ଦୈନିକ ରାଶିଫଳ: 17 ଜୁଲାଇ 2024, ବୁଧବାର, ଶ୍ରୀ ଗଣେଶଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ସାଙ୍ଗମାନଙ୍କ ସହିତ ଖୁସିରେ ସମୟ ବିତାଇବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ। ପରିବାରରେ ଓ କୁଟୁମ୍ବରେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟର ଦାୟିତ୍ଵ ନେଇ ଧାଦୌଡ କରିବାକୁ ପଡିବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଶୁଭକାମ କରି ପ୍ରଶଂସିତ ହେବେ। ବିବାହ ସମ୍ବନ୍ଧୀୟ କଥାବାର୍ତ୍ତା ଆଗକୁ ବଢିବ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇ ବକେୟା ଅର୍ଥ ପ୍ରାପ୍ତି ହେବା ସହ ଆର୍ଥିକ ଉନ୍ନତି ଘଟିବ। ଦୂର ସ୍ଥାନକୁ ଯାତ୍ରା କରିବେ। ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। ଜମି ବାଡି ଓ ଘର ଜାଗାନେଇ ବିବାଦ ମେଣ୍ଟିଯିବ। ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ମିଥୁନ:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ଗୃହରେ ଶୁଭକାର୍ଯ୍ୟର ଆୟୋଜନ କରି ପାରନ୍ତି। ପଡାପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ଶାନ୍ତ ହେବ। କଳା, ସାହିତ୍ୟ, କ୍ରିଡା, ଚଳଚିତ୍ର, ଶିଳ୍ପ, ବାଣିଜ୍ୟ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-ପାରିବାରିକ ଅଶାନ୍ତି ଦୂରେଇ ଯିବ ଓ ଲକ୍ଷପ୍ରତି ଯଥାର୍ଥବାଦୀ ହେବେ। ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ଉଚ୍ଚଧିକାରୀ ଓ ସହକର୍ମୀଙ୍କ ସହ ବାଦବିବାଦ ମେଣ୍ଟିଯିବ। ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷକ ଓ ସହପାଠୀ ମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ। ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ଅଧିକ ଆତ୍ମବିଶ୍ୱାସ ଯୋଗେ କାର୍ଯ୍ୟରେ ବାଧା ଉପୁଜିପାରେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ସିଂହ:-ସଭାସମିତିରେ ସାହିତ୍ୟଚର୍ଚ୍ଚାରେ ସଫଳତା ମିଳିବ। ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ ଓ ବକେୟା ଅର୍ଥ ଆଦାୟ ହେବ। ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ। ଶୁଭ କାମ କରି ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ରହିବ। କଠିନ ପରିଶ୍ରମ କରିବା ଫଳରେ ଆୟବୃଦ୍ଧି ହେବ। ଭଲଭାବରେ ଚିନ୍ତା କରି କାମରେ ଆଗେଇବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-ଶତୃମାନେ ଦୂରେଇ ଯିବେ ଓ ମାନସିକ ଶାନ୍ତି ମିଳିବ। ନୂତନ ଦ୍ରବ୍ୟ କ୍ରୟ କରିବେ। ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ। କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି। ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ। ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ଭଲ ରହିବ। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ପ୍ରବାସ ଯାତ୍ରାରେ ଲାଭବାନ ହେବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ରାଜନୀତିରେ ଉନ୍ନତି ହେବ। ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ବିଚ୍ଛା:-ସରକାରୀ କାମରେ ସଫଳତା ପାଇବେ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। କର୍ମକ୍ଷେତ୍ରରେ ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ। ଆର୍ଥିକ କ୍ଷେତ୍ରରେ ପ୍ରବଳ ଉନ୍ନତି ହେବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗୀ ପରୀକ୍ଷା ଅଥବା ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନୂତନପନ୍ଥା ଅନୁସରଣ କରିବେ। କୋର୍ଟ କଚେରୀ ମାମଲାରେ ସଫଳ ହେବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ଧନୁ:-ଅପେକ୍ଷା କରିଥିବା କାର୍ଯ୍ୟଟି ପୂରଣ କରିବା ପାଇଁ ସକ୍ଷମ ହେବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍। ମାଲିମୋକଦ୍ଦମାରେ ସଫଳତା ମିଳିବ। ତରବରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡକୁ ନଜର ଦେଇ କାମ କରିବା ଉଚିତ୍। ଦାମ୍ପତ୍ୟ କଳହ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମକର:-ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। ପରିଶ୍ରମ ଓ ମେହନତର ପରିଣାମ ମିଳିବ। ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ସ୍ଥଗିତଥିବା କର୍ମଟି ପୂରଣ ହେବାପାଇଁ ଆର୍ଥିକ ସଙ୍କଟ ଦୂରେଇ ଯିବ। କୌଣସି ନୂତନ କର୍ମ କରୁଥିଲେ ସେଥିରେ ବିଜୟୀ ହେବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

କୁମ୍ଭ:-ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ପଦୋନ୍ନତିର ସୂଚନା ପାଇବେ। ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି। ଆର୍ଥିକ ସ୍ଥିତି ସ୍ଵଛଳତା ସହ ବ୍ୟାଙ୍କବାଲାନ୍ସ ବୃଦ୍ଧି ହେବ। ଦାମ୍ପତ୍ୟ କଳହ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ଛାତ୍ରଛାତ୍ରୀମାନଙ୍କର ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ରାଜନୀତିରେ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-ଶତ୍ରୁମାନେ ମଥାନତ କରିବେ। ପୂରାତନ ରୋଗର ଉପଶମ ଓ ବନ୍ଧୁ ସମାଗମ ହେବ। ସାମାଜିକ କ୍ଷେତ୍ରରେ ସମ୍ମାନ ବଢିବା ସହ ସମସ୍ତ କାର୍ଯ୍ୟ ମନୋନୁକୂଳ ହେବ। ପରିବାରରେ ପ୍ରସନ୍ନତା ବିରାଜମାନ କରିବା ସହ ପାରିବାରିକ ସ୍ନେହ ସହାନୁଭୂତି ପ୍ରାପ୍ତି ହେବ। ସନ୍ତାନଙ୍କର ଉନ୍ନତିରେ ଖୁସିହେବେ। କର୍ମକ୍ଷେତ୍ରରେ ମତାନ୍ତର ମନାନ୍ତର ଦୂର ହୋଇ ସଫଳତାର ସାମ୍ନା କରିବାକୁ ପଡିବ। ଗଠନମୂଳକ କାର୍ଯ୍ୟପ୍ରତି ଆଗ୍ରହ ବଢ଼ିବ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!