ମେଷ:-ବ୍ୟବସାୟରେ କଠିନ ପରିଶ୍ରମର ସକରାତ୍ମକ ଫଳାଫଳ ପାଇବେ। ଯେକୌଣସି ପରିସ୍ଥିତିରେ, ଆପଣଙ୍କର ଭାବନା ଓ କ୍ରୋଧକୁ ନିୟନ୍ତ୍ରଣ କରି ଉଚ୍ଚାଧିକାରୀଙ୍କର ପ୍ରିୟପାତ୍ର ହୋଇ ପାରିବେ। ପିଲାମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ଏବଂ କ୍ୟାରିୟର ସମ୍ବନ୍ଧୀୟ ସଫଳତା ପାଇପାରିବେ। ଦଳଗତ କାର୍ଯ୍ୟ ଆପଣଙ୍କୁ ଅସୁବିଧାରେ ସାହାଯ୍ୟ କରିବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ବୃଷ:-ନିଜର କାମକୁ ଅନ୍ୟମାନଙ୍କୁ ଦେବା ଠାରୁ ଦୂରେଇ ରୁହନ୍ତୁ। ଲୋକମାନେ ଆପଣଙ୍କ ମତ ସହିତ ସହମତ ହେବା ଫଳରେ ଆନନ୍ଦିତ ହେବେ। ପ୍ରେମିକା ପ୍ରେମିକମାନେ ନିଜ ନିଜ ସହିତ ଭଲରେ ସମୟ ବିତାଇପାରନ୍ତି। ବ୍ୟବସାୟରେ ଆଶା କରାଯାଉଥିବା ଠାରୁ ଅଧିକ ଲାଭ ହେବ। ନିଜର ଚିନ୍ତାଧାରାକୁ ଭଲପାଉଥିବା ଲୋକଙ୍କ ସହିତ ବାଣ୍ଟି ପାରିବେ। କୌଣସି ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ମିଥୁନ:-ବ୍ୟବସାୟରେ ଆୟ ବୃଦ୍ଧି ପାଇପାରେ। ପ୍ରେମ ସଂପର୍କରେ ଭାବପ୍ରବଣତା ସମସ୍ୟାର ସାମ୍ନା କରିବାକୁ ପଡିପରେ। ଜିଦ୍ଖୋର ମନୋଭାବ ଗ୍ରହଣ କରିବା ହେତୁ କିଛି ଲୋକ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି। ବ୍ୟବସାୟରେ ନୂତନ ଜିନିଷ କ୍ରୟ ବିକ୍ରୟ କରିବା ପାଇଁ ଚେଷ୍ଟା କରିବେ। ବିବାହିତ ଜୀବନ ସୁଖଦ ହେବ। ଅଧିକ ବିଶ୍ଵାସ କରୁଥିବା ଲୋକମାନେ ଆପଣଙ୍କୁ ପ୍ରତାରଣା କରିପାରନ୍ତି। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
କର୍କଟ:-ଉଚ୍ଚପଦବୀରେ ଥିବା ବ୍ୟକ୍ତି ସାଧାରଣ କର୍ମଚାରୀଙ୍କ ଉପରେ ଅଧିକ ବିଶ୍ୱାସ କଲେ ମାନ ସମ୍ମାନ ବୃଦ୍ଧି ପାଇବ। ପାରିବାରିକ ଦାୟିତ୍ଵଭାର ଆପଣଙ୍କ ଉପରେ ରହିବ। ଯେଉଁ କାରଣରୁ ଆପଣଙ୍କୁ ଆଧ୍ୟାତ୍ମିକ ସନ୍ତୁଷ୍ଟିର ଅନୁଭବ ଦେବ। ଦୈନଦିନ କାର୍ଯ୍ୟରେ ଭଲ ଅଭ୍ୟାସକୁ ଅନ୍ତର୍ଭୁକ୍ତ କରି ପାରିବେ। ସାମାଜିକ କାର୍ଯ୍ୟରେ ନିଜର ସଫଳତା ପାଇଁ ଆପଣ ଗର୍ବିତ ଅନୁଭବ କରିବେ। ପରିଶ୍ରମ କରି ସମସ୍ତ କାମକୁ ସମ୍ଭାଳି ନେବେ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।
