ଦୈନିକ ରାଶିଫଳ: 05 ଅକ୍ଟୋବର 2023, ଗୁରୁବାର, ମା’ ଲକ୍ଷ୍ମୀଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଭ୍ରମଣ, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭପାଇବେ। ପିଲାମାନଙ୍କ ସମସ୍ୟା ସମାଧାନ କରି ପ୍ରଶଂସିତ ହେବେ। ବିଦ୍ୟାରେ ଉନ୍ନତିହେବା ସହ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। କର୍ତ୍ତବ୍ୟ ପରାୟଣ ପ୍ରଦର୍ଶନ କରି ନିଜର ପାରିଲା ପଣିଆ ଜାହିର କରିବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖି କୋଲସମ୍ପର୍କ ବୃଦ୍ଧି ସହ ନିଜର ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। କୌଣସି ଶୁଭ ସମାଚାର ଶୁଣି ହସ-ଖୁସିରେ ସମୟ ବ୍ୟତୀତ ହେବ। ଲୋକଙ୍କ ପ୍ରତି ଉଦାର ଓ ଦୟାଳୁ ପ୍ରବୃତି ଜାଗ୍ରତ ହେବ। ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ। ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ କଠିନ ପରିଶ୍ରମ କରି ପୁରଣ କରି ପାରନ୍ତି। କୋର୍ଟକଚେରୀ ମାମଲା ସମାଧାନ ହୋଇଯିବ। ପ୍ରତିକାର- ଦ୍ରୁଷ୍ଟିହୀନ, ଦିବ୍ୟାଙ୍ଗ, ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ:-ରାଜନୀତି ମାମଲାରେ ସଫଳତା ମିଳିବ। ପରିବାରରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଲେ ପରିସ୍ଥିତି ବଦଳିଯିବ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ବା ଚାକିରୀ ଇତ୍ୟାଦି ସଂପୂର୍ଣ୍ଣ ହେବ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। କୋର୍ଟ କଚେରୀ ମାଲି ମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। ବନ୍ଧୁଙ୍କ ଆର୍ଥିକ ସହାୟତାରେ ଖୁସିହେବେ। ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ।

କର୍କଟ:-ବ୍ୟାପାର କାରବାରରେ ଅଟକି ଥିବା ଅର୍ଥ ମିଳିଯିବା ଫଳରେ ସାବଧାନ ରହି ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ପ୍ରେମପ୍ରସଙ୍ଗରେ ସଫଳତା ମିଳିବାର ସମ୍ଭାବନା ଅଛି। ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ସୁଯୋଗ ପାଇବେ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ପୈତୃକ ସମ୍ପତ୍ତି ନେଇ ବିବାଦର ସମାଧାନ ହେବ। ଆତ୍ମୀୟ ମିତ୍ରଙ୍କ ସାହାଯ୍ୟରେ ବନ୍ଦ ଥିବା କାର୍ଯ୍ୟ ପୂରଣ ହେବ। ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିବେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ସିଂହ:-ବ୍ୟବସାୟୀ ମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟରେ ପ୍ରଚୁର ଲାଭ କରିବେ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ସମ୍ବନ୍ଧ ଓ ସମ୍ପର୍କରେ ସୁଖ ଶାନ୍ତିରେ ଦିନଟି କଟାଇବେ। ସାମାଜିକ ପତିଆରା ଅମଳିନ ରହିବ। କୌଣସି ଆୟୋଜନ ବା ସମାରୋହରେ ଭାଗ ନେବେ।ପ୍ରେମପ୍ରସଙ୍ଗରେ ମଧୁରତା ଆସିବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

