ମେଷ:-ରାଜନୀତି କ୍ଷେତ୍ରରେ ନିଜର ପ୍ରତିଷ୍ଠା ଫଳରେ ଜନସାଧାରଣଙ୍କ ମନ କିଣିପାରିବେ। କୃଷିଜୀବୀମାନେ ନୂତନ ଯୋଜନା ପ୍ରସ୍ତୁତ କରିବେ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇବାର ସୁଯୋାଗ ପାଇବେ। ବ୍ୟବସାୟରେ ଉତ୍ତମ ରୋଜଗାର ହେବା ଫଳରେ ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁବାନ୍ଧବ ମାନଙ୍କ ସହ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡିବେ। ଆୟକୁ ଚାହିଁ ବ୍ୟୟ କଲେ ଲୋକହସା ହେବେ ନାହିଁ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।
ବୃଷ:-ରାଜନୀତିକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବା ସହ ସୁ-ସମ୍ବାଦ ପାଇ ଖୁସିହେବେ। କୃଷିଜୀବୀମାନେ କର୍ମବ୍ୟସ୍ତତାରେ ସମୟ କାଟିବେ। ପ୍ରେମିକ ପ୍ରେମିକା ମାନେ ପ୍ରେମ ସମ୍ବନ୍ଧୀୟ କ୍ଷେତ୍ରରେ ସଫଳ ହେବେ। ବ୍ୟବସାୟ କ୍ଷେତ୍ର ପ୍ରସାରିତ ହେବା ଫଳରେ ଆଶାତୀତ ଲାଭ ପାଇବେ। ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ। ପୂର୍ବ କଳହର ସମାଧାନ ହୋଇ ସହକର୍ମୀ ମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।
ମିଥୁନ:-ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବ। ବ୍ୟବସାୟରେ ଉନ୍ନତି ହୋଇ ନୂତନ ଆୟର ପନ୍ଥା ପ୍ରାପ୍ତି ହେବ। ଶିକ୍ଷାକ୍ଷେତ୍ରରେ ଚଳଚଞ୍ଚଳ ହୋଇ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବାକୁ ଚେଷ୍ଟା କରିବେ। ନିଷ୍ଠାର ସହ ପରିଶ୍ରମ ଫଳରେ କର୍ମକ୍ଷେତ୍ରରେ ସମ୍ପୂର୍ଣ୍ଣ ଲାଭ ପାଇବେ ଓ କର୍ମଚାରୀ ମାନଙ୍କର ପଦୋନ୍ନତି ସହ ସ୍ଥାନାନ୍ତର ଯୋଗ ଅଛି। ଉପରିସ୍ଥ ଅଧିକାରୀଙ୍କ ଠାରୁ ପ୍ରୋତ୍ସାହନ ପାଇ ଦୁଇଗୁଣ ଉତ୍ସାହ ସହ ଆଗେଇ ଯିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କର୍କଟ:-ସମାଜ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବେ। ପରିଜନଙ୍କ ସମ୍ବନ୍ଧିତ ଶୁଭ ସମାଚାର ପାଇବେ। ବ୍ୟବସାୟରେ କାର୍ଯ୍ୟ ପୂରଣ ହୋଇ ଆୟ ବୃଦ୍ଧି ହେବା ସହ ଭାଗୀଦାରି ବ୍ୟବସାୟରେ ଅଧିକ ଲାଭବାନ୍ ହେବେ। ମିତ୍ର ଓ ସହଯୋଗୀ ସହଯୋଗ କରିବା ଫଳରେ କୌଣସି ବଡ ସମସ୍ୟାର ସମାଧାନ ହୋଇଯିବ। କର୍ମମୁଖରତା ଯୋଗେ ଇଛାକରି କେତେକକାର୍ଯ୍ୟ ଅଧାରେ ଅଟକି ଯାଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ସିଂହ:-ଶତୃମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ। ଶାରୀରିକ ଅସୁସ୍ଥତାରୁ ଉପଶମ ପାଇ ଶରୀର ଭଲ ରହିବ। ସବୁଦିଗରୁ ଶୁଭ ସମାଚାର ପାଇ ଖୁସି ହେବେ। ଦାମ୍ପତ୍ୟସୁଖ ବୃଦ୍ଧି ହେବ। ଆୟ ବୃଦ୍ଧି ପାଇବା ଫଳରେ ମାନସିକ ଶାନ୍ତି ମିଳିବ। ବ୍ୟବସାୟିକ ଗତିବିଧି ଉତ୍ତମ ଭାବରେ ଚାଲିବା ଯୋଗେ ବିଶେଷ ଲାଭବାନ୍ ହେବେ। ଅଧ୍ୟୟନ ପାଇଁ ତତ୍ପର ହେବା ସହ ଉଦ୍ୟେଶ୍ୟ ପୂର୍ଣ୍ଣ ହେବ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।
କନ୍ୟା:-ମାନସିକଦୁଶ୍ଚିନ୍ତା ଦୂରହେବ। ସାମାଜିକ ଜୀବନରେ ନୂତନ ଗୁରୁ ଦାୟିତ୍ୱ ଗ୍ରହଣ କରି ମାନସମ୍ମାନ ବୃଦ୍ଧିହେବ। ଅଟକିଥିବା କାର୍ଯ୍ୟ ପୁନରାୟ ଚାଲୁ କରି ପାରିବେ। ନୂତନ ବନ୍ଧୁଙ୍କ ସାହାଯ୍ୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ୍ ହେବେ। ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷାରେ ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ। ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ। ସାମାଜିକପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ପାଇବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।
