ଜୁଲାଇ 24 ତାରିଖରୁ ଜୁଲାଇ 30 ତାରିଖ 2023 ସାପ୍ତାହିକ ରାଶିଫଳ, ଏହି 3ଟି ରାଶିରେ ବନୁଛି ମହାଧନଯୋଗ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ବନ୍ଧୁ ବାନ୍ଧବଙ୍କ ଦ୍ଵାରା କୌଣସି ଜଟିଳ ସମସ୍ୟାର ସମାଧାନ ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବ। ଛାତ୍ରତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢ଼ା ପଢ଼ିରେ ମନଯୋଗ ଦେଇ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ଶାନ୍ତି ଲଭିବେ। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷାକରି ସାଧାରଣବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। କର୍ମସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ। କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ। ପ୍ରତିକାର- ପ୍ରତ୍ୟେକଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ। ଖାଦ୍ୟସାମଗ୍ରୀ, କାଚ, ବିଦ୍ୟୁତ୍ ସାମଗ୍ରୀ, ଧାତୁ, ବସ୍ତ୍ର, ଔଷଧ, ଚଳଚିତ୍ର ଇତ୍ୟାଦିରେ କାର୍ଯ୍ୟରତ ଥିଲେ କିମ୍ବା ଏହି ସମ୍ବନ୍ଧିୟ ଦ୍ରବ୍ୟ ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ପାଇବେ। ରାଜନୈତିକ କ୍ଷେତ୍ରରେ ନିଜର ଏକ ବାହ୍ୟରୂପ ଧାରଣ କରିବା ସହିତ ବିଜ୍ଞତାର ସହିତ ପରିସ୍ତିତିର ସମ୍ମୁଖୀନ ହେବା ଶ୍ରେୟସ୍କର ହେବ। ଶିକ୍ଷାକ୍ଷେତ୍ରରେ ରୁଚି ବୃଦ୍ଧି ପାଇବା ସହ ପରୀକ୍ଷା ପରିଣାମ ଅନୁକୂଳ ହେବ। ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରି ପାରିବେ। ପାରିବାରିକ ଅଶାନ୍ତି ଦୂରେଇ ଯାଇ ପରିବାରରେ ସୁସ୍ଥ ବାତାବରଣ ଜାରିରହିବ। କେତେକ କ୍ଷେତ୍ରରେ ବନ୍ଧୁମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ। ପ୍ରତିକାର- ପ୍ରତ୍ୟେକଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସାହିତ୍ୟ, କଳା, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଜୟଯୁକ୍ତ ହେବେ। ଅଚାନକ ଧନ ପ୍ରାପ୍ତି ହେବ ଓ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ଭ୍ରମଣ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ଉତ୍ତମ ରୋଜଗାର ମିଳିବ। ନିଜ ପରିଶ୍ରମରୁ ନୂତନ କର୍ମ ନିଯୁକ୍ତି ପାଇବେ। ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ଆନନ୍ଦିତ ହେବେ। କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବା ସହ ଶୁଭ ସୂଚନା ମଧ୍ୟ ପାଇବେ। ଗୃହରେ ଥିବାକଳହ, ପତିପତ୍ନୀ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତା ଭାବର ସମାଧାନ ହେବ। ବ୍ୟବସାୟୀ ମାନେ ଆବଶ୍ୟକତା ଠାରୁ ଅଧିକ ଆଦାନ-ପ୍ରଦାନ କରି ଉଚିତ ଲାଭ ପାଇବେ। ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କର୍କଟ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟରେ ଶତୃମାନେ ପରାଜିତ ହୋଇ ବାକିଥିବା ଅର୍ଥପ୍ରାପ୍ତି ହେବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ନ୍ୟାୟଧୀଶ, ପ୍ରଶାସନିକ ସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ଡାକ୍ତର ଇତ୍ୟାଦି ହୋଇଥିଲେ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ। କଳା ସାହିତ୍ୟ କିମ୍ବା ଆନୁଷ୍ଠାନିକ କାମଗୁଡ଼ିକରେ ସମସ୍ୟା ସମାଧାନ ହୋଇଯିବ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ। ନୂତନ ଯୋଜନାରେ ସଫଳତା ମିଳିବ। ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ଯୋଗେ ଦୂରଯାତ୍ରାର ସୁଯୋଗ ପାଇବା ସହ ଆଶାତୀତ ଲାଭ ମିଳିବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ପାଇବା ସହ ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ବିଜୟୀ ହୋଇ ସମ୍ମାନିତ ହେବେ। ପ୍ରତିକାର- ପ୍ରତ୍ୟେକଦିନ ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ସିଂହ:-ଏ ସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ପ୍ରେମିକ ପ୍ରେମିକା ମାନଙ୍କର ମାନସିକ ଦୁଶ୍ଚିନ୍ତା ଦୂର ହୋଇ ପ୍ରେମ କ୍ଷେତ୍ରରେ ଶାନ୍ତି ମିଳିବ। ଶିଳ୍ପବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପ ଲାଭପାଇବେ। ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଯୋଗେ ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ଅଧିକାରୀ କାମରେ ପ୍ରସନ୍ନ ରହି କାର୍ଯ୍ୟର ପ୍ରଗତିପାଇଁ ସମସ୍ତପ୍ରକାର ପ୍ରୟାସ କରିବେ। ଦୂରଯାତ୍ରାରେ ଆଶା ମୁତାବକ ଫଳ ପାଇବେ। ଆକସ୍ମିକ ଧନପ୍ରାପ୍ତି ହେବ। ବିବାଦୀୟ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ। ଲଟେରୀ, ଜୁଆ, ସଟ୍ଟା ଓ ସେୟାର୍ ମାର୍କେଟରେ ଅର୍ଥ ପ୍ରାପ୍ତି ହେବ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।ସବୁଦିଗରୁ ଶୁଭ ସମାଚାର ପାଇ ଖୁସି ହେବେ। ପ୍ରତିକାର- ପ୍ରତ୍ୟେକଦିନ ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କନ୍ୟା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହୋଇ ଗୃହସ୍ଥ ଜୀବନ ସୁଖମୟ ହେବ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ। ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟକରି ପଦୋନ୍ନତି ପାଇବେ। ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟସହଯୋଗ ମିଳିବ। ନୂତନ ଗୃହସୁଖ ଓ ଯାନବାହନ ସୁଖ ମିଳିବ। ସମସ୍ତ କାର୍ଯ୍ୟ ମନଇଛା ଅନୁସାରେ ସମ୍ପନ୍ନ ହେବ। ଜନ ସମ୍ପର୍କ ବୃଦ୍ଧି ପାଇବ। ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ସାକ୍ଷାତରେ ଉନ୍ନତି ହେବ। ବକେୟା ଅର୍ଥ କିଛି ମିଳିବ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ। ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ବିଦ୍ୟାର୍ଥିମାନେ ବିଦ୍ୟାରେ ଉନ୍ନତି କରିବା ସହ ପରୀକ୍ଷା, ପ୍ରତିଯୋଗିତାରେ ବିଜୟୀ ହେବେ। ପ୍ରତିକାର-ପ୍ରତ୍ୟେକଦିନ ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ତୁଳା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପାରିବାରିକ କ୍ଷେତ୍ରରେ ସ୍ନେହ-ସଦ୍ଭାବ ବଜାୟ ରହିବ। ନୂତନକର୍ମ ନିଯୁକ୍ତି ପାଇବେ। ରାଜନୀତି କ୍ଷେତ୍ରରେ ପଦ ପଦବୀ ଲାଭ ହେବା ସହ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଉଚ୍ଚ ପଦାଧିକାରୀ ମାନଙ୍କୁ ବିରୋଧୀ ନ କରିବାକୁ ବିଶେଷ ସତର୍କ ରହିବା ନିତ୍ୟାନ୍ତ ଆବଶ୍ୟକ। ସ୍ଵାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ଉଚ୍ଚଶିକ୍ଷା ନିମିତ୍ତ ବିଦେଶ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ। ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ପ୍ରତିକାର- ପ୍ରତ୍ୟେକଦିନ ଦହି ମିଠା ଖାଇ ଘରୁ ବାହାରନ୍ତୁ।

ବିଚ୍ଛା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ। ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦିନର କଷ୍ଟ ଦୂର ହୋଇ ସୁଖର ସ୍ୱପ୍ନ ଦେଖିପାରିବେ। ନୂଆ ନୂଆ ଉପାୟ ଚିନ୍ତା କରିବେ। ଅଚାନକ ଆୟ ବୃଦ୍ଧି ହେତୁ ଆଚମ୍ବିତ ହୋଇଯିବେ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ଗୃହରେ ସୁଖଶାନ୍ତି ବିରାଜମାନ କରିବ। ସେୟାର ବଜାରରେ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ। ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଧନଲାଭ ହେବାରୁ ଖୁସି ହେବେ। ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡିବ। ଚାକିରୀ ସମ୍ବନ୍ଧୀୟ କାର୍ଯ୍ୟ ହୋଇଯିବ। ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ବାଧ୍ୟ ହେବେ। ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ପ୍ରତିକାର- ପ୍ରତ୍ୟେକଦିନ ସିନ୍ଦୁରଟିକେ ମୁଣ୍ଡରେ ଲଗେଇ ଦିଅନ୍ତୁ।

