ଦୈନିକ ରାଶିଫଳ: 10 ଡିସେମ୍ବର 2023, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେଲେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ। ରାଜନୀତି କ୍ଷେତ୍ରରେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର। ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ଶତ୍ରୁହାନି, ଉଚ୍ଚପ୍ରଶଂସା ଲାଭ, ଦମ୍ଭସାହସ ବୃଦ୍ଧି, କ୍ଷମାଗୁଣରେ ଯଶପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯାଇ ଅଶାନ୍ତିର ଝଡ ଶାନ୍ତ ହେବ। ଚିତ୍ତପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହୋଇ ଯଶ, ମାନସମ୍ମାନ ପ୍ରତିଷ୍ଠା ମିଳିବ। କର୍ମକ୍ଷେତ୍ରରେ ଅପେକ୍ଷା କରିଥିବା କାର୍ଯ୍ୟର ଶୁଭ ସୂଚନା ମିଳିବା ଫଳରେ ଶ୍ରମ ସାର୍ଥକ ହେବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମିଥୁନ:-ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହେବ। ପ୍ରେମିକ ପ୍ରେମିକା ମାନଙ୍କର କିଛି ଅର୍ଥ ସଙ୍କଟ ଦେଖାଦେବାରୁ ଅତ୍ୟଧିକ ଚିନ୍ତା କରିବେ। ଛାତ୍ରଛାତ୍ରୀମାନେ ଉଚିତ ପନ୍ଥା ଗ୍ରହଣ କରି ବିଦ୍ୟାରେ ସଫଳ ହେବେ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ବ୍ୟବସାୟ କ୍ଷେତ୍ରରେ ମନ ଲାଗିବା ଦ୍ଵାରା ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କର୍କଟ:-ବ୍ୟବସାୟ କ୍ଷେତ୍ରରେ ଆୟ ବ୍ୟୟରେ ତାଳମେଳ ରହିବ ନାହିଁ। କର୍ମ କ୍ଷେତ୍ରରେ ଦାୟିତ୍ଵ ବଢିବା ଯୋଗେ ଅନ୍ୟମନସ୍କ ରହିବେ। ନିଜ ଚେଷ୍ଟାରେ ବହୁତ କଷ୍ଟକଲେ ବାକିଥିବା ଅର୍ଥ ପାଇବେ। ଗୃହ ସମସ୍ୟାରେ ଧନ୍ଦି ହୋଇଯିବେ। ନିଜ ଲୋକମାନେ ହିଁ କାମରେ ଆସିବେ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ। ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

ସିଂହ:-ଶତୃମାନେ ଦୂରେଇଯିବେ। କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ। କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ। ମିତ୍ରଙ୍କ ସାହାଯ୍ୟ ଦ୍ଵାରା କର୍ମ ହେବ। ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ। ରାଜନୀତି କ୍ଷେତ୍ରରେ ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। ଧନର ଆଗମନ ହୋଇପାରେ। ସମସ୍ତ ସମସ୍ୟା ସମାଧାନର ଆଶା ଉଜ୍ଜ୍ଵଳ ହେବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

କନ୍ୟା:-ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ପରିଜନ ଓ ସାଧୁଜନପ୍ରିୟ ହେବେ। ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ମନଯୋଗ ଦେବେ। ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ବ୍ୟବସାୟରେ ସଫଳତା ଅର୍ଜନ କରି ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ଉଚ୍ଚକର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଯୋଗେ ନାନାବିଧ ସୁଯୋଗ ପାଇ ଉଚ୍ଚଆଶା ସଫଳ ହେବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-ବିଭିନ୍ନ ପ୍ରକାରର ସମସ୍ୟା ସମାଧାନ କରି ଆର୍ଥିକ କ୍ଷେତ୍ରରେ ଉନ୍ନତିହେବ। କର୍ମକ୍ଷେତ୍ର ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ। ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବା ପାଇଁ ପ୍ରଯତ୍ନ କରି ପ୍ରଶଂସିତ ହେବେ। ଜନ ସେବାରେ ନିଜକୁ ନିୟୋଜିତ କରିବେ। ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ। ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକିଟଙ୍କା ମିଳିଯିବ। ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ସଫଳ ହେବେ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ବିଚ୍ଛା:-ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ। ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ। କେତେକ କ୍ଷେତ୍ରରେ ଭାଇ ବନ୍ଧୁମାନଙ୍କର ସାହାଯ୍ୟ ସହଯୋଗ ପାଇ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ଭଲଭାବରେ ଚିନ୍ତାକରି କାମକଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ।ପରିବାରରେ ମାନ ମନାନ୍ତର ଦୂର ହେବ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।

ଧନୁ:-ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ। ସମସ୍ତ ସମସ୍ୟାର ଫଇସଲା ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। ପାରିବାରିକ ଜୀବନରେ ଶାନ୍ତି, ଭାଇ ଓ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ ଓ ପରିବାର ଜନଙ୍କ ସହିତ ସମୟ ବିତେଇବେ। ବ୍ୟାପାର ବାଣିଜ୍ୟ ଓ କାମକାର୍ଯ୍ୟର ସ୍ଥିତି ସନ୍ତୋଷ ଜନକ ହେବ। ପ୍ରପର୍ଟୀ ସମ୍ବନ୍ଧିୟ ମାମଲା ସତୃଙ୍କ ମଧ୍ୟସ୍ଥତା ଦ୍ଵାରା ଦୂର ହେବ। ପ୍ରତିକାର-ଅଷ୍ଟଗନ୍ଧ ତିଳକ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମକର:-ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ। ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ବ୍ୟବସାୟିକ କ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତି ହେବ। ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ। ମନରେଥିବା କାମନା ପୂର୍ଣ୍ଣ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-ଆର୍ଥିକ ସ୍ଥିତିକୁ ସୁଧାରି ପାରିବେ କିନ୍ତୁ ଅହଂକାରକୁ ତ୍ୟାଗ କରିବାକୁ ହେବ। ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ। ପିଲାମାନଙ୍କ କାର୍ଯ୍ୟପ୍ରତି ଦ୍ରୁଷ୍ଟି ରଖିବା ଉଚିତ୍ ହେବ।ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଖାଦ୍ୟପେୟ ଓ ଔଷଧ ସେବନ ପ୍ରତି ଧ୍ୟାନ ନ ରଖିଲେ, ବିଶେଷ କ୍ଷତି ହେବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମୀନ:-ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ। ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। ସରକାରୀ କ୍ଷେତ୍ରରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ଯେତେ ଅଧିକ ପରିଶ୍ରମ କରିବ ସେତେ ଅଧିକ ଲାଭ ହେବ। ଆର୍ଥିକ କ୍ଷେତ୍ରରେ ଅବନତି ଦେଖାଦେବ। ଦାମ୍ପତ୍ୟ ସୁଖରେ ଅପ୍ରିତିକର ପରିସ୍ଥିତି ଦେଖାଦେଇ ପାରେ। ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରିବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!