ଦୈନିକ ରାଶିଫଳ: 05 ଫେବୃୟାରୀ 2025, ବୁଧବାର, ଶ୍ରୀ ଗଣେଶଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ପୁରୁଣା ବ୍ୟବସାୟିକ ସମ୍ପର୍କ ଭଲ ଅବସ୍ଥାରେ ଫେରି ଆସିପାରେ। ବିରୋଧୀମାନେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରି ବିଫଳ ହେବେ। ନିଜର ରହସ୍ୟକୁ ପ୍ରକାଶ ନକରି ଗୁପ୍ତ ରଖିବା ଭଲ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ପିଲାମାନେ ସେମାନଙ୍କର ମାତାଙ୍କୁ ଅନୁକରଣ କରିବେ। ଅନ୍ୟମାନଙ୍କର ତ୍ରୁଟି ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ନାହିଁ। ଯାନ ବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ସାମାଜିକକ୍ଷେତ୍ରରେ ନିଜର ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ବ୍ୟବସାୟୀକ ଆତ୍ମବିଶ୍ଵାସ ବୃଦ୍ଧି ପାଇବା ସହ ଦାମ୍ପତ୍ୟ ସୁଖରେ ପ୍ରସନ୍ନତା ଅନୁଭୂତି ହେବ। ପାରିବାରିକ ଜୀବନ କ୍ଷେତ୍ରରେ ଆନନ୍ଦମୟ ପରିସ୍ଥିତି ସୃଷ୍ଟିହେବ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ କୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ ହେବେ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମିଥୁନ:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାସହ ବିଗିଡି ଯାଇଥିବା କାର୍ଯ୍ୟ ସଜାଡି ଦେବେ। ବନ୍ଧୁମିତ୍ରଙ୍କ ସହାୟତାରେ ନୂତନ କାର୍ଯ୍ୟଆରମ୍ଭ କରି ପାରିବେ। ରାଜନୀତି ମାମଲାରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଲେ ସଫଳତା ମିଳିବ। ଶତୃମାନେ ଦୂରେଇ ଯିବେ ଓ ଯାତ୍ରାଫଳରେ ଉତ୍ସାହିତ ହେବେ। ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-ସାବଧାନ ରହି ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ ଓ କୌଣସି ଠାରୁ ଶୁଭ ସମାଚାର ପ୍ରାପ୍ତ ହେବ। ବ୍ୟବସାୟୀକ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। କଥାବାର୍ତ୍ତା ଓ ନିଜର କ୍ରୋଧକୁ ନିୟନ୍ତ୍ରଣ କରିବା ଉଚ୍ଚିତ୍। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ସିଂହ:-ପରିବାରରେ ଆପଣଙ୍କର ଅଧିକାର ବୃଦ୍ଧି ପାଇବ। ନିଜର ଦକ୍ଷତା ହେତୁ, ଶିକ୍ଷାକ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରିବେ। ପ୍ରେମିକ ପ୍ରେମିକାଙ୍କ ସହିତ ବୁଲିବାକୁ ଯାଇପାରନ୍ତି। ବ୍ୟବସାୟିକ ପ୍ରତିବନ୍ଧକ ସମାଧାନ କରିବାରେ ସଫଳହେବେ। ରାଜନୀତି ସହିତ ଜଡିତ ଲୋକମାନେ ସମାଜରେ ସେମାନଙ୍କର ସମ୍ମାନ ବୃଦ୍ଧି କରିବେ। ଋଣ ପରିଶୋଧ କରିବାକୁ ପଡିପାରେ। ଲୋକମାନେ ଆପଣଙ୍କ ମତକୁ ସମ୍ମାନ କରିବେ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

କନ୍ୟା:-ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ହ୍ରାସ ହୋଇ ପାରେ। କର୍ମକ୍ଷେତ୍ରରେ ସମାଲୋଚିତ ହେଲେ ମଧ୍ୟ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରହିବ। ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ନାନା ପ୍ରକାର ସଂଘର୍ଷ ମଧ୍ୟରେ କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ। ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନହିଁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-ପରିବାର ସମ୍ବନ୍ଧରେ ଆପଣ କିଛି ଭଲ ସୂଚନା ପାଇ ବହୁତ ଖୁସି ହେବେ। କର୍ମକ୍ଷେତ୍ରରେ ନିଜର ଅଧିକାର ବୃଦ୍ଧି ପାଇବ। ଯେଉଁଥିପାଇଁ ଆପଣଙ୍କର କିଛି କାମ ସହଜ ସରଳରେ ହୋଇପାରେ। ଭାଇଭଉଣୀଙ୍କ ସାହାଯ୍ୟ ନେଇ ପାରିବାରିକ କଳହରୁ ମୁକ୍ତି ମିଳିବ। ବ୍ୟବସାୟୀକ କାରବାରର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ। ଜ୍ଞାନୀମାନଙ୍କ ମାର୍ଗଦର୍ଶନ ପାଇ ନିଜର ଦକ୍ଷତା ପ୍ରମାଣ କରିବାର ସୁଯୋଗ ପାଇବେ। ପ୍ରତିକାର- ଧଳା ରୁମାଲ ଟିଏ ପାଖରେ ରଖନ୍ତୁ।

