ଦୈନିକ ରାଶିଫଳ: 18 ଫେବୃୟାରୀ 2025, ମଙ୍ଗଳବାର, ମା’ ମଙ୍ଗଳାଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ। ବ୍ୟବସାୟ କ୍ଷେତ୍ରରେ ବୃତ୍ତିଗତ ଦୃଷ୍ଟିରୁ ପରିଶ୍ରମ ବୃଦ୍ଧି ପାଇବା ଫଳରେ ସୁଖ ଶାନ୍ତି ବର୍ଦ୍ଧିତ ହେବ ଓ ସୁରକ୍ଷିତ ରହିବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତିରେ କୃତକାର୍ଯ୍ୟ ହେବେ। ନୂତନକର୍ମପ୍ରାପ୍ତିର ସୂଚନା ପାଇବେ। ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ପରିବାରର ସମସ୍ୟା ସମାଧାନ ହୋଇଯିବ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ସାଙ୍ଗସାଥିମାନେ ସାହାଯ୍ୟ ସହଯୋଗ କରିବେ। କର୍ମସଂଧାନୀ ମାନେ ନିଯୁକ୍ତିର ସୁଯୋଗ ପାଇବେ। ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ, ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ମାଲିମୋକଦ୍ଦମାରେ ନିଜ ପକ୍ଷ ସବଳ ରହିବ। ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବ। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ପ୍ରତିକାର- ଧଳା ରୁମାଲ ଟିଏ ପାଖରେ ରଖନ୍ତୁ।

ମିଥୁନ:-ସମାଜର ଗୁରୁତ୍ଵପୂର୍ଣ୍ଣ ଲୋକଙ୍କ ସହିତ ସମ୍ପର୍କ ମଜବୁତ ହେବା ଫଳରେ ସରକାରଙ୍କ ଠାରୁ ସମ୍ମାନ ମିଳିପାରେ। ବ୍ୟବସାୟରେ ବଡ ଧରଣର ନିବେଶ କରିବା ପାଇଁ ଚିନ୍ତା କରିବେ। ଅଳ୍ପ ଦୂରକୁ ଯାତ୍ରା କରିବାର ସମ୍ଭାବନା ଅଛି। ମାର୍କେଟିଂ ସହିତ ଜଡିତ ଲୋକମାନେ ଭଲ ଆର୍ଥିକ ଲାଭ ପାଇବେ। ବାସସ୍ଥାନ ବା ଯାନବାହାନ ପାଇଁ ଖର୍ଚାନ୍ତ ହୋଇ ପାରନ୍ତି। ରାଜନୀତି କ୍ଷେତ୍ରରେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ। ପ୍ରତିକାର:- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ସ୍ଥଳବିଶେଷରେ ବ୍ୟୟ ସଂକୋଚନ ନ କଲେ ଆପଣା ଲୋକଙ୍କ ବିରକ୍ତି ଭାଜନ ହେବେ। ବ୍ୟବସାୟ ଦିଗରୁ ପ୍ରାୟତଃ ଅନୁକୂଳ ରହିବା ଫଳରେ ଆଶାତୀତ ଲାଭ ପାଇବାର ରାସ୍ତା ପରିସ୍କାର ହୋଇଯିବ। ପୂର୍ବରୁ ଲାଗିରହିଥିବା ଅଫିସରେ ଟେନସନ୍ ଦୂର ହୋଇ ସୁସମ୍ବାଦ ପ୍ରାପ୍ତି ହେବ। ହାତ ପାହାନ୍ତାରେ ଥିବା ସୁଯୋଗ ଆପେ ଆପେ ଆସିଯିବ। ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

ସିଂହ:-ଆଧ୍ୟାତ୍ମିକ, ବୌଦ୍ଧିକ, ଶୋଧ, ଅନୁସନ୍ଧାନ, ଧ୍ୟାନ, ପ୍ରାର୍ଥନା ଆଦି ପାଇଁ ସମୟ ପାଇବେ। ବିରୋଧୀମାନେ ଯେତେ ଚାହିଁଲେ ମଧ୍ୟ ଆପଣଙ୍କର କିଛି ଅହିତ କରିପାରିବେ ନାହିଁ। ଅଚାନକ ପରିଣାମରେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି। ନିଜର ବ୍ୟବହାର ଓ ଜୀବନ ଶୈଳୀକୁ ମଧ୍ୟ ପରିବର୍ତ୍ତନ କରିବେ। ମାନସିକତାରେ ପରିବର୍ତ୍ତନ ହେବ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଲାଭପ୍ରଦ ହୋଇ ଥିବାରୁ ସାମାନ୍ୟ ପରିଶ୍ରମ କଲେ ଶୁଭସୂଚନା ପ୍ରାପ୍ତ ହେବ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

