ମେଷ:-ସମାଜ ସେବାରେ ସ୍ଵନାମ ଅର୍ଜନ କରିପାରିବେ। ରାଜନୀତି କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ। ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରି ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ଏକାକୀତ୍ଵର ପରିଧିରେ ନିଜକୁ ସଜାଇ ପାରନ୍ତି। ବନ୍ଧୁବାନ୍ଧବଙ୍କ ଦିଗରୁ ସ୍ଵାର୍ଥପ୍ରବଣତାର ଅଭିବୃଦ୍ଧି ଘଟିବ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ବୃଷ:-ଅଧା ଅଧୁରା କାର୍ଯ୍ୟ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ପାରିବାରିକ କ୍ଷେତ୍ରରେ ଆର୍ଥିକ ଉନ୍ନତି ହେବା ସହ ଶତୃ ପରାଜିତ ହେବେ। ଛାତ୍ର ଛାତ୍ରୀମାନେ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ। ବ୍ୟବସାୟର ବୃଦ୍ଧି ଯୋଗେ ଆୟର ବୃଦ୍ଧିଘଟିବ ଓ ଲାଭବାନ ହେବେ। ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ। ରୋଜଗାର ସମସ୍ୟା ସୁଧୁରି ଯାଇ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ମିଥୁନ:-ସନ୍ତାନର ସୁ-ଖବର ଶୁଣି ଖୁସି ହେବେ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ପ୍ରେମସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟି ହେବ। ଛାତ୍ର ଛାତ୍ରୀମାନେ ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ। ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡିବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
କର୍କଟ:-ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। କଳା, ସାହିତ୍ୟ, ଚଳଚ୍ଚିତ୍ର ତଥା ସାମାଜିକ କାମରେ ପ୍ରଶଂସା ମିଳିବ। ବ୍ୟବସାୟରେ କର୍ମଚାରୀ ମାନଙ୍କର ସହଯୋଗ ପାଇ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ଆମୋଦ ପ୍ରମୋଦ, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ମଉଜ ମଜିଲିସ୍ କରିବା ପାଇଁ ସୁଯୋଗ ପାଇବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।
ସିଂହ:-ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ପାରିବାରିକ ଦ୍ୱନ୍ଦ ସମାଧାନ ହୋଇ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ। କର୍ମଚାରୀ ଓ ଶ୍ରମିକମାନେ ଉପର ମହଲରୁ ଆଶାତୀତ ଉପକୃତ ହେବେ। ଶ୍ୱଶୁର ଘର କିମ୍ବା ଜମିବାଡ଼ି ନେଇ କେତେକ ସମସ୍ୟାର ସମାଧାନ ହୋଇଯିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କନ୍ୟା:-ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କର୍ମଚାରୀ ମାନଙ୍କର ଜନସମ୍ପର୍କ ସୁଦୃଢ ହେବ ଓ ଯାହା ଚିନ୍ତା କରିବେ ତାହା ପୂରଣ କରି ପାରିବେ। ଉଚିତ ପନ୍ଥା ଗ୍ରହଣ କରି ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ପାରିବେ। ପାରିବାରିକ ସୁଖଶାନ୍ତି ବୃଦ୍ଧି ହେବ। ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ। ପ୍ରେମିକ ପ୍ରେମିକା ମାନେ ପ୍ରେମ ସମ୍ପନ୍ଧୀୟ କ୍ଷେତ୍ରରେ ସଫଳ ହେବେ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।
ତୁଳା:-ଶତୃ, ରୋଗ, ଋଣରୁ ମୁକ୍ତି ପାଇବେ। ବ୍ୟବସାୟିକ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ପାରିବାରିକ ଅଶାନ୍ତି ଦୂରେଇଯାଇ ଉତ୍ତମ ରୋଜଗାର ହେବା ଫଳରେ ଗୃହୋପକରଣ କ୍ରୟ କରି ପାରନ୍ତି। ପରୀକ୍ଷା, ପ୍ରତି ଯୋଗୀତା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ସହଜ ସରଳରେ ସମାଧାନ ହୋଇଯିବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ପାଇବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ବିଚ୍ଛା:-ଅନେକ ସମସ୍ୟା ଦୂର ହୋଇ ଉଚ୍ଚ ଆଶାରେ ଆଗେଇବେ। କୋର୍ଟ କଚେରୀରେ ସଫଳତା ମିଳିବ। ସନ୍ତାନଙ୍କର ଉନ୍ନତିରେ ଖୁସିହେବେ। କୃଷିଜିବୀମାନେ ଉତ୍ସାହିତ ହେବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତ କାରରେ ସଫଳ ହେବେ। ମିଷ୍ଠାନ୍ନ ଭୋଜନ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତିର ସଂକେତ ପାଇବେ। ସୁଖ, ସମ୍ପତ୍ତି ଲାଭ ଓ ପ୍ରିୟଜନଙ୍କ ଠାରୁ ସାହାଯ୍ୟ ପ୍ରାପ୍ତି ହେବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ଧନୁ:-ସୁଖ ଶାନ୍ତିରେ ଦିନଟି କଟାଇବେ। ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ ଓ ବ୍ୟବସାୟ ବଢାଇବାରେ ସମର୍ଥ ହେବେ। ବୁଦ୍ଧିମାତା କାରଣରୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମ ସମ୍ବନ୍ଧକୁ ବିବାହରେ ପରିଣତ କରିବାକୁ ଚେଷ୍ଟା କରିବେ। ରାଜନୀତି କ୍ଷେତ୍ରରେ ଶତୃ ଓ ବିରୋଧୀମାନେ ପରାସ୍ତ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ମକର:-ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ। ପାରିବାରିକ ସମସ୍ୟା ଗୁଡ଼ିକ ସମାଧାନ ହେବ। ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଓ ଉପରିସ୍ଥ ଅଧୀକାରୀଙ୍କ ପ୍ରିୟଭାଜନ ହେବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ। ପ୍ରତିକାର- ମୟୂର ଚନ୍ଦ୍ରିକା ପାଖରେ ରଖି ଯାତ୍ରା କରନ୍ତୁ।
କୁମ୍ଭ:-ଶତୃମାନେ ଦୂର ହେବେ। କର୍ମକ୍ଷେତ୍ରରେ ଦାଇତ୍ଵ ବଢିବା ସହ ଯଶ, ମାନସମ୍ମାନ ପ୍ରତିଷ୍ଠା ମିଳିବ। ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀ ମାନଙ୍କ ସାନ୍ନିଧ୍ୟରେ ଆସିବେ। କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି। ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ। ବିଦ୍ୟା କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ଭଲ କାମ କରି ସୁଖରେ ଦିନଟି ବିତାଇବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।
ମୀନ:-ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବ। ବ୍ୟବସାୟ କ୍ଷେତ୍ରରେ ପରିଶ୍ରମ ଓ ମେହନତର ପରିଣାମ ମିଳିବ। ପଡାପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ଶାନ୍ତ ହେବ। ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ। କୌଣସି କ୍ଷେତ୍ରରେ ଆଗକୁହା ନ ହୋଇ କର୍ମନିଷ୍ଠା ମଧ୍ୟରେ ନିଜକୁ ସୀମିତ ରଖିବା ହିତକର। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।