ବିଚ୍ଛା:-ସମସ୍ତ ସମସ୍ୟା ସମାଧାନ ହୋଇ କୌଣସି ନୂଆ ଯୋଜନା ଆରମ୍ଭ କରିପାରନ୍ତି। ସାଂସାରିକ ଜୀବନରେ ମହତ୍ଵପୂର୍ଣ୍ଣ କାର୍ଯ୍ୟରେ ପରିଶ୍ରମ ଫଳରେ ସୁଖ ପ୍ରାପ୍ତି ହେବ। ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନ, ଧନସମ୍ପଦରେ ଅଭିବୃଦ୍ଧି ଘଟିବ। ପ୍ରଚୁର ଅର୍ଥ ଲାଭ ହେବା ସହ ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ଲୋକଙ୍କ ପ୍ରତି ଉଦାର ଓ ଦୟାଳୁ ପ୍ରବୃତି ଜାଗ୍ରତ ହେବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ଧନୁ:-ସ୍ୱାସ୍ଥ୍ୟ ବହୁତ ଭଲ ରହିବା ଫଳରେ ବହୁ ପ୍ରତୀକ୍ଷିତ କାର୍ଯ୍ୟ ଆଜି ଆରମ୍ଭ ହୋଇପାରେ। ବିଦେଶରେ ବ୍ୟବସାୟ କରୁଥିବା ଲୋକମାନେ ବିଶେଷ ଲାଭବାନ ହେବେ। ଜୀବନସାଥୀଙ୍କୁ ଯଥେଷ୍ଟ ସମୟ ଦିଅନ୍ତୁ, ଏହା ଆପଣଙ୍କ ଘରୋଇ ଜୀବନରେ ଶାନ୍ତି ଆଣିବ। ଅନ୍ୟମାନଙ୍କ ଉପରେ ନିର୍ଭର କରିବା ପରିବର୍ତ୍ତେ, ନିଜର ଦକ୍ଷତା ଉପରେ ବିଶ୍ୱାସ କରନ୍ତୁ। ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପ୍ରତିକାର- ହଳଦୀ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।

ମକର:-ବ୍ୟବସାୟ ବାଣିଜ୍ୟ ମାମଲାରେ ପୁରୁଣାପ୍ରାପ୍ୟ ଆଦାୟ ହେବା ଫଳରେ ବନ୍ଧୁ, ମିତ୍ର ଏବଂ କର୍ମଚାରି ମାନଙ୍କ ଦ୍ଵାରା ଲାଭବାନ ହେବେ। ଶତୃମାନେ କ୍ଷତି କରିବାକୁ ଚେଷ୍ଟା କରି ଅପଦସ୍ତ ହେବେ। ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ପରିବାରରେ ନିଜରପଦ ଗରିମା ବଜାୟ ରହିବ। ରାଜନୀତିରେ ଉନ୍ନତି ହେବା ସହ ପ୍ରତିଷ୍ଠା ପ୍ରତ୍ତିପତ୍ତି, ମାନସମ୍ମାନ ପ୍ରାପ୍ତିହେବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ:-ସମାଜରେ ଜଣେ ବୁଦ୍ଧିମାନ ବ୍ୟକ୍ତି ଭାବରେ ସ୍ୱୀକୃତି ପାଇବେ। ସରକାରୀ ସେବା ସହିତ ଜଡିତ ଲୋକଙ୍କୁ କିଛି ସୁବିଧା ସୁଯୋଗ ମିଳିବ। କ୍ୟାରିୟର ପାଇଁ ବହୁତ ଭଲ ହେବ। ସ୍ଥଗିତ କାର୍ଯ୍ୟର ହଠାତ୍ ସମାପ୍ତ ହେବା ଦ୍ୱାରା ମନ ଖୁସି ହେବ। ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ହେବ। ସମ୍ପତ୍ତିରେ ଅର୍ଥବିନିଯୋଗ କରୁଥିବା ବ୍ୟକ୍ତିମାନେ ଭଲ ଡିଲ୍ ପାଇପାରିବେ। ସୋସିଆଲ ମିଡିଆ ମାଧ୍ୟମରେ ସୁଖଦ ଖବର ପାଇପାରିବେ। ପ୍ରତିକାର- ତୁଲସୀ ମୂଳର ମାଟିଟିକେ ମସ୍ତକରେ ଧାରଣ କରନ୍ତୁ।

ମୀନ:-ସରକାରୀ କାମରେ ସଫଳତା ମିଳିବ ଓ ବନ୍ଧୁଙ୍କ ଆଗମନ ହେବା ଫଳରେ ଖୁସିହେବେ। ଅଧିକାରୀଙ୍କ ଅଯଥା ଚାପରୁ ରକ୍ଷା ପାଇବା ଫଳରେ ସୁଖନିଦ୍ରା ହେବ। ଶତୃମାନେ ଦୂରେଇ ଯିବେ ଓ ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। ପିଲାମାନେ ଆଦେଶ ପାଳନ କରିବେ। ଭାଇ ଭଉଣୀକୁ ସାହାଯ୍ୟ କରିବାକୁ ଚେଷ୍ଟା କରିବେ ଓ ପାରିବାରିକ ଜୀବନରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!