ମେଷ:-ନୂତନ ଲୋକଙ୍କ ସହିତ ଭେଟ ହେବ। ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଯେ କୌଣସି ପରୀକ୍ଷା ବା ସାକ୍ଷାତ୍କାରର ପରିଣାମ ଆପଣଙ୍କ ପକ୍ଷରେ ରହିବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ କର୍ମକ୍ଷେତ୍ରରେ ଉନ୍ନତି କରିପାରିବେ। ସମ୍ବନ୍ଧରେ ପ୍ରଗାଢତା ଆସିବ। ମନ ଲଗାଇ କାର୍ଯ୍ୟ କରିବା ଫଳରେ ଧନ ପ୍ରାପ୍ତି ହେବ। ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ। ଅଧ୍ୟୟନ-ଅଧ୍ୟାପନା କାର୍ଯ୍ୟରେ ବ୍ୟସ୍ତ ରହିବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ବୃଷ:-ପରିବାରର ସମସ୍ତ ଆଶାପୂରଣ କରିବାକୁ ସାମର୍ଥ୍ୟ ହେବେ। ପୁରାତନ ରୋଗ ପୀଡାରୁ ଉପସମ ପାଇବେ। ପରିବହନ ଓ ବ୍ୟବସାୟିକ ସ୍ଥିତି ସୁଦୃଢ ହେବ। ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ। ସାବଧାନତା ଅବଲମ୍ବନ କରି ବନ୍ଧୁଙ୍କ ସାହାଯ୍ୟରେ ଉପକୃତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ରାଜନୀତି କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।
ମିଥୁନ:-ବହୁତ ଦିନର ପୁରୁଣା ପରିଚିତ ବ୍ୟକ୍ତି, ବନ୍ଧୁ ବା ମିତ୍ର ବ୍ୟକ୍ତିଙ୍କ ସହିତ ଭେଟ ହେବ। ନିଜର କାର୍ଯ୍ୟ ପାଇଁ ବାହାରକୁ ଯିବାକୁ ପଡିପାରେ। ଗୁରୁ-ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମନ ବହୁତ ଖୁସି ହେବ। ବନ୍ଧୁ ମିତ୍ରଙ୍କ ଠାରୁ ଉପହାର ପ୍ରାପ୍ତିହେବ। ସନ୍ତାନଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ। ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। ପରିଶ୍ରମ କରି ସମସ୍ତ କାମକୁ ସମ୍ଭାଳି ନେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କର୍କଟ:-ଶତ୍ରୁହାନି, ଉଚ୍ଚପ୍ରଶଂସା ଲାଭ, ଦମ୍ଭସାହସବୃଦ୍ଧି, କ୍ଷମାଗୁଣରେ ଯଶପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯିବ।ପରିବାରରେ ମନୋମାଳିନ୍ୟ ଦୂରେଇ ଯାଇ ପରିବାରର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ରହିବ। ସନ୍ତାନ ମାନଙ୍କର ଉନ୍ନତ୍ତି ଓ ଅଗ୍ରଗତି ଘଟିବ। କେତେ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ। ନିଜ ଲୋକଙ୍କ ତରଫରୁ ଆଶ୍ଵାସନା ବା ସହାନୁଭୂତି ପାଇବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ସିଂହ:-ପୈତୃକ ସମ୍ପତ୍ତି ମାମଲାରେ ବିଜୟଶ୍ରୀ ମିଳିବ। ପ୍ରତିଯୋଗିତାରେ କୌଣସି ଅଚିହ୍ନା ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ଲୋଡି ପାରନ୍ତି। କାର୍ଯ୍ୟରେ ବାଧା ଆସିଲେ ମଧ୍ୟ କାର୍ଯ୍ୟ ପୂରଣ ହେବ। ଲୋକମାନଙ୍କ ସହିତ ଜଗିରଖି କଥାବାର୍ତ୍ତା ନ କରିଲେ ବହୁତ କ୍ଷତିରେ ପଡିବେ। ପ୍ରେମପ୍ରସଙ୍ଗରେ ନିଶ୍ଚିତ ରୂପରେ ସଫଳତା ମିଳିବ। ପରିଶ୍ରମ ଓ କଷ୍ଟର ପୁରା ଲାଭ ମିଳିବ। ଅନୁସନ୍ଧାନ, ଖୋଜିବା, ଶୋଧ ପାଇଁ ସମୟ ଉପଯୁକ୍ତ ଅଟେ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।
କନ୍ୟା:-ବ୍ୟବସାୟ କ୍ଷେତ୍ରରେ ଅଚାନକ ଭାବରେ ପରିବର୍ତ୍ତନ ହୋଇପାରେ। ଉଚିତ୍ ଲାଭ ମଧ୍ୟ ପ୍ରାପ୍ତି ହେବ। ପୁରୁଣା ମିତ୍ରଙ୍କ ସହିତ ଭେଟ ହେବ। ପରିବାରର ସମସ୍ୟା ସମାଧାନ ହୋଇଯିବା ଫଳରେ ସମସ୍ତ ଦିଗରୁ ଖୁସି ମିଳିବ। ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ ଏବଂ ସ୍ୱର୍ଣ୍ଣ ଅଳଙ୍କାର କ୍ରୟ କରି ପାରନ୍ତି। ଭାଇଙ୍କ ସହିତ ବିବାଦ ସମସ୍ୟା ଦୂର ହେବ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।
