ଡିସେମ୍ବର 13 ରୁ 19 ତାରିଖ ସାପ୍ତାହିକ ରାଶିଫଳ, ଏହି 2 ଟି ରାଶିର ଧନପ୍ରାପ୍ତି ଯୋଗ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ। କର୍ମସଂଧାନୀ ମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧିହେବ। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବଢିବା ସହ ମୁଖ୍ୟନେତାଙ୍କର ପ୍ରିୟପାତ୍ର ହେବେ। ବ୍ୟବସାୟରେ ଉନ୍ନତୀ ହେବ କିନ୍ତୁ ଶେଷରେ ଖର୍ଚ୍ଚାନ୍ତ ହେବା ଫଳରେ ହିସାବ ପାଇବେ ନାହିଁ। ଖାଇବା ପିଇବାରେ ସତର୍କ ନରହିଲେ ଉଦରପୀଡ଼ା ଭୋଗିବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ। ସାମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ବ୍ୟବସାୟ କ୍ଷେତ୍ରରେ ବିଶେଷ ଲାଭବାନ ହେବେ। ଲୌହ ଜାତୀୟ ଦ୍ରବ୍ୟ କାଷ୍ଠ ଉପକରଣ ଇତ୍ୟାଦି ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଭଲ ଲାଭ ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ। କର୍ମକ୍ଷେତ୍ରରେ ଲକ୍ଷ୍ୟହାସଲ ହିଁ ମୂଳ ଆଭିମୁଖ୍ୟ ହେବ। ଶତୃ, ରୋଗ, ଋଣରୁ ମୁକ୍ତି ହେବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ସନ୍ତାନ ସନ୍ତତି ମାନଙ୍କର ଶୁଭ ଖବର ପାଇ ଖୁସିହେବେ। ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ସ୍ଥିତି ଅଟଳ ରଖି ପାରିବେ। ପଡୋଶୀ ଏବଂ କୁଟୁମ୍ବଙ୍କ ସହ କଳିତକରାଳ ଥିଲେ ମେଣ୍ଟିଯିବ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ମିଥୁନ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ ଓ ଆଗାମୀ ଯୋଜନା ପାଇଁ ପ୍ରସ୍ତୁତ ହେବେ। ଟଙ୍କାର ଆବଶ୍ୟକତା ପୂରଣ ହେବ। ଛାତ୍ରଛାତ୍ରୀ ମାନଙ୍କର ପରିଶ୍ରମ ଓ ମେହନତର ପରିଣାମ ମିଳିବ। ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ। ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବା ସହ ଅଧିକାରୀ କାମରେ ପ୍ରସନ୍ନ ରହିବେ। ପଡିରହିଥିବା କାର୍ଯ୍ୟକୁ ପୂର୍ଣ୍ଣକରିବାର ଦୃଢ଼ତା ଆସିବ। ନୂତନ କର୍ମନିଯୁକ୍ତି, ନୂତନ ବ୍ୟବସାୟରମ୍ଭ, ଯାନ, ବାହନ, ଜାଗା, ଜମି, ଗୃହପୋକରଣ ଆଦି କ୍ରୟ କରିବା ପାଇଁ ଋଣ କରିଲେ ସହଜରେ ମିଳିଯିବ ଓ ସୁଝିବା ପାଇଁ ସହଜ ହେବ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପ୍ରେମପ୍ରସଙ୍ଗରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

କର୍କଟ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଶତୃମାନଙ୍କୁ ମୁକାବିଲା କରିପାରିବେ। ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ଉଚ୍ଚଶିକ୍ଷା ପାଇଁ ବିଦେଶଯାତ୍ରା କରିପାରିବେ। ବଡ଼ ବଡ଼ ଉଦ୍ୟୋଗ କରିବାରେ ସଫଳ ହେବେ। ଆରମ୍ଭ କରିଥିବା କାର୍ଯ୍ୟ ପୂରଣ କରିବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ଆୟ ପନ୍ଥାର ପରିବର୍ତ୍ତନ ଆସିବ। ନୃତ୍ୟ ସଙ୍ଗୀତବିଭାଗ, ସମାଚାର ପତ୍ର ବିଭାଗରେ କର୍ମରତ ଥିଲେ ବିଶେଷ ଲାଭବାନ୍ ହେବେ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ। କର୍ମ କ୍ଷେତ୍ରରେ ପଦୋନ୍ନତି ସହ ସଫଳତା ଲାଭ କରିବେ। ବ୍ୟବସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବା ସହ ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ସରକାରୀ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ପଦୋନ୍ନତି ପାଇ ସଫଳତା ଲାଭ କରିବେ। କର୍ମସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ବିଦେଶ ଯାତ୍ରାରେ ସଫଳ ହେବେ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା, କ୍ରିଡା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଋଣରୁ ମୁକ୍ତି ହେବା ଫଳରେ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ରାଜନୀତିରେ ବରିଷ୍ଠ କର୍ମୀଙ୍କ ପ୍ରିୟ ପାତ୍ର ହୋଇ ଉଚ୍ଚପ୍ରଶଂସିତ ହେବେ। ବନ୍ଧୁ ମିତ୍ରମାନେ ସାହାଯ୍ୟ କରିବା ଫଳରେ ପୂର୍ବ ଶତ୍ରୁମାନେ ପଛଘୁଞ୍ଚା ଦେବେ। ଶାରିରୀକ ସୁସ୍ଥତା ଦେଖା ଦେବ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। କିନ୍ତୁ ସତର୍କତା ଅବଲମ୍ବନ କରିବା ଉଚିତ୍। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଭାଗ୍ୟର ପ୍ରବଳତା ହେତୁ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ନୂତନ ଗୃହ, ନୂତନ ଯାନ, ନୂତନ ଜାଗା ଜମିପ୍ରାପ୍ତି ହେବ। ବିଦ୍ୟାର୍ଥୀ ହୋଇଥିଲେ ପ୍ରଶାସନିକ ସେବା ସଂବନ୍ଧିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ କିମ୍ବା ଡାକ୍ତରୀ ପାଠ ପଢ଼ୁଥିଲେ ବିଶେଷ ସଫଳତା ପ୍ରାପ୍ତ ହେବ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ। ସନ୍ତାନ, ଜୀବନସାଥିଙ୍କ କ୍ଷେତ୍ରରେ ଓ ମାଆ, ବାପାଙ୍କ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଚାକିରୀ ପାଇଁ ଚେଷ୍ଟା କରୁଥିଲେ ଶିକ୍ଷାକ୍ଷେତ୍ର, ଧର୍ମାନୁଷ୍ଠାନ, ଭୋଜନାଳୟ, ପ୍ରଶାସନ ବିଭାଗ, ଖାଦ୍ୟ ସଂବନ୍ଧୀୟ ବିଭାଗ, ଖାଦ୍ୟ ପ୍ରସ୍ତୁତି କରୁଥିବା କାରଖାନାରେ ଯୋଗାଯୋଗ କରନ୍ତୁ। କିନ୍ତୁ ସତର୍କତା ଅବଲମ୍ବନ କରିବା ଉଚିତ୍। ପଇସା ଅଭାବରୁ ମାନସିକ ଅଶାନ୍ତି ବୃଦ୍ଧି ପାଇପାରେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ତୁଳା:- ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ମନରେଥିବା କାମନା ପୂର୍ଣ୍ଣ ହେବ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ। ଆର୍ଥିକ ଦୃଷ୍ଟି କୋଣରୁ ଉନ୍ନତି ହେବା ସହ ସୁଖସୌଭାଗ୍ୟ ବୃଦ୍ଧି ହେବ। ଆୟ ପନ୍ଥା ପାଇଁ ନୂତନ ଧାରା ଅବଲମ୍ବନ କରିବେ। ସନ୍ତାନମାନଙ୍କର ଶିକ୍ଷା, ଉଚ୍ଚଶିକ୍ଷା, ବିଦେଶ ଯାତ୍ରାର ମନସ୍କାମନା ପୂର୍ଣ୍ଣ ହେବ। ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଅନୁକୂଳ ହେତୁ ଆଶାତିତ ଲାଭ ମିଳିବ। ସେୟାର, ଲଟେରୀ ଆଦିରେ ଲାଭ ଅଧିକ ମିଳିବ। ନୂତନ ଉଦ୍ୟୋଗରେ ପଇସା ଖଟେଇବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ। କିନ୍ତୁ ସତର୍କତା ଅବଲମ୍ବନ ନକଲେ ଅତ୍ୟନ୍ତ ପ୍ରିୟ ଲୋକମାନେ ଅସନ୍ତୁଷ୍ଟ ହୋଇ ଦୂରେଇ ଯିବେ। ପ୍ରତ୍ୟେକ ଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ।ସମସ୍ତ କ୍ଷେତ୍ରରେ ଖୁସି ମିଳିବ। ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ବକେୟା ଅର୍ଥ ପ୍ରାପ୍ତି ହେବା ଫଳରେ ଆର୍ଥିକ ସ୍ଥିତି ସୁଧୁରି ଯାଇ ଉନ୍ନତି ହେବ। ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଶିକ୍ଷା କ୍ଷେତ୍ରରେ ପରୀକ୍ଷା ପ୍ରତୀଯୋଗିତାରେ ସଫଳ ହେବେ। ଶତୃ ମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। କାମକାର୍ଯ୍ୟରେ ନୂଆ ଉପଲବ୍ଧି ଆପଣଙ୍କ ପ୍ରତୀକ୍ଷାରେ ରହିବ। ମାଲିମୋକଦ୍ଦମାରେ ବିଜୟ ଲାଭ କରିବେ। ପାରିବାରିକ ସ୍ଥିତି ବହୁତ ସନ୍ତୋଷ ଜନକ ରହିବ। ବନ୍ଧୁମିତ୍ରଙ୍କ ସହଯୋଗରେ ଆଶାତୀତ ଲାଭ ପାଇବେ। ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ବିଜୟ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଜାଗାଜମି, ଗୃହ ଉପକରଣ କ୍ରୟ କରିବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ସଭାସମିତି, ସାହିତ୍ୟ ଓ କଳାରେ ପ୍ରଶଂସିତ ହେବେ। କର୍ମ କ୍ଷେତ୍ରରେ ସଙ୍କଟ ଜନକ ପରିସ୍ଥିତିର ଅବସାନ ଘଟିବ। ଋଣପ୍ରାପ୍ତି ଓ ଋଣମୁକ୍ତର ରାସ୍ତା ପରିଷ୍କାର ହେବ। ବ୍ୟବସାୟରେ ଲାଭ ପାଇ ମନର ଅଶାନ୍ତି ଦୂରହେବ। ଆଇନ ଅଦାଲତ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ଶୁଭ ସମାଚାର ଶୁଣି ଖୁସି ହେବେ। ପରୋପକାର ଏବଂ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧିହେବ। ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ। ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବ। ତରବାରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡକୁ ନଜର ଦେଇ କାମ କରିବା ଉଚିତ୍। ହସଖୁସିରେ ସମୟ ବିତାଇବେ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ମକର:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେନାହିଁ। କର୍ମସଂଧାନୀ ମାନେ କର୍ମ ନିଯୁକ୍ତିରେ ସଫଳତା ଲାଭ କରିବେ। ପ୍ରେମ ପ୍ରସଙ୍ଗରେ ଆତ୍ମବିଶ୍ଵାସ ବୃଦ୍ଧି ପାଇ କଳେବଳେ କୌଶଳରେ ପୂର୍ଣ୍ଣ ସଫଳତା ମିଳିବ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ରାଜନୀତି କ୍ଷେତ୍ରରେ ସ୍ୱାର୍ଥରକ୍ଷା କରିବା ପାଇଁ କଠିନ ପରିଶ୍ରମ କରିବେ। ନିଜର ଇଛା ବିରୋଧରେ କୌଣସି କର୍ମକରି ଅନୁତାପ କରି ପାରନ୍ତି। ନିଜ ଲୋକ ମନମୋଟିଆ ହେବେ। ପଡୋଶୀ ଏବଂ କୁଟୁମ୍ବଙ୍କ ସହ ବୁଝାମଣା ଠିକ୍ ରହିବା ଫଳରେ ସାମାଜିକ ପ୍ରତିଷ୍ଠା ମାନସମ୍ମାନରେ ବୃଦ୍ଧି ହେବ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ। ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ଶାରିରୀକ ଅସୁସ୍ଥତା ଦୂର ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ। ସାମ୍ବାଦିକମାନେ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ବାଧ୍ୟ ହେବେ। ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ। କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ମାନ ସମ୍ମାନ ପାଇବେ। ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ନୂତନ କର୍ମ ନିଯୁକ୍ତି ପାଇବେ। ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କ ଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ। ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହି ସାଂସାରିକ ଜୀବନ ସୁଖମୟ ହେବ। ସନ୍ତାନ ମାନେ ଉଚ୍ଚଶିକ୍ଷା ଅଧ୍ୟୟନ କରୁଥିଲେ ପଢା ପଢିରେ ମନ ଯୋଗଦେବେ। ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ। ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ଜୀବନରେ ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ଏହାକୁ ସତ୍ ଉପଯୋଗ କରିବାକୁ ଆପ୍ରାଣ ଚେଷ୍ଟା କରିବା ଉଚିତ। ପରହାତରେ ଥିବା ଧନ ମିଳିବ। ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବା ଫଳରେ ପୁରୁଖା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!