ଦୈନିକ ରାଶିଫଳ: 05 ଡିସେମ୍ବର 2024, ଗୁରୁବାର, ମା’ ଲକ୍ଷ୍ମୀଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟଦାୟକ ହେବ। ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରିବେ। କର୍ମକ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭହେବ। ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବା ଫଳରେ ନୂତନପନ୍ଥା ଅନୁସରଣ କରିବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ। ପ୍ରତିକାର- ନାଲି ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଭୌତିକ ସୁଖ-ସୁବିଧା ସାଧନର ବୃଦ୍ଧି ହେବ ଓ ପରିଶ୍ରମ କଷ୍ଟର ପୁରା ଲାଭ ମିଳିବ। ସ୍ଥଗିତ ଥିବା ଧନ ମିଳିବାରୁ ଖୁସି ହେବେ। ମନୋକାମନା ପୂରଣ ହେବ ଓ ସାମ୍ବାଦିକତାରୁ ଲାଭ ଏବଂ ଶୁଭ ସମାଚାର ମିଳିବ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ସତର୍କତାର ସହ କାର୍ଯ୍ୟ କରିଲେ ସମସ୍ତ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ:-ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। କାରବାର ବଢିବ ଓ ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦାଜନକ ପରିସ୍ଥିତି ସୃଷ୍ଟି କରିବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ସ୍ଵାସ୍ଥ୍ୟରେ ସୁଧାର ଆସିବ। ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ବ୍ୟସ୍ତ ରହିବେ। ପରିବାରରେ ମାନ ମନାନ୍ତର ଦୂର ହେବ। ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଆର୍ଥିକ ଦିଗରୁ ସୁବିଧା ପାଇବେ। ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ। ରାଜନୀତି କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ ଓ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ଆକସ୍ମିକ ଧନ ପ୍ରାପ୍ତି ହେବ। କୌଣସି ବ୍ୟାଙ୍କରୁ ଋଣ ପାଇଁ ଯୋଗାଯୋଗ କଲେ ସହଜ ସରଳରେ ରୁଣ ପ୍ରାପ୍ତି ହେବ। ପରିବାରରେ ଅର୍ଥ ସଙ୍କଟ ଦୂରେଇ ଯିବାରୁ ଅତ୍ୟଧିକ ଆନନ୍ଦିତ ହେବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-ପିଲାମାନଙ୍କ ପଢା ସମସ୍ୟା ସମାଧାନ ହେବା ଫଳରେ ମାନସିକ ଶାନ୍ତି ପାଇବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ମଧୁରତା ଆସିବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ତୁଳା:-ସାଧାରଣ ଲୋକମାନଙ୍କ ସହିତ ମିଳିମିଶି କାମ କରି ପାରିବେ। କର୍ମକ୍ଷେତ୍ରରେ ବନ୍ଧୁ, ମିତ୍ର ସହକର୍ମୀଙ୍କ ପାଇଁ ବିଶେଷ ଲାଭ ପାଇବେ। ଧର୍ମ କର୍ମରେ ରୁଚି ବୃଦ୍ଧି ହେବ। ପ୍ରେମିକ ପ୍ରେମିକା ମାନେ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଗତି କରିବେ। ମାନସିକ ଦୁଶ୍ଚିନ୍ତା, ପୁରାତନ ରୋଗର ପ୍ରକୋପ ସହିତ ଉଦର