ମେଷ:-ଶତୃମାନଙ୍କୁ ମୁକାବିଲା କରିପାରିବେ। ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ। ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ। ପିଲାମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ। ଧୀରସ୍ଥିର ଭାବରେ ସମସ୍ୟା ଗୁଡିକ ସୁଧାରୀ ନେବା ଉଚିତ୍। ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ବୃଷ:-ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। ସାମୟିକ ରକ୍ତଚାପ ବା ଶିରୋପୀଡା ଜନିତ ପୀଡାରୁ ମୁକ୍ତି ମିଳିବ। କୌଣସି ଶିକ୍ଷା ଅନୁଷ୍ଠାନରେ ଯୋଗ ଦେବାର ସୁବିଧା ସୁଯୋଗ ଆସିବ। ଯଦି ବ୍ୟବସାୟ କରୁଥାନ୍ତି ଅତ୍ୟନ୍ତ ଲାଭାନ୍ନିତ ହୋଇ ସଂପତ୍ତି କ୍ରୟ କରିବେ। ରାଜନୀତି, ବିଜ୍ଞାନ, ବୈଷୟିକ ବିଦ୍ୟା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକ ମାନଙ୍କର ବିଶେଷ ଉନ୍ନତି ହେବ। ଏହି ସଂସ୍ଥାରେ ନୂତନ କର୍ମପ୍ରାପ୍ତି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ମିଥୁନ:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ବାଣିଜ୍ୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ଆଇନ ଅଦାଲତରେ ଜୟଯୁକ୍ତ ହେବେ। ବିଦ୍ୟାରେ ଉନ୍ନତି ସହ ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ପ୍ରଶଂସିତ ହେବେ। ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ। ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ।
କର୍କଟ:-ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ। କୌଣସି ବ୍ୟବସାୟକୁ ନେଇ ଭାଗୀଦାରଙ୍କ ସହିତ ମିଶି ଯୋଜନା କରି ପାରନ୍ତି। ସହକର୍ମୀଙ୍କ ସହିତ ବିରୋଧ ଭାବକୁ ଦୂର କରିବାରେ ସଫଳ ହେବେ। ନିଜର କାର୍ଯ୍ୟପ୍ରତି ସମର୍ପଣ ଭାବନା ହେତୁ ଆପଣଙ୍କୁ ସମ୍ମାନ ମିଳିପାରେ। ରାଜନୀତି କ୍ଷେତ୍ରରେ ଶତୃମାନେ ପରାସ୍ତ ହେବେ। ପରିବାର ସ୍ତରରେ ଚିନ୍ତାରୁ ମୁକ୍ତି ମିଳିବ। କଳା କ୍ଷେତ୍ରରେ ସମ୍ମାନ ମିଳିବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ସିଂହ:-ସହକର୍ମୀ ଓ ଅଧିନସ୍ଥ କର୍ମଚାରୀଙ୍କ କାମ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡିବ। ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ପୁରାତନ ସମସ୍ୟାର ସମାଧାନ ହେବ। କୌଣସି ପ୍ରତିଷ୍ଠିତ ରାଜନେତାଙ୍କ ସହ ସାକ୍ଷାତ କରି ଅଟକୁଥିବା କାର୍ଯ୍ୟକୁ ପୂରଣ କରିବେ। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
କନ୍ୟା:-ଶୁଭ ସମାଚାର ଶୁଣିବେ। ଯନ୍ତ୍ରପାତି ବ୍ୟବସାୟରେ ବିଶେଷ ଲାଭ ହେବ। ମଧୁରଭାଷୀ ହେତୁ ଲୋକମାନେ ପ୍ରଭାବିତ ହେବେ ଓ ଦାମୀ ଜିନିଷ ପ୍ରତି ଆଗ୍ରହୀ ହେବେ। ରାଜନୀତି କ୍ଷେତ୍ରରେ ବୌଦ୍ଧିକ ନିର୍ଣ୍ଣୟ ନେଇ ପାରନ୍ତି। ସ୍ୱାସ୍ଥ୍ୟରେ ସୁଧାର ଆସିବ। କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ। ଧନ ଲାଭ ହେବ। କର୍ମକ୍ଷେତ୍ରରେ ଆଶା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।
