ଦୀର୍ଘ 30 ବର୍ଷ ପରେ ଗ୍ରହରାଜ ଶନିଶ୍ଚର ମକର ରାଶିରୁ କୁମ୍ଭ ରାଶିକୁ ସଂଚାର ହେବା ଫଳରେ କଣ ରହିବ (ମେଷ, ବୃଷ, ମିଥୁନ ଓ କର୍କଟ) ରାଶି ଉପରେ ପ୍ରଭାବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା ଅପ୍ରେଲ ମାସ ୨୯ ତାରିଖ ଶୁକ୍ରବାର ଗ୍ରହରାଜ ଶନିଶ୍ଚର ମକର ରାଶିରୁ କୁମ୍ଭରାଶିକୁ ସଂଚାର ହେବେ । ଦୀର୍ଘ ୩୦ ବର୍ଷ ପରେ କୁମ୍ଭ ରାଶିକୁ ଫେରିବା ଫଳରେ କଣ ରହିବ ବାରୋଟି ରାଶି ପ୍ରତି ଶନିଙ୍କ ପ୍ରଭାବ କଣକରିବେ ପ୍ରତିକାର ଆସନ୍ତୁ ଜାଣିବା । ଶନି ପ୍ରଧାନ ବ୍ୟକ୍ତି ଅର୍ଥାତ୍‌ ଯେଉଁମାନଙ୍କ ଲଗ୍ନରେ ଶନି ଉଚ୍ଚସ୍ଥାନରେ ଥାଆନ୍ତି ସେଭଳି ବ୍ୟକ୍ତି କୁଶାଗ୍ର ବୃଦ୍ଧି, ସହନଶୀଳ, ପରୋପକାରୀ, ଅନ୍ତର୍ମୂଖୀ, ମାନବ ପରୀକ୍ଷକ, ଏକାନ୍ତ ପ୍ରିୟ, ଚିନ୍ତନଶୀଳ, ପଦପଦବୀ ଆଶାୟୀ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ କେତେକଙ୍କର ଅବଗୁଣ ମଧ୍ୟ ଥାଏ । ଏମାନେ କୃପଣ, ଆଳସ୍ୟ ପରାୟଣ, କଳହପ୍ରିୟ, ପରନିନ୍ଦୁକ ହୋଇଥାନ୍ତି । ଶନି ପ୍ରଧାନ ଲୋକମାନେ କଳାରଙ୍ଗକୁ ପସନ୍ଦ କରନ୍ତି । ଶନି ଜନ୍ମ କୁଣ୍ଡଳୀରେ ଯେଉଁ ଭାବରେ ଥାଆନ୍ତି ତୃତୀୟ, ସପ୍ତମ ଓ ଦଶମ ସ୍ଥାନକୁ ପୂର୍ଣ୍ଣଦୃଷ୍ଟିରେ ଦେଖୁଥାନ୍ତି । ଶନି ତୁଳା ରାଶିରେ ଉଚ୍ଚ ଓ ମେଷ ରାଶିରେ ନୀଚ୍ଚ ହୋଇଥାନ୍ତି । ଶନିଙ୍କର ତୀକ୍ଷଣ ଦୃଷ୍ଟି ତଥା ତତ୍କାଳିକ । ଶନିଙ୍କର ମିତ୍ର ବୁଧ, ଶୁକ୍ର, ରାହୁ ଓ କେତୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶନିଙ୍କର ଶତୃ ସୂର୍ଯ୍ୟ, ଚନ୍ଦ୍ର ଓ ମଙ୍ଗଳ ଏବଂ ସାମାନ୍ୟ ଭାବଗ୍ରହ ଗୁରୁ । ଶନି ଗୋଟିଏ ଗୋଟିଏ ରାଶିରେ ୩୦ମାସ ରୁହନ୍ତି । ଏହିପରି ଭାବରେ ୩୦ବର୍ଷରେ ଥରେ ଶନି ପ୍ରତ୍ୟେକ ରାଶିକୁ ଗମନ କରନ୍ତି । ଯଦି ଜନ୍ମ କୁଣ୍ଡଳୀରେ ଶନି ଶତୃ ସ୍ଥାନରେ ବସନ୍ତି ଜାତକ ବଳିଷ୍ଠ, ବୀର, ସାହସୀ, ଦୃଢ଼ତା, ବିଚାରବନ୍ତ, ଲଢୁଆ ପ୍ରକୃତି ଓ ଶତୃ ଦମନକାରୀ ହୋଇଥାନ୍ତି । ଏପରି ବ୍ୟକ୍ତି ଯୋଗୀ ରୋଗୀ, କବି, ଜାତି ବିରୋଧି, ଆଚାର ବିଚାର ନିୟମହୀନ, ଶ୍ୱାସ ଅଥବା ଯକ୍ଷ୍ମା ରୋଗରେ ପୀଡିତ ହୋଇଥାନ୍ତି । ସୁସ୍ୱାଦୁ ଭୋଜନ ପ୍ରତି ଲାଳସା ରଖନ୍ତି ।

