ଦୈନିକ ରାଶିଫଳ: 09 ଜୁନ୍ 2024, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଛାତ୍ର ଛାତ୍ରୀମାନେ ଭଲ କାମ କରିବା ସାଙ୍ଗକୁ ନିଜ ଚେଷ୍ଟାରେ ବିଦ୍ୟା କ୍ଷେତ୍ରରେ ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ। ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ। ଗୁରୁଜନ ମାନଙ୍କ ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ବ୍ୟବସାୟୀମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ବାସସ୍ଥାନ ବା ଯାନବାହାନର ନବୀକରଣ କରିବାର ସୁଯୋଗ ପାଇବେ। କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମିଥୁନ:-ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ପାଇ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ଅଗ୍ରଗତି ଘଟିବା ସହ ଭଲ ଲାଭ ପାଇବେ। କର୍ମନିଯୁକ୍ତି ପାଇଁ ଚେଷ୍ଟା କଲେ ସହଜ ସରଳରେ ନୂତନ କର୍ମପ୍ରାପ୍ତି ହେବ। ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବା ଫଳରେ ନୂତନ ପ୍ରୋଜେକ୍ଟରେ କାମ ଆରମ୍ଭ କରିପାରିବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କର୍କଟ:-କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ। ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ପ୍ରତିକୂଳ ପରିସ୍ଥିତି ଦୂରେଇଯିବ ଓ ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସହାୟତାରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ। ଖାଇବା ପିଇବାରେ କିଛି ଅସନ୍ତୁଳନ ହୋଇପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ଆର୍ଥିକ ସମସ୍ୟା ସମାଧାନ ହୋଇଯିବ। ଦୂରଯାତ୍ରା କରି ମନ ଖୁସି ରହିବ। ରାଜକୀୟ ମାମଲାରେ ସଫଳତା ମିଳିବ। ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ। ଅଫିସର୍ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ। ଜନସମ୍ପର୍କ ସୁଦୃଢ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-ବୃଦ୍ଧ ଲୋକମାନଙ୍କ ଆଶୀର୍ବାଦ ପାଇବେ ଓ ପିଲାମାନେ ସେମାନଙ୍କ ଅଧ୍ୟୟନ ପାଇଁ ଆନନ୍ଦିତ ହେବେ। ନକାରାତ୍ମକ ପ୍ରବୃତ୍ତି ଥିବା ଲୋକଙ୍କ ପ୍ରତି ଆପଣ ଆକର୍ଷିତ ହୋଇପାରନ୍ତି। ସନ୍ଦେହ ସଂପର୍କକୁ ପ୍ରେମ ସଂପର୍କରେ ଆସିବାକୁ ଦିଅ ନାହିଁ।କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ। ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ। ରାଜନୀତିରେ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରହିବ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଆନନ୍ଦିତ ରହିବେ। ଶତୃମାନେ ପରାଜିତ ହେବା ସହ ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ମିଳିବ। ପୁରାତନ ରୋଗର ପ୍ରକୋପ ହ୍ରାସ ପାଇବା ଫଳରେ ମନଶାନ୍ତ ରହିବ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ସାଧାରଣ ଲୋକଙ୍କ ଠାରୁ ସମ୍ମାନ ପାଇବେ। ପ୍ରେମିକ ପ୍ରେମିକାଙ୍କ ସହିତ ଏକାକୀ ସମୟ ବିତାଇ ପାରିବ। କଳା ଏବଂ କ୍ରୀଡା ସହିତ ଜଡିତ ଥିଲେ ପୁରସ୍କାର ପାଇପାରିବେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ବିଚ୍ଛା:-ବ୍ୟବସାୟୀମାନେ ଧୈର୍ଯ୍ୟଧରୀ ପରିଶ୍ରମ କରିବା ଫଳରେ କିଛିଟା ଲାଭବାନ୍ ହେବେ। ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ ଓ ଆଡମ୍ବରରେ ଆଗ୍ରହ ବଢିବ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷାରେ ବିଜୟୀ ହେବେ। ନିଜର ଶବ୍ଦବ୍ୟବହାର ଦ୍ୱାରା ଲୋକଙ୍କୁ ପ୍ରଭାବିତ କରି ପାରିବେ। ମନର ଭାବ କେହି ଠିକ୍ ଭାବେ ବୁଝିପାରିବେ ନାହିଁ ତେଣୁ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଗତି କରିବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ଧନୁ:-ଶୁଭ ସମାଚାର ପାଇ ଖୁସି ହେବେ। ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ଓ ମାନସିକ ଶାନ୍ତି ପାଇବେ। ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ। ଆର୍ଥିକସ୍ଥିତି ମନ୍ଦ ହେବନାହିଁ, ଯାହାଦ୍ୱାରା କି ବହୁ ପରିମାଣରେ ଅଭିବୃଦ୍ଧିର ହାର ବଢ଼ିଯିବ। କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟ ବିସ୍ତାର କରି ସମସ୍ୟାକୁ ସୁଧାରି ନେବେ। ଅନ୍ୟମାନଙ୍କୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମକର:-କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ। ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ। ବ୍ୟବସାୟୀମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ଆର୍ଥିକସ୍ଥିତିରେ ଉନ୍ନତି ହେବ। ସୁଖ ସମ୍ପଦ ପ୍ରାପ୍ତି ହେବ। ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ। ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ସମାଧାନ ହେବ। ତଳ ମହଲରୁ ଆଶାତୀତ ଲାଭ ପାଇବେ। ପ୍ରତିକାର- କଳା ରୁମାଲ ଟିଏ ପାଖରେ ରଖନ୍ତୁ।

କୁମ୍ଭ:-କର୍ମରେ ଉନ୍ନତି ସହିତ ଓ ଶୁଭଫଳ ପ୍ରାପ୍ତି ହେବ। ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ। ପ୍ରେମପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ। ପରିବାର ସମ୍ବନ୍ଧିତ ବା କୌଣସି ବନ୍ଧୁଙ୍କ ଦ୍ଵାରା ଶୁଭ ସମାଚାର ଶୁଣିବେ। କମିଶନ ସମ୍ବନ୍ଧିତ କାର୍ଯ୍ୟରେ ଲାଭ ମିଳିବ। ବିରୋଧୀ କିଛି କ୍ଷତି କରିପାରିବେ ନାହିଁ। କାମକାର୍ଯ୍ୟର ସ୍ଥିତି ବହୁତ ସନ୍ତୋଷ ଜନକ ହେବ। ଜୀବନରେ ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ମୀନ:-ମିତ୍ରଙ୍କ ସହିତ ସମୟ ବିତେଇବେ। ବ୍ୟବସାୟୀମାନେ ପ୍ରଚୁର ଲାଭ ପାଇବେ। ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ। କେତେକ କର୍ମରେ ବାଧା ସୃଷ୍ଟି ହେଲେ ମଧ୍ୟ ସଫଳ ହେବେ। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ଓ ଶୁଭ ସୂଚନା ମଧ୍ୟ ପାଇବେ। ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ଶୁଣି ଅନ୍ୟ ଉପରେ ବିରକ୍ତ ହେବେ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!