ଅପ୍ରେଲ 04 ତାରିଖ ରୁ ଅପ୍ରିