୂତନ ପାଠ୍ୟକ୍ରମରେ ଆଡମିଶନ ହୋଇ ପାରିବେ। କର୍ମକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ। ବ୍ୟବସାୟିକ ସମ୍ପର୍କକୁ ନେଇ କିଛି ଅସୁବିଧା ଦେଖାଦେଇ ପାରେ। ପ୍ରତିକାର- ମୟୂର ଚନ୍ଦ୍ରିକା ପାଖରେ ରଖି ଯାତ୍ରା କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ଫଳରେ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ହସ ଖୁସିରେ ସମୟ କଟାଇବେ। ପାରିବାରିକ କ୍ଷେତ୍ରରେ ସୁଖ ସମ୍ପତ୍ତି ଲାଭ ହୋଇ ମାନସିକ ଶାନ୍ତି ମିଳିବ। ଧୈର୍ଯ୍ୟ ଓ ସାହସ ଦ୍ଵାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। ସୁସ୍ଵାଦୁ ଭୋଜନ ପ୍ରାପ୍ତି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-ସମାଜସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। ଘରୋଇ ସମସ୍ୟାର ସମାଧାନ ହୋଇ ପାରିବାରିକ ସୁଖ ଶାନ୍ତି ପାଇବେ। ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଉତ୍ତମ ଆୟର ପଥ ପରିଷ୍କାର କରିବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ଦୂରଯାତ୍ରାରେ ସଫଳତା ମିଳିବ ଓ ଉତ୍ତମ ରୋଜଗାର କରିପାରିବେ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

କର୍କଟ:-ମର୍ଯ୍ୟଦାଜନକ ପରିସ୍ଥିତି ସୃଷ୍ଟି ହେବା ସହ ସନ୍ତାନଙ୍କ ଶୁଭ ଖବର ପାଇ ଖୁସି ହେବେ। ନିଜର ବୁଦ୍ଧି, ବିବେକ ଖଟାଇ ଅନେକ ସମସ୍ୟାର ସମାଧାନ କରି ପାରିବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରିବେ।ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ। ପ୍ରତିକାର-ଫିକାରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

ସିଂହ:-କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀ ମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ ହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ। ବାଦବିବାଦ, ଖେଳ, କୁଦ, ପ୍ରତିଯୋଗିତା ପରୀକ୍ଷା ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରେମବିବାହ ପାଇଁ ପାରିବାରିକ ଅନୁମୋଦନ ମିଳି ପାରିବ। ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ କିଛି ବ୍ୟୟ କରି ପାରନ୍ତି। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କନ୍ୟା:-ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବା ଫଳରେ ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ଭାଗ୍ୟର ପ୍ରବଳତା ହେତୁ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ। ସନ୍ତାନ ଓ ଜୀବନସଥିଙ୍କ କ୍ଷେତ୍ରରେ ଓ ପିତୃ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳ ପାଇବେ। ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ବିରାଜମାନ କରିବ। ବ୍ୟବସାୟୀ ମାନେ ଅତ୍ୟନ୍ତ ଲାଭାନ୍ନିତ ହୋଇ ନୂତନ ବସ୍ତୁ ସଂଗ୍ରହ ପାଇଁ ଯୋଗାଯୋଗ କରିବେ। ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

ତୁଳା:-ସାମାଜିକ ପତିଆରା ଅମଳିନ ରହିବାସହ ଧାର୍ମିକ କାର୍ଯ୍ୟରେ ମନ ବଳାଇ ପାରନ୍ତି। ପରିଶ୍ରମ ଫଳରେ ଉନ୍ନତି ହେବ। କାମକାର୍ଯ୍ୟ ଓ ଚାକିରୀରେ ଉନ୍ନତି କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ। ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ। କଥାବାର୍ତ୍ତା ଓ ଚତୁରତା ହେତୁ ବିଗିଡିଥିବା କର୍ମଟିକୁ ସଜାଡି ପାରିବେ। ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। ଧନର ଆଗମନ ହୋଇପାରେ ଓ ବଡ଼ ବଡ଼ ଉଦ୍ୟୋଗ କରିବାରେ ସଫଳ ହେବେ। କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟଶ୍ରୀ ମିଳିବ। କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ମାଲିମକଦ୍ଦମା, ପରୀକ୍ଷା ପ୍ରତିଯୋଗିତାରେ ଜୟଯୁକ୍ତ ହେବେ। ଗୃହୋପକରଣ କ୍ରୟ କରିବେ। କର୍ମକ୍ଷେତ୍ରରେ ଦାଇତ୍ଵ ବଢିବ। ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧି ହୋଇ ପାରିବାରିକ ଜୀବନ ସୁଖମୟ ହେବ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ପ୍ରେମିକ ପ୍ରେମିକାମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମକର:-ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ବନ୍ଧୁ, ମିତ୍ର ସହକର୍ମୀ ଭାଗୀଦାରୀଙ୍କ ପାଇଁ ଆକସ୍ମିକ ଧନପ୍ରାପ୍ତି ହେବ। ଯାତ୍ରାଫଳରେ ଉତ୍ସାହିତ ହେବେ। ବିଦ୍ୟୁତ୍ ଓ ଯନ୍ତ୍ରଚାଳନା, ଯାନବାହନ ତଥା ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ଉଚ୍ଚଶିକ୍ଷା ପାଇଁ ବିଦେଶଯାତ୍ରା କରିପାରିବେ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

କୁମ୍ଭ:-ସନ୍ତାନମାନଙ୍କର ଉନ୍ନତି ଓ ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ। ପେଶା, ବ୍ୟବସାୟ, ଭାଗୀଦାରି ଓ ବନ୍ଧୁମିତ୍ରଙ୍କ ଦ୍ୱାରା ଲାଭବାନ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବା ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇପାରିବ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଅନୁଭବ କରିବେ। ରାଜନୀତିରେ ଲୋକସମର୍ଥନ ପ୍ରଚୁର ମିଳିବା ଫଳରେ ପ୍ରଶଂସିତ ହେବେ ଓ କାହାରି ପାଖରେ ମୁଣ୍ଡ ନଇଁବ ନାହିଁ। ଚାକିରୀ କ୍ଷେତ୍ରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରି ପ୍ରସଂଶିତ ହେବା ସହ ଉଚ୍ଚପଦ ପଦବି ପ୍ରାପ୍ତି ହୋଇପାରେ। ବୃତ୍ତିଗତ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ। ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କସ୍ଥାପିତ ହେବ। ପ୍ରତିକାର:- କଦଳୀଗଛ ମୂଳରେ ହଳଦୀପାଣି ଢାଳନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!