ଦୈନିକ ରାଶିଫଳ: 11 ନଭେମ୍ବର 2024, ସୋମବାର, ମହାଦେବଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ସରକାରୀ କାମରେ ସଫଳତା ପାଇବେ। ଅଚାନକ ଭାବରେ ଧନ ଲାଭ ହେବ। ଦୂରଯାତ୍ରା କରି ମନ ଖୁସି ରହିବ। ନୂତନ କର୍ମ ପାଇଁ ପ୍ରୟାସରତ ଥିଲେ ନିଯୁକ୍ତି ପାଇବେ। ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ। ଅସହାୟ ଓ ସାଧାରଣ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ମନ ବଳାଇବେ। ପରିବାରରେ କୌଣସି ଶୁଭକାର୍ଯ୍ୟ ହେବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଶାରିରୀକ ସୁସ୍ଥତା ଦେଖା ଦେବା ସହ ମାନସିକ ଶାନ୍ତି ମିଳିବ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ।ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ। ବ୍ୟବସାୟ ପାଇଁ ଆଖପାଖକୁ ଯାତ୍ରା କରିବାର ସମ୍ଭାବନା ଅଛି। ମିତ୍ର ସହଯୋଗୀ ମାନେ ସାହାଯ୍ୟ ସହଯୋଗ କରିବେ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମିଥୁନ:-ଧୈର୍ଯ୍ୟ, ସାହସ ଓ ବୁଦ୍ଧିମତା ଯୋଗେ ପ୍ରଶଂସା ପାଇବେ। ଗୁରୁଜନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ଶିଷ୍ଟାଚାର ପାଳନ କରନ୍ତୁ। ବିଦ୍ୟାର୍ଥୀମାନଙ୍କର ଅଧ୍ୟୟନ ପ୍ରତି ଆଗ୍ରହ ବଢିବ। ପ୍ରତିସ୍ପର୍ଦ୍ଧା ଓ ପ୍ରତିଯୋଗିତାରେ ବିଜୟଶ୍ରୀ ହେବ। ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ଗ୍ୟାଷ୍ଟିକ ସମସ୍ୟା ଦେଖାଦେବ। ଟେନ୍ସନ୍, ଡିପ୍ରେସନ୍ ଓ ବୈଚାରିକ ଅସ୍ଥିରତା ଭିତରେ ଗତି କରି ପାରନ୍ତି। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ନିଜ ଲୋକମାନେ ହିଁ କାମରେ ଆସିବେ। ବିଦ୍ୟା କ୍ଷେତ୍ରରେ ବୀଜୟ ଲାଭ କରିବେ। ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନ ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ଟଙ୍କାର ଆବଶ୍ୟକତା ପୂରଣ ହୋଇ ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ସଂଘର୍ଷ ଦ୍ଵାରା ସଫଳତା ମିଳିବ। ପ୍ରେମିକ ପ୍ରେମିକାମାନେ ନୂଆଲକ୍ଷ ନିର୍ଦ୍ଧାରିତ କରି ଆନନ୍ଦିତ ହେବେ। ସାଧୁଜନପ୍ରିୟ ହେବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-ସାଧାରଣ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବେ। ବ୍ୟବସାୟୀମାନେ ଭଲ ଅର୍ଡର ପାଇବେ ଓ ଆୟ ପନ୍ଥାର ପରିବର୍ତ୍ତନ ଆସିବ। ଜାଗା, ଜମି, ଗୃହ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କଲେ ସଫଳ ହେବେ। ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ। ପାରିବାରିକ କ୍ଷେତ୍ରରେ ଶାନ୍ତିଶୃଙ୍ଖଳା ଦେଖା ଦେବ। ଅଧ୍ୟୟନ, ଅନୁସନ୍ଧାନ, ଧ୍ୟାନ, ପ୍ରାର୍ଥନା ଆଦି ପାଇଁ ସମୟ ଉପଯୁକ୍ତ ଅଟେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା:-ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ। ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇ ଯିବ। କାର୍ଯ୍ୟକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ଫଳରେ ଆଶାତୀତ ଲାଭ ପାଇବେ। କଠିନ ପରିଶ୍ରମ କରି ନିଜର ପତିଆରା ବଜାୟ ରଖିବେ। ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ। ନୂଆ କୌଶଳ ଶିଖିବାର ସୁଯୋଗ ପାଇବେ। ପରିବାରରେ ସମୃଦ୍ଧତା ଓ ସନ୍ତୁଷ୍ଟିର ପରିବେଶ ରହିବ। ପ୍ରତିକାର- ସବୁଜ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।

