ମେଷ:-ସ୍ୱାସ୍ଥ୍ୟ ଦିଗରୁ ଉତ୍ତମ ଫଳ ପାଇବେ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ବାସଗୃହ ଓ ଯାନବାହାନ ନେଇ କେତେକ ସମସ୍ୟାର ସମାଧାନ ହେବ। ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍ ମନେକରି ପାଠ ପଢାରେ ମନଯୋଗ ଦେବେ। କର୍ମକ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।
ବୃଷ:-ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ବାଦବିବାଦ, ପରୀକ୍ଷା, ପ୍ରତିଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପାରିବାରିକ ସ୍ତରରେ ଭୁଲ ବୁଝାମଣାର ସମାଧାନ ହୋଇ ଉନ୍ନତିମୂଳକ ପଦକ୍ଷେପ ନେବେ। ରାଜନୀତି କ୍ଷେତ୍ରରେ ସଂଘର୍ଷ ମଧ୍ୟ ଦେଇ ସମୟ ବିତାଇବେ। କର୍ମକ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ। ଦୂରଯାତ୍ରା କଲେ ହଇରାଣ ହରକତ ହେବାକୁ ପଡିବ। ପ୍ରତିକାର- କୁକୁରକୁ କିଛିଖାଇବାକୁ ଦିଅନ୍ତୁ।
ମିଥୁନ:-ଆଧ୍ୟାତ୍ମିକ ପ୍ରବୃତିର ଲୋକମାନଙ୍କ ସହିତ ସମୟ ବିତାଇବାକୁ ଚେଷ୍ଟା କରିବେ। ମିତ୍ରମାନଙ୍କ ସହିତ ବୁଲିବାକୁ ଯାଇ ପାରନ୍ତି। କିଛି ନୂଆ କରିବାର ଇଛା ଜାଗୃତ ହେବ। କିନ୍ତୁ ସେଥିରେ ବୈଚାରିକ ମତଭେଦ ସୃଷ୍ଟି ହୋଇପାରେ। ଜୀବନସାଥୀ ଓ ସାଙ୍ଗମାନଙ୍କ ସହିତ ସମୟ ବିତାଇବେ। ଅଟକିଥିବା ଟଙ୍କା ଫେରି ପାଇବେ। ଆପଣଙ୍କ ନିଷ୍ଠା ଓ କର୍ତ୍ତବ୍ୟ ପରାୟଣା ଦ୍ୱାରା ଲୋକମାନେ ପ୍ରେରଣା ପାଇବେ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।
କର୍କଟ:-ସନ୍ତାନଙ୍କ ପକ୍ଷରୁ ଶୁଭ ସମାଚାର ମିଳିପାରେ। ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ ଓ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ। ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ପରୀକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହୋଇ ହସଖୁସିରେ ସମୟ ବିତାଇବେ। ଅଚାନକ ଭାବରେ ଧନ ପ୍ରାପ୍ତି କରିବାର ସୁଯୋଗ ମିଳିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ସିଂହ:-ବ୍ୟବସାୟ କ୍ଷେତ୍ରରେ କୌଣସି ଜରୁରୀ କାର୍ଯ୍ୟକୁ ମନୋଯୋଗ ଦେଇ ପୂର୍ଣ୍ଣକରିବେ। ପରିଶ୍ରମ କଲେ ଧନ ପ୍ରାପ୍ତି ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। କର୍ମନିଯୁକ୍ତି କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂରଣ ହୋଇପାରେ। କର୍ମକ୍ଷେତ୍ରରେ ନାନାବିଧ ସୁଯୋଗ ପାଇବା ସହ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ଶିକ୍ଷା କ୍ଷେତ୍ରରେ ଅନ୍ୟମନସ୍କ ରହିବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
କନ୍ୟା:-ସରକାରୀ କର୍ମଚାରୀଙ୍କର କଠିନ ପରିଶ୍ରମ ଯୋଗେ ସମ୍ମାନିତ ହେବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ସମସ୍ୟାର ସମାଧାନ କରିପାରିବେ। ଜୀବନସାଥୀଙ୍କ ସହଯୋଗ ପାଇ ଅଟକିଥିବା କାର୍ଯ୍ୟ ପୂରଣ ହୋଇଯିବ। ବଡ଼ ବଡ଼ କମ୍ପାନୀରୁ ଚାକିରୀ କରିବାର ଅଫର୍ ମିଳିବ। ପରିବାରରେ ସନ୍ତୋଷ ଜଣକ ପରିସ୍ଥିତି ଦେଖାଦେବ ଓ ଦାମ୍ପତ୍ୟ ଜୀବନରେ ପ୍ରେମ ଓ ରୋମାନ୍ସ ବୃଦ୍ଧି ହେବ। ସ୍ୱାସ୍ଥ୍ୟ ଭଲ ରହିବ। ପ୍ରତିକାର:-ଗଙ୍ଗାଜଳ ସେବନ କରନ୍ତୁ।
