ଦୈନିକ ରାଶିଫଳ: 01 ଫେବୃୟାରି 2024, ଗୁରୁବାର, ମା’ ଲକ୍ଷ୍ମୀଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଦାମ୍ପତ୍ୟସୁଖ ବୃଦ୍ଧି ହେବ। ରାଜନୀତିକ୍ଷେତ୍ରରେ ନିଜର ପ୍ରତିଷ୍ଠା ଫଳରେ ଜନସାଧାରଣଙ୍କ ମନ କିଣିପାରିବେ। କୃଷିଜୀବୀମାନେ ନୂତନ ଯୋଜନା ପ୍ରସ୍ତୁତ କରିବେ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇବାର ସୁଯୋାଗ ପାଇବେ। ଘର ପରିବାରରେ ସୁଖଦାୟକ ବାତାବରଣ ଦେଖାଦେବ। ଶ୍ରମ ସାର୍ଥକ ହୋଇ ପୂରାତନ ବନ୍ଧୁମିତ୍ରଙ୍କ ସହଯୋଗ ଅଧିକ ଲାଭଦାୟକ ହେବ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ରାଜନୀତିରେ ଧାଁ ଦଉଡ ଓ ଅଧିକ ସଂଘର୍ଷ କରି ପ୍ରଶଂସିତ ହେବେ। ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ବନ୍ଧୁବାନ୍ଧବ ମାନଙ୍କ ସହ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡିବେ। ଆୟକୁ ଚାହିଁ ବ୍ୟୟ କଲେ ଲୋକହସା ହେବେ ନାହିଁ। ଯାନବାହାନ ଭ୍ରମଣରେ ସତର୍କ ରହିବା ଉଚିତ୍। ହସ ଖୁଶିର ପରିବେଶ ଫିକା ପଡିଯାଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-କର୍ମକ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବ। ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ଆର୍ଥିକ ସମସ୍ୟା ସମାଧାନ ହୋଇ ବ୍ୟବସାୟରେ ସଫଳତା ମିଳିବା ସହ ବ୍ୟବସାୟ ବଢାଇବାରେ ସମର୍ଥ ହେବେ। ପରିବାରରେ ମନୋମାଳିନ୍ୟ ଦୂରେଇ ଯାଇ ଆଶା କରିଥିବା କାର୍ଯ୍ୟଟି ଖୁବ୍ ଶୀଘ୍ର ପୂରଣ କରିବାକୁ ତତ୍ପର ହେବେ। ଆର୍ଥିକ ସନ୍ତୁଳନ ସୁରକ୍ଷିତ ହେବା କାରଣରୁ ବିପର୍ଜ୍ୟସ୍ତ ଅର୍ଥନୀତିର ବିପଦରୁ ମୁକ୍ତ ହେବେ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ। ତଳ ମହଲରୁ ଆଶାତୀତ ଲାଭ ପାଇବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ହେବା ଫଳରେ ସମସ୍ତ କାମ ନିର୍ବିଘ୍ନରେ ସମ୍ପନ୍ନ ହୋଇଯିବ। ସହକର୍ମୀ ମାନଙ୍କର ସମର୍ଥନ ସାହାଯ୍ୟ ସହଯୋଗ ମିଳିବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ପରିବାରରେ ସୁଖଶାନ୍ତି ଫେରି ଆସିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-ଅନ୍ୟମାନଙ୍କୁ ସାହାଯ୍ୟ କରିବେ, ତେଣୁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ। ଧର୍ମକାର୍ଯ୍ୟ ପ୍ରତି ମନବଳାଇ ବହୁତ ଶାନ୍ତି ପାଇବେ। ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ ନକରିବା ଉଚିତ କଲେ ବିପଦରେ ପଡିବେ। ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡିବେ। ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-ଶତୃମାନେ ପରାଜିତ ହୋଇ ମିତ୍ରତାଭାବ ଆଚରଣ କରିବେ। ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ। ପରିବହନ କ୍ଷେତ୍ରରେ ବିଶେଷ ଲାଭବାନ ହେବେ। କଳା, ସାହିତ୍ୟ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାମରେ ପ୍ରଶଂସା ମିଳିବ। କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ। ରାଜନୀତିରେ ନିକଟ ସମ୍ପର୍କୀୟଙ୍କ ଠାରୁ ପ୍ରଶଂସିତ ହେବେ। ଭାଇ ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ତୁଳା:-ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। ବିଦ୍ୟାରେ ଉନ୍ନତି କରିବେ। ଭାବମୂର୍ତ୍ତି ରକ୍ଷା କରି କର୍ମକ୍ଷେତ୍ରର ମୁଖ୍ୟଙ୍କ ସହିତ ପରିଚାଳନାଗତ ସ୍ଵତନ୍ତ୍ରତା ଅତୁଟ ରଖି ହେବ। ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇ ପାରନ୍ତି। ଲୋକମାନଙ୍କ ସହିତ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ।ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ସ୍ଵାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ। ନିର୍ମାଣଧୀନ ଅଧୁରା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ। ରାଜନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ଆକସ୍ମିକ ଅର୍ଥଲାଭ, ପୁରୁଣା ଧନଲାଭ ହେବାରୁ ଖୁସି ହେବେ ଓ ଶୁଭ ସମ୍ବାଦ ପାଇବେ। ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ। ଆର୍ଥିକ ଦିଗରୁ ଉନ୍ନତି ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।

ଧନୁ:-ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ। ସାମାଜିକ କାର୍ଯ୍ୟରେ ଯୋଗଦାନ କରି ପାରନ୍ତି। ଆର୍ଥିକ ଦିଗରୁ ଉନ୍ନତି ଫଳରେ ନୂତନ ପଦାର୍ଥ ସଂଗ୍ରହ କରିବା ପାଇଁ ଆଗ୍ରହ ବଢିବ। ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ ଓ ଶୁଭ ସୂଚନା ପାଇବେ। ପ୍ରେମସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟି ହେବ। ଶିକ୍ଷା କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମକର:-ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ଓ ସାଧାରଣ ଦିନଚର୍ଜ୍ୟା ଅତୁଟ ରହିବ। କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବାସହ ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ସରଳ ହେବ। ସ୍ଥାୟି ରୋଗୀ ମାନେ ଅଧିକ କଷ୍ଟ ଅନୁଭବ କରିବାସହ ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ପରିବହନ ବ୍ୟବସାୟରେ ପରିଣାମ ଅନୁକୂଳ ହୋଇ ବିଶେଷ ଲାଭବାନ ହେବେ। ପରିବାରରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ଲୋକମାନେ ଆପଣଙ୍କ ଉପରେ ଅଧିକ ନିର୍ଭରଶୀଳ ହେବେ। ଅଯଥା ଧାଁଦୌଡ ଯୋଗୁ ଧନ, ସମୟ ଓ ଶକ୍ତିର ଅପଚୟ ହେବ। ଛାତ୍ରଛାତ୍ରୀମାନେ ସେମାନଙ୍କ ଅଧ୍ୟୟନ ପାଇଁ ଟିକେ ଚିନ୍ତିତ ରହିପାରନ୍ତି। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-କର୍ମକ୍ଷେତ୍ରରେ ଦାଇତ୍ଵ ବଢିବାସହ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ। ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ। ସହଜ ସରଳରେ ନୂତନ କର୍ମ ନିଯୁକ୍ତି ପାଇବାସହ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବା ସହ ମାନସିକ ଶାନ୍ତି ମିଳିବ। ଶିକ୍ଷାକ୍ଷେତ୍ରରେ ପ୍ରଶଂସିତ ହେବାସହ ଜୀବନସାଥୀଙ୍କ ପ୍ରତି ମନରେ ସମ୍ମାନ ଜାଗ୍ରତ ହେବ। ପ୍ରତିକାର- ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!