ପୀଡ଼ା ଦେଖା ଦେଇପାରେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, ଅନେକ ସମସ୍ୟା ଦୂର ହୋଇ ଉଚ୍ଚ ଆଶାରେ ଆଗେଇବେ। ପାରିବାରିକ ସ୍ଥିତିରେ ସୁଦୃଢ ହେବ ଓ ସୁବିଧା ସୁଯୋଗ ପାଇ ଖୁସିହେବେ। ଅଧୁରା କାର୍ଯ୍ୟ ପୂରଣ ହେବ। କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବାସହ ମାନସିକ ଦୁଶ୍ଚିନ୍ତା ଦୂର ହେବ। ପ୍ରତିଦ୍ବନ୍ଦିତାରେ ବିଜୟୀ ହୋଇ ପଦ ପଦବୀରେ ଅଧିଷ୍ଠିତ ହେବେ। ସ୍ଵାସ୍ଥ୍ୟରେ ଉନ୍ନତି ସହ ଆୟ ମଧ୍ୟ ଉତ୍ତମ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-ସତ୍‌ କାର୍ଯ୍ୟରେ ଲିପ୍ତ ହେବେ ଓ ସମ୍ମାନିତ ମଧ୍ୟ ହେବେ। ଅଧିକ ପରିଶ୍ରମ ବଳରେ ଜୀବନ ଶୈଳିରେ ସୁଖ-ସମୃଦ୍ଧି ଓ ପ୍ରତିଷ୍ଠାଲାଭ କରିବେ। ଛାତ୍ରଛାତ୍ରୀମାନେ ବିଦ୍ୟାରତ ହେବେ। ରାଜନୀତି କ୍ଷେତ୍ରରେ ମତାମତ ସଂଗ୍ରହ କରିବେ ଓ ପଦୋନ୍ନତି ହେବାର ସମ୍ଭାବନା ଅଛି। ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚସ୍ଥିତି ରକ୍ଷା କରି ଚଳିବେ। ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ। ସ୍ୱର୍ଣ୍ଣାଦି ଧାତୁ ଦ୍ରବ୍ୟ କ୍ରୟ କରି ପାରନ୍ତି। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ମକର:-ଶତ୍ରୁବାଧା ଦୂରେଇ ଯିବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯିବା ସହ ଅଶାନ୍ତିର ଝଡ ଶାନ୍ତ ହେବ। ବ୍ୟବସାୟରେ ନିଜସ୍ଵାର୍ଥ ପାଇଁ ଠିକିଲେ ଶିଖିବା ସ୍ଵଭାବ ପ୍ରକାଶ ପାଇବ ଓ ପ୍ରତିଦ୍ଵନ୍ଦିତା ସହ ଆୟ ବଢିବ। କର୍ମକ୍ଷେତ୍ରରେ ପଦୋନ୍ନତି, ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି ହେବ। ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ।

କୁମ୍ଭ:-ପାରିବାରିକ କ୍ଷେତ୍ରରେ ଅଶାନ୍ତି ବିଶୃଙ୍ଖଳା ଦୂରେଇଯାଇ ସହନ ଶୀଳତା କାଏମ ରହିବ। ପିଲାମାନଙ୍କ ସମସ୍ୟା ବିଷୟରେ ଚିନ୍ତା କରି ଖୁସି ରହିବେ। କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିଭା ପ୍ରଦର୍ଶନ ଜନିତ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବା ସହ ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ। ଯୁବକ ଯୁବତୀମାନଙ୍କର ଆୟ ଉପାର୍ଜନରେ ବାଧା ସୃଷ୍ଟି ହେବନାହିଁ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ। ଋଣରୁ ମୁକ୍ତି ହେବାପାଇଁ ଯୋଜନା କରିବେ। ରାଜନୀତି କ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ଦୂର ହୋଇଯିବ। ସନ୍ତାନ-ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ। ଉଚ୍ଚଆଶା ପୂରଣ ହୋଇପାରେ। ଛାତ୍ର ଛାତ୍ରୀମାନଙ୍କର ପଢ଼ାପଢିରେ ମନ ଲାଗିବା ହେତୁ ସଠିକ୍‌ ଉତ୍ତର ଲେଖି ପାରିବେ। କର୍ମଚାରୀଙ୍କ ନିଜଲୋକମାନେ ସାହାଯ୍ୟ ସହଯୋଗ କରିବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!