ତୁଳା:-ଧର୍ମକାର୍ଯ୍ୟକୁ ମନ ବଳାଇ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି। ଆର୍ଥିକ ଦିଗରୁ ଲାଭ ନହେଲେ ମଧ୍ୟ ବ୍ୟୟଭାର କମ୍‌ ହେବ। ବ୍ୟବସାୟରେ ଅଚାନକ ଭାବରେ ପରିବର୍ତ୍ତନ ହୋଇପାରେ ଓ ଉଚିତ୍ ଲାଭ ମଧ୍ୟ ପ୍ରାପ୍ତି ହେବ। ମାନସିକ ଚିନ୍ତା ଓ ମନ ବିଚଳିତରୁ ଶାନ୍ତି ଅନୁଭବ କରିବେ। କୌଣସି ଇଲୋକଟ୍ରନିକ ସାମଗ୍ରୀ ଓ ଘରର ଉପଯୋଗ ସାମଗ୍ରୀ କ୍ରୟ କରିପାରିବେ। ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ବିଚ୍ଛା:-ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ। ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। ପାଠ ପଢ଼ାରେ ମନଯୋଗ ଦେବେ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ରାଜନୀତିରେ ଲୋକପ୍ରିୟତା ହାସଲ କରିବେ। ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ। କ୍ରୋଧିତ ହେଲେ ତିଆରି କରିଥିବା କାର୍ଯ୍ୟରେ ସଫଳ ହେବେ ନାହିଁ। ଶତ୍ରୁମାନଙ୍କ ଉପରେ ନଜର ନରଖିଲେ କ୍ଷତିରେ ପଡିବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-ସାମାଜିକ କ୍ଷେତ୍ରରେ ନିଜର ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ବ୍ୟବସାୟରେ ଆର୍ଥିକସ୍ଥିତି ସୁଦୃଢ଼ ହେବ। ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହେବ। ଗୃହସ୍ଥ ଜୀବନ ସୁଖ ଶାନ୍ତିରେ କଟିବ। ରାଜନୈତିକ କ୍ଷେତ୍ରରେ ସ୍ଥିତି ସୁଦୃଢ଼ ହେବା ସହ କାର୍ଯ୍ୟଭାର ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ। ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତାରେ ଉଚ୍ଚ ପ୍ରଶଂସିତ ହେବେ। ପ୍ରତିକାର- ହଳଦୀ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।

ମକର:-ଅଳ୍ପ ପରିଶ୍ରମରେ ବହୁତ ଧନ ଲାଭ ହେବ। ଶତୃ, ରୋଗ, ଋଣରୁ ମୁକ୍ତି ହେବେ। କର୍ମକ୍ଷେତ୍ରରେ ଆପଣଙ୍କର ପ୍ରତିଭାକୁ ପ୍ରୋତ୍ସାହନ ମିଳିପାରେ। ନୂଆ ଲୋଳଙ୍କ ସହିତ ସମ୍ପର୍କ ମଜବୁତ ହେବ। କର୍ମକ୍ଷେତ୍ରରେ ଉନ୍ନତି ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ଯଦି ବ୍ୟବସାୟ ବଢେଇବା ପାଇଁ କୌଣସି ଋଣ କରିବାକୁ ଇଛା କରୁଛନ୍ତି ତେବେ ସେଥିରେ କିଛି ବାଧା ବିଘ୍ନର ସମ୍ମୁଖୀନ ହେବାକୁ ପଡିବ ନାହିଁ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-ଷ୍ଟେନସାରୀ, ଔଷଧ ବ୍ୟବସାୟୀମାନଙ୍କୁ ଉତ୍ତମ ଲାଭ ପ୍ରାପ୍ତି ହେବ।ଶୁଭ ସମ୍ବାଦ ପାଇବେ ଓ ପରିବାରରେ ବ୍ୟକ୍ତିଗତ ସମସ୍ୟା ସାର୍ବଜନୀନ ସମ୍ପର୍କରେ ବିକଶିତ ହେବ। ଉଚ୍ଚପଦସ୍ଥ ବ୍ୟକ୍ତି ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସମ୍ପର୍କ ମଧୁର ହେବା ଫଳରେ ସୁଖ ଶାନ୍ତିରେ ଦିନଟି କାଟିବେ। ବନ୍ଧୁ ମିତ୍ର ଓ ସମ୍ପର୍କୀୟ ବ୍ୟକ୍ତିଙ୍କ ସହ ମାନମନାନ୍ତର ଦୂରେଇ ଯିବ। ଆତ୍ମବିଶ୍ୱାସ ଫଳରେ ସମସ୍ତ କାର୍ଯ୍ୟ ସହଜ ସରଳରେ ସମାଧାନ ହୋଇଯିବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମୀନ:-କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧିହେବ ଓ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ବୃତ୍ତିଗତ ଦୃଷ୍ଟିରୁ ସୁରକ୍ଷିତ ରହିବେ। ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ। ପରୀକ୍ଷା, ପ୍ରତି ଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ। ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ବିଜୟୀ ହେବେ। ରାଜନୀତିରେ କ୍ରୋଧକୁ ଦମନ କରି ହସଖୁସିର ବାତାବରଣ ସୃଷ୍ଟି ହେବ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!