କନ୍ୟା:-ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରି ପ୍ରଶଂସା ପାଇବେ। ଉଚ୍ଚଶିକ୍ଷା ପାଇଁ ବିଦେଶଯାତ୍ରାର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ସହଯୋଗୀ ବା ଭାଇଭଳି ଚଳୁଥିବା ବ୍ୟକ୍ତିମାନେ ପୂର୍ଣ୍ଣ ସହଯୋଗ କରିବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧିହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ଦାମ୍ପତ୍ୟ ସୁଖ ଏବଂ ପାରିବାରିକ ଜୀବନ କ୍ଷେତ୍ରରେ ଆନନ୍ଦମୟ ପରିସ୍ଥିତି ସୃଷ୍ଟିହେବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ। ଜ୍ଞାନାର୍ଜନ କରିବାର ସୁବିଧା ସୁଯୋଗ ପାଇବେ। ବଡ଼ ବ୍ୟବସାୟିଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ଉନ୍ନତିର ରାସ୍ତା ଖୋଲିଯିବ। ଦାମ୍ପତ୍ୟ ଜୀବନରେ ଆନନ୍ଦ ଓ ଖୁସିର ଲହରୀ ଖେଳିବ। ଉଚ୍ଚାଧିକାରୀଙ୍କୁ ଉପହାର ବା ଗିପ୍ଟ ଦେଇ ସନ୍ତୁଷ୍ଟ କରିବେ ଓ କର୍ମକ୍ଷେତ୍ରରେ ଅଧିକ ଆଶାନ୍ୱିତ ହେବେ। ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-ରାଜନୀତି କ୍ଷେତ୍ରରେ ମଧ୍ୟ ଲୋକପ୍ରିୟତା ବୃଦ୍ଧି ହେବ ଓ କୌଣସି ଠାରୁ ଶୁଭ ସମାଚାର ଶୁଣିବାକୁ ମିଳିବ। ମିତ୍ରମାନଙ୍କ ସହଯୋଗ ପାଇ ବ୍ୟାପାର ଓ କାରବାରରେ ସ୍ଥିତି ସୁଦୃଢ ହେବା ସହ ଅତିରିକ୍ତ ଆୟର ମଧ୍ୟ ସମ୍ଭାବନା ଅଛି। ପ୍ରେମ ପ୍ରସଙ୍ଗରେ ପରିସ୍ଥିତି ବଦଳିଯିବ। ପାରିବାରିକ କ୍ଷେତ୍ରରେ ସତର୍କତାର ସହ କାର୍ଯ୍ୟ କରିଲେ ସମସ୍ତ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ। ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା ଜାରି ରଖିବେ। ପ୍ରତିକାର- ମୟୂର ଚନ୍ଦ୍ରିକା ପାଖରେ ରଖି ଯାତ୍ରା କରନ୍ତୁ।

ଧନୁ:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହୋଇ ପ୍ରତିଷ୍ଠା, ପ୍ରତିପତ୍ତି ମାନସମ୍ମାନ ଅତୁଟ ରହିବ। ବୁଦ୍ଧିମତା କାରଣରୁ ଅର୍ଥ ଲାଭହେବା ସହ ସମୟ ମଧ୍ୟ ଆନନ୍ଦମୟ ହେବ। ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ଛାତ୍ରଛାତ୍ରୀ ମାନଙ୍କର ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବା ଫଳରେ ମନ ଖୁସି ରହିବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ମକର:-ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମ୍ମାନିତ ହେବେ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ଦାମ୍ପତ୍ୟ ସୁଖରେ ପ୍ରସନ୍ନତା ଅନୁଭୂତି ହେବ। ସମସ୍ତ ବାଧାକୁ ସଂଘର୍ଷ କରି ଆଗକୁ ବଢି ପାରିବେ। ଅଭାବ ଅନାଟନ ପାଇଁ ବ୍ୟୟ ସଂକୋଚନ ହେବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ। ପରିବାରର ଅନ୍ୟ ସଦସ୍ୟଙ୍କ ସହ ସମ୍ବନ୍ଧ ସୁଦୃଢ ହେବ। ମନୋରଞ୍ଜନ ଓ ହସ ଖୁସିରେ ସମୟ ବ୍ୟତୀତ ହେବ। କ୍ରୋଧିତ ହେଲେ ତିଆରି କରିଥିବା କାର୍ଯ୍ୟରେ ସଫଳ ହେବେନାହିଁ। କୌଣସି କାଗଜରେ ନପଢି ନବୁଝି ଦସ୍ତଖତ କରିବେ ନାହିଁ। ପ୍ରେମୀ ପ୍ରେମିକାଙ୍କ ସମ୍ପର୍କ ସ୍ଥାପିତ ହେବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ମୀନ:-ଆୟ ବୃଦ୍ଧିହେବା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ପତିପତ୍ନିଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ। ଯେକୌଣସି କାର୍ଯ୍ୟ କରିବେ ଭବିଷ୍ୟତ ପାଇଁ ଉନ୍ନତି ହେବ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଜୟଯୁକ୍ତ ହେବେ। ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!