ଦୈନିକ ରାଶିଫଳ: 19 ଜାନୁୟାରୀ 2024, ଶୁକ୍ରବାର, ମା’ ସନ୍ତୋଷୀଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-କାର୍ଯ୍ୟକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ଫଳରେ ଆଶାତୀତ ଲାଭ ପାଇବେ ଓ ଆତ୍ମବିଶ୍ଵାସରେ ବୃଦ୍ଧି ପାଇବ। ପ୍ରେମପ୍ରସଙ୍ଗରେ ଭୁଲ୍ ବୁଝାମଣାର ନିରାକରଣ ହେବ। ଅନୁସନ୍ଧାନ, ଗବେଷଣା, ସମୀକ୍ଷା ଓ ଶୋଧନ କାର୍ଯ୍ୟପାଇଁ ସମୟ ଉପଯୁକ୍ତ ଅଟେ। ବସ୍ତ୍ର, ଆଭୁଷଣ ଗହଣାଆଦି କ୍ରୟକରି ପାରିବେ। କୌଣସି ଗୋପନୀୟ କଥା ଉଜାଗର ହେବାର ସମ୍ଭାବାନା ଅଛି। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-କାରବାର ଓ ବ୍ୟାପାରରେ ଉନ୍ନତି ହୋଇ ଆଶାତୀତ ଲାଭ ପ୍ରାପ୍ତ ହେବ। ବନ୍ଧୁ ଓ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ। ପ୍ରେମପ୍ରସଙ୍ଗରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ମାନସିକ ଶାନ୍ତି ମିଳିବ। ଅନେକ ସମସ୍ୟାର ସମାଧାନ ହୋଇ ପରିବାରରେ ହସ ଖୁସିର ବାତାବରଣ ଖେଳିଯିବ। ସୁବିଧା ବାଦକୁ ଆପଣେଇ ନେଇ ମନବିକାର ଦୂରହେବ। କୌଣସି କଥାବର୍ତ୍ତାକୁ ନେଇ ପ୍ରତାରିତ ହେବାର ଆଶଙ୍କା ଉପୁଯିବ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ:-ବୃତ୍ତିଗତ ଦୃଷ୍ଟିରୁ ସମୟ ଅତ୍ୟନ୍ତ ଶୁଭ ଥିବାରୁ ଆୟର ସ୍ରୋତ ବୃଦ୍ଧି ହେବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଆକସ୍ମିକ ଧନ ପ୍ରାପ୍ତି ହେବ। ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ। ନୂତନ ବ୍ୟବସାୟ ଆରମ୍ଭ କଲେ ଲାଭ ହେବ। ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ। ବ୍ୟବସାୟରେ ଉଚିତ୍ ପନ୍ଥା ଗ୍ରହଣ କରି ସଫଳତା ଅର୍ଜନ କରିବେ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

କର୍କଟ:-ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶୁଖିହେବେ। ପରିବାରର ସଦସ୍ୟଙ୍କ ସହିତ ସୌହାଦ୍ୟ ପୂର୍ଣ୍ଣ ସଂପର୍କ ରହିବ। ବନ୍ଧୁ, ମିତ୍ର ଏବଂ ଭାଇ ଭଉଣୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ଧର୍ମ କାର୍ଯ୍ୟପ୍ରତି ମନ ବଳାଇ ଆଶା ମୁତାବକ ଫଳ ପାଇବେ। ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ। ଜନ କଲ୍ୟାଣ କାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ସିଂହ:-ସମାଜ ସେବା ସ୍ଵନାମ ଅର୍ଜନ କରି ପାରିବେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା ଫଳରେ ମନ ଖୁସି ରହିବ। କର୍ମଚାରୀମାନେ ଭାରସାମ୍ୟ ରକ୍ଷାକରି ସାଧାରଣବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। ଧନର ଆଗମନ ହେବା ଫଳରେ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। ଗୃହରେ ଶୁଭ କାର୍ଯ୍ୟର ସମାଧାନ ହୋଇ ପାରେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