ଏହାଙ୍କ ଅଧୀନସ୍ଥ କର୍ମଚାରୀ ଲାଭଦାୟକ ନୁହଁନ୍ତି । ମିତ୍ରଙ୍କ ପକ୍ଷରୁ ସର୍ବଦା ଧୋକା ପାଇଥାନ୍ତି । ତୁଳା ରାଶିରେ ଶନି ଯଦି ଷଷ୍ଠ ଘରେ ରୁହନ୍ତି ଜାତକ ନିରନ୍ତର ଉନ୍ନତିର ସିଢିରେ ଚଢିଚାଲନ୍ତି । ସମ୍ମାନ ବୃଦ୍ଧି ହୁଏ । ବ୍ୟବସାୟରେ ଉତ୍ତରୋତ୍ତର ଉନ୍ନତି କରିଥାନ୍ତି । ସନ୍ତାନ ସନ୍ତତିକୁ ରକ୍ଷା କରିଥାନ୍ତି ଓ ବଂଶ ବିସ୍ତାରରେ ସହାୟକ ହୋଇଥାନ୍ତି । ଶନି ଉଚ୍ଚ ସ୍ଥାନରେ ରହିଲେ ମନୁଷ୍ୟ କଳାବସ୍ତୁ, ଲୁହା, ପ୍ଲାଷ୍ଟିକ, ସାନିଟାରୀ, ଉଲ୍‌, ତେଲ, ଗ୍ୟାସ୍‌, ଚମଡା, ମେସିନାରୀ, ପେଟ୍ରୋଲ, ପଥର ଓ ଗାଡି ମଟର ଆଦି ବ୍ୟବସାୟରେ ସଫଳତା ଲାଭ କରିଥାନ୍ତି । ଉଚ୍ଚ ରାଜନୈତିକ ପଦ ପ୍ରାପ୍ତ ହୁଅନ୍ତି । ରାଜଦୂତ, ମନ୍ତ୍ରୀ, ସାଂସଦ, ସଭାପତି ଭଳି ପଦ ପାଇପାରନ୍ତି ।

ମେଷ:-ଗ୍ରହରାଜ ଶନିଶ୍ଚର ଆୟଭାବରେ ରହି ନିଜଭାବ ସନ୍ତାନଭାବ ଓ ନିଧନ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ବ୍ୟବସାୟୀମାନେ ଅଧିକ ସୁବିଧା ସୁଯୋଗ ପାଇ ଲାଭବାନ ହେବା ସହ ନିଜର ପ୍ରସିଦ୍ଧି ବା ଲୋକପ୍ରିୟତାକୁ ନେଇ ଭାରସାମ୍ୟ ରକ୍ଷାକରିବାରେ ସମର୍ଥ ହେବେ । ନୂତନ ବ୍ୟବସାୟ ଆରମ୍ଭ ଓ ବ୍ୟବସାୟର ପ୍ରଚାର ପ୍ରସାର ଫଳରେ ପ୍ରବଳ ମାତ୍ରାରେ ଲାଭବାନ ହେବେ । ଦୂର ସମ୍ପର୍କ ଅଧିକରୁ ଅଧିକ ନିବିଡ ହେବ । ଶ୍ରମିକ ଓ କର୍ମଚାରୀମାନେ କର୍ତ୍ତବ୍ୟନିଷ୍ଠା ଦର୍ଶାଇ ପାରିଶ୍ରମିକ ଅନୁସାରେ ଶ୍ରମଶକ୍ତି ପାଇବେ । ମନୋବଳରେ ବଳୀୟାନ ହେବାର ସୁଯୋଗ ହାତ ପାହାନ୍ତାରେ ରହିଛି । ନିଜର ସାଧୁତା ଓ ଅନ୍ତର୍ନିହିତ ପ୍ରତିଭାର ସଦୁପଯୋଗ କରି କ୍ଷମତା ବିସ୍ତ । ର ପାଇଁ ପ୍ରଶସ୍ତ କ୍ଷେତ୍ର ପାଇବେ । ଉଚ୍ଚ କର୍ତ୍ତୃପକ୍ଷଙ୍କୁ ମନେଇ ପାରିଲେ କରିତ କର୍ମାର ପରିଚୟ ହାସଲ କରିବେ । କୋର୍ଟ କଚେରୀ ଧନ୍ଦାରେ ଭାବମୂର୍ତ୍ତି ରକ୍ଷା କରି ବିଜୟର ସାଫଲ୍ୟ ମୁକୁଟ ନିଶ୍ଚିତ ପିନ୍ଧିବେ । ରାଜନୀତି ସ୍ତରରେ ମୁଖିଆଙ୍କ ନିର୍ଲିପ୍ତଭାବ ବା ଅନାସକ୍ତ ଚାଲିଚଳନ ବଳବତ୍ତର ରହିବ । ସାଧାରଣମାନଙ୍କଠାରୁ ସେବା ଓ ସହୃଦୟତା ଉପଲବ୍ଧ ହେବ । ଆମଦାନୀ ରପ୍ତାନି ବୃଦ୍ଧିହେବା ଫଳରେ ଗତାନୁଗତିକ ରୀତିରେ କାରବାର ଚଳାଇ ଚାଲିବେ । ସରଳ-ସୁନ୍ଦର ଜୀବନ ଧାରାର ଅନୁବର୍ତ୍ତୀ ହେବେ । କର୍ମଚାରି ମାନଙ୍କ ଉପରେ ସ୍ଵାଭାବିକ ଭରସା ଓ ବିଶ୍ଵାସ ରଖିହେବ । ସେମାନେ ମଧ୍ୟ ସୁଖ-ଦୁଃଖର ସାଥୀ ସାବିତ ହେବେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ଘଟିବା ସହ ବୈଷୟିକ ବା ଧନ ସମୃଦ୍ଧିଯୁକ୍ତ ହେବେ । ଗାୟତ୍ରୀ ମନ୍ତ୍ର- ଭଗଭବାୟ ବିଦ୍ମହେ ମୃତ୍ୟୁ ରୂପାୟ ଧୀମହୀ ତନ୍ନୋ ସୌରି ପ୍ରଚୋ ଦୟାତ୍ ।

ବୃଷ:-ଗ୍ରହରାଜ ଶନିଶ୍ଚର ଦଶମ ଭାବରେ ରହି ବ୍ୟୟଭାବ ସୁଖଭାବ ଓ ଜାୟା ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ପଦ ପଦବୀ ପ୍ରାପ୍ତି, ଧାନ ସମ୍ପତ୍ତି ବୃଦ୍ଦି ହେବାସହ ରାଜକୀୟ କାର୍ଯ୍ୟରେ ପ୍ରଗତି ହେବ । ସେୟାରବଜାର, ଜୁଆ, ଲଟେରୀ, ପ୍ଲାଷ୍ଟିକ୍, ଚମଡ଼ା, ଠିକାଦାରୀ, ରାସ୍ତାଗୃହନିର୍ମାଣ, ମଟରପାର୍ଟସ୍, ପେଟ୍ରୋଲିୟମ୍ପଦାର୍ଥ, ଖଣି ଖାଦାନ, କୋରିଅର, କୋଇଲା, କୋଳଥ, ଚଳଚିତ୍ର ଆଦି ବ୍ୟବସାୟ କରୁଥିଲେ ବିଶେଷ ଲାଭବାନ୍ ହେବେ । ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇ ପାରିବ । ନୂତନ କର୍ମରେ ନିଯୁକ୍ତି ପାଇବେ । ପରିବାରିକ ସମସ୍ୟା, ଗୃହରେ କଳହ, ପତି-ପତ୍ନୀ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତାଭାବ ଦୂରେଇ ଯିବ । ବିଦେଶଯାତ୍ରାକରି ଅଧ୍ୟୟନପାଇଁ ଇଚ୍ଛୁକଥିବା ଛାତ୍ରଛାତ୍ରୀଙ୍କର ମନସ୍କାମନା ଅବଶ୍ୟ ପୂର୍ଣ୍ଣହେବ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ଘଟିବା ସହ ବୈଷୟିକ ବା ଧନ ସମୃଦ୍ଧିଯୁକ୍ତ ହେବେ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଗ୍ରହରାଜ ଶନିଶ୍ଚରଙ୍କୁ ସନ୍ତୁଷ୍ଟ କରିବାପାଇଁ ମାଟି କିମ୍ବା ପଥର ଦୀପରେ ରାଶିତେଲ କିମ୍ବା ସୋରିଷ ତେଲର ଦୀପ ଜାଳି ସେଥିରେ ଲୁହାକଣ୍ଟା ପକାଇ ଦୀପ ସମ୍ମୁଖରେ ବସି ଶନିଙ୍କ ବୀଜମନ୍ତ୍ର ପ୍ରତ୍ଯେକ ଶନିବାର ଦିନ ୧୦୮ ଥର ବୈଜୟନ୍ତୀ ମାଳାରେ ଜପ କରିବେ । ବୀଜ ମନ୍ତ୍ର- ଓଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନୈଶ୍ୱରାୟ ନମଃ ।