ସିଂହ:-ଆଇନଗତ ପ୍ରସଙ୍ଗରେ ବିଜୟି ହୋଇ ସମାଜରେ ଖ୍ୟାତି ଓ ସମ୍ମାନ ପାଇବେ। ନିଜର ଚିନ୍ତାଧାରାକୁ ସକାରାତ୍ମକ ରଖିବା ଫଳରେ ଲୋକମାନେ ଆପଣଙ୍କ ଉଦାର ପ୍ରକୃତିର ପ୍ରଶଂସା କରିବେ। ବ୍ୟକ୍ତିଗତ ବିଷୟ ସମ୍ବନ୍ଧରେ ସମ୍ପର୍କୀୟମାନେ ଆପଣଙ୍କଠାରୁ ମତାମତ ନେଇ ପାରନ୍ତି। ସୁନ୍ଦର ସ୍ଥାନକୁ ପରିବାର ସହିତ ରାତ୍ରୀ ଭୋଜନ ପାଇଁ ଯାଇପାରନ୍ତି। ବିବାହିତ ଜୀବନ ଅତ୍ୟନ୍ତ ଆନନ୍ଦଦାୟକ ହେବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
କନ୍ୟା:-ଦଳଗତ ସମସ୍ୟାରେ ସଫଳତା ପାଇଁ ଗର୍ବିତ ହେବେ। ଏକ ବଡ କମ୍ପାନୀରୁ ଚାକିରିର ସୁଯୋଗ ପାଇପାରିବେ ଓ ନୂତନ ପ୍ରକଳ୍ପଗୁଡିକ ସହଜରେ ସମାଧାନ ହୋଇପାରେ। ଷ୍ଟକ୍ ମାର୍କେଟ୍ ସହିତ ଜଡିତ ଲୋକମାନେ ସାବଧାନତାର ସହିତ ବିନିଯୋଗ କରିବା ଉଚିତ୍ କାରଣ ବହୁତ ଭଲ ଲାଭ ପାଇ ପାରିବେ। ଆପଣଙ୍କର ଚିନ୍ତାଧାରାକୁ ଘନିଷ୍ଠ ବନ୍ଧୁମାନଙ୍କ ସହିତ ଅଂଶୀଦାର କରିପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ତୁଳା:-ପ୍ରିୟ କାର୍ଯ୍ୟ ବିଷୟରେ ବହୁତ ଆଗ୍ରହୀ ହେବେ ଓ ଅର୍ଥ ସ୍ଥିତିରେ ଉନ୍ନତି ହେବ। ବ୍ୟବସାୟ କ୍ଷେତ୍ରରେ ନିଜର ଦକ୍ଷତା ଅନୁଯାୟୀ ଆର୍ଥିକ ଲାଭ ପାଇବେ। ବୈଷୟିକ ଶିକ୍ଷା ସହିତ ଜଡିତ ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ ବୃତ୍ତି ବିକଳ୍ପ ପାଇପାରିବେ। କିଛି ଲୋକ ଆପଣଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିପାରନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଭଲ ସୂଚନା ପାଇପାରିବେ। ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ବିଚ୍ଛା:-ବ୍ୟବସାୟ ପ୍ରସାର ଫଳରେ ବିଶେଷ ଲାଭବାନ୍ ହେବେ। ଅଟକିଥିବା ଧନ ସହଜରେ ହସ୍ତଗତ ହେବା ଫଳରେ ଅଭାବ ଅନାଟନ ଦୂର ହୋଇ ଆର୍ଥିକ ସ୍ଥିତି ସନ୍ତୋଷ ପ୍ରଦ ହେବ। ପିଲାମାନଙ୍କ କାର୍ଯ୍ୟରେ ଉନ୍ନତି ହେବ। ଘରର କେହି ଉନ୍ନତିର ବିଶେଷ ସ୍ତରକୁ ଉଠିଯିବେ। ଅଚାନକ ଯାତ୍ରା ଫଳରେ ବିଶେଷ ଉପକୃତ ହେବେ। ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷାରେ ଜୟଯୁକ୍ତ ହେବେ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।
