ଦୈନିକ ରାଶିଫଳ: 09 ଜୁଲାଇ 2023, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ପୂର୍ବ କଳହର ସମାଧାନ ହୋଇ ସହକର୍ମୀ ମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ନିଜର ପ୍ରତିଷ୍ଠା ଫଳରେ ଜନସାଧାରଣଙ୍କ ମନ କିଣିପାରିବେ। ବ୍ୟବସାୟକ୍ଷେତ୍ର ପ୍ରସାରିତ ହେବା ଫଳରେ ଆଶାତୀତ ଲାଭ ପାଇବେ। ପରୋକ୍ଷ ଶତ୍ରୁତା ଥିଲେ ମଧ୍ୟ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ। ମନୋରଂଜନ କାର୍ଯ୍ୟରେ ସମୟ କଟିବ। ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡିବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଶରୀରର ରୋଗ ପ୍ରତିରୋଧକ ଶକ୍ତି ଶକ୍ତିଶାଳୀ ହେବ। ରିଅଲ୍ ଇଷ୍ଟେଟ୍ ସହିତ ଜଡିତ ବ୍ୟବସାୟରେ ବିପୁଳ ଆର୍ଥିକ ଲାଭ ହୋଇ ପାରେ। ଚାକିରିରେ ଆପଣ ଏକ ସମ୍ମାନଜନକ ପଦ ପାଇପାରିବେ। ଉଚ୍ଚଶିକ୍ଷାରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରି ତାଙ୍କ କାର୍ଯ୍ୟରେ ବ୍ୟସ୍ତ ରହିବେ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ପାଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ପାଇବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ମିଥୁନ:-ସାହିତ୍ୟ, କଳା, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇ ଯିବ। କର୍ମକ୍ଷେତ୍ରରେ ବନ୍ଧୁମାନେ ସାହାଯ୍ୟ ସହଯୋଗର ହାତ ବଢେଇବେ। ଜୀବନସାଥୀଙ୍କ ଭାବନା ପ୍ରତି ଧ୍ୟାନ ଦିଅନ୍ତୁ। ସେୟାର ବଜାରରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ ନଚେତ୍ ଆର୍ଥିକ କ୍ଷତି ହୋଇପାରେ। କାହାରି କାର୍ଯ୍ୟରେ ହସ୍ତକ୍ଷେପ କରିବା ଠିକ୍ ହେବନାହିଁ। ପ୍ରଭାବଶାଳୀ ଲୋକମାନେ ସେମାନଙ୍କର ପ୍ରତିଷ୍ଠା ପାଇଁ ଚିନ୍ତିତ ହେବେ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ:-ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ଉଚିତ୍ ପନ୍ଥା ଗ୍ରହଣ କରିବା ଫଳରେ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ, କ୍ଷାତି ବଢ଼ିବ। ପୂର୍ବରୁ ଥିବା ପାରିବାରିକ ସମସ୍ୟା ଗୁଡ଼ିକ ସମାଧାନ ହୋଇ ଗୃହସ୍ଥ ଜୀବନ ସୁଖମୟ ହେବ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାସହ ନୂଆ ଲକ୍ଷକୁ ନିର୍ଦ୍ଦାରିତ କରିପାରିବେ। ଯୋଜନା ମୁତାବକ ବ୍ୟବସାୟ କଲେ ବହୁବିଧ ଲାଭ ମିଳିବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ସିଂହ:-ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଉତ୍ସାହିତ ହେବେ। ଦାମ୍ପତ୍ୟ ଜୀବନରେ ପ୍ରେମ ଏବଂ ସୁଖ ବୃଦ୍ଧି ପାଇବ ଯେଉଁଥିପାଇଁ ପାରସ୍ପରିକ ସମନ୍ୱୟ ମଧ୍ୟ ବୃଦ୍ଧି ପାଇବ। ମାନସିକତା ବହୁତ ସକାରାତ୍ମକ ହେବ। ପ୍ରାୟତଃ ସବୁ କ୍ଷେତ୍ରରେ ଆପଣଙ୍କ ପାଇଁ ଶୁଭ ହେବ। ଅଫିସ୍ ପରିବେଶ ଆପଣଙ୍କ ପାଇଁ ବହୁତ ଭଲ ରହିବ। ବ୍ୟାଙ୍କିଙ୍ଗ୍ ବୃତ୍ତି ସହିତ ଜଡିତ ଲୋକମାନେ ପୁରସ୍କାର ପାଇପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-ଶରୀର ସୁସ୍ଥ ରହିବାସହ ଆର୍ଥିକ ଦିଗରୁ ସୁବିଧା ପାଇବେ। ସାଙ୍ଗସାଥିମାନେ ସାହାଯ୍ୟ ସହଯୋଗ କରିବା ଫଳରେ ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ। ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ନିଜର ଚେଷ୍ଟା ଫଳରେ ବହୁତ ଦିନରୁ ବାକି ପଡିଥିବା ଟଙ୍କା ମିଳି ପାରିବ। ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ତୁଳା:-ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ କରି ପ୍ରଶଂସା ପାଇବେ। ଛାତ୍ରଛାତ୍ରୀମାନେ ଆଶା କରୁଥିବା ଫଳ ପାଇବା ଉପରେ ବିଶ୍ବାସ ରଖିବା ଉଚିତ୍। କର୍ମକ୍ଷେତ୍ରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ପାଇବ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। କୌଣସି ପ୍ରକାରେ ଉଚ୍ଚମାନ୍ୟତା ରକ୍ଷାକରି ଆର୍ଥିକ ସ୍ଥିତିକୁ ସୁଦୃଢ କରି ପାରିବେ। ସାମ୍ବାଦିକ ମାନଙ୍କର ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଚ୍ଛା:-ଶାରୀରିକ କଷ୍ଟ ଦୂରେଇ ଯିବା ସହ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ପାଇବେ। ବିବାଦୀୟ ବିଷୟ ଗୁଡ଼ିକର ନିଷ୍ପତ୍ତି ହଠାତ୍ ଆପଣଙ୍କ ସପକ୍ଷରେ ଆସିପାରେ। ପରିବାର ସଦସ୍ୟଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ। ସାଙ୍ଗମାନଙ୍କଠାରୁ ଭଲ ଖବର ପାଇବାର ସମ୍ଭାବନା ଅଛି। ବିରୋଧୀମାନେ ଆପଣଙ୍କର ବନ୍ଧୁ ପରି ଦେଖା ଯିବେ। ବ୍ୟବସାୟରେ ଅଂଶୀଦାର ମାନଙ୍କ ସହିତ ସୁ ସମ୍ପର୍କ ଫଳରେ ଭଲଲାଭ ପାଇବେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ଧନୁ:-ରାଜନୀତିରେ ସକ୍ରିୟତା ବୃଦ୍ଧି ପାଇବାଦ୍ୱାରା ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ସଠିକ୍ ପ୍ରମାଣିତ ହେବ। ପରାଧୀନତା ବେଡିରେ ଶୃଙ୍ଖଳିତ ହୋଇ ମଧ୍ୟ ନିଜସ୍ଵ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇବେ। କ୍ୟାରିୟରର ସମସ୍ୟା ସମାଧାନ ହେବା ଫଳରେ ମନ ବହୁତ ଖୁସି ରହିବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ। ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡିବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-କଠିନ ପରିଶ୍ରମରୁ ନିବୃତ୍ତ ହୁଅନ୍ତୁ ନାହିଁ। ସହକର୍ମୀମାନେ କର୍ମକ୍ଷେତ୍ରରେ ଆପଣଙ୍କୁ ଭଲ ସମର୍ଥନ ଦେବେ। ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ ଓ ନିଜ ମନମୁତାବକ କାମ କରିପାରିବେ। ଆପଣଙ୍କର ଯୋଜନା କାହା ସହିତ ଅଂଶୀଦାର କରନ୍ତୁ ନାହିଁ। ପ୍ରେମ ସମ୍ପର୍କ ବିଷୟରେ ବହୁତ ସତର୍କ ରହିବା ଆବଶ୍ୟକ। କାରଣ ଅସହିଷ୍ଣୁତାର ଶିକାର ହୋଇ ପାରନ୍ତି। ଅତ୍ୟଧିକ କାର୍ଯ୍ୟ ଚାପ ଯୋଗେ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ସହକର୍ମୀମାନେ କାର୍ଯ୍ୟକ୍ଷେତ୍ରରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରି ପଡିରହିଥିବା କାର୍ଯ୍ୟକୁ ଆଗେଇ ନେବେ। ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବାସହ କୌଣସି ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ। ଆର୍ଥିକ ସମ୍ବନ୍ଧୀୟ ଅସୁବିଧା ଦୂର ହେବ। ଋଣ ଏବଂ ସମ୍ପତ୍ତି ସମ୍ବନ୍ଧୀୟ ପ୍ରସଙ୍ଗରେ ଲାଭ ପାଇବାର ସମ୍ଭାବନା ଅଛି। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ରାଜନୀତିରେ କୃତକାର୍ଯ୍ୟ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। କାମକାର୍ଯ୍ୟର ସ୍ଥିତି ସନ୍ତୋଷ ଜନକ ହେବା ଫଳରେ ଆର୍ଥିକ ସ୍ଥିତିକୁ ସୁଧାରି ପାରିବେ। କର୍ମକ୍ଷେତ୍ରରେ ଜୁନିଅରମାନେ ଆପଣଙ୍କୁ ସାହାଯ୍ୟ କରିବେ। ବ୍ୟବସାୟୀ ମାନଙ୍କର କାରବାର ବଢିବା ସହ ମନମୁତାବକ ଲାଭବାନ ହେବାର ସମ୍ଭାବନା ଅଛି। ଛାତ୍ରଛାତ୍ରୀମାନେ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ। ପ୍ରତିକାର- ଦିବ୍ୟାଙ୍ଗଙ୍କୁ ସାହାଯ୍ୟ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!