କନ୍ୟା:-ବିଳାସ ବ୍ୟସନ ଖାଦ୍ୟ ପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇ ପାରନ୍ତି। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ ଓ ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ। ବହୁ ଲୋକଙ୍କର ପ୍ରଶଂସା ପାଇବା ଫଳରେ ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି। ଉଦ୍ୟମ ବଳରେ ସିଦ୍ଧିପ୍ରାପ୍ତି ଓ ଉଚ୍ଚସ୍ଥାନ ସଂପୃକ୍ତି ଭଳି ସୁଖସୌଭାଗ୍ୟ ତଥା ଯଶପ୍ରସିଦ୍ଧି ଆଶା କରି ହେବ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। ବନ୍ଧୁ ମିତ୍ରମାନଙ୍କର ସହଯୋଗ ପ୍ରାପ୍ତି ହେବ। ପ୍ରତେକ କ୍ଷେତ୍ରରେ ମାନସିକ ସ୍ଥିତି ସୁଦୃଢ ରହି ଯଶ ପ୍ରତିଷ୍ଠା ମିଳିବ। ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ଆର୍ଥିକସ୍ଥିତି ସୁଧୁରିବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବାର ସୁଯୋଗ ପାଇବେ। ପ୍ରେମୀକ ପ୍ରେମିକାଙ୍କର ବସ୍ତ୍ରଭୂଷଣ ଆଦି ଲାଭହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-ରାଜନୀତି କ୍ଷେତ୍ରରେ ଯଶମାନ ବୃଦ୍ଧିହେବ। ଛାତ୍ର ଛାତ୍ରୀମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ ଓ ପରୀକ୍ଷା ପରିଣାମ ଅନୁକୂଳ ହେବ। କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ସ୍ଵୀକାର କରିବା ପାଇଁ ପ୍ରସ୍ତୁତ ରହିବେ। ପରିଚିତ ଲୋକଙ୍କଠାରୁ ଅଧିକ ଲାଭ ମିଳିବ କିନ୍ତୁ ସଞ୍ଚୟ କମ୍ ହେବା ସହ ଖର୍ଚ୍ଚ ଅଧିକ ହେବ। ସାମାଜିକ କାର୍ଯ୍ୟରେ ଯୋଗଦାନ କରି କ୍ରୋଧ ହେତୁ କାର୍ଯ୍ୟରେ ଅସଫଳ ହେବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ଧନୁ:-ଅସହାୟା ଲୋକଙ୍କୁ ସାହାରା ହେବେ ତେଣୁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ। ପରୋପକାର ବା ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧିହେବ। ବିଗିଡିଯାଇଥିବା କାର୍ଯ୍ୟ ସୁଧୁରିଯିବା ଫଳରେ ମାନସିକ ଦୁଶ୍ଚିନ୍ତା ଦୂର ହେବ। ପରିବାର ସମ୍ବନ୍ଧୀୟ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ। ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ। ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିପାରିବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-ବିପରୀତ ଲିଙ୍ଗୀଙ୍କ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବା ସହ ନୂଆ ଲକ୍ଷକୁ ନିର୍ଦ୍ଦାରିତ କରି ପାରିବେ ଓ ଧନ ଲାଭ ହେବ। କୌଣସି ଶୁଭ ସମାଚାର ଶୁଣି ହସଖୁସିରେ ସମୟ ବ୍ୟତୀତ ହେବ। କର୍ମ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କଷ୍ଟ ହେବ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍। ଜାଗା ଜମିବାଡ଼ି ନେଇ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ସ୍ଵାସ୍ଥ୍ୟରେ ଉନ୍ନତି ସହ ମାନସିକ ସ୍ଥିରତାଦେଖାଦେବ। ଆର୍ଥିକକ୍ଷେତ୍ରରେ ଉନ୍ନତି ହେବ। ଋଣମୁକ୍ତି ହେବାପାଇଁ ଯୋଜନା ପ୍ରସ୍ତୁତ କଲେ ସଫଳ ହେବେ। କାମ କାର୍ଯ୍ୟରେ କୌଣସି ନୂତନ ପଦ୍ଧତି ବ୍ୟବହାର କରି ଦୁଇଗୁଣା ଲାଭ ଉଠେଇବେ। ପ୍ରେମପ୍ରସଙ୍ଗରେ ମନ ବିଚଳିତରୁ ଶାନ୍ତି ଅନୁଭବ କରିବେ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ହୋଇ ଥିବାରୁ ହସଖୁସିରେ ସମୟ ବ୍ୟତୀତ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-ଅଧ୍ୟୟନ, ଅନୁସନ୍ଧାନ, ଶୋଧ, ଲେଖନ ଆଦି କାର୍ଯ୍ୟରେ ପ୍ରଶଂସିତ ହେବେ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଭେଟ ହେବ, ଯାହା ଆଗକୁ ବଢିବାରେ ସହାୟତା ମିଳିବ। ଇଲୋକଟ୍ରୋନିକ୍ସମିଡିଆ ଓ ପ୍ରିଣ୍ଟ ମିଡିଆ ଦ୍ୱାରା ଲୋକସଂପର୍କ ବୃଦ୍ଧି ହେବ। କଠିନ ପରିଶ୍ରମ ଫଳରେ ଆପଣଙ୍କ ପାଇଁ କିଛି ଅସମ୍ଭବ ହେବ ନାହିଁ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!