ଦୈନିକ ରାଶିଫଳ: 17 ଡିସେମ୍ବର 2023, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ବ୍ୟବସାୟରେ ସାହାଯ୍ୟ ସହଯୋଗ ମିଳିବ ଓ କୃଷିଜାତ ଦ୍ରବ୍ୟର ବ୍ୟବସାୟୀ ମାନେ ଅଧିକ ଲାଭ କରିବେ। ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳ ହେବା ସହ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯାଇ ଧନ ଲାଭ ହେବାରୁ ମନ ଖୁସି ରହିବ। ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ। ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡିବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:- ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବାପାଇଁ କରିଥିବା ଯୋଜନା ସଫଳ ହୋଇ ପାରିବ। ବନ୍ଧୁ, ମିତ୍ର ମାନଙ୍କ ଦ୍ଵାରା ଲାଭବାନ ହେବେ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ। ଇଲୋକଟ୍ରୋନିକ୍ସମିଡିଆ ଓ ପ୍ରିଣ୍ଟ ମିଡିଆ ଦ୍ୱାରା ଲୋକସଂପର୍କ ବୃଦ୍ଧିହେବ। ଭାଇ ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ। ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-ବିଦେଶୀ ବନ୍ଧୁଙ୍କ ଦ୍ଵାରା ଅଧିକ ଉପକୃତ ହେବେ। ରାଜନେତାମାନେ ନୀରବତା ରକ୍ଷାକରି ପରିସ୍ଥିତି ହାତରେ ନିଜକୁ ସମର୍ପଣ କରିଦେବା ଉତ୍ତମ ହେବ। ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ବାଧା ଉପୁଯି ପାରେ। ଯାନବାହନ ତଥା ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କରିବା ଉଚିତ୍। ସତର୍କତା ଅବଲମ୍ବନ ନକଲେ ବାଦବିବାଦ ମାଲିମକଦ୍ଦମାର ସମ୍ମୁଖୀନ ହୋଇପାରନ୍ତି। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ଶତୃମାନେ ଦୂରେଇ ଯିବେ। ପରିବାରର ସଦସ୍ୟଙ୍କ ସହ ସମ୍ବନ୍ଧ ଦୃଢ ହେବ। କାର୍ଯ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବା ସହ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ। ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ। ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ। ସହଯୋଗୀ ମାନଙ୍କ ଯୋଗୁ କର୍ମ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ପ୍ରତିକାର- ମୟୂର ଚନ୍ଦ୍ରିକା ପାଖରେ ରଖି ଯାତ୍ରା କରନ୍ତୁ।

ସିଂହ:-ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ। ପଡାପଡୋଶୀ ଓ କୁଟୁମ୍ବଙ୍କ ସହ କଳିତକରାଳ ଥିଲେ ମେଣ୍ଟିଯିବ। ବ୍ୟବସାୟ କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ। ସତର୍କତା ଅବଲମ୍ବନ ନକଲେ ଆତ୍ମୀୟମାନେ ବିଶ୍ୱାସଘାତକତା କରି ପାରନ୍ତି। ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହୋଇ ପାରନ୍ତି। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

କନ୍ୟା:-ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ମାନସିକ ଦୁଃଶ୍ଚିନ୍ତା ଦୂର ହେବ। ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ। ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ। ପାରିବାରିକ ଜୀବନ ଆନନ୍ଦରେ କଟିବ। କର୍ମକ୍ଷେତ୍ରରେ ସାଧାରଣବ୍ୟକ୍ତି ବିଶେଷଙ୍କ ଠାରୁ ବିଶେଷ ଲାଭବାନ ହେବେ। ପ୍ରତ୍ୟକ୍ଷ ଓ ପରୋକ୍ଷ ଶତ୍ରୁତା ଓ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ଵାରା ପୂରସ୍କୃତ ହେବେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ତୁଳା:-ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭହେବା ସହ ସାମାଜିକ ଭାବମୂର୍ତ୍ତି ସୁରକ୍ଷା ହେବ। ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ। ଦାମ୍ପତ୍ୟ ସୁଖରେ ଅପ୍ରିତିକର ପରିସ୍ଥିତି ଦେଖାଦେଇ ପାରେ। ରାଜନେତା ମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ ଓ କଠିନ ପରିଶ୍ରମ ହେତୁ ଶାରିରୀକ ଏବଂ ମାନସିକ କଷ୍ଟ ଭୋଗି ପାରନ୍ତି। ପରିଚିତ ଲୋକଙ୍କଠାରୁ ଅଧିକ ଲାଭ ମିଳିବ କିନ୍ତୁ ସଞ୍ଚୟ କମ୍ ହେବ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ବିଚ୍ଛା:-ସୁସ୍ଥ ମାନସିକତା ରକ୍ଷାକରି ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। କର୍ମଚାରୀମାନେ ଭାରସାମ୍ୟ ରକ୍ଷାକରି, ସାଧାରଣ ଲୋକଙ୍କ ଯୋଗେ ଗଠନ ମୂଳକ ଯୋଜନା ପ୍ରସ୍ତୁତ କରି, ଆଗେଇ ଯିବାର ରାସ୍ତା ଖୋଲି ପାରିବେ। ଅତି ପ୍ରିୟବନ୍ଧୁ ଆର୍ଥିକ ସହାୟତା କରିବେ। ରାଜନୀତିରେ ନିସ୍ଵାର୍ଥପର ଭାବ ଯୋଗେ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-ବ୍ୟବସାୟ କ୍ଷେତ୍ରରେ ଆୟ ବଢିବା ଫଳରେ ଆର୍ଥିକ ସଙ୍କଟ ଦୂରେଇ ଯିବ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ ଏବଂ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ। ପାରିବାରିକ ଜୀବନରେ କେତେକ ବାଧା ପ୍ରତିବନ୍ଧକର ସାଧାରଣ ପରିବର୍ତ୍ତନ ଘଟି ଆଶା ଆକାଂକ୍ଷା ପୂର୍ତ୍ତି ଘଟିବା ସହ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ।ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ। ପ୍ରତିକାର- ହଳଦୀ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

ମକର:-ବ୍ୟବସାୟରେ କଠିନ ପରିଶ୍ରମ କରି ଆଶା ମୁତାବକ ଫଳ ପାଇବାର ରାସ୍ତା ପରିଷ୍କାର ହୋଇ ଯିବ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ଉତ୍ତମ ସମ୍ପର୍କ ରହିବା ଫଳରେ ବେଶ୍ ଆନନ୍ଦ ପାଇବେ। ରାଜନୀତିରେ ଉଚ୍ଚ ସମ୍ଭାବନାର ଆଶା ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସି, ଉନ୍ନତି ହେବ। ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।

କୁମ୍ଭ:-ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଆଶା ମୁତାବକ ଲାଭବାନ ହେବେ। ପାରିବାରିକ ଜୀବନ ଆନନ୍ଦରେ କଟିବ। ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। କର୍ମ କ୍ଷେତ୍ରରେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। ମିଥ୍ୟା ଅପବାଦରେ ନିନ୍ଦିତ ହୋଇ ପାରନ୍ତି। ବହୁତ ଦିନରୁ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇ ଯାଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-ଆକସ୍ମିକ ଅର୍ଥଲାଭ, ଆୟବୃଦ୍ଧି, ଋଣମୁକ୍ତି, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡି ପାରେ। କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। ବ୍ୟବସାୟ କ୍ଷେତ୍ରରେ ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକିଟଙ୍କା ମିଳିଯିବ। ଛାତ୍ରଛାତ୍ରୀମାନେ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!