ଦୈନିକ ରାଶିଫଳ: 10 ମାର୍ଚ୍ଚ 2024, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ନିଜ ପରିଶ୍ରମରେ ସଫଳତା ପାଇବେ। ମିତ୍ରଙ୍କ ସହିତ ସାକ୍ଷାତ୍ ଲାଭଦାୟକ ହେବ। ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ। ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ରାଜନୀତିରେ ଲୋକପ୍ରିୟତା ହାସଲ କରିବା ସହ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବଢିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଶାରୀରିକ ଅସୁସ୍ଥତା ଦୂର ହେବାସହ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ଯାତ୍ରାରେ ସଫଳ ହେବେ ଓ ଚେଷ୍ଟାଦ୍ଵାରା ଧନଲାଭ କରି ପାରିବେ। ବିଦ୍ୟାର୍ଥୀମାନେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ନ ହୋଇ ନିଜ ଲକ୍ଷ୍ୟରେ ସଫଳତା ପାଇବେ। ନୂତନକର୍ମ ନିଯୁକ୍ତି ପାଇବେ। ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। ନିଜ ଗୃହ ସମସ୍ୟା ସଜାଡିବାର ସୁବିଧା ପାଇବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମିଥୁନ:-ଶତୃମାନେ ଦୁର୍ବଳ ହେବେ ଏବଂ ଆୟରପନ୍ଥା ସହଜ ହେବ। ସାମାଜିକ ଉତ୍ସବରେ ଯୋଗ ଦେବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ। ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ କ୍ୟାରିୟର ଜୀବନ ଓ ପରିବାରର ଉନ୍ନତି ହେବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କର୍କଟ:-ଶୁଭକାର୍ଯ୍ୟ ପାଇଁ ଧନର ବ୍ୟବସ୍ଥା କରିବାକୁ ପଡିବ। ଦାମ୍ପତ୍ୟ ସୁଖରେ ସନ୍ତୋଷ ରହିବେ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ପାରିବାରିକ କ୍ଷେତ୍ରରେ ନୂଆ ସମ୍ପର୍କ ସୃଷ୍ଟି ହେବା ଫଳରେ ଅଧାଥିବା କାର୍ଯ୍ୟ ପୂରଣ ହେବ। ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-ସ୍ୱାସ୍ଥ୍ୟ ଅତ୍ୟନ୍ତ ଉତ୍ତମ ରହିବ। ପାରିବାରିକ ଜୀବନରେ ନିଜର ବ୍ୟକ୍ତିତ୍ୱ ଅକ୍ଷୁର୍ଣ୍ଣ ରଖିବା ଫଳରେ ନାନା ବାଟରେ ଧନାଗମ ଘଟିବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀହେବେ। ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁରସ୍ୱାଦ ପାଇବେ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

କନ୍ୟା:-ସୁଖର ସ୍ୱପ୍ନ ଦେଖିପାରିବେ। ଛାତ୍ରଛାତ୍ରୀମାନେ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ଓ ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ। ପରିବାରରେ ଓ କୁଟୁମ୍ବରେ କୌଣସି କାର୍ଯ୍ୟର ଦାୟିତ୍ୱ ନେଇ ଧାଁ ଦଉଡ଼ କରିବା ଫଳରେ ପ୍ରଶଂସା ପାଇବେ। ପରୋକ୍ଷ ଶତୃଙ୍କୁ ପ୍ରତିହତ କରି ବହୁତ ଦିନରୁ ବାକି ରହିଥିବା ଟଙ୍କା ମିଳିଯିବା ଫଳରେ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ପ୍ରତିକାର- ମୟୂର ଚନ୍ଦ୍ରିକା ପାଖରେ ରଖି ଯାତ୍ରା କରନ୍ତୁ।