ମିଥୁନ:-ଗ୍ରହରାଜ ଶନିଶ୍ଚର ନବମ ଭାବରେ ରହି ଆୟଭାବ ବିକ୍ରମଭାବ ଓ ଶତ୍ରୁ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଶତୃମାନେ ଦୂରେଇ ଯିବେ । କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭ, ସନ୍ତାନମାନଙ୍କର ଉନ୍ନତି, ପ୍ରତ୍ୟେକ କ୍ଷେତ୍ରରେ ହାତ ବଢାଇଲେ ମଧ୍ୟ ସଫଳତା ପ୍ରାପ୍ତ ହେବ । ଶାରୀରିକ ଅସୁସ୍ଥତା ଦୂର ହେବ ଓ ପୁରାତନ ରୋଗର ପ୍ରକୋପ ହ୍ରାସ ପାଇବ । ନୂତନ ଦ୍ରବ୍ୟ କ୍ରୟ କରିବେ । ଜାଗାଜମି, ଗୃହ ଉପକରଣ କ୍ରୟ କରି ପାରନ୍ତି । ଚାକିରୀରେ ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ଅବ୍ୟାହତ ରହିବ । ଆୟ ଉପାର୍ଜ୍ଜନ ପାଇଁ ଅନେକ ଉପାୟ ଚିନ୍ତାକରି ସଫଳ ହେବେ । ବ୍ୟବସାୟ ବଢ଼େଇବା ପାଇଁ ବନ୍ଧୁମିତ୍ରଙ୍କର ସହଯୋଗ, ବ୍ୟାଙ୍କ ଆଦିରୁ ଋଣ ପ୍ରାପ୍ତି ହେବ । ନ୍ୟାୟଧୀଶ, ପ୍ରଶାସନିକସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା ଓ ଚିକିତ୍ସକ ମାନେ କର୍ମକ୍ଷେତ୍ରରେ ପଦୋନ୍ନତି ପାଇ ଆଶା ଅଭିଳାଷ ପୂରଣ ହେବ । ଦାମ୍ପତ୍ୟ ସୁଖରେ ଖୁସି ହେବେ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷକ ଓ ସହପାଠୀ ମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ । ବାଡିଅଁଳା ଚେର ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ ।

କର୍କଟ:-ଗ୍ରହରାଜ ଶନିଶ୍ଚର ଅଷ୍ଟମ ଭାବରେ ରହି କର୍ମଭାବ ଧନଭାବ ଓ ସନ୍ତାନଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । କଳକାରଖାନା ଓ ଶିଳ୍ପ ପ୍ରଭୃତିର ମାଲିକମାନେ ଏବଂ କଣ୍ଟ୍ରାକ୍ଟରମାନେ ଆନନ୍ଦିତ ହେବେ । ଆମୋଦ ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ । ଅଧିକ ଭାଗ୍ୟବାଦି ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି ବୃଦ୍ଧି ପାଇବ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ପାରିବାରିକସ୍ତର ହସ ଖୁସିରେ କଟିବ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ପାରିବାରିକ ସୁଖ ସମୃଦ୍ଧିରେ ମୁଖ୍ୟଭୂମିକା ତୁଲାଇବେ । କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ସାଙ୍ଗସାଥିମାନେ ସାହାଯ୍ୟ ସହଯୋଗ କରିବେ । ବାଡିଅଁଳା ଚେର ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!