ତୁଳା:-ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଭୌତିକ ସୁଖ-ସୁବିଧା ସାଧନରେ ବୃଦ୍ଧି ହେବ। କାରବାରରେ ଲାଭ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ଘରର କୌଣସି ନୂତନ ବସ୍ତୁ କ୍ରୟ କରିପାରିବେ। କୌଣସିଠାରୁ ଶୁଭ ସମାଚାର ବା ସନ୍ଦେଶ ଶୁଣି ମନ ଉତ୍ସୁକ ହେବ। ଆର୍ଥିକ ମାମଲାରେ ସ୍ଥାୟିତ୍ଵ ଆସିବ। ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଗୁରୁ-ଗୁରୁଜନଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ବିଚ୍ଛା:-ସମସ୍ତ ସମସ୍ୟା ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ କରିପାରିବେ ଓ କଷ୍ଟରୁ ମୁକ୍ତି ପାଇବେ। ଘରର ଗୁରୁଜନ ବା ମାଆ ବାପାଙ୍କୁ ସମ୍ମାନ ଦେଲେ ତାଙ୍କର ଆଶୀର୍ବାଦରେ ଆପଣଙ୍କର ବିକାଶ ହେବ। ପିକ୍ଚର, ପାର୍ଟି ବା କୌଣସି ସମାରୋହ ଆଦିରେ ଭାଗ ନେଇପାରନ୍ତି। ଶତୃ ଓ ବିରୋଧୀମାନେ ଦୂରେଇଯିବେ ଓ କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢି ପାରିବେ। ଚାକିରୀ କ୍ଷେତ୍ରରେ ବୋନସ୍ ଏବଂ ପଦୋନ୍ନତି ଆଦି ମିଳିବାର ସମ୍ଭାବନା ଅଛି। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
ଧନୁ:-ଶିକ୍ଷା କ୍ଷେତ୍ରରେ ସମସ୍ୟା ଦୂର ହେବ ଓ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବ। ନିଜ ସମ୍ପର୍କକୁ ଭଲ ଉପଯୋଗ କରିବା ଫଳରେ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ। ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଜଟିଳ ପରିସ୍ଥିତିର ସାମ୍ନା କରି ମନୋବଳ ଦୃଢ଼ ହେବ। ପିଲାମାନେ ବାପା ମାଆଙ୍କୁ ଆଦର କରିବେ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ମକର:-ଶାରୀରିକ କଷ୍ଟ ଦୂର ହୋଇ ପରିବାର ଓ ମିତ୍ରଙ୍କ ସହିତ ସମୟ ବିତେଇବେ। ମନରେଥିବା କାମନା ପୂର୍ଣ୍ଣ ହେବ। ନୂଆ ଚାକିରୀ ହେବାର ସୁଯୋଗ ମିଳିବ। ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇପାରିବେ। ସେୟାର ବଜାରରେ ମୁନାଫା ମିଳିବ। ପୁରୁଣା ନିବେଶ ଲାଭ ଦେବ। ବନ୍ଧୁ ମିତ୍ରଙ୍କ ଆଗମନ ହେବ। ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ। ପ୍ରତିକାର- ପାଣିରେ କିଛି ଫିଟିକିରି ପକାଇ ଘରକୁ ପୋଛନ୍ତୁ।
କୁମ୍ଭ:-ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବ। ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ ଓ ପ୍ରସାର ପ୍ରଚାର କରିବାର ସୁଯୋଗ ପାଇ ଖୁସି ହେବେ। ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ପରୀକ୍ଷା ପରିଣାମ ଅନୁକୂଳ ହେବ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ।
ମୀନ:-କର୍ମନିଯୁକ୍ତି କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂରଣ ହୋଇପାରେ। ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ। ବାଦବିବାଦ ଓ ମାଲିମକଦ୍ଦମାର ଅବସାନ ହେବ। ପରିବାରରେ ମନୋମାଳିନ୍ୟ ମେଣ୍ଟିଯିବ। ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଦେବ। ଦାମ୍ପତ୍ୟ ଓ ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।