ତୁଳା:-ଶୁଭ ଲାଭ ହେବା ସହ ନୂଆ ସମ୍ପର୍କ ସୃଷ୍ଟି ହେବ ଓ ନୂଆ ସମ୍ପର୍କ ଭବିଷ୍ୟତରେ ଲାଭଦାୟକ ହେବ। ଗୃହ ବଦଳେଇବେ ନତୁବା ଗୃହରେ କିଛି ପରିବର୍ତ୍ତନ କରି ପାରନ୍ତି। ବିପରୀତ ପରିସ୍ଥିତିରେ ମଧ୍ୟ ଦୈନିକ କାର୍ଯ୍ୟଗତି ଅନୁକୂଳ ହେବ। ସଞ୍ଚୟ କମ୍ ହେବ ଓ ଖର୍ଚ୍ଚ ଅଧିକ ହେବ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ପ୍ରତିଯୋଗୀତା ପରୀକ୍ଷା ମାଲିମୋକଦ୍ଦମାରେ ବିଜୟୀ ହେବେ। ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ। ସନ୍ତାନ ମାନେ ବିଦ୍ୟାରେ ଉନ୍ନତି କରିବେ। ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସୁସ୍ଥପରିବେଶ ଓ ସମ୍ମାନଜନକ ଘଟଣା ଘଟିବ। ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୂନର୍ବାର ଫେରିପାଇ ସମ୍ମାନିତ ହେବେ। ଭାଗ୍ୟର ପରିବର୍ତ୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ। ଅଧା ହୋଇ ପଡ଼ିଥିବା କାର୍ଯ୍ୟମାନ ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।

ଧନୁ:-ଶରୀର ସୁସ୍ଥ ରହିବାସହ ମାନସିକ ଦୁଃଶ୍ଚିନ୍ତା ଦୂର ହେବ। ବିରୋଧୀମାନେ ଦୁର୍ବଳ ହୋଇଯିବେ ଓ ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ। କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇ କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ। ଦୂରଯାତ୍ରା କରିବାକୁ ବାଧ୍ୟ ହେବେ। ଗୃହରେ ଶୁଭକାର୍ଯ୍ୟର ଆୟୋଜନ କରି ପାରନ୍ତି। ରାଜନୀତି କାର୍ଯ୍ୟରେ ପରିଶ୍ରମ ଦ୍ଵାରା ବାଧାବିଘ୍ନ କମ୍ ହେବ ଓ ସଫଳତା ମିଳିବ। ପ୍ରତିକାର- ହଳଦୀ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

ମକର:-ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। କର୍ମକ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ପାଇବ।ଯାତ୍ରାରେ ସମୟ କଟିବ ଓ ସଶ୍ରମ ଦ୍ଵାରା ଲାଭ ପାଇବେ। କମିଶନ କାର୍ଯ୍ୟରେ ଲାଭ ହେବାର ବହୁତ ସମ୍ଭାବନା ଅଛି। ବ୍ୟବସାୟ କ୍ଷେତ୍ରରେ ତୈଳବୀଜ ଓ ରବି ଫସଲ ବ୍ୟବସାୟରେ ବେଶ୍ ଲାଭବାନ ହେବେ। ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ। ତଳ ମହଲରୁ ଆଶାତୀତ ଲାଭ ପାଇବେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କୁମ୍ଭ:-ସ୍ୱାସ୍ଥ୍ୟ ଭଲ ରହିବ। ଧନଲାଭ ହେବାରୁ ଖୁସି ହେବେ। ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ବ୍ୟବସାୟ କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ ଓ କାରବାର ବଢିବା ସହ ଲୋକ ସମ୍ପର୍କ ବୃଦ୍ଧି ହେବ। ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇପାରିବ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ମୀନ:-କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ। କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ। ରାଜନୀତି, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ପାରିବାରିକ ଅଶାନ୍ତି ଦୂରେଇ ଯାଇ ସୁଖଶାନ୍ତି ବୃଦ୍ଧି ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଉତ୍ତମ ରୋଜଗାର ମିଳିବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!