ଦୈନିକ ରାଶିଫଳ: 06 ନଭେମ୍ବର 2023, ସୋମବାର, ମହାଦେବଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଅର୍ଥ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଶାରିରୀକ ଅସୁସ୍ଥତା ଦୂରହୋଇ ଦେହମନ ଭଲ ରହିବାସହ ଦିନର ଆରମ୍ଭ ବହୁତ ଶୁଭ ହେବ, ଯାହା ଆପଣଙ୍କୁ ଖୁସିର ସନ୍ଦେଶ ଆଣିଦେବ। ବ୍ୟବସାୟିକ ବୃଦ୍ଧି କରିବା ପାଇଁ ଯାତ୍ରା କରିବାର ବିଶେଷ ସମ୍ଭାବନା ଅଛି। ନୂତନ କାର୍ଯ୍ୟ ଆରମ୍ଭ କରିଲେ ଭଲ ଲାଭ ପାଇବେ। ସବୁ ଦିଗରୁ ଭଲ ଖବର ଆସିବା ଫଳରେ ଆପଣଙ୍କ ଆତ୍ମବିଶ୍ୱାସ ବଢିବ। ଆୟର ଉତ୍ସ ବୃଦ୍ଧି ପାଇବା ସହ ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ। ନିଜର ଭାବନା ଓ କ୍ରୋଧକୁ ନିୟନ୍ତ୍ରଣ କରି ଉଚ୍ଚାଧିକାରୀଙ୍କର ପ୍ରିୟପାତ୍ର ହୋଇ ପାରିବେ। ରାଜନୀତି କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ହେବ। ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ। ପାରିବାରିକ ସୁଖ ଶାନ୍ତି ମିଳିବ କିନ୍ତୁ ସରକାରୀ ଆଦେଶକୁ ଅବମାନନା କରନ୍ତୁ ନାହିଁ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ। ଜୀବନସାଥୀଙ୍କ ସହିତ ସମୟ ବିତାଇବାକୁ ଭଲ ସୁଯୋଗ ପାଇବେ। ଛାତ୍ର ଛାତ୍ରୀମାନେ ଭଲ କାମ କରିବା ସାଙ୍ଗକୁ ନିଜ ଚେଷ୍ଟାରେ ବିଦ୍ୟା କ୍ଷେତ୍ରରେ ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ବ୍ୟବସାୟରେ କଠିନ ପରିଶ୍ରମର ଫଳାଫଳ ପାଇ ମନ ଖୁସି ହେବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ପ୍ରଶାସନ କ୍ଷେତ୍ରରେ ଆତ୍ମ ସମ୍ମାନ ବୃଦ୍ଧି ପାଇବା ସହ ଦିନଟି ବହୁତ ଉତ୍ସାହଜନକ ହେବ। ପର୍ଯ୍ୟଟନ ବ୍ୟବସାୟ ସହିତ ଜଡିତଥିଲେ ବଡ଼ ଧରଣର କାରବାର କରିପାରିବେ। ଜୀବନସାଥୀଙ୍କ ପ୍ରତି ପ୍ରେମ ଓ ସମ୍ମାନ ବୃଦ୍ଧି ପାଇବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଘର କିମ୍ବା କାର୍ଯ୍ୟାଳୟର ନବୀକରଣ ପାଇଁ ଯୋଜନା କରିପାରନ୍ତି। ଆଇନଗତ ପ୍ରସଙ୍ଗରେ ବିଜୟି ହୋଇ ସମାଜରେ ଖ୍ୟାତି ଓ ସମ୍ମାନ ପାଇବେ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ସିଂହ:-ସମ୍ପର୍କୀୟଙ୍କ ସହଯୋଗରେ ପରିବାର ସଦସ୍ୟଙ୍କ ସହିତ ସୁସମ୍ପର୍କ ରଖି ପାରିବେ। ବ୍ୟବସାୟରେ ନୂତନ ଚୁକ୍ତିନାମା ପାଇବା ସମ୍ଭାବନା ଅଛି। ଶିଳ୍ପୀ, ସହିତ୍ୟିକ, ସଂଗୀତଜ୍ଞ, ଯାନ୍ତ୍ରିକ ମାନେ କ୍ଷାତି ଅର୍ଜନ କରିବେ। ନିଜର ଚିନ୍ତାଧାରାକୁ ସକାରାତ୍ମକ ରଖିବା ଫଳରେ ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ। କୌଣସି ଠାରୁ ଶୁଭ ସମାଚାର ଶୁଣିବାକୁ ମିଳିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ଯୋଗେ ମାନସମ୍ମାନ ବଜାୟ ରହିବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

