ଦୈନିକ ରାଶିଫଳ: 19 ସେପ୍ଟେମ୍ବର 2023, ମଙ୍ଗଳବାର, ମା’ ମଙ୍ଗଳାଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ପଡା-ପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ସନ୍ତୁଷ୍ଟ ହୋଇ ପାରେ। ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। କେତେକ କ୍ଷେତ୍ରରେ ସୁବିଧା ଓ ସମ୍ମାନ ପାଇବେ। ଯେଉଁ କ୍ଷେତ୍ରରେ ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ। ଗୃହରେ ମାଙ୍ଗଳିକ ଶୁଭକାର୍ଯ୍ୟ କରିପାରିବେ। କୌଣସି ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଶତୃମାନେ ମଥାନତ କରିବା ସହ ପୁରାତନ ରୋଗର ଉପସମ ହେବ। ଧନର ଆଗମନ ହୋଇପାରେ। କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟଶ୍ରୀ ମିଳିବ। ନିଜ ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ ହେବା ଫଳରେ କଥାବାର୍ତ୍ତା ଓ ଚତୁରତା ହେତୁ ବିଗିଡିଥିବା କର୍ମଟିକୁ ସଜାଡି ପାରିବେ। ରାଜନୀତି କ୍ଷେତ୍ରରେ ଜନସମ୍ପର୍କ ସୁଦୃଢ ହୋଇ ଯାହା ଚିନ୍ତା କରିଛନ୍ତି ତାହା ପୂରଣ କରିବାକୁ ଚେଷ୍ଟା କରିବେ। ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।

ମିଥୁନ:-ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ବ୍ୟବସାୟ ପାଇଁ ଦୂରଯାତ୍ରା କରି ମନ ଖୁସି ରହିବ। ବିଦ୍ୟାରେ ଉନ୍ନତି କରିବେ। ଶତୃ ଓ ବିରୋଧୀ ମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। କର୍ମକ୍ଷେତ୍ରରେ ଦାଇତ୍ଵ ବଢିବ। ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ। କିଛି ନୂତନ କର୍ମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ। ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ କରିବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କର୍କଟ:-ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଏବଂ ତୀର୍ଥଯାତ୍ରା ମଧ୍ୟ କରି ପାରନ୍ତି। ପ୍ରକୃତିସ୍ଥ ହୋଇ ହିସାବରେ ଚଳିଲେ ସୁରକ୍ଷିତ ରହି ହେବ। ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପାଇବେ। ହଠାତ୍ କାହାର ଡକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ। କର୍ମ କ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବ। ଭାଇ, ବନ୍ଧୁ ଓ ମିତ୍ରଙ୍କ ସହିତ ମତଭେଦ ସମାପ୍ତ ହେବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ସିଂହ:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାସହ ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ। ବାସଗୃହ ଓ ଯାନବାହାନର କେତେକ ସମସ୍ୟା ସମାଧାନ ହେବ। ସେୟାର ବଜାରରେ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ। ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବାସହ କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ ତାହାର ସମାଧାନ କରି ପାରିବେ। ବ୍ୟବସାୟରେ ପ୍ରଚୁର ଲାଭହେବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା:-ଶତୃମାନେ ଦୂରେଇ ଯିବା ଫଳରେ କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂପୂର୍ଣ୍ଣ ହେବ। ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀ ମାନଙ୍କ ସାନ୍ନିଧ୍ୟରେ ଆସିବେ। ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ। ପାରିବାରିକ ସୁଖ ସମ୍ପନ୍ନତା ଲାଭ ହେବ। ସନ୍ତାନ ସନ୍ତତି ମାନଙ୍କ ଖୁସିରେ ଆନନ୍ଦିତ ହେବେ। ଅଟକି ଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-ସ୍ୱାସ୍ଥ୍ୟ ଭଲ ରହିବା ସହ ନିଜର କ୍ଷମତା ଓ ଯୋଗ୍ୟତାକୁ ବହୁତ ଉପଯୋଗ କରିବେ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବା ଫଳରେ ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। ବିରୋଧୀମାନେ କିଛି କ୍ଷତି କରି ପାରିବେ ନାହିଁ। ସରକାରୀ କାମରେ ସଫଳତା ମିଳିବ। ହସ ଖୁଶିର ପରିବେଶ ସୁନ୍ଦର ହୋଇ ପାରେ। ରାଜନୀତି କ୍ଷେତ୍ରରେ ଶୁଭ ସମ୍ବାଦ ପାଇ ବିଶେଷ ଲାଭାନ୍ୱିତ ହୋଇ ପାରନ୍ତି। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ବିଚ୍ଛା:-ପରିଶ୍ରମ ଓ ମେହନତର ପରିଣାମ ମିଳିବ। ରାଜନୀତି ମାମଲାରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନହିଁ। ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ। ନୂଆ କାମ କିଛି ଆରମ୍ଭ ନକରିବା ଭଲ। କାମ-କାର୍ଯ୍ୟ ବିଷୟକୁ ନେଇ ବହୁତ ଯାତ୍ରା କରିବେ। କଷ୍ଟରୁ ଅତିକଷ୍ଟରେ କାର୍ଯ୍ୟ ହାସଲ କରିବାକୁ ଚେଷ୍ଟା କରିବେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ଧନୁ:-ସ୍ୱାସ୍ଥ୍ୟ ଉତ୍ତମ ରହିବ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ସମାଧାନ ହୋଇପାରେ। ଧନଧାନ୍ୟ, ଗୋ-ସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହବାର ଯୋଗ ଅଛି। ନୂତନ କାର୍ଯ୍ୟଆରମ୍ଭ, ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସମସ୍ୟା ଦୂର ହେବ। ପ୍ରତିକାର:- ହଳଦୀ ଟିକେ ପାଣିରେ ମିଶେଇ ଗାଧାନ୍ତୁ।

ମକର:-ସାହିତ୍ୟଚର୍ଚ୍ଚା ଓ ସଭାସମିତିରେ ସଫଳତା ମିଳିବ। ରାଜନୀତିରେ ଉନ୍ନତି ହେବ। ବ୍ୟବସାୟରେ କଠିନ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍। ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ। ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡିବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ସ୍ୱାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା ଓ ଚିତ୍ତପ୍ରସନ୍ନ ସହ କାର୍ଯ୍ୟ ସିଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହୋଇ ଆଶାଜନକ ଫଳ ପ୍ରାପ୍ତିହେବ। କର୍ମକ୍ଷେତ୍ରରେ ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତି ହେବ। ପୈତୃକ ସମ୍ପତ୍ତିପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ। ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତି ଅଟଳ ରଖି ପାରିବେ। ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ। ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳାର ଅଭାବ ଦେଖାଦେଇ ପାରେ। ଗୃହୋପକରଣ କ୍ରୟ କରିବେ। ବ୍ୟବସାୟରେ ଲାଭବାନ ହେବେ। ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଅନ୍ୟମାନଙ୍କ ଅପେକ୍ଷା ନିଜେଅଧିକ କାର୍ଯ୍ୟ କରିବାକୁ ପଡିବ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!