ଧନୁ:-ରୋଗୀମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ମାର୍କେଟିଂ ସହିତ ଜଡିତ ଲୋକମାନେ ଭଲ ଆର୍ଥିକ ଲାଭ ପାଇବେ। ଆପଣଙ୍କ ମତାମତ ଅନ୍ୟମାନଙ୍କ ପାଇଁ ବହୁତ ସହାୟକ ହେବ। ବ୍ୟବସାୟରେ ବଡ ନିବେଶ କରିପାରିବେ। ସରକାରଙ୍କ ଠାରୁ ସମ୍ମାନ ମିଳିପାରେ। ଅଳ୍ପ ଦୂରତା ଯାତ୍ରା କରିବାର ସମ୍ଭାବନା ଅଛି। କର୍ମକ୍ଷେତ୍ରରେ ଯଶ ବଢିବ। ପୈତୃକ ବ୍ୟବସାୟରେ ଉନ୍ନତି ହେବ। ପୂର୍ବରୁ କରିଥିବା ପରିଶ୍ରମର ଫଳ ସ୍ୱରୂପ ଉପଯୁକ୍ତ ପରିଣାମ ମିଳିପାରେ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।
ମକର:-ଧାର୍ମିକ କାର୍ଯ୍ୟକ୍ଷେତ୍ରରେ ଅଂଶ ଗ୍ରହଣ କରି ନୂଆ ସମ୍ଭାବନାକୁ ଖୋଜିବେ। ଏକାଥରକେ ଅନେକ ଚିନ୍ତାଧାରାରେ ହତାଶ ହୁଅନ୍ତୁ ନାହିଁ। କର୍ମକ୍ଷେତ୍ରରେ ନିଜ ଇଛାକୁ ଅନୁସରଣ କରିବେ। ଭବିଷ୍ୟତକୁ ଚିନ୍ତା କରି ନିଜ କ୍ୟାରିୟର ପାଇଁ ଯୋଜନା କରିବେ। ବୌଦ୍ଧିକ ଆଲୋଚନାରେ ଭାଗ ନେଇପାରନ୍ତି। ପ୍ରୋଫେଶନାଲ ମାମଲାକୁ ନେଇ ଭାଗ୍ୟବାନ ହେବେ। ନିଜର ନୈତିକ ମୂଲ୍ୟବୋଧ ହେତୁ ସମ୍ମାନ ପ୍ରାପ୍ତ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କୁମ୍ଭ:-ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ। ସମାଜର ଗୁରୁତ୍ଵପୂର୍ଣ୍ଣ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ମଜବୁତ ହେବ। ଗୁରୁଜନଙ୍କ ମାର୍ଗଦର୍ଶନ ହେତୁ କର୍ମକ୍ଷେତ୍ରରେ ଲାଭ ମିଳିବ। ଅଚଳ ସମ୍ପତ୍ତି କିଣି ପାରିବେ। ସବୁ କ୍ଷେତ୍ରରେ ଶୁଭଫଳ ମିଳିବ। ବ୍ୟବସାୟରେ ଗ୍ରାହକ ମାନଙ୍କ ସହିତ ସମ୍ପର୍କ ଭଲ ରହିବ। ପ୍ରେମୀକ ପ୍ରେମିକାମାନଙ୍କ ବିବାହ କରିବା ପାଇଁ ପ୍ରସ୍ତାବ ଆସିବ। ନିଜକୁ ଦୁର୍ବଳ ଓ ଅସହାୟ ମନେ କରି ପାରନ୍ତି। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ମୀନ:-ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ।ବ୍ୟବସାୟରେ ଅଂଶୀଦାରମାନଙ୍କ ସହିତ କିଛି ଚୁକ୍ତିନାମା କରି ପାରନ୍ତି। ବ୍ୟବସାୟରେ କଠିନ ପରିଶ୍ରମର ଫଳାଫଳ ପାଇବେ। ଘର କିମ୍ବା କାର୍ଯ୍ୟାଳୟର ନବୀକରଣ ପାଇଁ ଯୋଜନା କରିପାରିବେ। ଜୀବନସାଥୀଙ୍କ ପ୍ରତି ପ୍ରେମ ଓ ସମ୍ମାନ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନରେ ବହୁତ ଖୁସି ରହିବେ। ବୟନଶିଳ୍ପ ବ୍ୟବସାୟୀଙ୍କ ଆୟ ବୃଦ୍ଧି ପାଇପାରେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।