କନ୍ୟା:-ଶତୃମାନେ ପରାଜିତ ହେବା ସହ ଶାରିରୀକ ଅସୁସ୍ଥତା ଦୂର ହେବ। ବ୍ୟବସାୟରେ ନୂତନ ଜିନିଷ କ୍ରୟ ବିକ୍ରୟ କରିବା ପାଇଁ ଚେଷ୍ଟା କରିବେ। ରାଜନୀତି କ୍ଷେତ୍ରରେ ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ସାଧାରଣ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବନ୍ଧୁ ମିତ୍ରଙ୍କର ସହଯୋଗ ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ନୂତନ ଚାକିରୀ ପାଇଁ ପ୍ରୟାସ ରତ ଥିଲେ ଉତ୍ସାହବର୍ଦ୍ଧକ ସମାଚାର ମିଳିବ। ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

ତୁଳା:-କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ। ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ। ମନର ନକାରାତ୍ମକତା ଦୂର ହୋଇ ଉଚ୍ଚଶିକ୍ଷାରେ ସଫଳତା ପାଇବେ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳହେବେ। କାର୍ଯ୍ୟ କ୍ଷେତ୍ରରେ ସୁଖଶାନ୍ତି ବୃଦ୍ଧି ହେବ। ବୟସ୍କ ବ୍ୟକ୍ତିଙ୍କ ସମର୍ଥନ ପାଇ ବ୍ୟବସାୟରେ ହରେଇଥିବା ଟଙ୍କା ଫେରି ପାଇପାରନ୍ତି। କାରବାର ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ। ବ୍ୟବସାୟରେ ଅଂଶୀଦାରମାନଙ୍କ ସହିତ କିଛି ଚୁକ୍ତିନାମା କରି ପାରନ୍ତି। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟଗୀତ, କଳାସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ରେ ଆନନ୍ଦିତ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-ସ୍ୱାସ୍ଥ୍ୟ ଭଲ ରହିବା ସହ ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ଦେଖାଦେବ। ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ ଓ ଯାନବାହାନ କିଣି ପାରିବେ। ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ପାଇ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ଅଗ୍ରଗତି ଘଟିବା ସହ ଭଲ ଲାଭ ପାଇବେ। ଶତୃମାନେ ପରାଜିତ ହେବା ସହ ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ମିଳିବ ଓ ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ମକର:-ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବା ଯୋଗେ ଅଧିକାରୀମାନେ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଆନନ୍ଦିତ ରହିବେ। ଧାର୍ମିକ ଅନୁଷ୍ଠାନରୁ ପ୍ରେରଣା ପାଇ ଭୌତିକ ଐଶ୍ଵର୍ଯ୍ୟ ସାଧନରେ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଉନ୍ନତି ହେତୁ ମନ ଖୁସି ରହିବ। ଆଚରଣ ଓ ଉଚ୍ଚାରଣରେ ସାଧାରଣ ଲୋକମାନେ ବଶୀଭୂତ ହେବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

କୁମ୍ଭ:-ଶିକ୍ଷାକ୍ଷେତ୍ରରେ ହସ ଖୁସିରେ ସମୟ କଟାଇବେ। ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ। ରାଜନୀତିରେ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରହିବ। ଉଚ୍ଚଅଧିକାରୀଙ୍କଠାରୁ ସହଯୋଗ ମିଳିବା ଫଳରେ କର୍ମକ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବେ। ପରିସ୍ଥିତି ଉପରେ କ୍ରୋଧିତ ହେବା ପରିବର୍ତ୍ତେ, ଶାନ୍ତ ଭାବରେ ଏହାର ମୁକାବିଲା କରନ୍ତୁ। ସରକାରୀ କ୍ଷେତ୍ରରେ ସଂଘର୍ଷ ଦ୍ଵାରା ସଫଳତା ମିଳିବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମୀନ:-ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବାସହ କର୍ମକ୍ଷେତ୍ରରେ ପ୍ରମୋଶନର ସୂଚନା ପାଇ ଖୁସି ହୋଇଯିବେ। ପୁରାତନ ରୋଗର ପ୍ରକୋପ ହ୍ରାସ ପାଇବା ଫଳରେ ମନଶାନ୍ତ ରହିବ। ବ୍ୟବସାୟ କ୍ଷେତ୍ରରେ କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରି ଉଚିତ୍ ଲାଭ ପାଇବେ। ରାଜନୈତିକ କ୍ଷେତ୍ରରେ ଅତୀତରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଭଲ ଲାଭଦେବ। ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ। ପ୍ରତିକାର:- କଦଳୀଗଛ ମୂଳରେ ହଳଦୀପାଣି ଢାଳନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!