ଦୈନିକ ରାଶିଫଳ: 11 ଏପ୍ରିଲ 2024, ଗୁରୁବାର, ମା’ ଲକ୍ଷ୍ମୀଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଶେୟାର ମାର୍କେଟ, ଜୁଆ ଓ ଲଟେରୀ ଖେଳରେ ମନମୁତାବକ ଲାଭବାନ ହେବାର ସମ୍ଭାବନା ଅଛି। ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମ ଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ ଓ ଉନ୍ନତିର ସୁଯୋଗ ପାଇବେ। ରାଜନୀତିରେ ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ପାଇ ସଫଳତା ମିଳିବ ଓ ଲୋକମାନେ ଆପଣଙ୍କ ବୁଦ୍ଧିକୁ ପ୍ରଶଂସା କରିବେ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହୋଇ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ। କର୍ମକ୍ଷେତ୍ରରେ ପ୍ରସିଦ୍ଧି, ସାମାଜିକସ୍ଥିତି, ମାନସମ୍ମାନ ପାଇଁ କଠିନ ପରିଶ୍ରମ କରିବେ। ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ସହିତ ମତଭେଦ ସମାପ୍ତ ହେବ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ। ଆଶା କରିଥିବା କାର୍ଯ୍ୟଟି ପୂରଣ ହୋଇପାରେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-କର୍ମକ୍ଷେତ୍ରରେ ବହୁ ସୁବିଧା ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ। ପାରିବାରିକ କ୍ଷେତ୍ରରେ ଭୂଲ ବୁଝାମଣା କଟି ଯାଇ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବନ୍ଧୁଙ୍କ ସମସ୍ୟା ସମାଧାନ କରିବା ପାଇଁ ଚିନ୍ତା କରିବେ। ବିଦ୍ୟାରେ ଉନ୍ନତି ହେବ ଓ ମନ ଖୁସି ରହିବ। ଖାଦ୍ୟପେୟର ବ୍ୟତିକ୍ରମ ଯୋଗେ ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କର୍କଟ:-ପ୍ରଶାସନ ସହିତ ଜଡିତ ଲୋକମାନେ ଉଚ୍ଚ ପଦପଦବୀ ପାଇପାରିବେ। ଆର୍ଥିକ ସମ୍ବନ୍ଧୀୟ ପରିସ୍ଥିତି ସୁଦୃଢହେବ। ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ନୂତନ କାର୍ଯ୍ୟଆରମ୍ଭ କରିପାରିବେ। ଦୂରଯାତ୍ରାର ସୁଯୋଗ ପାଇବେ ଓ ସଫଳତା ମିଳିବ। ନିର୍ମାଣ ମୂଳକ ଯୋଜନାରେ ଆଗେଇପାରିବେ। ଅନେକ ସମସ୍ୟାର ସମାଧାନ କରି ମାନସିକ ଶାନ୍ତି ପାଇବେ।ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ଶୁଭକାମ କରି ପ୍ରଶଂସିତ ହେବେ। ସାହିତ୍ୟଚର୍ଚ୍ଚା ଓ ସଭାସମିତିରେ ସଫଳତା ମିଳିବ। ପଡା-ପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ଖୁସିହେବେ ଓ ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ। ଶତୃମାନେ ମଥାନତ କରିବେ। ଅଫିସରେ ଲାଗି ରହିଥିବା ସମସ୍ୟା ଦୂର ହେବ। କଳେବଳେ କୌଶଳରେ ଅର୍ଥ ସଂଗ୍ରହ କରି ମଉଜ ମଜଲିସ୍ କରିବା ପାଇଁ ସମୟ ପାଇବେ। ପ୍ରତିକାର-ଅଷ୍ଟଗନ୍ଧ ତିଳକ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

