ଦୈନିକ ରାଶିଫଳ: 13 ଫେବୃୟାରୀ 2025, ଗୁରୁବାର, ମା’ ଲକ୍ଷ୍ମୀଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ବ୍ୟବସାୟିକ କ୍ଷେତ୍ରରେ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହୋଇ ଆଶାଜନକ ଫଳ ପ୍ରାପ୍ତିହେବ। ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡ଼ି ପାରେ। କର୍ମକ୍ଷେତ୍ରରେ ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତିହେବ। ପୈତୃକ ସମ୍ପତ୍ତିପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ। ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତିଅଟଳ ରଖି ପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ସନ୍ତାନଙ୍କର ଶିକ୍ଷାରେ ଦେଖାଦେଉଥିବା ପ୍ରତିବନ୍ଧକ ଦୂର ହେବ। ସରକାରୀ କାର୍ଯ୍ୟ ସହଜରେ ପୂରଣ ହୋଇଯିବ।ବ୍ୟବସାୟରେ ବଡ ଧରଣର ପୁଞ୍ଜି ନିବେଶ କରିପାରିବେ। ଜୀବନ ପ୍ରତି ସକାରାତ୍ମକ ମନୋଭାବ ରହିବ। ଛାତ୍ର ଛାତ୍ରୀମାନେ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଭଲ ପରିଣାମ ପାଇବେ। ବଦନାମ ହେବାର ସମ୍ଭାବନା ରହିଛି। ସେଥିପାଇଁ ଭାବିଚିନ୍ତି ବୁଝିବିଚାରୀ ସାର୍ବଜନୀକ ସ୍ଥାନରେ ପ୍ରତିକ୍ରିୟା ପ୍ରକାଶ କରିବା ଉଚିତ୍। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ:-ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ବିଚାର କରିବେ। ଫୋନ୍ ଓ ଇଣ୍ଟରନେଟ୍ ର ଭଲ ଉପଯୋଗ କରିବେ। ପ୍ରେମିକ ପ୍ରେମିକା ମାନେ ବିବାହ କରିବା ପାଇଁ ଯୋଜନା କରିବେ। କଳା ସଙ୍ଗୀତ ନୃତ୍ୟ ଗୀତ ଓ ଚଳଚ୍ଚିତ୍ର ସହିତ ଜଡିତ ଲୋକମାନେ ଭଲ ସୁଯୋଗ ପାଇବେ। ଆର୍ଥିକ ସମସ୍ୟା ଦୂର ହେବ। ଘରର ସାଜସଜାରେ ଟଙ୍କା ଖର୍ଚ୍ଚ କରିବେ। ପରିବାର ସହିତ ବାହାରକୁ ଖାଇବାକୁ ଯାଇପାରନ୍ତି। ପ୍ରତିକାର:- କଦଳୀଗଛ ମୂଳରେ ଗୁଡ଼ଟିକେ ଥୋଇ ଦିଅନ୍ତୁ।

କର୍କଟ:-ସହଯୋଗୀଙ୍କ ପ୍ରତି ନିଜ ବ୍ୟବହାର ଖରାପ କରନ୍ତୁ ନାହିଁ। ଆତ୍ମୀୟ ଲୋକଙ୍କୁ ବିଶ୍ୱାସ ଭରସା କଲେ କାର୍ଯ୍ୟ ସିଦ୍ଧି ହେବ। ଆଇନଗତ ବିଷୟରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ରହିବ। ସମ୍ପତ୍ତି ବିବାଦ ସମସ୍ୟା ସମାଧାନ କରିପାରିବେ। ପରିବାରରେ ଶାନ୍ତିର ପରିବେଶ ରହିବ। ପ୍ରେମକ୍ଷେତ୍ରରେ ଫୋନ୍ ଓ ଇଣ୍ଟରନେଟ୍ ର ଭଲ ଉପଯୋଗ କରିବେ। ପନିପରିବା ଚାଷୀମାନେ ବିଶେଷ ଲାଭାନ୍ୱିତ ହେବେ। ଗୁରୁତ୍ଵପୂର୍ଣ୍ଣ ଜିନିଷ କିଛି ହଜିଯାଇପାରେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ସିଂହ:-ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ। ଋଣ ପରିଶୋଧ କରିବାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଶୁଭ ସୂଚନା ପାଇବେ। ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ। ପ୍ରତିଷ୍ଠା, ପ୍ରତିପତ୍ତି ମାନସମ୍ମାନ ଓ କ୍ଷାତି ବଢିବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା:-ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟିବ। ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ। ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ। ଶେୟାର ମାର୍କେଟରେ ସାବଧାନ ପୂର୍ବକ ନିବେଶ କରିବା ଉଚିତ୍। ବ୍ୟବସାୟ କ୍ଷେତ୍ରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ତୀର୍ଥାଟନଯୋଗ ଥିବାରୁ ଯାତ୍ରାକାଳରେ କଷ୍ଟ ଭୋଗିବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ। ଅଫିସ୍ ରେ ମାଲିକଙ୍କର ଆଚରଣ ଆପଣଙ୍କ ପ୍ରତି ଭଦ୍ରଭାବ ରହିବ। ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ରାଜନୀତିରେ ସୁଯୋଗ ହାତଛଡା ହେବାର ନାହିଁ। ଯେଉଁ କାର୍ଯ୍ୟ କରିବାକୁ ଇଛା କରୁନଥିଲେ ପରିସ୍ଥିତିରେ ପଡି ସେହି କାର୍ଯ୍ୟ କରିବାକୁ ବାଧ୍ୟ ହେବେ। ଆଇନ୍ କାନୁନ୍ ସମସ୍ୟାକୁ ଅବହେଳା କରନ୍ତୁ ନାହିଁ। ପ୍ରେମପ୍ରସଙ୍ଗରେ ମିଛ କହିବା ଠାରୁ ଦୂରେଇ ରୁହନ୍ତୁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ପରିବାର ସହିତ ଯାତ୍ରା କରିବାକୁ ଯୋଜନା କରିବେ। ପ୍ରୋଫେଶନାଲ ମାମଲାକୁ ନେଇ ଭାଗ୍ୟବାନ ହେବେ। ବିଦ୍ୟାର୍ଥୀ ମାନଙ୍କର ଉଚ୍ଚ ଶିକ୍ଷାରେ ବାଧା ଦୂର ହେବ। ନିଜର ନୈତିକ ମୂଲ୍ୟବୋଧ ହେତୁ ସମ୍ମାନ ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବା ଫଳରେ ଆତ୍ମ ବିଶ୍ୱାସ ବୃଦ୍ଧିପାଇବ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ଔଷଧନିର୍ମାଣ ଓ ବିକ୍ରୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭାନ୍ୱିତ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-ଶୁଭ ସମ୍ବାଦପାଇ ଖୁସିହେବେ। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତି ହେବ। ମାନସିକ ଏକାଗ୍ରତା ରଖି ପାରିବେ। ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି। ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି। ଯେକୌଣସି ନୂତନକାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭ। ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ। ପ୍ରତିକାର- ମିଠାଦହି ଖାଇ କରି ଘରୁ ବାହାରନ୍ତୁ।

ମକର:-ସରକାରୀ କ୍ଷେତ୍ରରେ ଉନ୍ନତିହେବ। ବ୍ୟବସାୟରେ ଲାଭବାନ ହେବେ। ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ। ବାଦବିବାଦ, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ସଫଳତା ମିଳିବ। ଆପଣଙ୍କର ଶାନ୍ତସ୍ଵଭାବ ଓ ମଧୁର କଥା ହେତୁ ଲୋକମାନେ ଆକର୍ଷିତ ହେବେ। ଅଯଥା ଭ୍ରମଣ ହେତୁ ଟିକେ ଅସହଜ ଅନୁଭବ କରିବେ। ଟଙ୍କା ଦେବା ନେବା କାରବାରରୁ ଦୂରେଇ ରୁହନ୍ତୁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ସୋସିଆଲ ମିଡିଆରେ ନୂଆ ବନ୍ଧୁ ସୃଷ୍ଟି କରିପାରିବେ। ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ଶିକ୍ଷା ବିଷୟରେ ଆପଣ ନିଶ୍ଚିତ ହେବେ। ଜୀବନ ସାଥୀଙ୍କଠାରୁ ଏକ ଉପହାର ପାଇପାରିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ବ୍ୟବସାୟରେ କିଛି ବିନିଯୋଗ କରିବା ପାଇଁ ମନ ବଳେଇବେ। ପ୍ରେମିକ ପ୍ରେମିକା ତିକ୍ତ ଭାଷା ବ୍ୟବହାର କରିବା ଦ୍ୱାରା ସମ୍ପର୍କ ନଷ୍ଟ ହୋଇପାରେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-ସନ୍ତାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ। ପୂର୍ବରୁ କରିଥିବା ଭୁଲ ଗୁଡିକୁ ସଂଶୋଧନ କରିବାର ସୁଯୋଗ ପାଇବେ। ପ୍ରେମୀଯୁଗଳ ଇଣ୍ଟରନେଟ୍ ଦ୍ଵାରା ନୂତନ ବନ୍ଧୁ ବା ମିତ୍ର ସୃଷ୍ଟି କରିପାରିବେ। କର୍ମକ୍ଷେତ୍ରରେ କର୍ମଚାରୀମାନେ ଆପଣଙ୍କୁ ସାହାଯ୍ୟ କରିବା ଫଳରେ ଜନସାଧାରଣଙ୍କ ନିକଟରେ ନିଜର ପ୍ରତିଭାକୁ ବିକଶିତ କରି ପାରିବେ। ନିଜ ପରିବାରର ସଦସ୍ୟଙ୍କ ସହିତ ଅଧିକାଂଶ ସମୟ ବିତାଇବେ। ପ୍ରତିକାର:- ପାଣିରେ ଟିକେ ହଳଦୀ ପକାଇ ସ୍ନାନ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!