ଦୈନିକ ରାଶିଫଳ: 07 ଅଗଷ୍ଟ 2023, ସୋମବାର, ମହାଦେବଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢ଼ା ପଢ଼ିରେ ମନଯୋଗ ଦେବେ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ ଓ ବନ୍ଧୁ ମିତ୍ରଙ୍କର ସହଯୋଗ ପାଇବେ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ଆଶା ପୂରଣ ହେବ। ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ସହଜରେ ପାଇ ପାରନ୍ତି। ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନବଳକୁ ବଢେଇଦେବ। ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ ସଫଳତା ମିଳିବ। ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ। ପ୍ରତିକାର- ଶ୍ଵେତଚନ୍ଦନ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।

ମିଥୁନ:-ମାନସିକ ସ୍ତରରେ ଶାନ୍ତ ରହିବା ଫଳରେ ପ୍ରତିଭାର ବିକାଶ ହେବ। ସୃଜନଶୀଳ କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ ପାଇବାସହ ନୂତନ ବ୍ୟବସାୟରେ ବିନିଯୋଗ କରିପାରିବେ। ଫାର୍ମା ସେକ୍ଟର ସହିତ ଜଡିତ ଲୋକମାନେ ଉତ୍କୃଷ୍ଟ ଲାଭ ପାଇ ପାରିବେ। ନିଜର ବ୍ୟବହାର ଓ ଆଚରଣ ଉଚାରଣ ଲୋକମାନଙ୍କୁ ପ୍ରଭାବିତ କରିବାକୁ ସମର୍ଥ ହେବେ। ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ଶତ୍ରୁହାନି, ଉଚ୍ଚପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତିହେବ। ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ପରିବାର ସଦସ୍ୟଙ୍କ ସହିତ ସୌହାଦ୍ୟ ପୂର୍ଣ୍ଣ ସଂପର୍କ ରହିବ। ନୂତନ ବ୍ୟବସାୟ ଆରମ୍ଭ କଲେ ଆଶାତୀତ ଲାଭ ପାଇବେ। ପ୍ରତିକାର-ଫିକାରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

ସିଂହ:-ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ମନରେ ଅନେକ ଅବାଞ୍ଛିତ ଚିନ୍ତାଧାରା ରହିବା ଫଳରେ କେତେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ। ନିଜର ବକ୍ତବ୍ୟ ଏବଂ ଆଚରଣରେ ନମ୍ରତା ରହିବା ସହ କାର୍ଯ୍ୟ ପରିବର୍ତ୍ତନ କରିବା ଲାଭଦାୟକ ହେବ। କଠିନ ପରିଶ୍ରମ କରିବା ଯୋଗୁ ଶାରରୀକ ଅସୁସ୍ଥତା ଦେଖା ଦେଇ ପାରେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପରୀକ୍ଷା ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ। ରାଜନୀତି କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ନିଜର ଯୋଜନା ମୁତାବକ କାମକଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଭଲକାର୍ଯ୍ୟ ହାତଛଡା ହୋଇଯିବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। କର୍ମକ୍ଷେତ୍ରରେ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟ ପାଇଁ ଦୂରଯାତ୍ରାର ସୁଯୋଗ ପାଇ କମ୍ ପରିଶ୍ରମରେ ଆଶାଜନକ ଲାଭପ୍ରାପ୍ତି ହେବ। ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ। ପ୍ରତିକାର- କଉଡି ଗୋଟିଏ ପାଖରେ ରଖନ୍ତୁ।

ବିଚ୍ଛା:-ଶତୃମାନେ ପରାଜିତ ହେବେ ଓ ଆକସ୍ମିକ ଧନଲାଭ ହେବାଦ୍ୱାରା ସମସ୍ତକାର୍ଯ୍ୟ ପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ମନୋକାମନା ପୂରଣ ହୋଇ ଲାଭର ମାର୍ଗ ପ୍ରଶସ୍ଥ ହେବ। ରାଜନୈତିକ କ୍ଷେତ୍ରରେ ଅଟକି ଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ। ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଉତ୍ତମ ଆୟର ପଥ ପରିଷ୍କାର କରିବେ। ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ ଓ ବିରୋଧିମାନେ ଦୂରେଇ ଯିବେ। ପ୍ରତିକାର- ଗୋଟାଗୁଆ ଗୋଟିଏ ପକେଟରେ ରଖି ଯାତ୍ରା କରନ୍ତୁ।

ଧନୁ:-ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ପ୍ରଶଂସିତ ହେବେ। ପୂର୍ବରୁ ଥିବା ପାରିବାରିକ ସମସ୍ୟା ସମାଧାନ ହୋଇ ବ୍ୟବସାୟରେ ଆଶାତୀତ ଲାଭ ପାଇବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରିପାରିବେ। ଚିନ୍ତାଧାରା ବହୁତ ସକାରାତ୍ମକ ହେବ। ଘରୋଇ କାମରେ ବିରକ୍ତ ହୋଇପାରନ୍ତି। ପ୍ରତିକାର-ହଳଦୀ ଖଣ୍ଡେ ପାଖରେ ରଖନ୍ତୁ।

ମକର:-ବ୍ୟବସାୟରେ ଟେକ୍ନୋଲୋଜିର ବିଶେଷ ବ୍ୟବହାର କରିବାକୁ ଉତ୍ସାହିତ ହେବେ। ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ଜୟଯୁକ୍ତ ହେବେ। ପରିସ୍ଥିତିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରି ପାରିବେ। ଛାତ୍ରଛାତ୍ରୀମାନେ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରି ଆନନ୍ଦିତ ହେବେ। ସମ୍ପର୍କୀୟଙ୍କୁ ଦେଖା କରିବାକୁ ଯାଇପାରନ୍ତି। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କୁମ୍ଭ:- ସ୍ୱାସ୍ଥ୍ୟରେ ଉନ୍ନତି ହେବା ଫଳରେ ମନ ଖୁସି ରହିବ। ଦୂର ସ୍ଥାନକୁ ଯାତ୍ରା କରି ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ଚେଷ୍ଟାରେ ଅତି ସହଜରେ ବାକିଥିବା ଅର୍ଥ ପାଇବେ। ବ୍ୟବସାୟରେ ଶତୃ ପରାଜିତ ହୋଇ ବାକିଥିବା ଅର୍ଥପ୍ରାପ୍ତି ହେବା ଫଳରେ ଭଲ ଲାଭ ପାଇବେ। ଗୃହସ୍ଥ ଜୀବନ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ପାଇ ସୁଖମୟ ହେବ। ନୂତନ ଯୋଜନାରେ ସଫଳତା ମିଳିବା ସହ ଆର୍ଥିକ ଉନ୍ନତିହେବ। ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ।

ମୀନ:-ସାଙ୍ଗମାନଙ୍କ ସହିତ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିବେ। ବାଦବିବାଦ, କ୍ରିଡା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଭ୍ରମଣ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ଆଜି କିଛି ଗୁପ୍ତ ଜିନିଷ ଖୋଲା ସ୍ଥାନକୁ ଆସିପାରେ। ଆପଣ ଗୁପ୍ତ ଶତ୍ରୁମାନଙ୍କଠାରୁ ସତର୍କ ରହିବା ଉଚିତ୍। ପ୍ରତିକାର- ହଳଦୀ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!