କନ୍ୟା:-କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ମିଳିବା ସହ ମିତ୍ର ଓ ସହଯୋଗୀମାନେ ସମର୍ଥନ କରିବେ। ଆର୍ଥିକ ସ୍ଥିତିରେ ସୁଦୃଢ ଓ ସକ୍ଷମ ସ୍ଥିତିରେ ରହିବେ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଉପରିସ୍ଥ କର୍ମଚାରୀ ଦେଇଥିବା ପ୍ରତିଶୃତି ରକ୍ଷା କରବେ ଓ କୌଣସି ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ। ଅଫିସରେ କରିଥିବା କାମର ଶୁଭ ସୂଚନା ପାଇବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ ନକରିବା ଉକିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-ମିତ୍ର ବା ଜରୁରୀମନ୍ଦଙ୍କ ସହାୟତା ପାଇଁ ହାତ ବଢାଇବେ। ନିଜର କାମ କରିବା ଷ୍ଟାଇଲରେ କିଛି ବଦଳାଇବାକୁ ଗୁରୁତ୍ଵ ଦେବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ରାଜନୀତି କ୍ଷେତ୍ର ସୁଦୃଢ ହେବ। ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ବିଦ୍ୟାରେ ଯଥେଷ୍ଟ ଫଳ ପ୍ରାପ୍ତି ହେବ। ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣ ଯୋଗେ ବ୍ୟଥିତ ହେବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାର ପରିପୂର୍ଣ୍ଣ ହେବ। ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ। ବିଗିଡିଥିବା କାର୍ଯ୍ୟ କାହାର ସାହାଯ୍ୟ ଦ୍ଵାରା ସମ୍ପନ୍ନ ହେବ। ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। ଜାଗାଜମି, ଉଚ୍ଚସ୍ତରୀୟ ବାହନ ଆଦି ଆଜି କ୍ରୟ ନକରିବା ଉଚିତ୍। କୋର୍ଟ କଚେରୀ ପ୍ରତି ବିତୃଷ୍ଣା ଜାତ ହେବ ତାରିଖ ଘୁଞ୍ଚିଗଲେ ଭଲ। କୌଣସି ଦୂର ସ୍ଥାନକୁ ଯାତ୍ରା କରିଲେ ଧନ ହାନି ହେବାର ସମ୍ଭାବନା। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ଧନୁ:-ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ। ଜୀବନରେ ଭରପୁର ଆନନ୍ଦ ପାଇଲାଭଳି ଫାଇଦା ଉଠେଇବେ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ସେବାକାରୀମାନଙ୍କ ସହଯୋଗରେ ସମ୍ମ।ନ ଜନକ ସ୍ଥିତି ପରିଲକ୍ଷିତ ହେବ। ଶରିର ସୁସ୍ଥ ରହିବ। ବ୍ୟବସାୟୀ ମାନଙ୍କର ଆଶାତିତ ଲାଭ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-ଆୟ ଉତ୍ତମ ହେବା ସହ ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ ଓ ପନିପରିବା ଚାଷି ତଥା ବ୍ୟବସାୟୀମାନେ ପ୍ରଚୁର ଲାଭପାଇବେ। ବ୍ୟବହାରିକ ଜ୍ଞାନ କୌଶଳ ପ୍ରୟୋଗ କରି ଲାଭବାନ୍ ହେବେ।କର୍ମଜୀବିମାନେ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି, ତଳୁ ଉପର ସ୍ତରଯାଏ ଆଦର୍ଶ ସ୍ଥାନ ଗ୍ରହଣ କରିବେ। ବ୍ୟବସାୟ, ଚାକିରୀ ଇତ୍ୟାଦି ଆରମ୍ଭ କରି ପାରିବେ। ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ।

କୁମ୍ଭ:-କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଙ୍ଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ନୂତନଦ୍ରବ୍ୟ କ୍ରୟକଲେ ଲାଭମିଳିବ ବ୍ୟବସାୟରେ ଶ୍ରମ ସାର୍ଥକ ହେବକିନ୍ତୁ ଶତୃମାନଙ୍କୁ ନଜର ରଖିବାକୁ ହେବ। ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତାରେ ବିଜୟୀହେବେ। ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବ ଓ ମନ ଖୁସି ରହିବ। ମାନସିକ ଅସ୍ଥିରତା ଦେଖାଦେବ ଓ କୌଣସି ଯୋଜନା କରିବା ପୂର୍ବରୁ ଗଭୀର ଚିନ୍ତା କରନ୍ତୁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-ସରକାରୀ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇ ଆନନ୍ଦିତ ହେବେ। ପୁରାତନ ରୋଗରୁ ମୁକ୍ତି ପାଇ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ। ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ। କୌଣସି ଶୁଭ ସମାଚାର ମଧ୍ୟ ଶୁଣିବେ। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। ପରିବାରରେ ଜଟିଳ ପରିସ୍ଥିତି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ।ଆର୍ଥିକ ସହାୟତାରେ ଉତ୍ସାହ ବୃଦ୍ଧି ପାଇବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!