ମେଷ:-ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ଯେ କୌଣସି ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହାସ ରହିବ। ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ। କୌଣସି କାରଣରୁ ମାନସିକ ଆଶାନ୍ତି ବୃଦ୍ଧି ପାଇବ। ଅତ୍ୟଧିକ ଆତ୍ମବିଶ୍ୱାସ ହେତୁ ଅସୁବିଧାର ସମ୍ମୁଖୀନ ହେବେ। ଅନଇତିକ କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ ନତୁବା ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ବୃଷ:-ସ୍ଵାସ୍ଥ୍ୟରେ ଉନ୍ନତି ଦେଖାଦେଖା ଦେବାସହ ଶତୃମାନେ ପରାଜିତ ହେବେ। ଆୟରପନ୍ଥା ସହଜ ହେବା ଫଳରେ ଆର୍ଥିକ ଚିନ୍ତା ଦୁରହେବ। କରଜ ଦାତାଙ୍କ କରଜ ପରିଶୋଧ କରିବା ପାଇଁ ସୁବିଧା ପାଇବେ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ଯେକୌଣସି କାର୍ଯ୍ୟରେ ହାତଦେଲେ ସଫଳତା ମିଳିବ। ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ।ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ମିଥୁନ:-ଶିକ୍ଷାକ୍ଷେତ୍ରରେ ଊତ୍ସାହ ବୃଦ୍ଧି ପାଇବା ସହ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ହଜି ଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍ ମିଳିଯିବ। ଶୁଭଖବର ପାଇ ଖୁସି ହେବେ ଓ ସମୟ ଆନନ୍ଦମୟ ହେବ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ଅର୍ଜନ କରିବେ। ବିଦ୍ୟାରେ ଉନ୍ନତିହେବା ଫଳରେ ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ ଓ ଆର୍ଥିକ ସାହାଯ୍ୟ ମିଳିବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।
କର୍କଟ:-ସମସ୍ତ କାର୍ଯ୍ୟକୁ ଯୋଜନାବଦ୍ଧ ଉପାୟରେ କରିବା ଦ୍ୱାରା ସଫଳତା ମିଳିବ। ବ୍ୟବସାୟରେ ଆୟ ବୃଦ୍ଧି ହେବାଫଳରେ ବହୁତ ଖୁସି ହେବେ। ପରିବାର ସଦସ୍ୟମାନେ ଆପଣଙ୍କ ଇଚ୍ଛା ପୂରଣ କରିବାକୁ ପ୍ରସ୍ତୁତ ହେବେ। ଜୀବନସାଥୀଙ୍କ କ୍ୟାରିୟରରେ ବହୁତ ସଫଳତା ପାଇପାରିବେ। ଦୈନଦିନ କାର୍ଯ୍ୟ ଶୃଙ୍ଖଳିତ ହେବାସହ ଚାକିରିରେ ସ୍ଥାନାନ୍ତର ହୋଇପାରେ। ପ୍ରେମସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟି ହେବ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।
ସିଂହ:-ସହଭାଗୀତା ବ୍ୟବସାୟରେ ଆପଣ ଭଲଲାଭ ପାଇପାରିବେ। ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ। ଦାମ୍ପତ୍ୟ ସମ୍ପର୍କରେ ପାରସ୍ପରିକ ସମ୍ମାନ ବୃଦ୍ଧି ପାଇବାସହ ପାରିବାରିକ ଜୀବନ ବହୁତ ଆନନ୍ଦ ଦାୟକ ହେବ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନକରି ନିଜରକାର୍ଯ୍ୟ ନିଜେ କରିବା ଉଚିତ୍। ଚିତ୍ତବିନୋଦନ ପାଇଁ ଆପଣ ଅଯଥା ଟଙ୍କା ଖର୍ଚ୍ଚ କରି ପାରନ୍ତି। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
କନ୍ୟା:-ସମସ୍ତ କାର୍ଯ୍ୟ ଆପଣଙ୍କ ଇଚ୍ଛା ଅନୁଯାୟୀ ସମ୍ପନ୍ନ କରି ପାରିବେ। ବ୍ୟବସାୟରେ ଅଗ୍ରଗତି ହେବା ଫଳରେ ସନ୍ତୁଷ୍ଟ ରହିବେ। ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ପୁରୁଣା ସାଙ୍ଗମାନଙ୍କ ସହିତ ଆଲୋଚନା କରିବେ। ଯୁବକଯୁବତୀମାନେ ସେମାନଙ୍କ କ୍ୟାରିୟର ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ନୂତନ କାର୍ଯ୍ୟରେ ଆଗ୍ରହୀ ହେବାସହ ସାମାଜିକ ସ୍ଥିତି ସୁଦୃଢ ହେବ। ଛାତ୍ର ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।
