ଦୈନିକ ରାଶିଫଳ: 16 ଜୁଲାଇ 2023, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବ। ବ୍ୟବସାୟୀ ମାନଙ୍କର ସହଯୋଗ ପାଇ ମନ ଖୁସୀ ରହିବ ଓ ପ୍ରଚୁର ଲାଭ ପାଇବେ। ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ହାତକୁ ନେଇଥିବା କାର୍ଯ୍ୟପାଇଁ କଠିନ ପରିଶ୍ରମ କରିବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ବୈଷୟିକ ଅଭିବୃଦ୍ଧି ପାଇଁ ସମାଧାନର ରାସ୍ତା ପ୍ରସ୍ତୁତ କରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରି ସ୍ଥଗିତଥିବା କର୍ମଟି ପୂରଣ କରି ପାରନ୍ତି। ବିଦେଶ ଯାତ୍ରା ଫଳରେ ଅଟକିଥିବା ଅର୍ଥ ପ୍ରାପ୍ତି ହେବ। ଚେଷ୍ଟା କଲେ କର୍ମ ନିଯୁକ୍ତିରେ ସଫଳ ହେବେ। ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-ଶିକ୍ଷାକ୍ଷେତ୍ରରେ ଚଳଚଞ୍ଚଳ ହୋଇ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବାକୁ ଚେଷ୍ଟା କରିବେ। ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଆୟ ବୃଦ୍ଧିହେବା ସହ ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିପାରିବେ। ନିଷ୍ଠାର ସହ ପରିଶ୍ରମ ଫଳରେ କର୍ମ କ୍ଷେତ୍ରରେ ସମ୍ପୂର୍ଣ୍ଣ ଲାଭ ପାଇବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳହେବେ। ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ:-ରାଜନୀତି କ୍ଷେତ୍ରରେ ଲୋକ ସମର୍ଥନକୁ ଆଧାର କରି ବଳୀୟାନ ହେବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ପରିବାରରେ ଅଭାବ ଅନାଟନ ଦୂର ହୋଇ ସ୍ଥିତି ସନ୍ତୋଷ ପ୍ରଦ ହେବ। ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ପାଇବେ। ଶତ୍ରୁହାନି, ଉଚ୍ଚପ୍ରଶଂସା ଲାଭ, ଦମ୍ଭସାହସବୃଦ୍ଧି, କ୍ଷମାଗୁଣରେ ଯଶପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯିବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ସିଂହ:-ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ବ୍ୟବସାୟ ପ୍ରସାର ପ୍ରଚାର ଫଳରେ ବିଶେଷ ଲାଭବାନ୍ ହେବେ। ନୂତନ କାର୍ଯ୍ୟକିଛି ଶୁଭାରମ୍ଭ କରି ପାରନ୍ତି। ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ସମସ୍ତ କାର୍ଯ୍ୟ ମନଇଛା ଅନୁସାରେ ସମ୍ପନ୍ନ ହେବା ସହ ନୂଆ ଲୋକଙ୍କ ସହ ସମ୍ପର୍କ ହେବ। ସ୍ୱାସ୍ଥ୍ୟସମସ୍ୟା ଦୂରହୋଇ ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

କନ୍ୟା:-ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ। ଶତୃ ଓ ବିରୋଧୀ ମାନେ ପରାସ୍ତ ହେବା ଫଳରେ ରାଜନୀତି କ୍ଷେତ୍ରରେ ସମ୍ମାନ ପାଇବେ। ଅଧ୍ୟୟନ-ଅଧ୍ୟାପନ କାର୍ଯ୍ୟରେ ବ୍ୟସ୍ତ ରହିବେ। ବୌଦ୍ଧିକ କାର୍ଯ୍ୟରେ ନିୟୋଜିତ ହେବେ ଓ ପିଲାମାନେ ଘର କାମରେ ଆଗ୍ରହ ଦେଖାଇବେ।ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରି ପାରନ୍ତି। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-ଅନ୍ୟମାନଙ୍କ ପରାମର୍ଶ ଅପେକ୍ଷା ନିଜ ନିଷ୍ପତ୍ତି ଉପରେ ଅଧିକ ପ୍ରାଧାନ୍ୟ ଦିଅନ୍ତୁ। ନିଜର ଚତୁରତା ଓ ବିବେକ ହେତୁ ସମସ୍ତ ବିପରୀତ ପରିସ୍ଥିତିର ସାମ୍ନା କରି ପାରିବେ। ଧନଲାଭ ହେବା ଯୋଗୁ ଅଧା ଅଧୁରାଥିବା କାର୍ଯ୍ୟ ପୂରଣ ହୋଇଯିବ। ବ୍ୟବସାୟୀ ମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ଆଶାତୀତ ଲାଭ ପାଇବେ। ଅସହାୟ ମାନଙ୍କୁ ସାହାଯ୍ୟ କରିବା ଦ୍ଵାରା ସାଧାରଣ ଲୋକମାନେ ସମ୍ମାନ ଦେବେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ସମସ୍ତ କ୍ଷେତ୍ରରେ ସଫଳତା ମିଳିବାସହ ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ବିଜୟୀ ହେବେ। ବ୍ୟବସାୟିକ ଯାତ୍ରା କରିବା ଦ୍ଵାରା ଭବିଷ୍ୟତରେ ଧନ ଲାଭ ହେବାର ସମ୍ଭାବନା ଅଛି। ଜମି, ଯାନବାହାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ କରିପାରିବେ। କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବେ। ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଦୂର ହେବ। ମନରେ ଭୟ ଆଶଙ୍କା ଦୂରେଇ ଯାଇ ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ପ୍ରତିକାର- ନାଲି ରୁମାଲ ଟିଏ ପାଖରେ ରଖନ୍ତୁ।

