ମେଷ:-ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି କରିବେ। ବନ୍ଧୁଙ୍କ ଆଗମନ ହେବ। ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ଓ ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ। କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧିହେବ। ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ବୃଷ:-ଜମି, ଯାନବାହାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ କରିପାରିବେ। ମିତ୍ର ସହଯୋଗୀମାନେ ସାହାଯ୍ୟ ସହଯୋଗ କରିବେ। କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେଇ ପାରନ୍ତି। ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହେବ। ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମାଲିମୋକଦ୍ଦମାରେ ଜିତିବେ। ଧର୍ମ କାର୍ଯ୍ୟ ଓ ଶୁଭ କାର୍ଯ୍ୟରେ ଯୋଗଦାନ କରି କିଛି ଅର୍ଥ ମଧ୍ୟ ବ୍ୟୟ କରିପାରନ୍ତି। ଗୃହାପୋକରଣ ନୂତନ ଦ୍ରବ୍ୟ କ୍ରୟ କରିବେ। ପ୍ରତିକାର- ମୟୂର ଚନ୍ଦ୍ରିକା ପାଖରେ ରଖି ଯାତ୍ରା କରନ୍ତୁ।
ମିଥୁନ:-ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଶାନ୍ତି ଅନୁଭବ କରିବେ। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। ବ୍ୟବସାୟରେ ବାଧା ଉପୁଜିବା ସହ ସଂଘର୍ଷ ମଧ୍ୟ ଦେଇ ଗତି କରିବେ। ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ। ପୁରୁଣା ରୋଗ ବୃଦ୍ଧିକାରଣରୁ ସାଧାରଣ ଚଳଣିରେ ବ୍ୟାଘାତ ଘଟିବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
କର୍କଟ:-ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ। ସମସ୍ତ ବାଧାକୁ ଭ୍ରୂକ୍ଷେପ ନକରି ସଂଘର୍ଷ କରି ଆଗକୁ ବଢି ପାରିବେ। ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟରେ ଆୟ ଉପାର୍ଜ୍ଜନର ବୃଦ୍ଧି ହେବ। କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ ଉନ୍ନତି ହେବ। ଦାମ୍ପତ୍ୟ ସୁଖରେ ପ୍ରସନ୍ନତା ଅନୁଭୂତି ହେବ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ପରିବାରରେ ମାନ ମନାନ୍ତର ଦୂର ହେବ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।
ସିଂହ:-ସରକାରୀ କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ପାଇବେ। ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ସନ୍ତାନ ସୁଖରେ ସୁଖୀ ହେବେ। ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ। ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ଥିବା ସମସ୍ୟାର ସମାଧାନ ହେବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।
