ଦୈନିକ ରାଶିଫଳ: 18 ଜାନୁୟାରୀ 2025, ଶନିବାର, ମା’ ସନ୍ତୋଷୀଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ସରକାରୀ କ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ। ଛାତ୍ରଛାତ୍ରୀମାନେ ବିଦ୍ୟାରେ ଉନ୍ନତି କରିବେ ଓ ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତ୍କାରରେ ଉତ୍ତୀର୍ଣ୍ଣ ହେବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। ବ୍ୟବସାୟ କ୍ଷେତ୍ରରୁ ସାମାନ୍ୟ ଲାଭ ମିଳିବ। ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ସ୍ୱାସ୍ଥ୍ୟ ଠିକ୍ ରହି ନ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ବିଦେଶୀ ବନ୍ଧୁଙ୍କ ଦ୍ଵାରା ଅଧିକ ଉପକୃତ ହେବେ। ମହିଳାମାନଙ୍କ ସୌଖୀନ ଦ୍ରବ୍ୟାଦି ବ୍ୟବସାୟରେ ଅଧିକଲାଭ କରିପାରିବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧିପାଇବା ଫଳରେ ଦୀର୍ଘଦିନର ଆଶା ପୂରଣ ହେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ଗୃହାରମ୍ଭ, ଦୁରଯାତ୍ରା, ଯାନବାହାନ କିଣନ୍ତୁ ନାହିଁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-ସାମାଜିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟୀକ କାରବାରର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ। ରାଜନୀତି କ୍ଷେତ୍ରରେ ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ। ପ୍ରେମିକ ପ୍ରେମିକାମାନେ ମନୋରଞ୍ଜନ କାର୍ଯ୍ୟ କ୍ରମରେ ମଜ୍ଜି ରହିବେ। ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

କର୍କଟ:-ସାମାଜିକ ପତିଆରା ଅମଳିନ ରହିବ। ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ। ରାଜନୀତି କ୍ଷେତ୍ରରେ ସଂଘର୍ଷ ମଧ୍ୟ ଦେଇ ସମୟ ବିତାଇବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ସାଧାରଣ କଥାକୁ ନେଇ ମନରେ ବିରକ୍ତିଭାବ ପ୍ରକାଶ ପାଇପାରେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ଛାତ୍ର ଛାତ୍ରୀମାନଙ୍କ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହ ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ। ପାରିବାରିକ କ୍ଷେତ୍ରରେ ବନ୍ଧୁମିତ୍ରଙ୍କ ଦ୍ଵାରା ଲାଭବାନ ହେବେ। ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିପାରେ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-ବ୍ୟବସାୟିକ ସ୍ଥିତି ସୁଧୁରିଯିବ ଓ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। କର୍ମକ୍ଷେତ୍ରରେ ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ। ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ। କାର୍ଯ୍ୟ କ୍ଷେତ୍ରରେ ସୁଖଶାନ୍ତି ବୃଦ୍ଧିହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବିରୋଧିମାନେ ଦୂରେଇ ଯିବେ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-ସାମାଜିକ କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଖୁସୀ ହୋଇ ଯିବେ। ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଶରୀର ସୁସ୍ଥ ରହିବ। ପ୍ରେମିକ ପ୍ରେମିକା ମାନଙ୍କର ନୂତନ ବନ୍ଧୁ ମିତ୍ରଙ୍କ ସହ ମିଳନ ହେବ। ଧୈର୍ଯ୍ୟ ଓ ସାହସ ଦ୍ଵାରା ହୋଇପାରୁ ନଥିବା କାମକୁ କରି ପାରିବେ। କୌଣସି ଶୁଭକାର୍ଯ୍ୟ କରିବାକୁ ଆୟୋଜନ କରିବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପ୍ରତୀଯୋଗିତାରେ ସଫଳ ହେବେ। ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ବିଚ୍ଛା:-ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ। ବାଦବିବାଦ, ମାଲିମୋକଦ୍ଦମାରେ ସଫଳହେବେ। କୃଷିଜାତଦ୍ରବ୍ୟ ବ୍ୟବସାୟିମାନେ କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ ସୁଖରେ ଦିନ ବିତାଇବେ। ପ୍ରମୋଶନ, ବେତନ ବୃଦ୍ଧି, ଇଚ୍ଛିତ ସ୍ଥାନକୁ ସ୍ଥାନାନ୍ତରଣ, ଅଟକି ଥିବା ଅର୍ଥ ମିଳିଯିବ। ଆଇନ ଅଦାଲତ ଓ ନିଜର କାମକୁ ପଛରେ ପକାଇ ଅନ୍ୟଦ୍ଵାରା ପ୍ରଭାବିତ ହୋଇ କୌଣସି ଶୁଭ କାମ କରିବେ। ପ୍ରତିକାର- ନାଲିରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।

ଧନୁ:-ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଉତ୍ତମ ଆୟର ପଥ ପରିଷ୍କାର କରିବେ। ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥହେବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ବିଦ୍ୟାକ୍ଷେତ୍ରରେ ସ୍ୱନାମ ଅର୍ଜନ କରିବେ। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ହ୍ରାସ ହୋଇପାରେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମକର:-ସନ୍ତାନଙ୍କର ଉନ୍ନତିରେ ଖୁସି ହେବା ସହ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ କର୍ମକ୍ଷେତ୍ରରେ ଉନ୍ନତି କରି ପାରିବେ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ କୌଶଳକ୍ରମେ ସମାଧାନ କରିବେ। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ନିଜର ଯୋଜନା ମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ। ଗୃହାରମ୍ଭ, ଦୁରଯାତ୍ରା, ଯାନବାହାନ କିଣନ୍ତୁ ନାହିଁ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତପାହାନ୍ତାରେ ପହଞ୍ଚିବ। ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧିହେବା ସହ ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ। କର୍ମଚାରୀମାନେ କର୍ମ କ୍ଷେତ୍ରରେ ଉନ୍ନତି କରିବେ। ସୁଖ ସମ୍ପଦ ପ୍ରାପ୍ତି ହେବା ସହ ନୂତନ କାର୍ଯ୍ୟ କିଛି ଆରମ୍ଭ କରିବା ପାଇଁ ମନ ବଳେଇବେ। ପ୍ରେମ କ୍ଷେତ୍ରରେ ଥିବା ସମସ୍ୟା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ।

ମୀନ:-ସାମାଜିକ ପତିଆରା ଅମଳିନ ରହିବ। ପ୍ରେମ କ୍ଷେତ୍ରରେ ସମୟ ଗୁଡିକ ହସ ଖୁସିରେ ବିତିବ। କର୍ମକ୍ଷେତ୍ରରେ ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ। ବ୍ୟବସାୟୀ ମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ରାଜନୀତି ମାମଲାରେ ଶୁଭ ସମାଚାର ମିଳିପାରେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!