କନ୍ୟା:-ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ଆୟବୃଦ୍ଧି ଯୋଗେ ଆର୍ଥିକ ସଙ୍କଟ ଦୂରେଇ ଯିବ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚ ରହିବ। ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ। ପୁରାତନ ରୋଗର ଉପସମ ହେବାସହ ବନ୍ଧୁ ସମାଗମ ହେବ। ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ପ୍ରତିକାର- ମୟୂର ଚନ୍ଦ୍ରିକା ପାଖରେ ରଖି ଯାତ୍ରା କରନ୍ତୁ।

ତୁଳା:-ରାଜନୀତିରେ ସଫଳତା ମିଳିବ। ବ୍ୟବସାୟୀମାନେ ଧନଲାଭ କରିବାର ସୁଯୋଗ ପାଇବେ। କଳା, ସାହିତ୍ୟ ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ। ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ମିଳିବ। ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଲେ ଯଶପ୍ରାପ୍ତି ହେବ। ଯେଉଁମାନେ ଆପଣଙ୍କୁ ଭୁଲ ପରାମର୍ଶ ଦିଅନ୍ତି ସେମାନଙ୍କଠାରୁ ଦୂରରେ ରୁହନ୍ତୁ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। କର୍ମ କ୍ଷେତ୍ରରେ ଦାୟିତ୍ଵ ବଢିବା ଯୋଗେ ଅନ୍ୟମନସ୍କ ରହି ପାରନ୍ତି। ଉଚ୍ଚାଧିକାରୀ, ସହ କର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢ଼େଇ ଦେବ। ବ୍ୟାପାର ଓ କାରବାରରେ ସୁଧାର ଆସିବ। ରାଜନୀତିରେ ସମାଜ ସେବା କରି ସ୍ଵନାମ ଅର୍ଜନ କରି ପାରିବେ। ପରିବାରଜନଙ୍କ ସହ ନିଜ ବାହନରେ କୌଣସି ଜାଗାକୁ ଯାତ୍ରା କରନ୍ତୁ ନାହିଁ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-ଶତୃମାନେ ମିତ୍ରଭାବ ଆଚରଣ କରିବେ। ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ଚାକିରିରେ ପଦୋନ୍ନତି ପାଇବାର ସମ୍ଭାବନା ଅଛି। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ଅପେକ୍ଷା କରୁଥିବା କାର୍ଯ୍ୟଟି ପୂରଣ ହେବ। ବ୍ୟବସାୟୀମାନେ ଅଧିକ ଲାଭବାନ ହେବେ। ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ମକର:-ସମୟ ପ୍ରାୟତଃ ଅନୁକୂଳ ରହିବା ଫଳରେ ଆଶାତୀତ ଲାଭ ପାଇବାର ରାସ୍ତା ପରିସ୍କାର ହୋଇଯିବ। ସାମାଜିକ ପ୍ରତିଷ୍ଠା ବଢ଼ିବା ସହ ସୁଖ ସମୃଦ୍ଧି ବୃଦ୍ଧି ହେବ ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି, ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

କୁମ୍ଭ:-ସମାଜସେବା କାର୍ଯ୍ୟରେ କଠିନ ପରିଶ୍ରମ କରିବା ଦ୍ଵାରା ଯଶ ମାନ ସମ୍ମାନ ମିଳିବ। ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ। ପରିବାରରେ ମନୋମାଳିନ୍ୟ ଦୂରେଇ ଯିବ ଓ ଆର୍ଥିକ ପରିସ୍ଥିତି ଉତ୍ତମ ରହିବ। ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମୀନ:-ଶାରିରୀକ ଅସୁସ୍ଥତା ଦୂରହେବ। ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ। ବ୍ୟବସାୟରେ ସଫଳତା ଅର୍ଜନ ତଥା କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ କ୍ଷମତା ଓ ଶକ୍ତି ବଳରେ ନିଜର ସମୟ ବିତାଇବେ। ମାନସିକ ଅଶାନ୍ତି ଦୂର ହେବ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!