ଦୈନିକ ରାଶିଫଳ: 16 ଜାନୁୟାରୀ 2025, ଗୁରୁବାର, ମା’ ଲକ୍ଷ୍ମୀଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଉଚ୍ଚପ୍ରଶଂସିତ ହେବେ। ବନ୍ଧୁ ମିଳନରେ ମନ ପ୍ରଫୁଲ୍ଲ ରହିବ ଓ ବନ୍ଧୁଙ୍କ ସମସ୍ୟା ସମାଧାନ କରିବା ପାଇଁ ଚିନ୍ତା କରିବେ। ଆର୍ଥିକସ୍ଥିତି ପୂର୍ବପରି ଠିକ୍ ରହିବ। ପରିବା ଚାଷି ଓ ବ୍ୟବସାୟୀମାନେ ଆଶାତୀତ ଲାଭ ପାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ। ପ୍ରତିକାର-ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। ଉଚ୍ଚ ସମ୍ଭବନାର ଆଶା ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ ଓ ପରିଶ୍ରମ, ମେହନତର ପରିଣାମ ମିଳିବ। ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସମ୍ମାନଜନକ ଘଟଣା ଘଟିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-ସାଧୁସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ। କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହୋଇ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। କେହି ବାଦ ସାଧିବା ଉଦେଶ୍ୟରେ କାଗଜପତ୍ର ଗୋଳମାଳ କରାଇ ରାଜକୋପର ବଳୟମଧ୍ୟକୁ ଘୋଷାଡ଼ି ନେଇ ପାରନ୍ତି। ତେଣୁ ସତର୍କ ରହିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ। ପାରିବାରିକ ଜୀବନ ଆନନ୍ଦମୟ ହେବ। ଦୂରଯାତ୍ରାର ସୁଯୋଗ ପାଇବେ। ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭବାନ ହେବେ। ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ। ନୂତନ ଯାନକ୍ରୟ, ଗୃହନିର୍ମାଣ ଆଦି କରି ପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ। ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ ହୋଇପାରିବ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଗେଇ ନବା ଉଚିତ୍। ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ପ୍ରତିକାର-ମଥାରେ ଶ୍ଵେତ ଚନ୍ଦନ ର ଟିକା ନିଶ୍ଚିନ୍ତ ଲଗାନ୍ତୁ।

କନ୍ୟା:-ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଦେଖାଦେବ। ଅଚାନକ ଧନ ପ୍ରାପ୍ତି ହେବା ଫଳରେ ଆର୍ଥିକ କ୍ଷେତ୍ରରେ ପ୍ରବଳ ଉନ୍ନତି ହେବ। ଜମି, ଜାଗା, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କର୍ମ ନିଯୁକ୍ତି ପାଇ ପାରନ୍ତି। ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ପ୍ରତିକାର:-ଗଙ୍ଗାଜଳ ସେବନ କରନ୍ତୁ।

ତୁଳା:-ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପାରିବାରିକ ସମସ୍ୟାର ସମାଧାନ ହୋଇ ଆନନ୍ଦିତ ହେବେ। ଆର୍ଥୀକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ। ପରୀକ୍ଷା ଓ ସାକ୍ଷାତକାରରେ ସଫଳତା ମିଳିବ। ରାଜନୈତିକ କ୍ଷେତ୍ରରେ ଉଚ୍ଚାଧିକାରୀ ସନ୍ତୁଷ୍ଟ ରହିବେ ଓ ଭଲ କାର୍ଯ୍ୟ କରି ଆଶାଆକାଂକ୍ଷାକୁ ପୂର୍ଣ୍ଣ କରିପାରିବେ। ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ବ୍ୟବସାୟରେ ସଫଳତା ଅର୍ଜନ କରିବା ସହ ଦୂରଯାତ୍ରାର ସୁଯୋଗ ପାଇବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ଯୁବକ ଯୁବତୀ ମାନଙ୍କର ଉତ୍ତରଦାୟିତ୍ୱ ବଢ଼ିବ। ଭୌତିକ ସୁଖ-ସୁବିଧା ସାଧନର ବୃଦ୍ଧି ହେବ ଓ ପରିଶ୍ରମ କଷ୍ଟର ପୁରା ଲାଭ ମିଳିବ। ପ୍ରାୟକାର୍ଯ୍ୟ ପୂରଣ ହେବା ସହ ଆୟ ବୃଦ୍ଧିହେବ। ପ୍ରେମ-ପ୍ରସଙ୍ଗରେ ନିଶ୍ଚିତ ରୂପରେ ସଫଳତା ମିଳିବ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ଧନୁ:-ଦୂରଯାତ୍ରାର ସୁଯୋଗ ପାଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଉଚ୍ଚାଧିକାରୀମାନେ ପ୍ରସନ୍ନ ରହିବେ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ। ଆର୍ଥିକ କ୍ଷେତ୍ରରେ ଉନ୍ନତିହେବା ସହ ନୂଆ ଯୋଜନାରେ ସଫଳହେବେ। ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରି ଖୁସିର ବାତାବରଣସ୍ଥାୟି ରହିବ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ମକର:-ଯାତ୍ରାଫଳରେ ଉତ୍ସାହିତ ହେବେ ଓ ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବେ। କର୍ମକ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦପଦବୀ ଲାଭ ହେବ। ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ସ୍ଥଗିତ ଥିବା କର୍ମଟି ସହଜ ସରଳରେ ପୂର୍ଣ୍ଣହେବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହୀ ହେବାର ସମ୍ଭାବନା ଅଛି। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ ଓ ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ। ପାରିବାରିକ ତିକ୍ତତାର ସମସ୍ୟା ଦୂର ହୋଇ ସାଧାରଣ ଚଳଣି ଅତୁଟ ରହିବ। ରାଜନୈତିକ କ୍ଷେତ୍ରରେ ଶତୃମାନେ ଦୁର୍ବଳ ହେବେ। ଅଧ୍ୟୟନ, ଅଧ୍ୟାପନ, ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ମିଳିବ। ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ଶଙ୍କଟ ଭୋଗି ପାରନ୍ତି। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ମୀନ:-ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ। କର୍ମକ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବେ। ଅଫିସରେ ଲାଗି ରହିଥିବା ସମସ୍ୟା ଦୂର ବେବ। ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ। ନୂଆ ଜ୍ଞାନର ବୃଦ୍ଧି ହେବ। ପାରିବାରିକ ସମସ୍ୟା ସୁଧାରିବା ପାଇଁ ଚେଷ୍ଟା କରିବେ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!