କନ୍ୟା:-ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ରାଜନୈତିକ କ୍ଷେତ୍ରରେ ବଡନେତାଙ୍କୁ ସନ୍ତୁଷ୍ଟ କରିବା ସହଜ ସରଳ ହେବ। ବିଦ୍ୟାରେ ମନନିବେଶ କରି ପରୀକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବ। ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗଦାନ କରିବେ। ତୀର୍ଥାଟନଯୋଗ ଥିବାରୁ ଯାତ୍ରାକାଳରେ କଷ୍ଟ ଭୋଗିବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ତୁଳା:-ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୁତନ କାର୍ଯ୍ୟ ଆରମ୍ଭ କରି ପାରିବେ। ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଓ ସୁଖ ସମ୍ପଦ ପ୍ରାପ୍ତି ହେବ। ଟଙ୍କାର ଆବଶ୍ୟକତା ପୂରଣ ହେବ। ଦୂରଯାତ୍ରା କଲେ ଅଶୁଭତ୍ୱନାଶ ହୋଇ ଶୁଭ ଫଳ ପ୍ରାପ୍ତି ହେବ। ବିଦେଶ ଯାତ୍ରା, ସୁଖ ଶାନ୍ତି, ଯଶ ଲାଭ, ନୂତନ ବାହନଆଦି ପ୍ରାପ୍ତି ଯୋଗ ଅଛି। ସରକାରୀ କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ପାଇବେ। ପ୍ରତିକାର- ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।
ବିଚ୍ଛା:-ଅନେକ ପ୍ରକାର ସୁବିଧା ସୁଯୋଗ ପାଇବା ଫଳରେ ଆର୍ଥିକ ଦିଗରୁ ଉନ୍ନତି ହୋଇ ଆଶା ପୂରଣ ହେବାର ରାସ୍ତା ଖୋଲିଯିବ। ଉଚ୍ଚଶିକ୍ଷା କ୍ଷେତ୍ରକୁ ମୁହାଁଇ ପାରିବେ। ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କରି ଅନେକ ଆଶୀର୍ବାଦ ପାଇବେ। ପାରିବାରିକ କ୍ଷେତ୍ରରେ ଅସନ୍ତୋଷ, କ୍ଷୋଭ ଓ ଅବଶୋଷ ଦୂରେଇ ଯିବ। କାରବାରରେ ସୁଧାର ଆସିବ। ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।
ଧନୁ:-ବାସଗୃହ ଓ ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ। ରାଜନୈତିକ କ୍ଷେତ୍ରରେ ଶତୃମାନେ ପଛଘୁଞ୍ଚା ଦେବେ। ପଦସ୍ଥ ବ୍ୟକ୍ତିଙ୍କ ସହ କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। କର୍ମ ପାଇଁ ଦୂରଯାତ୍ରାରେ ସଫଳ ହେବେ। ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ। ଅସହାୟ ଓ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବାକୁ ମନ ବଳାଇବେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ମକର:-ଶିକ୍ଷାର୍ଥୀମାନେ ଅଧ୍ୟୟନରେ ମନ ନିବେଶ କରିବେ ଓ ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ସଫଳତା ପାଇବେ। ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। ବ୍ୟବସାୟ ବାଣିଜ୍ୟ ସମ୍ପର୍କୀୟ କୌଣସି ଘଟଣା ଯୋଗୁଁ ବିଶେଷ ବ୍ୟସ୍ତ ରହି ଲାଭବାନ ହେବେ। ଜମିବାଡି ଜନିତ କେତେକ ସମସ୍ୟା ସମାଧାନ ହେବ। ରାଜନୈତିକ କ୍ଷେତ୍ରରେ ସ୍ଥିରବସ୍ଥା ଆସିବା ଫଳରେ ଆତ୍ମସନ୍ତୋଷ ଆଣିଦେବ ଓ ପ୍ରତିଷ୍ଠା ଖ୍ୟାତି ମଧ୍ୟ ମିଳିବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
କୁମ୍ଭ:-କର୍ମକ୍ଷେତ୍ରରେ ପୁରୁଣା ସମ୍ପର୍କରୁ ଲାଭବାନ ହେବେ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ। ବ୍ୟବସାୟ କ୍ଷେତ୍ରରେ ବନ୍ଧୁ, ମିତ୍ର, ସହକର୍ମୀ ଓ ଭାଗୀଦାରୀଙ୍କ ପାଇଁ ପ୍ରଚୁର ଲାଭ ପାଇବେ। ରାଜନୈତିକ କ୍ଷେତ୍ରରେ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତାରେ ଜୟଯୁକ୍ତ ହେବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।
ମୀନ:-ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ଅଦମ୍ୟ ଉଦ୍ୟମ ବା ଚେଷ୍ଟାଦ୍ୱାରା ସାଫଲ୍ୟ ପ୍ରାପ୍ତି ହେବ। ଆତ୍ମୀୟବର୍ଗରେ ଉନ୍ନତି ତଥା ଉତ୍ତମ ବୁଝାମଣା ଜନିତ ଉତ୍ସାହ-ଉଦ୍ଦୀପନାଯୁକ୍ତ ହେବେ। ସ୍ଵାସ୍ଥ୍ୟକ୍ଷେତ୍ରରେ ଉଦରପୀଡା ଓ ଚକ୍ଷୁପୀଡା ଦେଖାଦେଇପାରେ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।