ତୁଳା:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ସନ୍ତାନମାନଙ୍କ ଉନ୍ନତି ପାଇଁ ଆନନ୍ଦିତ ହେବା ସହ ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ଯାନ, ବାହନ, ଜାଗା, ଜମି, ଗୃହପୋକରଣ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି। ଜୀବନସାଥୀ ଓ ସନ୍ତାନଙ୍କ ସହିତ ସମୟ ବିତାଇବେ। ସୋଶିଆଲ ମିଡିଆର ପ୍ରୟୋଗ କରି ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ବିଚ୍ଛା:-ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ ଓ ସାମାଜିକ ପତିଆରା ଅମଳିନ ରହିବ। ବଡ଼ ଧରଣର ପ୍ରୋଜେକ୍ଟରେ ଟଙ୍କା ନିବେଶ କରିବା ପାଇଁ ଚୁକ୍ତିପତ୍ର ହୋଇପାରେ। ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ସବୁ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବେ। ବିଦ୍ୟାର୍ଥୀମାନେ ପାଠ ପଢ଼ାରେ ମନ ଦେଇ ପରିଶ୍ରମର ଭଲ ପରିଣାମ ପାଇବେ। ସନ୍ତାନଙ୍କର ସଫଳତାରେ ମନ ଉତ୍ସାହିତ ରହିବ।ମାର୍କେଟିଂ କାର୍ଯ୍ୟରେ ଅଧିକ ଧନ ଲାଭ ହେବ। ପ୍ରତିକାର- ସିନ୍ଦୁରଟିକେ ମୁଣ୍ଡରେ ଲଗାନ୍ତୁ।
ଧନୁ:-ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ ଓ ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ। ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ଛାତ୍ର ଛାତ୍ରୀମାନେ ନିଜ କ୍ୟାରିୟରର ଉନ୍ନତିପାଇଁ ଚେଷ୍ଟିତ ରହିବେ। ନିଜର ଜୀବନଶୈଳୀକୁ ପରିବର୍ତ୍ତନ କରିପାରନ୍ତି। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶରେ ବ୍ୟବସାୟରେ ଲାଭ ପ୍ରାପ୍ତି ହେବ। ନିଜ ପ୍ରତିଭାକୁ ଭଲଭାବରେ ଉପଯୋଗ କରି ଆର୍ଥିକ ସମସ୍ୟାର ସମାଧାନ କରିପାରିବେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ।
ମକର:-ସହକର୍ମୀମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବା ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଧାଁ ଦଉଡ଼ କରିବାକୁ ପଡ଼ିପାରେ। ଗୃହସ୍ଥ ଜୀବନ ସୁଖମୟ ହେବ। ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
କୁମ୍ଭ:-ଗୁରୁଜନ ମାନଙ୍କ ପରାମର୍ଶରେ କାର୍ଯ୍ୟ କଲେ ନିଜର ଯୋଜନାକୁ ସଫଳ କରି ପାରିବେ। ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। କର୍ମକ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ କରି ବିଜୟୀ ହେବେ। ଛାତ୍ରଛାତ୍ରୀ ମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବନାହିଁ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ମୀନ:-ଶେୟାର ମାର୍କେଟରେ ଭଲ ଲାଭ ହେବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିରକୃତ ହେବ। ସାଙ୍ଗସାଥି ଓ ଭାଇ ଭଉଣୀଙ୍କ ସହିତ ସମ୍ପର୍କ ମଜବୁତ୍ ହେବ। ବନ୍ଧୁମାନଙ୍କ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ। ବୌଦ୍ଧିକ କାର୍ଯ୍ୟରେ ରୁଚି ଜାଗୃତ ହେବ। ଆପଣଙ୍କର କାର୍ଯ୍ୟକ୍ଷମତାରେ ବୃଦ୍ଧି ହେବା ଫଳରେ ମନ ଉତ୍ସାହପୂର୍ଣ୍ଣ ରହିବ। ଜୀବନସାଥୀଙ୍କ ପରାମର୍ଶରେ ଯେ କୌଣସି କାମ କରିବେ ତାହା ଭଲରେ ପୂରଣ କରିପାରିବେ। ପ୍ରତିକାର:-ମଥାରେ ହଳଦୀ ଚନ୍ଦନର ଟିକା ନିଶ୍ଚିନ୍ତ ଲଗାନ୍ତୁ।