ଅଗଷ୍ଟ 07 ତାରିଖରୁ ଅଗଷ୍ଟ 13 ତାରିଖ 2023 ସାପ୍ତାହିକ ରାଶିଫଳ, ଏହି 3ଟି ରାଶିଙ୍କର ବନୁଛି ରାଜଯୋଗ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ। କଳକାରଖାନା, କୋଇଲା ଖଣି, ରେଳବିଭାଗ, ଡାକ ଓ ତାର ବିଭାଗ, ଟ୍ରାନ୍ସପୋର୍ଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅଧିକ ପରିଶ୍ରମ କରି ପ୍ରଶଂସା ପାଇବେ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ। ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ। ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହୋଇ ଶରୀର ସୁସ୍ଥ ରହିବ। କର୍ମ ସନ୍ଧିତ୍ସୁମାନେ କର୍ମ ନିଯୁକ୍ତିରେ ସଫଳ ହେବେ। ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ନେତା, ରସାୟନଜ୍ଞ ଓ ଡାକ୍ତରମାନଙ୍କର ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇ ପାରିବ। ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଗେଇ ନବା ଉଚିତ୍। ପ୍ରତିକାର- ପ୍ରତ୍ୟେକଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ନିଜ ଚେଷ୍ଟାରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ପ୍ରେମିକ ପ୍ରେମିକାମାନେ ପ୍ରଶଂସିତ ହେବେ। ନୂତନକର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଦୂରସ୍ଥାନକୁ ଯାତ୍ରା କରିବେ। ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ। ପୁରୁଖା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇପାରିବେ। ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତିହେବ। ନୂତନ ବ୍ୟବସାୟ ଆରମ୍ଭ ପାଇଁ ଅତ୍ୟନ୍ତ ଉତ୍ତମ ସମୟ। ପରହାତରେ ଥିବା ଧନ ସହଜରେ ପ୍ରାପ୍ତି ହେବ। ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ। ସରକାରୀ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ ଏବଂ କଠିନ ପରିଶ୍ରମ ହେତୁ ପ୍ରଶଂସା ପାଇବେ। ଅଧା ହୋଇଥିବା କାର୍ଯ୍ୟ ପୂରଣ କରି ପାରିବେ। ପ୍ରତିକାର-ପ୍ରତ୍ୟେକଦିନ ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମିଥୁନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଅଟକିଥିବା ଧନ ଲାଭ ହେବା ଫଳରେ ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବେପାର ବଣିଜରେ ସଫଳତା ମିଳିବାସହ ଅଭିଷ୍ଟ ପ୍ରାପ୍ତି ହେବ। ସହକର୍ମୀମାନେ କାମର ପ୍ରଶଂସା କରିବାସହ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବିରୋଧୀମାନେ ଦୁର୍ବଳ ହେବା ଫଳରେ ପଦୋନ୍ନତି ସହ ନୂତନ କର୍ମପ୍ରାପ୍ତି ହେବ ଓ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବା ସହ ମାନସିକ ସ୍ଥିରତା ଦେଖାଦେବ। ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଅତି ସହଜରେ ଆରମ୍ଭ କରି ପାରିବେ। ଅଚାନକ ଧନ ପ୍ରାପ୍ତି ହେବା ସହ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରି ପାରିବେ। ଭାଗ୍ୟର ପରିବର୍ତ୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ ଓ ଶୁଭ ସମାଚାର ପାଇ ଖୁସି ହେବେ। ପ୍ରତିକାର- ପ୍ରତ୍ୟେକଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ସନ୍ତାନ କ୍ଷେତ୍ରରେ ଉନ୍ନତି ହେବ ଓ ଅଧିକ ରୋଜଗାର କରି ଗୃହୋପକରଣ କ୍ରୟ କରି ପାରିବେ। ଠିକାଦାରୀ, ସଡକ, ଗୃହନିର୍ମାଣ ସାମଗ୍ରୀ ବ୍ୟବସାୟ, ପ୍ଳାଷ୍ଟିକ୍ ଚମଡା, ବସ୍ତ୍ର, ଫଳ, ତେଲ, ଲୁହା, ମଟର ପାର୍ଟସ୍, କୋଇଲା, ପେଟ୍ରୋଲିୟମ ପଦାର୍ଥ, ଏଜେନ୍ସି ଆଦି ବ୍ୟବସାୟରେ ଲାଭବାନ ହେବେ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ବନ୍ଧୁ ମିତ୍ରଙ୍କଠାରୁ ସହଯୋଗ ପାଇ ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବାର ସୁଯୋଗ ମିଳିବ। ନେଇଥିବା ଲୋକ କିମ୍ବା ଦେଉନଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ। ମାନସିକ ଦୁଃଶ୍ଚିନ୍ତା ଦୂର ହେବ। ପ୍ରତିକାର- ପ୍ରତ୍ୟେକଦିନ ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ସିଂହ:-ଏ ସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହୋଇ ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ। ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବ ସ୍ଥିର ହୋଇପାରେ। ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା ଓ ଚିକିତ୍ସକ ମାନଙ୍କର ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ। ନୂତନ କର୍ମ ସଂସ୍ଥାନରେ ନିଯୁକ୍ତି ପାଇବାର ଯୋଗ ରହିଛି। ପ୍ରତିଯୋଗିତାରେ ପ୍ରଶାସନ ସେବା ସଂବନ୍ଧିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଅତ୍ୟନ୍ତ ଶୁଭସମୟ। ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ନୂଆ ନୂଆ ଉପାୟ ଚିନ୍ତା କରିବେ। ଅଚାନକ ଆୟ ବୃଦ୍ଧି ହେତୁ ଆଚମ୍ବିତ ହୋଇଯିବେ। ପ୍ରତିକାର- ପ୍ରତ୍ୟେକଦିନ ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କନ୍ୟା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆୟ କମ୍ ହେବାରୁ ଆର୍ଥିକ ସମସ୍ୟା ଦେଖା ଦେଇପାରେ। ଅନ୍ଧ ଭାବରେ କାହାକୁ ବିଶ୍ଵାସ କରିଲେ କ୍ଷତି ହୋଇପାରେ। କିନ୍ତୁ ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦିନର କଷ୍ଟ ଦୂର ହୋଇ ସୁଖର ସ୍ୱପ୍ନ ଦେଖିପାରିବେ। ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କ ଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ। ସାଂସାରିକ ଜୀବନ ସୁଖମୟ ହେବ। ଉଦ୍ୟୋଗ, ରେଶମୀବସ୍ତ୍ର, ଅଗରବତୀ, ଇଟା, କ୍ଷୀର, ଦହି, ଘିଅ, ଚାନ୍ଦି, ବାଦ୍ୟଯନ୍ତ୍ର, ଚଳଚିତ୍ର, ଔଷଧ, ଶାଢ଼ୀ ଇଦ୍ୟାଦି ବ୍ୟବସାୟର ଉଦ୍ୟୋଗ କରିପାରିବେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ଧର୍ମାନୁଷ୍ଠାନ, ଯଜ୍ଞାନୁଷ୍ଠାନ, ପଞ୍ଚାୟତ କ୍ଷେତ୍ରରେ ଉତ୍ସାହିତ ହେବେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ବିଶେଷ ଅନୁକୂଳ ଥିବାରୁ ଉଚ୍ଚଶିକ୍ଷା ପାଇବାର ସୁବିଧା ସୁଯୋଗ ପାଇବେ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଦୀର୍ଘଦିନ ଧରି ଅଧା ହୋଇ ପଡ଼ିଥିବା କାର୍ଯ୍ୟମାନ ଧିରେ ଧିରେ ପୂର୍ଣ୍ଣ ହୋଇଯିବ। ନେଇଥିବା ଲୋକ କିମ୍ବା ଦେଉନଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ। କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୂନର୍ବାର ଫେରିପାଇ ସମ୍ମାନିତ ହେବେ। ଆୟର ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରିବେ। ସାଂସାରିକ ଜୀବନ ସୁଖମୟ ହେବ। ସନ୍ତାନମାନେ ଉଚ୍ଚଶିକ୍ଷା ଅଧ୍ୟୟନ କରୁଥିଲେ ପଢା ପଢିରେ ମନଯୋଗ ଦେବେ। ବ୍ୟବସାୟୀମାନେ ବିଶେଷ ଲାଭବାନ ହେବା ସହ ଆର୍ଥିକ ଉନ୍ନତି ଓ ମାନ ସମ୍ମାନ ବୃଦ୍ଧି ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ପ୍ରତିକାର- ପ୍ରତ୍ୟେକଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଧନଧାନ୍ୟ, ମାନସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ଗୃହରେ ସୁଖଶାନ୍ତି ବିରାଜମାନ କରିବ। ରାଜନୀତି, ବିଜ୍ଞାନ, ବୈଷୟିକବିଦ୍ୟା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକ ମାନଙ୍କର ବିଶେଷ ଉନ୍ନତି ହେବ। ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ। ବ୍ୟବସାୟୀକ, ଆଧ୍ୟାତ୍ମିକ, ଉଚ୍ଚଶିକ୍ଷା ନିମିତ୍ତ ବିଦେଶ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ। ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କ ଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ। ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇ ସୁଚାରୁରୂପେ ଚଳେଇ ପାରିବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବ ସ୍ଥିର ହୋଇ ପାରେ। ରାଜନୀତି କ୍ଷେତ୍ରରେ ସହଯୋଗୀ ବା ଭାଇ ଭଳି ଚଳୁଥିବା ବ୍ୟକ୍ତିମାନେ ବିଶ୍ୱାସ ଘାତକତା କରି ପାରନ୍ତି। ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ଧନୁ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ହଳଦିଆବସ୍ତ୍ର ପରିଧାନ କଲେ ବ୍ୟକ୍ତିତ୍ୱର ପ୍ରଭାବ ବୃଦ୍ଧି ପାଇବା ସହ ଲାଭବାନ ହେବେ। କୌଣସି ମହାପୁରୁଷଙ୍କ ଆଦର୍ଶ ଓ ସିଦ୍ଧାନ୍ତ ଅନୁସାରେ କର୍ମକ୍ଷେତ୍ରରେ ଆଗେଇବେ। ଦୂରେଇ ଯାଇଥିବା ବନ୍ଧୁ ମିତ୍ରମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। କୌଣସି ନୂତନ ବ୍ୟକ୍ତିଙ୍କୁ ଭରସା କରି କାର୍ଯ୍ୟ କଲେ ପ୍ରଚୁର ଲାଭ ପାଇବେ। ରାଜନୀତିରେ ଫାଇଦା ଉଠାଇବା ସହ ସାମାଜିକ କ୍ଷେତ୍ରରେ ସମ୍ମାନ ବଢିବ। ଦୂର ଯାତ୍ରାରେ ଲାଭବାନ ହେବେ। ଧନ ଲାଭର ମାର୍ଗ ଖୋଲିଯିବ ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତହେବ। ସନ୍ତାନଙ୍କ ସହଯୋଗ ପାଇ ଗୃହସ୍ଥ ଜୀବନରେ ଭରପୂର ସୁଖପ୍ରାପ୍ତି ହେବ। ପ୍ରତିକାର:- ପ୍ରତ୍ୟେକ ଦିନ ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ମକର:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତିର ସୂଚନା ପାଇବାସହ ସାଧାରଣ ଲୋକଙ୍କଠାରୁ ପ୍ରଶଂସା ପାଇବେ। ସ୍ଥାନାନ୍ତରଣ ପାଇଁ ଚେଷ୍ଟା କଲେ ସଫଳ ହେବେ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିପାରନ୍ତି। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମକ୍ଷେତ୍ରରେ ନିଜର ବୁଦ୍ଧି, ବିବେକ ଖଟାଇ ସମାଧାନ କରି ପାରିବେ। ପୂର୍ବ ଶତ୍ରୁମାନେ ପଛଘୁଞ୍ଚା ଦେବେ। ବ୍ୟବସାୟରେ ପୂର୍ବ ସମସ୍ୟାର ସମାଧାନ ହୋଇ ପୂର୍ଣ୍ଣ ସଫଳତା ପାଇବେ। ଜାଗାଜମି, ଗୃହ ଉପକରଣ କ୍ରୟ କରି ପାରନ୍ତି। ଯାନ ବାହାନ ପ୍ରାପ୍ତି ହୋଇପାରେ। ନୀରବତା ରକ୍ଷାକରି ପରିସ୍ଥିତି ହାତରେ ନିଜକୁ ସମର୍ପଣ କରିଦେବା ଉତ୍ତମ ହେବ। କେତେକ କାର୍ଯ୍ୟ ଦୋଦୁଲ୍ୟମାନ ଅବସ୍ଥାରେ ରହିବ। ପ୍ରତିକାର- ପ୍ରତ୍ୟେକଦିନ ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କୁମ୍ଭ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର କେତେକ କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ ହୋଇ ସ୍ଥିତି ସୁଧିରିଯିବ। ଭ୍ରାତୃ ବିବାଦ, ପଡ଼ୋଶୀ କଳହର ସମାଧାନ ହୋଇ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସମାଜ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବେ। ଅଟକିଥିବା କାର୍ଯ୍ୟ କୌଣସି ଏକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ପୂରଣ ହେବ। କୋର୍ଟ କଚେରୀରେ ସଫଳତା ମିଳିବ। ଶତୃ ଓ ବିରୋଧୀମାନେ କିଛି କ୍ଷତି କରି ପାରିବେ ନାହିଁ। ଭାଗୀଦାରି ବ୍ୟବସାୟରେ ଲାଭବାନ୍ ହେବେ। ଆୟ ଉପାର୍ଜନରେ ବାଧା ନାହିଁ। ବ୍ୟବସାୟ ପ୍ରସାର ପ୍ରଚାର ଫଳରେ ବିଶେଷ ଲାଭବାନ୍ ହେବେ। ପିଲାମାନଙ୍କ କାର୍ଯ୍ୟରେ ଉନ୍ନତି ହେବ। ଘରର କେହି ଉନ୍ନତିର ବିଶେଷ ସ୍ତରକୁ ଉଠିଯିବା ଫଳରେ ଗଠନମୂଳକ କାର୍ଯ୍ୟପ୍ରତି ଆଗ୍ରହ ବଢ଼ିବ। ଅଭାବ-ଅନାଟନ ଦୂର ହୋଇ ସ୍ଥିତି ସନ୍ତୋଷ ପ୍ରଦ ହେବ। ପ୍ରତିକାର-ପ୍ରତ୍ୟେକଦିନ ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ମୀନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଦେଇଥିବା ଧନ ଫେରି ପାଇବା ଫଳରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅଚାନକ ଯାତ୍ରା ଫଳରେ ବିଶେଷ ଉପକୃତ ହେବେ। କର୍ମଚାରୀ ମାନଙ୍କୁ ଭରସା କଲେ ମାନସିକ ଦୁଶ୍ଚିନ୍ତା, ଋଣଭାର, ଶତ୍ରୁବାଧା ଦୂରେଇ ଯିବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ। ସାମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ ଓ ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। ବିଦ୍ୟାର୍ଥିମାନେ ଉଚ୍ଚଶିକ୍ଷା ପାଇଁ ଚେଷ୍ଟିତ ହେବେ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ବଢ଼ିବା ସହ ସୁଖ ସମୃଦ୍ଧି ବୃଦ୍ଧି ହେବ ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ପ୍ରତିକାର- ପ୍ରତ୍ୟେକଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!