ଦୈନିକ ରାଶିଫଳ: 13 ଜୁନ୍ 2023, ମଙ୍ଗଳବାର, ମା’ ମଙ୍ଗଳାଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି। କର୍ମକ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ଛାତ୍ର ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ। ପିଲାମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ। ଦାମ୍ପତ୍ୟ କଳହ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ପ୍ରତିକାର- ମୟୂର ଚନ୍ଦ୍ରିକା ପାଖରେ ରଖି ଯାତ୍ରା କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ନିର୍ମାଣମୂଳକ ଯୋଜନାରେ ଆଗେଇବେ। ସ୍ଵାସ୍ଥ୍ୟକର ପରିବେଶ ସାଙ୍ଗକୁ ସମ୍ମାନଜନକ ଘଟଣା ଘଟି ପାରେ। ନୂତନ କାର୍ଯ୍ୟଆରମ୍ଭ କରିପାରିବେ ଓ ପାରିବାରିକ ଜୀବନ ଆନନ୍ଦରେ କଟିବ। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ ଓ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ପ୍ରତିକାର- ଶ୍ଵେତଚନ୍ଦନ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।

ମିଥୁନ:-ସୁଖଶାନ୍ତି ବୃଦ୍ଧି ହେବାସହ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ। ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ। ବ୍ୟବସାୟ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବାସହ କର୍ମକ୍ଷେତ୍ରରେ ଉତ୍ସାହିତ ହେବେ। ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବା ଫଳରେ ମନ ଖୁସି ରହିବ। ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ। ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

କର୍କଟ:-ସାମାଜିକ କାର୍ଯ୍ୟରେ ସଫଳତାପାଇ ମାନସମ୍ମାନ ବୃଦ୍ଧି ହେବ। ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ଅବସାନ ହେବ। ଦୌଡ ଧୂପରେ ଶାନ୍ତି ଅନୁଭବ କରିବେ। ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ। ସହଯୋଗୀ ମାନଙ୍କ ଯୋଗୁ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସାପାଇବେ। ଭାବନାର ବଶୀଭୂତ ହୋଇ ଅମିନୀ, ଜାମିନି, ମଧ୍ୟସ୍ଥତା ଠିକ୍ ହେବ ନାହିଁ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ସିଂହ:-ସରକାରୀ କାମରେ ସଫଳତା ପାଇବେ। ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ଗୁରୁଜନଙ୍କ ସେବା ଓ ସହମତି ରେ ଆଗକୁ ବଢିପାରିବେ। ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। ଖାଦ୍ୟପେୟ ଓ ଔଷଧ ସେବନ ପ୍ରତି ଧ୍ୟାନ ନ ରଖିଲେ, ବିଶେଷ କ୍ଷତି ହେବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବାସହ ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ। ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇ ପାରେ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା ଓ ପ୍ରତିଯୋଗୀତା ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଜୀବନ ସାଥିଙ୍କ ସହ ଭୂଲ ବୁଝାମଣା କଟି ଯାଇ ଶାନ୍ତି ବାତାବରଣ ସୃଷ୍ଟି ହେବ। ସକଳ କାର୍ଯ୍ୟରେ ସଫଳତା ମିଳିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-ସ୍ୱାସ୍ଥ୍ୟ ଠିକ୍ ରହିବାସହ ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ରାଜନୈତିକ କ୍ଷେତ୍ରରେ ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ପରୀକ୍ଷା ଓ ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ। ପରିବାରର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ରହିବ। ଅଧିକାରୀ କାମରେ ପ୍ରସନ୍ନ ରହିବା ଫଳରେ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ। ବିଦେଶ ଯାତ୍ରାରେ ଲାଭବାନ ହେବେ। ପ୍ରତିକାର- ଧଳା ରୁମାଲଟିଏ ପାଖରେ ରଖନ୍ତୁ।

ବିଚ୍ଛା:-ମିତ୍ରଙ୍କ ଦ୍ଵାରା ସହାୟତା ପାଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଯାନବାହନ ସୁଖ ମିଳିବାସହ ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ। ବାସଗୃହ ଓ ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ଧନୁ:-ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବାଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ। ଅଧିକାରୀ କାମରେ ପ୍ରସନ୍ନ ରହିବେ ଓ ରାଜନୀତିରେ ଉନ୍ନତି ହେବ। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହୋଇପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-ବାଦବିବାଦ, ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବା ସହ ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ଅନ୍ୟର ଉପକାର କରି ପ୍ରଶଂସିତ ହେବେ। ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। ସାମାଜିକ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇ ପାରେ। ସନ୍ତାନଙ୍କ ଯୋଗେ ମାନସିକ ଚିନ୍ତା ଦେଖାଦେବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ଜାଗା, ଜମି ଓ ଅନ୍ୟ ବ୍ୟବସାୟ କ୍ଷେତ୍ରରେ ଅନେକଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହୋଇ ଆର୍ଥିକ ଦିଗରୁ ସୁବିଧା ହୋଇଯିବ। ନୂତନ କର୍ମପ୍ରାପ୍ତିର ସୁଯୋଗ ପାଇବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ଗୁରୁ ଗୁରୁଜନ ମାନଙ୍କର ସହଯୋଗ ପାଇବେ। ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ମୀନ:-ପରିଶ୍ରମ ଓ ମେହନତର ପରିଣାମ ମିଳିବ। ସ୍ଥଗିତଥିବା କର୍ମଟି ପୂରଣ ହେବାପାଇଁ ଆର୍ଥିକ ସଙ୍କଟ ଦୂରେଇ ଯିବ। କୌଣସି ନୂତନ କର୍ମ କରୁଥିଲେ ସେଥିରେ ବିଜୟୀ ହେବେ। ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ। ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ ତତ୍ ସଙ୍ଗେ ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ। ପ୍ରତିକାର- ହଳଦୀ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!