ଦୈନିକ ରାଶିଫଳ: 07 ଡିସେମ୍ବର 2023, ଗୁରୁବାର, ମା’ ଲକ୍ଷ୍ମୀଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଭଲ କାମ କରି ସୁଖରେ ଦିନଟି ବିତାଇବେ। ସ୍ଵାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବା ଯୋଗେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ କାର୍ଯ୍ୟରେ ସ୍ଥିରତା ଆସିବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ପରିଶ୍ରମ ଦ୍ୱାରା କାର୍ଯ୍ୟ ମଧ୍ୟମ ଧରଣର ହୋଇ ସଫଳତା ମିଳିବ ଓ ଲାଭ ପାଇବେ। ଦାମ୍ପତ୍ୟଜୀବନ ସୁଖମୟ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-କର୍ମକ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ କୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ ହେବେ। ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ଚେଷ୍ଟା ଜାରି ରଖିଲେ ମୁଣ୍ଡ ଉଚ୍ଚ ରହିବ। ବହୁତ ଦିନରୁ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇ ଯାଇ ପାରେ। ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-ବ୍ୟବସାୟରେ ପ୍ରସାର ପ୍ରଚାର କରି ଉତ୍ତମ ରୋଜଗାର କରିପାରିବେ। ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ। ସମାଜ ସେବାରେ ସ୍ଵନାମ ଅର୍ଜନ କରି ପାରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ କର୍ମକ୍ଷେତ୍ରରେ ଉନ୍ନତି କରି ପାରିବେ। ପରିବାରରେ ଆଦର ଯତ୍ନପାଇ ସୁଖଭୋଗ କରିବେ। ଆତ୍ମବିଶ୍ଵାସ ବୃଦ୍ଧି ପାଇବ। କଳେବଳେ କୌଶଳରେ ସମସ୍ତ ପ୍ରକାର ଅଭିଳାଷ ପୂରଣ ହେବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ:-କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରିବା ସହ ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଦୂରେଇଯିବା ସହ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ସିଂହ:-ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ। ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ। ବନ୍ଧୁଙ୍କ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିପାରିବେ। ରାଜନୀତି କ୍ଷେତ୍ରରେ ମିତ୍ର ଓ ଭାଇମାନଙ୍କୁ ସାହାଯ୍ୟ କରି ଆର୍ଥିକ ସମସ୍ୟାରେ ଚିନ୍ତିତ ହୋଇ ପାରନ୍ତି। ପରିବାରରେ ପ୍ରକୃତିସ୍ଥ ହୋଇ ହିସାବରେ ଚଳିଲେ ଦୁର୍ଗତିରୁ ସୁରକ୍ଷିତ ରହି ହେବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କନ୍ୟା:-ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ଜୟଯୁକ୍ତ ହେବେ। ଶାରୀରିକ କଷ୍ଟ ଦୂର ହେବ। ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ପରିବାର ଜନଙ୍କ ସମ୍ବନ୍ଧିତ କୌଣସି ଶୁଭ ସମାଚାର ଶୁଣିବେ। ଶତ୍ରୁ ବା ବିରୋଧୀ କିଛି କ୍ଷତି କରିପାରିବେ ନାହିଁ। ବ୍ୟବସାୟୀ ମାନେ ନିଜର ପ୍ରାଧାନ୍ୟ ବିସ୍ତାର କରି ସମସ୍ୟାକୁ ସୁଧାରି ନେବେ। ଆର୍ଥିକସ୍ଥିତି ମନ୍ଦ ହେବନାହିଁ, ଯାହାଦ୍ୱାରା କି ବହୁ ପରିମାଣରେ ଅଭିବୃଦ୍ଧିର ହାର ବଢ଼ିଯିବ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ତୁଳା:-ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବା ସହ କର୍ମକ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ହ୍ରାସ ହୋଇ ପାରେ। ଅଧ୍ୟୟନ ପ୍ରତି ବିତୃଷ୍ଣା ଓ ନିରାଶା ଭାବ ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ଆର୍ଥିକସ୍ଥିତିରେ ସୁଧାର ଆସିବ। ଶାରୀରିକ ସୁସ୍ଥତା ଓ ମାନସିକ ସ୍ଥିରତା ଦେଖାଦେବ। ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ। ସମାଜ ସେବାରେ ପ୍ରଶଂସିତ ହେବେ। ସନ୍ତାନ ସୁଖ ମିଳିବ। ବ୍ୟବସାୟରେ ସଂଘର୍ଷ ଦ୍ଵାରା ସଫଳତା ମିଳିବ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ଧନୁ:-ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ଆୟର ମାର୍ଗ ପ୍ରଶସ୍ତ ହେବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତା ମିଳି ପାରେ। ବ୍ୟବସାୟ ବୃଦ୍ଧି କିମ୍ବା ନୂଆ ଯୋଜନା ଅନୁସାରେ କାର୍ଯ୍ୟ କରିଲେ ଅଟକିଥିବା ଧନପ୍ରାପ୍ତ ହେବ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମକର:-ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଛାତ୍ରଛାତ୍ରୀମାନେ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହୋଇପାରେ। ରାଜନୀତିରେ ସତର୍କତା ଅବଲମ୍ବନ କରିବା ଉଚିତ୍। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ:-ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ। ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବା ଫଳରେ ଆୟ ଅପେକ୍ଷା ବ୍ୟୟ ଅଧିକ କରିବେ। ଛାତ୍ରଛାତ୍ରୀମାନେ ବେପରୁଆ କାର୍ଯ୍ୟକଳାପ ଯୋଗୁଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। କୌଣସି କାରଣ ବଶତଃ ଦୂର ବା ନିକଟ ଯାତ୍ରାକୁ ନଯିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-ସରକାରୀ ସାହାଯ୍ୟ ପାଇବା ଫଳରେ ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ। ଖାଇବା ପିଇବା ଠିକ୍ ରହିବା ଫଳରେ ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ରାଜନୀତିରେ ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମ ହେବ। ସାମାଜିକ କାର୍ଯ୍ୟରେ ଭାଗ ନେଇ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପାରିବାରିକ ସମସ୍ୟା ସମାଧାନ କରି ଶାନ୍ତି ପାଇବେ ଓ ପରିବାରରେ ଆନନ୍ଦର ଲହରୀ ଖେଳି ଯିବ। ପ୍ରତିକାର- ହଳଦୀ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!