ଦୈନିକ ରାଶିଫଳ: 03 ଜୁଲାଇ 2024, ବୁଧବାର, ଶ୍ରୀ ଗଣେଶଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ରାଜନୀତି କ୍ଷେତ୍ରରେ ପଦ ପଦବୀ ଲାଭ ହେବା ସହ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ଜନ ସେବାରେ ନିଜକୁ ନିୟୋଜିତ କରିବେ। ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ। ଦୂରସ୍ଥାନକୁ ଯାତ୍ରା ନକରିବା ଉଚିତ୍। ଖାଦ୍ୟପେୟ ନିୟନ୍ତ୍ରଣ ନକଲେ ସ୍ୱାସ୍ଥ୍ୟରେ ଅବନତି ହୋଇପାରେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ବ୍ୟବସାୟରେ ପୁଞ୍ଜି ନିବେଶ ପାଇଁ ଆଶା କରିବେ। ନୂତନ ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। ପଢ଼ାପଢ଼ିରେ ମନଦେବେ ଉଚ୍ଚଶିକ୍ଷା ସମ୍ମିଳନୀରେ ଯୋଗଦେବେ। କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ। ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।

ମିଥୁନ:-ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବା ଫଳରେ ଉତ୍ତମ ରୋଜଗାରର ବାଟମିଳିବ। ବାକିଥିବା ଅର୍ଥପ୍ରାପ୍ତି ହେବ। ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟକରି ପ୍ରଶଂସା ପାଇବେ। ଗୃହସ୍ଥ ଜୀବନ ସୁଖମୟ ହେବ। ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମକ୍ଷେତ୍ରରେ ବୁଝାମଣା ଠିକ୍ ରଖି ପାରିବେ। ଶିକ୍ଷାକ୍ଷେତ୍ରରେ କଠିନ ପରିଶ୍ରମ କରିବା ଫଳରେ ସଫଳତା ଲାଭ କରିବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କର୍କଟ:-ସାମାଜିକ ପତିଆରା ଅମଳିନ ରହିବ। ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ। ପ୍ରେମ ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ। ଜନସେବାରେ ନିଜକୁ ନିୟୋଜିତ କରିବେ। ରାଜନୀତି କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ନିଜର ଚତୁରତା ଓ ବିବେକ ହେତୁ ସମସ୍ତ ବିପରୀତ ପରିସ୍ଥିତିର ସାମ୍ନା କରିପାରିବେ। ବ୍ୟାପାର ଓ କାମ-କାର୍ଯ୍ୟର ସ୍ଥିତି ବହୁତ ସନ୍ତୋଷଜନକ ହେବ। ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇଯିବ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ନୂଆ କୌଶଳ ଶିଖିବାର ସୁଯୋଗ ପାଇବେ। ଜୀବନ ସାଥୀଙ୍କ ଠାରୁ ଭଲ ସମର୍ଥନ ପାଇବେ। ଅଫିସରେ ମାଲିକଙ୍କର ଆଚରଣ ଆପଣଙ୍କ ପ୍ରତି ଭଦ୍ରଭାବ ରହିବ। ସମୟ ପୂର୍ବରୁ ବ୍ୟବସାୟରେ ନିଜର ଲକ୍ଷ ପୂରଣ କରିପାରିବେ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ। ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। ସେୟାର ବଜାରରେ ମୁନାଫା ମିଳିବ। ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବା ଫଳରେ ଆଗକୁ ବଢିପାରିବେ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ଅଧିକ ଭାଗ୍ୟବାଦି ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ତୁଳା:-ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ବ୍ୟବସାୟୀ ମାନଙ୍କର କାରବାର ଯେତିକି ହେଲେ ବି ତହିଁରେ ସଂସ୍ଥା ଚଳାଇ ଗୁଜୁରାଣ ମେଣ୍ଟାଇ ପାରିବେ। ବିଦ୍ୟାର୍ଥୀମାନେ ପରିଶ୍ରମ ମୁତାବକ ଫଳ ପାଇବେ। କର୍ତ୍ତବ୍ୟ ପରାୟଣ ପ୍ରଦର୍ଶନ କରି ନିଜର ପାରିଲା ପଣିଆ ଜାହିର କରିବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ଓ ନିଜର ମାନସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ। ଗୃହୋପକରଣ କ୍ରୟ କରିଲେ ଆର୍ଥିକ ସ୍ଥିତି ଦୁର୍ବଳ ହେବ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

ବିଚ୍ଛା:-ରଚନାତ୍ମକ କାର୍ଯ୍ୟରେ ଭାଗ ନେବା ଉଚିତ୍‌। ପରିବାରରେ ସୁଖର ପରିବେଶ ରହିବ। ଅଳ୍ପ ପରିଶ୍ରମ ଦ୍ୱାରା ନିଜର ଲକ୍ଷ ହାସଲ କରି ପାରିବେ। ପୁରୁଣା ସାଙ୍ଗମାନଙ୍କ ସହିତ ଭେଟ ହେବାରୁ ବହୁତ ଉତ୍ସାହିତ ହେବେ। ନୂତନ ରୋଜଗାର କରିବା ପାଇଁ ଚେଷ୍ଟା କରିବେ। ପିଲାମାନଙ୍କର ସ୍ୱଭାବକୁ ନେଇ ଚିନ୍ତିତ ରହିବେ। ଟଙ୍କା ଦେବା ନେବା କାରବାର ବିଷୟରେ ସାବଧାନ ରହିବା ଉଚିତ୍‌। ନଚେତ୍‌ ଟଙ୍କା ଅଟକି ଯାଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-ଶତୃ ପରାଜିତ ହୋଇ ବ୍ୟବସାୟରେ ଭଲ ଲାଭ ପାଇବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ନୂଆ ସୂତ୍ରରେ ଧନ ଲାଭ ହୋଇ ଋଣ ପରିଶୋଧ କରି ପାରିବେ। ଧୈର୍ଯ୍ୟ ଓ ବୁଝାମଣା ସହିତ ସବୁ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ଅଫିସ୍‌ରେ ପରିବେଶ ସକରାତ୍ମକ ରହିବ। ବଡ଼ କମ୍ପାନୀରୁ ଚାକିରୀ କରିବାକୁ ଅଫର୍‌ ମିଳିପାରେ। ପ୍ରଭାବଶାଳୀ ଲୋକମାନଙ୍କର ସହଯୋଗ ପାଇବା ଫଳରେ ନୂତନ ଯୋଜନାରେ ସଫଳତା ମିଳିବ। ପ୍ରତିକାର- ହଳଦୀ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।

ମକର:-ସନ୍ତାନଙ୍କର କୌଣସି ମହତ୍ଵପୂର୍ଣ୍ଣ କାମ ସମ୍ପର୍ଣ୍ଣକରି ଆନନ୍ଦିତ ହେବେ। ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ବିଜୟ ହେବ। ନିଜଆଚାର ବ୍ୟବହାର ସନ୍ତୋଷ ଜନକ ହେବାଦ୍ଵାରା ଗୁରୁଜନଙ୍କ ବିଶ୍ବାସ ଭାଜନ ହେବେ। ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳୀୟାନ ହେବେ। ବ୍ୟବସାୟରେ ଖୁବ୍ ଆଶାବାଦୀ ହେବେ। ସାଧାରଣ ଘଟଣାଯୋଗୁ ବନ୍ଧୁଙ୍କ ସହ ସମ୍ପର୍କ ତୁଟି ଯାଇପାରେ। ବାଦବିବାଦଠାରୁ ଦୂରେଇ ରହିବା ଉଚିତ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

କୁମ୍ଭ:-ଆର୍ଥିକ କ୍ଷେତ୍ରରେ ଲାଭଦାୟକ ହେବା ଫଳରେ ନୂଆ ବ୍ୟବସାୟ ଆରମ୍ଭ କରିପାରିବେ। କାର୍ଯ୍ୟରେ ସ୍ଥିରତା ରହିବ। ବ୍ୟବସାୟ କ୍ଷେତ୍ରରେ କାମ ଧୀର ଗତିରେ ପୂରଣ ହେବ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରହିବ। ଶୁଭ ଖବର ଶୁଣିବାକୁ ପାଇବେ। ବିରୋଧୀ ମାନଙ୍କ ଉପରେ ନଜର ରଖି ବିଜୟୀ ହେବେ। ଶେୟାର ବଜାରରୁ ଭଲ ଅର୍ଥ ଲାଭ କରିପାରିବେ। କିଛି ନୂଆ କୌଶଳ ଶିଖିବା ପାଇଁ ଚେଷ୍ଟା କରିବେ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ମୀନ:-ସନ୍ତାନର ସୁ-ଖବର ଶୁଣି ଖୁସି ହେବେ। ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବ। ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିପାରିବେ। ପରିବାର ସମ୍ବନ୍ଧିତ ବା କୌଣସି ବନ୍ଧୁଙ୍କ ଦ୍ଵାରା ଶୁଭ ସମାଚାର ଶୁଣିବେ। କମିଶନ ସମ୍ବନ୍ଧିତ କାର୍ଯ୍ୟରେ ଲାଭ ମିଳିବ। ଶତ୍ରୁ ବା ବିରୋଧୀ କିଛି କ୍ଷତି କରିପାରିବେ ନାହିଁ। ରାଜନୈତିକ କ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!