ଦୈନିକ ରାଶିଫଳ: 02 ନଭେମ୍ବର 2024, ଶନିବାର, ଶନିଦେବଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ମାନସିକ ଶାନ୍ତି ମିଳିବା ସହ ଶରୀର ଭଲ ରହିବ। ନିଷ୍ଠାର ସହ ପରିଶ୍ରମ ଫଳରେ କର୍ମକ୍ଷେତ୍ରରେ ସମ୍ପୂର୍ଣ୍ଣ ଲାଭ ପାଇବେ ଓ ଉପରିସ୍ଥ ଅଧିକାରୀଙ୍କ ଠାରୁ ସମ୍ମାନ ପାଇବେ। ଶତୃମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ। ବ୍ୟବସାୟିକ ଗତିବିଧି ଉତ୍ତମ ଭାବରେ ଚାଲିବା ଯୋଗେ ଭଲ ଲାଭବାନ୍ ହେବେ। ଅଧ୍ୟୟନ ପାଇଁ ତତ୍ପର ହେବେ ଓ ପଢ଼ାପଢ଼ିରେ ମନଦେବେ। ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିକାର- ନାଲି ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ସମାଜ ସେବା ଓ ରାଜନୀତିରେ ସୁନାମ ଅର୍ଜନ କରିବେ। କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖସମୃଦ୍ଧି ଓ ପ୍ରତିଷ୍ଠାଲାଭ କରିବେ। ନିଜ ଚେଷ୍ଟାରେ ବାକିଥିବା ଅର୍ଥ ପାଇବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମିଥୁନ:-କର୍ମକ୍ଷେତ୍ରରେ କରିଥିବା କାମର ଶୁଭ ସୂଚନା ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ଧନ ଆଦାନ ପ୍ରଦାନ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଉଚିତ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

କର୍କଟ:-ଶାରୀରିକ ଅସୁସ୍ଥତାରୁ ଉପଶମ ପାଇବେ। ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବ। ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ରୟୋଗ କରି ପ୍ରଶଂସିତ ହେବେ। ବ୍ୟବସାୟ କ୍ଷେତ୍ର ପ୍ରସାରିତ ହେବା ଫଳରେ ଆଶାତୀତ ଲାଭପାଇବେ। କର୍ମଚାରୀ ମାନଙ୍କର ପଦୋନ୍ନତି ସହ ସ୍ଥାନାନ୍ତର ଯୋଗ ଅଛି। ଶିକ୍ଷାକ୍ଷେତ୍ରରେ ଚଳଚଞ୍ଚଳ ହୋଇ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବାକୁ ଚେଷ୍ଟା କରିବେ। ପାରିବାରିକ ସମସ୍ୟା ଧିରେ ଧିରେ ସମାଧାନ ହୋଇଯିବ। ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।

ସିଂହ:-ସ୍ୱାସ୍ଥ୍ୟ ଭଲ ରହିବ। ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ। ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ। ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ପାଇବା ଫଳରେ ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ। ଭାଇଙ୍କ ସହିତ ଲାଗିଥିବା ବିବାଦ ସମାଧାନ ହେବ। ସହକର୍ମୀ ମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ। ପ୍ରତିକାର:- କଦଳୀଗଛ ମୂଳରେ ଗୁଡ଼ଟିକେ ଥୋଇ ଦିଅନ୍ତୁ।

କନ୍ୟା:-ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ। ଭୟ ସତ୍ତ୍ୱେ ଜୟ, ନାନା ସମସ୍ୟାର ସମ୍ମୁଖୀନ ହେବେ। ବାଦବିବାଦ ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ବନ୍ଧୁମିତ୍ର ମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇ ପୂର୍ବ କଳହର ସମାଧାନ କରି ପାରିବେ। ଦାମ୍ପତ୍ୟସୁଖ ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତି ଭଲ ରହିବ। ରାଜନୀତି କ୍ଷେତ୍ରରେ ନିଜର ପ୍ରତିଷ୍ଠା ଫଳରେ ଜନସାଧାରଣଙ୍କ ମନ କିଣିପାରିବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ତୁଳା:-ସମସ୍ତ ଚିନ୍ତା ଦୂର ହୋଇ ପରାକ୍ରମ ବଢିବ। ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ଦେଖାଦେବ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରଟି ସୁଦୃଢ ହେବ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ। ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ। ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭବାନ୍ ହେବେ। ଧୀରସ୍ଥିର ଭାବରେ ସମସ୍ୟା ସୁଧାରୀ ନେବା ଉଚିତ୍। ଆର୍ଥିକ ଦିଗରୁ ଉନ୍ନତି ହେଲେ ମଧ୍ୟ ବ୍ୟୟ ଭାର ବୃଦ୍ଧି ହେବ। ସାମାଜିକ କାର୍ଯ୍ୟରେ ରତ ହେବେ। ପ୍ରେମିକ ପ୍ରେମିକା ମାନେ ସାଧୁସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପାଇବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-କ୍ଷମତା ଓ ଶକ୍ତି ବଳରେ ନିଜର ସମୟ ବିତାଇବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ସାମାଜିକ କାର୍ଯ୍ୟରେ ନୂତନ ଲୋକଙ୍କ ସହ ସାକ୍ଷାତ ହୋଇ ସମ୍ପର୍କ ଦୃଢ ହେବ। ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ। ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ଥିବା ସମସ୍ୟାର ସମାଧାନ ହେବ। ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମକର:-ଶତୃମାନେ ପରାଜିତ ହେବେ। ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ସହକର୍ମୀ ମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ଆକସ୍ମିକ ଧନ ପ୍ରାପ୍ତି ହେବ। ପିଲାମାନଙ୍କ ପାଠପଢା ନେଇ ବହୁ ଦିଗରୁ ମନୋବଳ ଓ ସାମର୍ଥ୍ୟ ବୃଦ୍ଧି ପାଇବ। ନୂତନ ସମ୍ପତି କ୍ରୟ କରିବେ। ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ମାନସିକ ଶାନ୍ତି ମିଳିବ। ପ୍ରତିକାର-କଳାରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।

କୁମ୍ଭ:-ରାଜନୈତିକ କ୍ଷେତ୍ରରେ ଶତୃ ଓ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବା ସହିତ ସମୟ ମଧ୍ୟ ଆନନ୍ଦମୟ ହେବ। କୌଣସି ଗୁରୁତ୍ଵପୂର୍ଣ୍ଣ କର୍ମ ନେଇ ଆର୍ଥିକ ଅନାଟନ ମଧ୍ୟରେ ନିଜକୁ ଅଣନିଃଶ୍ଵାସୀ ମନେ କରିବେ ତେଣୁ ଧାରକରଜ କରିବାକୁ ବାଧ୍ୟ ହେବେ। ଅଯଥା ଭ୍ରମଣ କରିବା ଫଳରେ ଅଯଥା ଖର୍ଚ୍ଚ ମଧ୍ୟ କରିବାକୁ ପଡିବ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମୀନ:-ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ। ବିଦ୍ୟା କ୍ଷେତ୍ରରେ ପ୍ରତିଭାର ବିକାଶ ହେବ। ଅତୀତରେ ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍ ମିଳିଯିବ। ପରିବାରରେ ସୁଖ-ଶାନ୍ତି ଆସିବ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହେବ। ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ଵାସ କଲେ ଠକାମୀ ଭଣ୍ଡାମିର ଶୀକାର ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!