ଆଜି ବକ୍ରୀ ସ୍ପଷ୍ଟ କେତୁ ବିଛା ରାଶିରୁ ବିଶାଖା ନକ୍ଷତ୍ର ତୁଳା ରାଶିକୁ କରିବେ ଗମନ, କେଉଁ ଭାବରେ ରହି ଦେବେ କି ଫଳ ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ତା ୧୭ । ୦୩ । ୨୦୨୨ ଗୁରୁବାର ପ୍ରାତଃ ୦୬ । ୨୧ । ୩୯ରେ ବକ୍ରୀ ସ୍ପଷ୍ଟ କେତୁ ବିଛାରାଶିରୁ ବିଶାଖା ନକ୍ଷତ୍ର ତୁଳାରାଶିକୁ ଗମନ କରିବେ । କେତୁସଞ୍ଚାର ଗଣନା ପ୍ରମାଣମ୍: ଲିଖିତ୍ଵା ଭୂଜଗାକାରଂ ସପ୍ତବିଂଶତି ଭାନି ଚ । ମୁଖେ ତ୍ରିଣି ଚ ଷଟ୍ ଗୁହ୍ୟୋ କ୍ରୋଡେ ପୃଷ୍ଟେ ଚ ଷଟ୍ ତଥା । ତ୍ରିଣି ତ୍ରିଣି ପଦଦ୍ଵୟେ କେତୁଚକ୍ର ବିନିର୍ଦ୍ଧିଶେତ୍॥ ଫଳମ୍ : ମୁଖେ ମୃତ୍ୟୁ ପଦେ ହାନିଃ କ୍ରୋଡଦେଶେ ଚ ସମ୍ପଦହ । ପୃଷ୍ଟେ ଚ ବିବିଧଙ୍ଗ ସୌଖ୍ୟଂ ଗୁହ୍ୟେ ସର୍ବସ୍ଵନାଶନମ୍॥

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଙ୍ଗ ସଂଚାର ନକ୍ଷତ୍ର ଫଳ

ମୁଖେ ୧୬,୧୭,୧୮ ମୃତ୍ୟୁବତ୍ ପୀଡା

ଗୁହ୍ୟ ୧୯, ୨୦ ,୨୧, ୨୨,୨୩, ୨୪ ସର୍ବସ୍ଵ ହାନି

କ୍ରୋଡେ ୨୫,୨୬, ୨୭,୧,୨,୩ ସମ୍ପଦ ପ୍ରାପ୍ତି

ଅଙ୍ଗ ସଂଚାର ନକ୍ଷତ୍ର ଫଳ

ପୃଷ୍ଟେ ୪,୫,୬,୭,୮,୯ ବିବିଧ ସୌଖ୍ୟ

ଦକ୍ଷିଣପାଦେ ୧୦,୧୧, ୧୨ ହାନି

ବାମପାଦେ ୧୩,୧୪,୧୫ ହାନି

ଉପରିଲିଖିତ ଅଙ୍ଗରେ ନିଜର ଜନ୍ମନକ୍ଷେତ୍ର ଦେଖି ଶୁଭ ଓ ଅଶୁଭଫଳ ଜାଣିବେ ।

କେତୁଙ୍କର ବର୍ଣ୍ଣଗଣନା:- କେତୁଙ୍କ ଚଳନ ନକ୍ଷତ୍ର ୧୬+ ନିଜର ଜନ୍ମ ନକ୍ଷତ୍ର ସଂଖ୍ୟା + ନିଜର ଜନ୍ମ ରାଶି ସଂଖ୍ୟା ଯୋଗକରି ୮ ଦ୍ଵାରା ଭାଗକରି, ଭାଗ ଶେଷରୁ ବର୍ଣ୍ଣ ଓ ଫଳ ଜାଣିବେ । ଭାଗଶେଷ ୧- ନୀଳ ବର୍ଣ୍ଣ- ଅର୍ଥନାଶ । ୨ – କୃଷ୍ଣ ବର୍ଣ୍ଣ-ରାଜ ସମ୍ମାନ । ୩- ଲୌହ ବର୍ଣ୍ଣ – ଶରୀରପୀଡା । ୪- ପାଷାଣ ବର୍ଣ୍ଣ – ସୁଖଲାଭ । ୫ – ମର୍କତ ବର୍ଣ୍ଣ – ଧନକ୍ଷୟ । ୬ – ଧୁମ୍ର ବର୍ଣ୍ଣ -ବନ୍ଧୁଦର୍ଶନ । ୭-ପିଙ୍ଗଳ ବର୍ଣ୍ଣ – ମାନହାନି । ୦- ଶୋଣିତ ବର୍ଣ୍ଣ – ସର୍ବସୁଖ ।

