10 ସଂକେତ, ଯାହା କହିଥାଏ ମନୁଷ୍ୟର ମୃତ୍ୟୁ ନିକଟତର! Shiva Purana

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନମସ୍କାର ବନ୍ଧୁଗଣ । ମୃତ୍ୟୁ ହେଉଛି ସତ୍ୟ କଥା । ଗୋଟେ ମଣିଷର ଦିନେ ନା ଦିନେ ମୃତ୍ୟୁ ସୁନିଶ୍ଚିତ ହୋଇଥାଏ । ଅନେକ ଲୋକ ମୃତ୍ୟୁକୁ ଡରିଥାନ୍ତି କିନ୍ତୁ ମୃତ୍ୟୁ ବିଷୟରେ ଜାଣିବା ପାଇଁ ମଣିଷ ବହୁତ ଇଛା କରିଥାନ୍ତି । ଗୋଟେ ମଣିଷର ମୃତ୍ୟୁ କେତେ ବର୍ଷ ରେ ହୋଇଥାଏ । କିଭଳି ଭାବେ ହୋଇଥାଏ ଏହି ବିଷୟରେ ଜାଣିବା ପାଇଁ ମଣିଷ ବହୁତ ଇଚ୍ଛା କରିଥାଏ । କିନ୍ତୁ ଏହାକୁ ଜାଣି ହୁଏ ନାହିଁ । କିନ୍ତୁ ଏମିତି କିଛି ସଙ୍କେତ ଅଛି ଯାହାଦ୍ୱାରା ଆମେ ଜାଣିପାରିବା ମୃତ୍ୟୁ ନିକଟତର । ଏହି ବିଷୟରେ ଶିବ ପୁରାଣରେ ଲେଖା ଯାଇଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆସନ୍ତୁ ଜାଣିବା ସେ ସଙ୍କେତ ଗୁଡିକ କଣ ଅଟେ । ଶିବ ପୁରାଣରେ ମାତା ପାର୍ବତୀ ଶିବଙ୍କୁ ପଚାରିଥିଲେ ମୃତ୍ୟୁ ଆସିବା ପୂର୍ବରୂ କଣ ସଙ୍କେତ ମିଳିଥାଏ । ତାହା ପରେ ଭଗବାନ ଶିବ କହିଲେ କି ମଣିଷର ମୃତ୍ୟୁ ଆସିବା ପୂର୍ବରୁ ଏହି ୧୦ ଟି ସଙ୍କେତ ଦେଖିବାକୁ ମିଳିଥାଏ । ସେ ସଙ୍କେତ ଗୁଡିକ କଣ ଅଟେ ଆସନ୍ତୁ ଜାଣିବା ।

୧- ମଣିଷର ୬ ମାସ ପୂର୍ବରୁ ତାହାର ନାଭିଚକ୍ରରେ କ୍ଷତ ସୃଷ୍ଟି ହୋଇଥାଏ ତାହା ଦ୍ଵାରା ଗୋଟେ ମଣିଷ ଜାଣିଯିବ ତାହାର ମୃତ୍ୟୁ ସମୟ ଆସିଗଲା । ୨ – ମଣିଷର ମୃତ୍ୟୁ ଆସିବା ପୂର୍ବରୁ ତାହାର ସୋପ୍ନରେ ପିତୃ ଲୋକଙ୍କ ସୋପ୍ନ ଦେଖିବାକୁ ମିଳିଥାଏ ଓ ତାଙ୍କର ପାଖପାଖି ପିତୃ ଲୋକ ରହିବାର ସେ ଜାଣିପାରନ୍ତି ।

୩ – ଯେଉଁ ମଣିଷ ଅନେକ ଖରାପ କାର୍ଯ୍ୟ କରିଥାଏ । ତାହାର ମୃତ୍ୟୁ ପୂର୍ବରୁ ତା ପାଖାପାଖି ରେ ସେ ଯମଦୂତଙ୍କୁ ଦେଖିଥାଏ ଏହାକୁ ଦେଖି ସେ ଭୟ ଭୀତ ହୋଇଯାଇଥାଏ । ଏହାକୁ ଦେଖିବାର ଅର୍ଥ ହେଉଛି ମଣିଷର ମୃତ୍ୟୁ ପାଖା ପାଖି ହୋଇଯାଇଛି । ୪ – ଯଦି କୌଣସି ବ୍ୟକ୍ତିର ଶରୀର ଫିକା କିମ୍ବା ହାଲକା ନାଲି ପଡିଯାଇଥାଏ ତାହାଲେ ଜାଣିବେ ମୃତ୍ୟୁର ସମୟ ନିକଟତର ଅଟେ ।

୫ -ଯଦି କୌଣସି ବ୍ୟକ୍ତିର ନିଜର ପ୍ରତିଛବି ତେଲ କିମ୍ବା ଆଇନା ରେ ଦେଖିବାକୁ କଷ୍ଟ ହୁଏ ତାହାଲେ ଜାଣିବେ ମୃତ୍ୟୁ ନିକଟତର ଅଟେ । ୬ -ଯେଉଁ ଲୋକର ନିଜର ଛାଇ ଦେଖିବା ବନ୍ଦ ହୋଇଯିବ ତାହାଲେ ତାହାର ମୃତ୍ୟୁ ନିକଟତର ଅଟେ ।

୭ – ଯେଉଁ ବ୍ୟକ୍ତିର ବାମ ହାତ ହଟାତ ବଙ୍କା ହାବାକୁ ଲାଗିଲା ତାହାଲେ ସେହି ବ୍ୟକ୍ତିର ଆୟୁଷ ବହୁତ କମ ହୋଇଥାଏ । ୮ – ଯଦି କୌଣସି ବ୍ୟକ୍ତିର ମୁହଁ ପଥର ଭଳି ଟାଣ ହୋଇଯାଏ ତାହାଲେ ତାହର ମୃତ୍ୟୁ ଅତି ନିକଟତର ହୋଇଥାଏ ।

୯ – ଯଦି କୌଣସି ବ୍ୟକ୍ତି ସୂର୍ଯ୍ୟ , ଚନ୍ଦ୍ର , ଅଗ୍ନିର କିରଣକୁ ଦେଖିପାରେ ନାହିଁ ତାହାଲେ ତାହାର ମୃତ୍ୟୁ ନିକଟତର ହୋଇଥାଏ । ୧୦ – ଯଦି କୌଣସି ମଣିଷର ମୃତ୍ୟୁ ନିକଟତର ହୋଇଥାଏ ତାହଲେ ତାହାର ଶରୀରରୁ ଅଲଗା ପ୍ରକାରର ଗନ୍ଧ ଆସିଥାଏ ତାହଲେ ଜାଣିବେ ସେହି ମଣିଷର ମୃତ୍ୟୁ ଅତି ନିକଟତର ଅଟେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!