ଧନୁ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ବ୍ୟବସାୟ ବଢାଇବାରେ ସମର୍ଥ ହେବେ। କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ। ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ଜନ ସେବାକୁ ଗ୍ରହଣ କରି ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ। ବ୍ୟବସାୟ କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ ଓ କାରବାର ବଢିବା ସହ ଲୋକ ସମ୍ପର୍କ ବୃଦ୍ଧି ହେବ। ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇପାରିବ। ସନ୍ତାନର ସୁ-ଖବର ଶୁଣି ଖୁସି ହେବେ। ଅଟକିଥିବା କାର୍ଯ୍ୟ ପୂରଣ ହେବ। କୋର୍ଟ-କଚେରୀ ମାମଲା ଓ ବାଦବିବାଦ ଆପଣଙ୍କ ସପକ୍ଷରେ ଯିବ। ପ୍ରତିକାର- ପ୍ରତ୍ୟେକଦିନ କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମକର:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବା ଫଳରେ ଘରୋଇ ସଂସ୍ଥାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ସନ୍ତାନ ମାନେ ବିଦ୍ୟାରେ ଉନ୍ନତି କରିବେ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ। ଯୌଥ ପରିବାର ସମ୍ପର୍କୀୟ ଜମିବାଡି ନେଇ କେତେକ ସମସ୍ୟା ସହଜରେ ସମାଧାନ ହେବ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସୁସ୍ଥପରିବେଶ ଓ ସମ୍ମାନଜନକ ଘଟଣା ଘଟିବ। ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ ଓ ଅଧସ୍ତନ କର୍ମୀ ଓ ସାଧାରଣ ବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ ଓ ବଡନେତାଙ୍କୁ ସନ୍ତୁଷ୍ଟ କରି ସୁଖ ଶାନ୍ତିରେ ଦିନ କଟାଇବେ। ପ୍ରତିକାର- ପ୍ରତ୍ୟେକଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନିଜର କ୍ଷମତା ଓ ଯୋଗ୍ୟତାକୁ ବହୁତ ଉପଯୋଗ କରିବେ। ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୂନର୍ବାର ଫେରିପାଇ ସମ୍ମାନିତ ହେବେ। ଭାଗ୍ୟର ପରିବର୍ତ୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ। ଦୀର୍ଘଦିନ ଧରି ଅଧା ହୋଇ ପଡ଼ିଥିବା କାର୍ଯ୍ୟମାନ ଧିରେ ଧିରେ ପୂର୍ଣ୍ଣ ହୋଇଯିବ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡିବ। କୋର୍ଟ-କଚେରୀ ମାମଲା ଓ ବାଦବିବାଦ ଆପଣଙ୍କ ସପକ୍ଷରେ ଯିବ। କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ। କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ। ଭ୍ରମଣ, ରାଜନୀତି, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପାରିବାରିକ ଅଶାନ୍ତି ଦୂରେଇ ଯାଇ ସୁଖଶାନ୍ତି ବୃଦ୍ଧି ହେବ। ଯାତ୍ରାରେ ସମୟ କଟିବ ଓ ସଶ୍ରମ ଦ୍ଵାରା ଲାଭ ପାଇବେ। କମିଶନ କାର୍ଯ୍ୟରେ ଲାଭ ହେବାର ବହୁତ ସମ୍ଭାବନା ଅଛି। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ବ୍ୟବସାୟ କ୍ଷେତ୍ରରେ ତୈଳବୀଜ ଓ ରବି ଫସଲ ବ୍ୟବସାୟରେ ବେଶ୍ ଲାଭବାନ ହେବେ। ଲୁହା, କାଠ, କୋଇଲା, କଳକବ୍ଜା ବ୍ୟବସାୟରୁ, କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ। ନାନା ବାଟରେ ଧନାଗମ ଘଟିବ। ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। କର୍ମକ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ପାଇବ। କମ୍ପାନୀ, ବ୍ୟାଙ୍କ, କମ୍ପ୍ୟୁଟର ଇତ୍ୟାଦି ବିଭାଗରେ ନୂତନ କର୍ମପ୍ରାପ୍ତି ହେବ। ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ। ତଳ ମହଲରୁ ଆଶାତୀତ ଲାଭ ପାଇବେ। ପ୍ରତିକାର- ପ୍ରତ୍ୟେକଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!