ମେଷ:-ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବ୍ୟବସାୟିକ ସ୍ଥିତି ସୁଦୃଢ ହେବା ସହ ଉତ୍ତମ ରୋଜଗାର କରି ପାରିବେ। ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି, ସମ୍ମାନବୃଦ୍ଧି ହେବାସହ ଅନେକ କାର୍ଯ୍ୟରେ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ। ଶତ୍ରୁନାଶ ହେବାସହ ଧନପ୍ରାପ୍ତି ହେବ ଓ ଋଣ ପରିଶୋଧ କରି ପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ବୃଷ:-ସାମାଜିକ କ୍ଷେତ୍ରରେ ନିଜର ଟେକ ରଖିବା ପାଇଁ କିଛି ଏମିତି କାର୍ଯ୍ୟ କରିବେ ଯାହା ଫଳରେ ଲୋକମାନେ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ। କର୍ମଚାରୀ ଓ ଶ୍ରମିକ ମାନେ ବେସୀ ଉପକୃତ ହେବେ। ବାଦବିବାଦ, ମଳିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ବିଜୟୀହେବେ। ବଡପଣିଆ ଦେଖାଇଲେ ଭଲ ବଦଳରେ ମନ୍ଦଫଳ ଭୋଗିବାକୁ ପଡିବ। ସନ୍ତାନ ଯୋଗେ ଚିନ୍ତିତ ରହିବେ। ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ମିଥୁନ:-ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧି ହୋଇ ଆୟ ଉପାର୍ଜନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ ଉନ୍ନତି ହେବ। ବ୍ୟବସାୟ କ୍ଷେତ୍ରରେ ପୁରୁଣାପ୍ରାପ୍ୟ ଆଦାୟ ହୋଇ ଉଚ୍ଚଆଶା ପୂରଣ ହୋଇପାରେ। କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ କରି ସାମାଜିକ କ୍ଷେତ୍ରରେ ଯଶପ୍ରତିଷ୍ଠା ତଥା ଲୋକପ୍ରିୟତା ହାସଲ କରିବେ। କାର୍ଯ୍ୟ କ୍ଷେତ୍ରରେ ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।
କର୍କଟ:-ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ମାନସିକ ବିଷାଦ, ଦାମ୍ପତ୍ୟ କଳହ ଓ ଭୟ ଆଶଙ୍କା ଦୂରେଇ ଯିବ। କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁ ନୂତନ ବ୍ୟବସାୟର ଯୋଜନା କରିବେ। ରାଜନୀତି କ୍ଷେତ୍ରରେ ସହଯୋଗ ମିଳିବା ଫଳରେ ମାନସିକ ଦୁଶ୍ଚିନ୍ତା ଦୂରହେବ। ଜାଗା, ଜମି, ବାସଗୃହ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ସିଂହ:-ମିତ୍ରମାନଙ୍କ ସହଯୋଗରେ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପରିବାରର ଅନ୍ୟ ସଦସ୍ୟଙ୍କ ସମ୍ବନ୍ଧ ଦୃଢ ହେବାସହ ଶାନ୍ତି ବିରାଜମାନ କରିବ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମପ୍ରସଙ୍ଗରେ ମଧୁରତା ଆସିବ। କଳା, ସାହିତ୍ୟ ଚଳଚିତ୍ର ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ହାସଲ କରିବେ। ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
କନ୍ୟା:-ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବାସହ ଆୟ ଓ ପ୍ରତିଷ୍ଠାରେ ଅପ୍ରତ୍ୟାଶିତ ତେଜ ଆସିବ। ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବାସହ କର୍ମକ୍ଷେତ୍ରରେ ବିଜୟର ପରିଣାମ ଆପଣଙ୍କ ସପକ୍ଷରେ ଆସିବ। ପୁରୁଣା ପ୍ରେମୀ ବା ମିତ୍ର ମାନେ ଯୋଡିହୋଇ ରହିବା ପାଇଁ ଚାହିଁବେ। ନୂଆ ନିଯୁକ୍ତି ପାଇବାର ଯୋଗ ଅଛି। ଏମିତି କାର୍ଯ୍ୟ ଆଜି କରିବେ ଯାହାକି ଭବିଷ୍ୟତ ଆକାଂକ୍ଷାକୁ ପୂର୍ଣ୍ଣ କରିବ। ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ।