କେତୁଙ୍କର ଭାବ ଗଣନା:- କେତୁଙ୍କର ଚଳନ ସମୟରେ ଚନ୍ଦ୍ରସ୍ଥିତ ନକ୍ଷତ୍ର ୧୧ ସହିତ ନିଜର ଜନ୍ମ ନକ୍ଷତ୍ର ଯୋଗକରି ଯୋଗଫଳକୁ ୮ ଦ୍ଵାରା ଭାଗ କରି ଭାଗଶେଷରୁ କେତୁଙ୍କର ଭାବ ଓ ଭାବଫଳ ଜାଣିବେ । ଭାଗଶେଷ ୧ – ଦଧଫଳ – ଦୁଃଖ, ୨ – ଧୀର ଅବସ୍ଥା- ଧନଲାଭ , ୩ – ମିଷ୍ଟଭାବ – ଧନହାନି , ୪- ଆନନ୍ଦଭାବ – ସୁଖଲାଭ , ୫- ମୋହନଭାବ – ବନ୍ଧୁନାଶ , ୬- ବିଜୟଭାବ – ସୁଖଲାଭ ୭- ସ୍ନାନାବସ୍ଥା- ନିଷ୍ପଳ , ୦- ଭୂକ୍ତାବସ୍ଥା- ସମ୍ପଦଲାଭ ।

ଗୋଚରରେ କେତୁ ଶୁଦ୍ଧି:- କେତୁ ବୃଷ ,ସିଂହ , ଧନୁ ଓ ମକର ରାଶିରେ ଗୋଚରରେ ଶୁଭ ଫଳ ପ୍ରଦାନ କରିବେ । ଏହା ବ୍ୟତୀତ ଅନ୍ୟ ରାଶିମାନଙ୍କୁ ଅଶୁଭଫଳ ପ୍ରଦାନ କରିବେ ।

କେତୁ ଚଳନ ସମୟ ଚନ୍ଦ୍ର ଶୁଭାଶୁଭ:- ଯାଦୃଶେନେତି ବାକ୍ୟାତ୍ – ସିଂହ ଓ ଧନୁ ରାଶିର ଗୋଚରରେ ଶୁଭ ଏବଂ ଚନ୍ଦ୍ର ଶୁଭ ହେତୁ ଅତିଶୁଭ ଫଳ ପ୍ରଦାନ କରିବେ । ବୃଷ ଓ ମକର ରାଶିର ଗୋଚରରେ ଶୁଭ ମାତ୍ର ଚନ୍ଦ୍ର ଅଶୁଭ ହେତୁ ମଧ୍ୟମ ଶୁଭଫଳ ପ୍ରଦାନ କରିବେ । ମେଷ, ମିଥୁନ, କର୍କଟ, ତୁଳା, ବିଛା, କୁମ୍ଭ ଓ ମୀନ ରାଶିରେ ଗୋଚରରେ ଅଶୁଭ ମାତ୍ର ଚନ୍ଦ୍ର ଶୁଭ ହେତୁ ସମଫଳ ପ୍ରଦାନ କରିବେ । କନ୍ୟା ରାଶିର ଗୋଚରରେ ଅଶୁଭ ଏବଂ ଚନ୍ଦ୍ର ଅସୁଭ କାରଣରୁ ଅତି ଅଶୁଭଫଳ ପ୍ରଦାନ କରିବେ ।

ଅଶୁଭେ ଦାନଦ୍ରବ୍ୟାଣି :- କେତୁ ଗୋଚରରେ ଅଶୁଭ ହେଲେ ବୈଦୁର୍ଯ୍ୟ ମଣି, କୃଷ୍ଣତିଳର ତୈଳ, କମ୍ବଳ, କସ୍ତୁରୀ ଓ ଖଡଗ- ଏ ମଧ୍ୟରୁ ପ୍ରାପ୍ତ ଦ୍ରବ୍ୟ ଗ୍ରହବିପ୍ରଙ୍କୁ ଦକ୍ଷିଣା ସହ ଦାନ କରିବା ଆବଶ୍ୟକ । ଅଶ୍ଵଗନ୍ଧା ଚେର ଶୁଭବେଳାରେ ସଂଗ୍ରହ କରି ଗ୍ରହବିପ୍ରଙ୍କ ଦ୍ଵାରା ହୋମ କରାଇ ଅଷ୍ଟଧାତୁର ଡେଊଁରିଆରେ ଭରି ପୁରୁଷ ଡାହାଣ ହାତରେ ଏବଂ ସ୍ତ୍ରୀ ବାମ ହାତରେ ବାନ୍ଧିଲେ ଦୋଷ ଶାନ୍ତି ହୋଇଥାଏ ।

ଦନାଧିକାର:- ଗ୍ରହେ ଦେୟାନି ଦାନାନି ଗ୍ରହେ ଦେୟା ଚ ଦକ୍ଷିଣା । ଗ୍ରହବିପ୍ରାୟ ଦାତବ୍ୟଂ ଚାନ୍ୟଥା ନିଷ୍ଫଳଂ ଭବେତ୍॥ ଗ୍ରହମାନଙ୍କ ପ୍ରୀତ୍ୟର୍ଥେ ଦେୟ ଦାନଦ୍ରବ୍ୟ ଓ ଦକ୍ଷିଣା ଗ୍ରହବିପ୍ରମାନଙ୍କୁ ବା ଜ୍ୟେତିଷ ବ୍ରାହ୍ମଣମାନଙ୍କୁ ଦେବା ଉଚିତ । ନହେଲେ ତାହା ନିଷ୍ଫଳ ହେବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!