ଦୈନିକ ରାଶିଫଳ: 04 ଜୁନ୍ 2024, ମଙ୍ଗଳବାର, ମା’ ମଙ୍ଗଳାଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ବହୁ ସୁବିଧାର ସୁଯୋଗ ପାଇବେ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ। ଶତ୍ରୁମାନଙ୍କ ଉପରେ ନଜର ନରଖିଲେ କ୍ଷତିରେ ପଡିବେ। ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳ ହେବେ। ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ଦେଇ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ। ବିରୋଧୀମାନେ ଷଡଯନ୍ତ୍ର ଜାରି ରଖିବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ସାମାଜିକ କାର୍ଯ୍ୟରେ ସଫଳତା ମିଳିବା ସହ ମାନସମ୍ମାନ ବୃଦ୍ଧି ହେବ। ସହକର୍ମୀଙ୍କର ସମର୍ଥନ ଓ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ଆନନ୍ଦ ପାଇବେ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରିବା ଫଳରେ ପାରିବାରିକ ଜୀବନ ଆନନ୍ଦମୟ ହେବ। ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରିପାରିବେ। ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମିଥୁନ:-ସ୍ୱାସ୍ଥ୍ୟ ଉତ୍ତମ ରହିବ, ସାମାନ୍ୟ ପରିଶ୍ରମ କରି ଅଧିକ ଲାଭ ପାଇବା ସହ ଆକସ୍ମିକ ଧନ ପ୍ରାପ୍ତି ହେବ। ସାମାଜିକ ପତିଆରା ଅମଳିନ ରହିବ। ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ପାରିବେ। ନୂତନ ଯୋଜନା ପ୍ରସ୍ତୁତ କଲେ ବ୍ୟବସାୟରେ ଆୟ ଉପାର୍ଜ୍ଜନର ବୃଦ୍ଧି ହେବ। ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧିହେବ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

କର୍କଟ:-ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡିପାରେ। ବ୍ୟବସାୟ କ୍ଷେତ୍ରରେ କର୍ମଚାରୀଙ୍କ ସହାୟତା ପାଇ ଅଧିକ ଲାଭର ସୁଯୋଗ ପାଇବେ। ଶତ୍ରୁବାଧା ଦୂରେଇ ଯିବ ଓ ଋଣରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରିବେ। ପାରିବାରିକ ସମସ୍ୟା ଗୁଡ଼ିକୁ ସୁଧାରି ନେଇ ପ୍ରଶଂସା ପାଇବେ। ରାଜନୀତି କାର୍ଯ୍ୟରେ ବିରୋଧୀମାନେ ହଇରାଣ ହୋଇ ମଥାନତ କରିବେ। ଆର୍ଥିକ ଦିଗରୁ ଉନ୍ନତି ହେବା ସହ ନୂତନ ପଦାର୍ଥ ସଂଗ୍ରହ କରିବେ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ସିଂହ:-ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ। ପାରିବାରିକ ସମସ୍ୟା ସମାଧାନ ହୋଇ ଦାମ୍ପତ୍ୟ ସୁଖରେ ଆଶାତୀତ ଖୁସି ପାଇବେ। ସରକାରୀ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ କଠିନ ପରିଶ୍ରମ କରି ପ୍ରଶଂସା ପାଇବେ।ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ସ୍ଵନମ ଅର୍ଜନ କରିବେ। ସନ୍ତାନମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହି ପାରନ୍ତି। ଶାରୀରିକ ପୀଡା ଓ ମାନସିକ କଷ୍ଟ ଭୋଗି ପାରନ୍ତି। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ କ୍ଷୟକ୍ଷତି ଘଟିବାର ଆଶଙ୍କା ନାହିଁ। ପାରିବାରିକ ସମସ୍ୟା ଗୁଡ଼ିକୁ ନିଜରବୁଦ୍ଧି, ବିବେକ ଖଟାଇ ସମାଧାନ କରି ପାରିବେ। ଶେଷ ପର୍ଯ୍ୟାୟରେ ଉପନୀତ ହୋଇଥିବା ବିଦ୍ୟାର୍ଥୀମାନେ ମନମୁତାବକ କର୍ମ ପାଇବେ। ପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଏବଂ ତୀର୍ଥଯାତ୍ରା ମଧ୍ୟ କରିବାକୁ ମନ ବଳେଇ ପାରନ୍ତି। ରାଜନୀତି କ୍ଷେତ୍ରରେ ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ତୁଳା:-ସହଭାଗୀ ଓ ବନ୍ଧୁମାନେ ସହଯୋଗ କରିବା ଫଳରେ ବ୍ୟବସାୟର ଲାଭଦାୟକ ହେବେ। ରୋଜଗାର କରିବା ପାଇଁ କରିଥିବା ଚେଷ୍ଟାରେ ସଫଳ ହେବେ। ସ୍ଥାୟି ସମ୍ପତ୍ତି କ୍ରୟ ବା ବିକ୍ରୟ ପାଇଁ ଯୋଜନା କରିବେ। ଶତୃମାନେ ଦୂରେଇଯିବା ଫଳରେ ଉନ୍ନତି କରିବାର ରାସ୍ତା ଦେଖାଦେବ। ଚାକିରୀରେ ଅଧିକାର ବଢ଼ିପାରେ। ଜୀବନସାଥୀଙ୍କ ଠାରୁ ସହଯୋଗ ପ୍ରାପ୍ତି ହେବ। ସନ୍ତାନଙ୍କ ସମ୍ବନ୍ଧିୟ କୌଣସି ଶୁଭ ସୂଚନା ଶୁଣିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-ସାମାଜିକ ଉତ୍ସବରେ ଯୋଗ ଦେଲେ ସଫଳତା ମିଳିବ। ବ୍ୟବସାୟ କ୍ଷେତ୍ରରେ ପୁରୁଣା ଧନଲାଭ ହେବାରୁ ଖୁସି ହେବେ। ରାଜନୀତି କ୍ଷେତ୍ରରେ ସୌଭାଗ୍ୟ ବୃଦ୍ଧି ହେବା ସହ ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। ପିଲାମାନଙ୍କ ସଫଳତାରେ ଖୁସିହେବେ। ନିଜ ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ ହୋଇ ଆର୍ଥିକ ଚିନ୍ତା ଦୁରହେବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ଥିବାରୁ ମାନସିକ ଦୁଶ୍ଚିନ୍ତା ଦୂରହୋଇ ଯିବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ଧନୁ:-ସାଙ୍ଗମାନଙ୍କ ଠାରୁ ସମର୍ଥନ ପାଇ ଯେ କୌଣସି କାର୍ଯ୍ୟ ପାଇଁ ତତ୍ପରତା ଦେଖାଦେବ। ସୃଜନ ଶୀଳତା ବିକାଶ ହୋଇପାରେ। ବୌଦ୍ଧିକ କାର୍ଯ୍ୟରେ ସଫଳ ହେବେ। ପାର୍ଟି ବା ପିକ୍‌ନିକ୍‌ ପାଇଁ ଆୟୋଜନ କରାଇ ପାରନ୍ତି। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ପୁରୁଣା ରୋଗପ୍ରତି ଅଣଦେଖା କରନ୍ତୁ ନାହିଁ। ଯେ କୌଣସି ବ୍ୟକ୍ତିଙ୍କ ବିବାଦରେ ଠିଆ ହୁଅନ୍ତୁ ନାହିଁ। ନିଜର କଥାପ୍ରତି ସଂଯତ ରୁହନ୍ତୁ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-ଶତୃବୃଦ୍ଧି ହେଲେ ମଧ୍ୟ ଯେ କୌଣସି କାର୍ଯ୍ୟରେ ହାତଦେଲେ ସଫଳହେବେ। ପରିବାରରେ ପାରସ୍ପରିକ ବିଶ୍ୱାସ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଅଚାନକ ଭାବରେ ସ୍ଥାନ ପରିବର୍ତ୍ତନ ହୋଇପାରେ। ପୈତୃକ ବ୍ୟବସାୟ ପ୍ରତି ଧ୍ୟାନ ଦେବା ଉଚିତ୍‌। ନୂଆ ସାଙ୍ଗ କରିବାକୁ ତତ୍ପର ହୁଅନ୍ତୁ ନାହିଁ। ନଚେତ୍‌ କୌଣସି ଦ୍ୱନ୍ଦରେ ପଡିପାରନ୍ତି। ଆଖପାଖର ପରିବେଶ ଉପରେ ନଜର ରଖିବା ଉଚିତ୍‌। ବନ୍ଧୁଙ୍କ ପ୍ରତି ଅଧିକ ବିଶ୍ୱାସ ନ କରିବା ଉଚିତ୍‌। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

କୁମ୍ଭ:-ଲୋକମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ନିଜ ମନର ବୋଝ ହାଲୁକା ହେବ। କର୍ମକ୍ଷେତ୍ରରେ ଦୃଢମନବଳ ଓ ଉତ୍ସାହର ସହିତ କାର୍ଯ୍ୟ କରନ୍ତୁ। ଭାଗୀଦାର ମାନଙ୍କ ସହିତ ଭୁଲ୍‌ ବୁଝାମଣା ସମାଧାନ ହୋଇଯିବ। ବ୍ୟବସାୟରେ ଗ୍ରାହକ ମାନଙ୍କ ସହିତ ସମ୍ପର୍କ ଭଲ ରହିବା ଫଳରେ ଆଶାତୀତ ଲାଭ ପାଇବେ। ଭବିଷ୍ୟତକୁ ଚିନ୍ତା କରି ନିଜ କ୍ୟାରିୟର ପାଇଁ ଯୋଜନା କରିବେ। ପ୍ରେମୀକ ପ୍ରେମିକା ମାନଙ୍କ ବିବାହ କରିବା ପାଇଁ ପ୍ରସ୍ତାବ ଆସିବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ମୀନ:-ସୋସିଆଲ ମିଡିଆରେ ଭୁଲ୍‌ ବିଷୟ ବସ୍ତୁକୁ ପ୍ରଚାରିତ କରନ୍ତୁ ନାହିଁ। କେବଳ ନିଜର ନୁହେଁ ଅନ୍ୟର ଖୁସିକୁ ମଧ୍ୟ ବିବେଷ ଧ୍ୟାନ ରଖିବା ଉଚିତ୍‌। ଛାତ୍ର ଛାତ୍ରୀମାନେ ନିଜ କ୍ୟାରିୟର ବିଷୟରେ ଖୁସି ରହିବେ। ବଡ଼ ଧରଣର ବ୍ୟବସାୟର ଚୁକ୍ତିପତ୍ର ହୋଇପାରେ। ଯଦି କୌଣସି ଇଣ୍ଟରଭ୍ୟୁ ଦେଇଛନ୍ତି ତେବେ ସେଥିରେ ସଫଳତା ମିଳିବାର ସମ୍ଭାବନା ବହୁତ ଅଛି। ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟରେ ଟଙ୍କା ନିବେଶ କରିପାରନ୍ତି। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!