ତୁଳା:-ଭବିଷ୍ୟ ଯୋଜନାରେ ଲିପ୍ତ ରହିବେ। ତଥା ପରିବାରର ଅନ୍ୟ ସଦସ୍ୟଙ୍କ ସମ୍ବନ୍ଧ ଦୃଢ ହେବ। ଅନେକ କାର୍ଯ୍ୟ କଳାପରେ ସମ୍ପୃକ୍ତ ହେବେ। ବ୍ୟବସାୟ ବଢାଇ ବାରେ ସମର୍ଥ ହେବେ। ତଳ ମହଲରୁ ଆଶାତୀତ ଲାଭ ପାଇବେ। ଉଚ୍ଚଶିକ୍ଷା ହାସଲ କରିବା ପାଇଁ ପ୍ରୟାସରତ ରହିବେ। ଗହଣା, ବସ୍ତ୍ର ଓ ଅନ୍ୟ ସାମଗ୍ରୀ କ୍ରୟ କରିବେ ଓ କିଛି ନୂଆ କରିବାକୁ ଇଛା ହେବ। ଜମିଜମା ସଙ୍କ୍ରାନ୍ତିୟ ସମସ୍ୟାରେ ସଫଳତା ମିଳିବ। ପ୍ରତିକାର:-ଦ୍ରୁଷ୍ଟିହୀନ, ଦିବ୍ୟାଙ୍ଗ, ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।
ବିଚ୍ଛା:-ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ। ପାରିବାରିକ ଜୀବନରେ ସୁବିଧା ବାଦକୁ ଆପଣେଇ ନେଇ ସଫଳ ହେବେ। ନିଜର କର୍ତ୍ତବ୍ୟ ପ୍ରତି ଧ୍ୟାନ ରଖିବା ସହ ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍। ଶତୃ ବା ବିରୋଧୀଙ୍କ ଠାରୁ ସାବଧାନ ରହିବା ଉଚିତ୍। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ଧନୁ:-ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ ଓ ମିତ୍ରଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ଅର୍ଜନ କରିବେ। ରାଜନୀତି କ୍ଷେତ୍ରରେ ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନ କରିବେ। ଅଧିକ ପରିଶ୍ରମ କରି ଅନେକ କାର୍ଯ୍ୟ ସହଜରେ ହାସଲ କରିପାରିବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ମକର:-କଳା, ସାହିତ୍ୟ, ଚଳଚ୍ଚିତ୍ର, ଓ ସଂଗୀତାଦି କ୍ଷେତ୍ରରେ ଜୟଯୁକ୍ତ ହେବେ। ବ୍ୟବସାୟ କ୍ଷେତ୍ରରେ ଟେଲିଫୋନ୍ ଦ୍ଵାରା କୌଣସି ମହତ୍ଵପୂର୍ଣ୍ଣ ସୂଚନା, ସନ୍ଦେଶ, ଅର୍ଡର ବା ପେମେଣ୍ଟ ଆଦି ପ୍ରାପ୍ତ ହେବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ। ଟଙ୍କ। ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ। ଇଛାଶକ୍ତିକୁ ପ୍ରବଳ କରି ଖରାପକୁ ଭଲରେ ଜିତିବାକୁ ହେବ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
କୁମ୍ଭ:-ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହୋଇ ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। ଘର ବା କାର୍ଯ୍ୟଳୟ ବଦଳ କରିବା ପାଇଁ ଚିନ୍ତା କରି ପାରନ୍ତି। କର୍ମାନୁଯାୟୀ ଫଳ ପାଇବା ଯୋଗେ ସୁଖେ ଦୁଃଖେ ଦିନଟି ବିତାଇବେ। ବିଦ୍ୟାରେ ଉନ୍ନତି ହେବ। ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡିବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ମୀନ:-କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ ଓ ବକେୟା ଅର୍ଥ କିଛି ମିଳିବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବନ୍ଧୁ ବାନ୍ଧବଙ୍କ ଦ୍ୱାରା କେତେକ ଜଟିଳ ସମସ୍ୟାର ସମାଧାନ କରି ପାରିବେ। କିନ୍ତୁ ମନକୁ ଆଘାତ ଲାଗିଲାଭଳି କଥାଶୁଣି ପାରନ୍ତି। ଶାରିରୀକ ଅସୁସ୍ଥତା ସହ ମାନସିକ ଅଶାନ୍ତି ଦେଖାଦେବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।