ତୁଳା:-ଶତୃ ଓ ବିରୋଧୀମାନେ କିଛି କ୍ଷତି କରି ପାରିବେ ନାହିଁ। ସନ୍ତାନଙ୍କ ସେବା ଓ ସମର୍ପଣ ଭାବ ଆନନ୍ଦିତ କରିବ। ବ୍ୟବସାୟ ପ୍ରସାର ପ୍ରଚାର ଫଳରେ ବିଶେଷ ଲାଭବାନ୍ ହେବା ଫଳରେ ଆର୍ଥିକସ୍ଥିତି ମଜବୁତ୍ ହେବ। ଆୟ ଉପାର୍ଜନରେ ବାଧା ନାହିଁ। ପିଲାମାନଙ୍କ କାର୍ଯ୍ୟରେ ଉନ୍ନତି ହେବ। ଘରର କେହି ଉନ୍ନତିର ବିଶେଷ ସ୍ତରକୁ ଉଠିଯିବେ। ପରିବାରରେ ଅଭାବ ଅନାଟନ ଦୂର ହୋଇ ସ୍ଥିତି ସନ୍ତୋଷ ପ୍ରଦ ହେବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ବିଚ୍ଛା:-ସମସ୍ତ କାର୍ଯ୍ୟ ମନଇଛା ଅନୁସାରେ ସମ୍ପନ୍ନ ହେବା ସହ ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ସାକ୍ଷାତରେ ଉନ୍ନତି ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ଓ ସ୍ଥାନାନ୍ତର ଯୋଗ ଅଛି। ଅଟକିଥିବା ଧନ ସହଜରେ ପ୍ରାପ୍ତ ହେବ। ମାନସିକ ଦୁଶ୍ଚିନ୍ତା, ଋଣଭାର, ଶତ୍ରୁବାଧା ଦୂରେଇ ଯିବ। ଦାମ୍ପତ୍ୟ କଳହ, ଭୟଆଶଙ୍କା ଦୂରେଇଯାଇ ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ବୃଦ୍ଧି ହେବ। ପଢ଼ାପଢ଼ିରେ ମାନସିକ ଶାନ୍ତି ଦେଖା ଦେବ। ପ୍ରତିକାର- ନାଲି ରୁମାଲଟିଏ ପାଖରେ ରଖନ୍ତୁ।
ଧନୁ:-ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମାରେ ଜୟଯୁକ୍ତ ହେବେ। କାମଧନ୍ଦାରେ ମନ ଲାଗିବା ଫଳରେ ବିଶେଷ ଉପକୃତ ହେବେ। ବିଦ୍ୟାର୍ଥିମାନେ ଉଚ୍ଚଶିକ୍ଷା ପାଇଁ ଚେଷ୍ଟିତ ହେବେ। ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ। କର୍ମଚାରୀ ମାନଙ୍କୁ ଭରସା କଲେ ବ୍ୟବସାୟରେ ପ୍ରବଳ ଧନଲାଭ ହେବ। ହସ ଖୁଶିର ପରିବେଶ ଫିକା ପଡିଯାଇ ପାରେ। କ୍ରୋଧିତ ହେଲେ ତିଆରି କରିଥିବା କାର୍ଯ୍ୟରେ ସଫଳ ହେବ ନାହିଁ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ମକର:-କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟଆଶଙ୍କା ଦୂରେଇ ଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ବିଦ୍ୟା କ୍ଷେତ୍ରରେ ଶୁଭ ସମାଚାର ପାଇବେ। କୌଣସି ମହାପୁରୁଷଙ୍କ ଆଦର୍ଶ ଓ ସିଦ୍ଧାନ୍ତ ଅନୁସାରେ କାର୍ଯ୍ୟ କଲେ ଧନ ଲାଭର ମାର୍ଗ ଖୋଲି ଯିବ। ଘରୁ ବାହାରକୁ ବାହାରିବା ଦ୍ଵାରା ଅସୁସ୍ଥତା ଅନୁଭବ କରିବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
କୁମ୍ଭ:-ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହେବାସହ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। କର୍ମକ୍ଷେତ୍ରରେ ସରକାରୀ ସାହାଯ୍ୟ ସହଯୋଗ ହାତଛଡା ହେବାର ନାହିଁ। ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବା ସହ ଅଧିକାରୀ କାମରେ ପ୍ରସନ୍ନ ରହିବେ। ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବା ଫଳରେ ଦୈନଦିନ କର୍ମପ୍ରତି ଉତ୍ସାହ ବୃଦ୍ଧି ପାଇବ। ସହକର୍ମୀ ଓ କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢ଼େଇ ଦେବ। ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ।
ମୀନ:-ଶତୃନାଶ, ଋଣନାଶ ଓ କାର୍ଯ୍ୟ।ଳୟରେ ପରିଚାଳନାଗତ ସମସ୍ୟା ସମାଧାନ ହେବ। ଶୁଭ ସମାଚାର ପାଇ ମନ ଖୁସି ହେବାସହ ଦୂରଯାତ୍ରାକରି ଲାଭ ପାଇବେ। ବ୍ୟବସାୟିକ କାର୍ଯ୍ୟ ସହଜ ସରଳରେ ସମାଧାନ ହେବ। ଅନେକ ସମସ୍ୟାର ସମାଧାନ ହୋଇ ଯଶ ଲାଭ ଓ ନୂତନ ବାହନଆଦି ପ୍ରାପ୍ତିହେବ। ରାଜନେତା ମାନଙ୍କର ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଅଚାନକ ଧନପ୍ରାପ୍ତି ହେବ।କର୍ମକ୍ଷେତ୍ରରେ କରିଥିବା କାମର ଶୁଭ ସୂଚନା ପାଇବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।