ତୁଳା:-ପରାକ୍ରମ ବଢିବା ସହ ନିଜର ତର୍କସଙ୍ଗତ ଢଙ୍ଗରେ ସମସ୍ତ ସମସ୍ୟା ସମାଧାନ କରିପାରିବେ। ମାନସିକ ଶାନ୍ତି ମିଳିବ, ବହୁତ ଦିନର ଚିନ୍ତା ଓ କଷ୍ଟ ଦୂର ହେବ। ଯେଉଁ କାମ ଆରମ୍ଭ କରିବେ ବାଧାବିଘ୍ନ ଦୂରହୋଇ ତାହା ସଂପୂର୍ଣ୍ଣ ହେବ। ସନ୍ତାନଙ୍କ ଦ୍ଵାରା କିଛି ଶୁଭ ସମାଚାର ଓ ସଂକେତ ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ବହୁତ ଦିନରୁ ପଡିରହିଥିବା କାମ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହଯୋଗରେ ସମ୍ପନ୍ନ ହେବ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।
ବିଚ୍ଛା:-ମଉଜ-ମସ୍ତିରେ ସମୟ କଟିପାରେ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ସମାଜ ସେବାରେ ସ୍ଵନାମ ଅର୍ଜନ କରିପାରିବେ। କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ଅନ୍ୟମାନଙ୍କୁ ସାହାଯ୍ୟ କରିବେ, ତେଣୁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ। ଧୈର୍ଯ୍ୟ ଓ ସଂଯମ ରଖିବା ଆବଶ୍ୟକ ଅଟେ। ଦୁଃଖୀ ଲୋକଙ୍କୁ ସାହାରା ହେବେ। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ଧନୁ:-ସୁଖ ସମୃଦ୍ଧି ବୃଦ୍ଧି ହେବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ଜୀବନରେ ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ଧୈର୍ଯ୍ୟ ସାହସ ଦ୍ଵାରା ହୋଇପାରୁ ନଥିବା କାମକୁ କରି ଦେଖାଇବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।
ମକର:-ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ। ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା ଯୋଗ ଅଛି। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ଭଲ କାମ କରି ସୁଖରେ ଦିନଟି ବିତାଇବେ। ପଦୋନ୍ନତି ସହ ନୂତନ କର୍ମପ୍ରାପ୍ତି ହେବ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ। ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କୁମ୍ଭ:-ପୁରାତନ ରୋଗରୁ ଉପଶମ ମିଳିବା ଫଳରେ ସ୍ଵାସ୍ଥ୍ୟରେ ସୁଧାର ହେବା ସହ ମାନସିକ ଶାନ୍ତି ଅନୁଭବ କରିବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧିହେବ। ମିତ୍ରମାନଙ୍କ ସହଯୋଗରେ କୌଣସି ନୂଆକାମ ଓ ନୂଆ ବ୍ୟବସାୟ ଆରମ୍ଭ କରି ପାରିବେ। କିଛି ଅଟକିଥିବା ବା ଉଧାର ଦେଇଥିବା ଟଙ୍କା ପ୍ରାପ୍ତ ହେବ। ନୂତନ ଦ୍ରବ୍ୟ କ୍ରୟବିକ୍ରୟ କରିପାରିବେ। ପ୍ରତିଯୋଗୀତା ପରୀକ୍ଷା କ୍ଷେତ୍ରରେ ବିଜୟ ହେବ ଓ ଯଶ, କୀର୍ତ୍ତି, ମାନସମ୍ମାନ ମିଳିବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।
ମୀନ:-ସମାଜ ସେବାରେ ସ୍ଵନାମ ଅର୍ଜନ କରିବେ। କର୍ମକ୍ଷେତ୍ରରେ ଉନ୍ନତି କରିପାରିବେ। ମିତ୍ରଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବ। ବ୍ୟବସାୟରେ ଲାଭବାନ ହେବେ। ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ। ପାରିବାରିକସ୍ତର ହସ ଖୁସିରେ କଟିବ। ରାଜନୀତିରେ ସଫଳତା ପ୍ରାପ୍ତି ହେବ। ସମସ୍ତ ପ୍ରକାର ଅଭିଳାଷ ପୂରଣ ହେବ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।