ତୁଳା:-ସହକର୍ମୀ ମାନଙ୍କ ମାଧ୍ୟମରେ ଆପଣ ଆର୍ଥିକ ସୁବିଧା ପାଇବେ ଓ ଅର୍ଥର ଅଭାବ ଦୂର ହୋଇଯିବ। ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ ଓ ସମୟ ଆନନ୍ଦ ମୟହେବ। ଅନ୍ୟମାନଙ୍କୁ ସାହାଯ୍ୟ କରିବେ, ତେଣୁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ। ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି। ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ବିଚ୍ଛା:-ବୌଦ୍ଧିକ ଆଲୋଚନାରେ ଅଂଶଗ୍ରହଣ କରି ଆଧ୍ୟାତ୍ମିକ ଚିନ୍ତାଧାରା ମନରେ ଜାଗ୍ରତହେବ। ବ୍ୟବସାୟ ସମ୍ବନ୍ଧରେ ଏକ ବଡ ଡିଲ୍ ହୋଇପାରେ। ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ଭଲ ପ୍ରଦର୍ଶନ କରିବେ। ବନ୍ଧୁମିଳନ ହେତୁ ମନଖୁସୀ ରହିବ। ପ୍ରତେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ ରହିବ। ପିଲାମାନଙ୍କ ବିଷୟରେ ଚିନ୍ତିତ ରହିବା ସହ ଆପଣଙ୍କ କାର୍ଯ୍ୟ କଳାପନେଇ ଭାଇ, ଭଉଣୀମାନେ ବିରକ୍ତ ହୋଇପାରନ୍ତି। ପ୍ରତିକାର- ନାଲି ରୁମାଲ ଟିଏ ପାଖରେ ରଖନ୍ତୁ।
ଧନୁ:-ସମସ୍ତଙ୍କ ସହିତ ପରାମର୍ଶ କରିବା ପରେ ଯାହାକିଛି ନିଷ୍ପତ୍ତି ନିଅନ୍ତୁ। ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। ଏକାଥରକେ ଏକାଧିକ କାର୍ଯ୍ୟ ଗ୍ରହଣ କରିବା ଦ୍ୱାରା ମାନସିକ ଚାପ ସୃଷ୍ଟି ହୋଇପାରେ। ବିଚାରାଧୀନ ଆଇନଗତ ବିଷୟ ପାଇଁ ଟିକେ ଚିନ୍ତିତ ହେବେ। ଆର୍ଥିକ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ସାବଧାନ ରୁହନ୍ତୁ। କୌଣସି କାରଣରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଅଟକି ଯାଇପାରେ। ପ୍ରିୟଜନଙ୍କ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ମକର:-ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ହାତ ପାହାନ୍ତାରେ ଥିବା ଧନ ପ୍ରାପ୍ତି ହେବ। ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ। ଆୟବୃଦ୍ଧି, ଋଣମୁକ୍ତି, ଲୋକ ସମ୍ପର୍କ ବୃଦ୍ଧି ହେବା ସହ ଶତୃ ମାନେ ମଥାନତ କରିବେ। ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ। ନିର୍ମାଣମୂଳକ ଯୋଜନାରେ ଆଗେଇବେ। ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କୁମ୍ଭ:-ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ। ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ଅତୁଟ ରହିବ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ। ରାଜ ନୈତିକ କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଓ ଶତୃବଧା ଦୂରେଇ ଯିବ। ନିଜ ପିଲାମାନଙ୍କର ଆଚରଣରେ କ୍ରୋଧିତ ହୋଇପାରନ୍ତି। ପରିବାର ସଦସ୍ୟମାନେ ଆପଣଙ୍କ ସହିତ ବହୁତ ଖୁସି ହେବେ। ପ୍ରତିକାର- ମୟୂର ଚନ୍ଦ୍ରିକା ପାଖରେ ରଖି ଯାତ୍ରା କରନ୍ତୁ।
ମୀନ:-ନୂତନ ପ୍ରକଳ୍ପରେ ଟଙ୍କା ବିନିଯୋଗ କରିପାରନ୍ତି। ଛାତ୍ରଛାତ୍ରୀମାନେ ପ୍ଲେସମେଣ୍ଟ ସୁଯୋଗ ପାଇବାର ସମ୍ଭାବନା ଅଛି। ପ୍ରେମ ସମ୍ପର୍କର ଟେନସନ ଦୂର ହେବ। ଆନ୍ତରିକତାର ସୁଯୋଗ ପାଇ ସନ୍ତାନ ମାନଙ୍କର ଅଗ୍ରଗତି ଦ୍ୱାରା ମନ ଉତ୍ସାହିତ ହେବ। ଦୂରଯାତ୍ରାର ସୁଯୋଗ ପାଇବେ। ଜୀବନସାଥୀଙ୍କ ତ୍ୟାଗ ଆପଣଙ୍କ ଜୀବନରେ ବହୁତ ପ୍ରଭାବ ପକାଇବ। ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିକାର:- କଦଳୀଗଛ ମୂଳରେ ହଳଦୀପାଣି ଢାଳନ୍ତୁ।