ମେଷ:-ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ସହକର୍ମୀ ମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ ଓ ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ। ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ। ଭାଇଙ୍କ ସହିତ ଲାଗିଥିବା ବିବାଦର ସମାଧାନ ହୋଇ ପାରିବ। ବ୍ୟବସାୟୀ ମାନେ ନାନା ପ୍ରକାର ସଙ୍ଘର୍ଷ ମଧ୍ୟରେ ବାଟ ଚାଲିବେ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ। ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ବୃଷ:-ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଶତୃମାନେ ପରାଜିତ ହେବେ ଓ ସୁସ୍ଥ ମାନସିକତା ରକ୍ଷାକରି ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ। ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ସହକର୍ମୀଙ୍କ ସହ ବାଦବିବାଦର ସମାଧାନ ହୋଇ ଶାନ୍ତି ଉପୁଜିବ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ନୂଆ ଜ୍ଞାନର ବୃଦ୍ଧି ହେବ ଓ ସୁଖ ସମ୍ପଦ ପ୍ରାପ୍ତି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ମିଥୁନ:-ବ୍ୟବସାୟରେ ପୂର୍ବ ସମସ୍ୟାର ସମାଧାନ ହୋଇ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ଦୂରଯାତ୍ରାର ସୁଯୋଗ ପାଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଜାଗାଜମି, ଯାନ ବାହାନ ଓ ଗୃହ ଉପକରଣ କ୍ରୟ କରି ପାରନ୍ତି। ଶତ୍ରୁମାନେ ପରାଜିତ ହେବା ସହ ଧନଦାୟକ ଅନେକ ଶୁଭକର୍ମର ସୁଯୋଗ ପାଇବେ। ବନ୍ଧୁ ମିତ୍ରଙ୍କର ଆର୍ଥିକ ସହାୟତାରେ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣ ହେବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।
କର୍କଟ:-ଶତୃ ଓ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ବିଦ୍ୟା କ୍ଷେତ୍ରରେ ପ୍ରତିଭାର ବିକାଶ ହେବ। ଅତୀତରେ ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍ ମିଳିଯିବ। ସମାଜ ସେବାରେ ସୁନାମ ଅର୍ଜନ କରିବେ। କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।
ସିଂହ:-ସାଧୁସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବା ସହିତ ସମୟ ମଧ୍ୟ ଆନନ୍ଦମୟ ହେବ। ବନ୍ଧୁ ମିତ୍ରଙ୍କ ଆଗମନ ହେବ। ଅଯଥା ଭ୍ରମଣ କରିବା ଫଳରେ ଅଯଥା ଖର୍ଚ୍ଚ ମଧ୍ୟ କରିବାକୁ ପଡିବ। ବ୍ୟବସାୟରେ ମନ ଲଗେଇ କାମକଲେ ଅଶୁଭତ୍ୱ ନାଶହୋଇ ଶୁଭ ଫଳ ପ୍ରାପ୍ତି ହେବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
କନ୍ୟା:-ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ଭଲ ରହିବା ସହ ଆର୍ଥିକ ଚିନ୍ତାରୁ ମୁକ୍ତି ମିଳିବ। ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସ୍ଵାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟିପାରେ। ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ, ଶୁଭ ପରିଣାମ ମଧ୍ୟ ସାମ୍ନାକୁ ଆସିବ। ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। ବ୍ୟାପାର ଓ କାରବାରରେ ସୁଧାର ଆସିବା ଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ ଓ ପରିସ୍ଥିତି ବଦଳିଯିବ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।
ତୁଳା:-ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ପାଇ ଗୃହରେ ଶୁଭ କାର୍ଯ୍ୟର ସମାଧାନ ହୋଇ ପାରେ। ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବା ସହ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଉଚିତ୍ ପନ୍ଥା ଗ୍ରହଣ କଲେ ରୋଜଗାର ସମସ୍ୟା ସୁଧୁରି ଯିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ କଷ୍ଟ ଅନୁଭବ କରିବେ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଆବଶ୍ୟକ। ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ବିଚ୍ଛା:-ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ। ପ୍ରେମୀକ ପ୍ରେମିକାଙ୍କ ମିଳନ ହେବ ଓ ସଫଳତା ମିଳିବ। ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ଭଲ ରହିବ। ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। ନୂତନ ଯୋଜନା ପ୍ରସ୍ତୁତ କଲେ ବ୍ୟବସାୟରେ ଆୟ ଉପାର୍ଜ୍ଜନର ବୃଦ୍ଧି ହେବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।
ଧନୁ:-ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟିହେବ। କାର୍ଯ୍ୟବ୍ୟସ୍ତତା ଯୋଗୁ ପରିବାର ଏବଂ ସାଙ୍ଗସାଥିଙ୍କ ଠାରୁ ଦୂରରେ ରହି ପାରନ୍ତି। କର୍ମକ୍ଷେତ୍ରରେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣାତାକୁ ମୁଖ୍ୟ କରି ଚଳିବା ହିତକର ହେବ। ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ। ପାରିବାରିକ କ୍ଷେତ୍ରରେ କେତେକ କର୍ମରେ ସଫଳତା ପ୍ରାପ୍ତି ହେବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ମକର:-ଆୟରସ୍ରୋତ ଖୋଲିଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। କୌଣସି ନୂତନ କର୍ମ କରୁଥିଲେ ସେଥିରେ ବିଜୟୀ ହେବେ। ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ। ମିତ୍ରଙ୍କ ଦ୍ଵାରା ସହାୟତା ମିଳିବା ଫଳରେ ଟଙ୍କାର ଆବଶ୍ୟକତା ପୂରଣ ହୋଇପାରେ। ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି। ଆର୍ଥିକ ସ୍ଥିତି ସ୍ଵଛଳ ରହିବ। ନୂତନ ବ୍ୟବସାୟ ଆରମ୍ଭ କଲେ ଲାଭ ହେବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
କୁମ୍ଭ:-କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ମିଳିବା ସହ ମିତ୍ର ଓ ସହଯୋଗୀମାନେ ସମର୍ଥନ କରିବେ। ଆର୍ଥିକ ସ୍ଥିତିରେ ସୁଦୃଢ ଓ ସକ୍ଷମ ସ୍ଥିତିରେ ରହିବେ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଉପରିସ୍ଥ କର୍ମଚାରୀ ଦେଇଥିବା ପ୍ରତିଶୃତି ରକ୍ଷା କରବେ ଓ କୌଣସି ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ। ଅଫିସରେ କରିଥିବା କାମର ଶୁଭ ସୂଚନା ପାଇବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ ନକରିବା ଉକିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ମୀନ:-ଶାରିରୀକ ଅସୁସ୍ଥତା ଦୂରହେବ। ସାମାଜିକ କାର୍ଯ୍ୟ ହେତୁ ଯାତ୍ରା କରିବେ। ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ। ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ। ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ଧାର୍ଯ୍ୟ ହେବ। ଅର୍ଥ ଉପାର୍ଜନରେ ଏକନିଷ୍ଠ ହେବେ। ପାରିବାରିକ ଜୀବନରେ ଶାନ୍ତି, ଭାଇଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ। ଶୁଭ ସମାଚାର ମିଳିପାରେ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।