ଧନୁ:-ଶତୃ ପରାଜିତ ହେବେ ଓ ଶାରିରୀକ ଅସୁସ୍ଥତା ଦୂରହେବ। ଅଧ୍ୟୟନ-ଅଧ୍ୟାପନ କାର୍ଯ୍ୟରେ ବ୍ୟସ୍ତ ରହି ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ। ଶୁଭକାମ କରି ପ୍ରଶଂସିତ ହେବେ। ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ। କର୍ମଚାରୀମାନେ ଭାରସାମ୍ୟ ରକ୍ଷାକରି ସାଧାରଣ ବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। ବ୍ୟାପାର ଓ କାରବାରରେ ବହୁତ ଲାଭ ପାଇବାର ଯୋଗଅଛି। ପ୍ରତିକାର:- କଦଳୀଗଛ ମୂଳରେ ହଳଦୀପାଣି ଢାଳନ୍ତୁ।

ମକର:-ନୈତିକତା ହିସାବରୁ ଆପଣ ଉଚ୍ଚପ୍ରଶଂସିତ ହେବା ସହ ଉଚ୍ଚାଧିକାରୀ ବ୍ୟକ୍ତିମାନେ ପ୍ରସନ୍ନ ରହିବେ। ଶତୃମାନେ ଦୂରେଇଯିବେ ଓ ଯଶ, ମାନସମ୍ମାନ ପ୍ରତିଷ୍ଠା ମିଳିବ। ସମସ୍ୟା ଦୂରହୋଇ ଉଚ୍ଚ ଆଶାରେ ଆଗେଇବେ। ଅଧାଅଧୁରା ଥିବା କାର୍ଯ୍ୟ ପୂରଣ ହେବ। କଠିନ ପରିଶ୍ରମ କରି ନିଜର ପତିଆରା ବଜାୟ ରଖିବେ। ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇଯିବ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ:-ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ। ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ। ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ। କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ଯୋଗ ଦେବେ। ବହୁତ ପଇସା ଇନକମ୍ କରିବେ। ନୂଆ କ୍ୟାରିୟର ଆରମ୍ଭ କରିପାରିବେ। ସାମୁହିକ ଗତିବିଧି ଦ୍ଵାରା ସଫଳତା ହାସଲ କରି ପାରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେଇ ପାରନ୍ତି। କର୍ମକ୍ଷେତ୍ରରେ ନୂଆ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମୀନ:-ଶରୀର ସୁସ୍ଥ ରହିବ। ସମସ୍ତ ସମସ୍ୟା ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ କରି କଷ୍ଟରୁ ମୁକ୍ତି ପାଇବେ। କୌଣସି ସମାଜିକ ଉତ୍ସବରେ ଯୋଗଦାନ କରିବେ। ପ୍ରତିଯୋଗୀତା, ପରୀକ୍ଷା ଓ ପ୍ରତିସ୍ପର୍ଦ୍ଧାରେ ସଫଳତା ମିଳିବ। ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ। ଗୃହୋପକରଣ ନୂତନ ଦ୍ରବ୍ୟ କ୍ରୟ କରିବେ। ବ୍ୟାପାରରେ କୌଣସି ନୂଆ କାମ, ଏଗ୍ରୀମେଣ୍ଟ ବା ନୂଆ ଅର୍ଡର ମିଳିପାରେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!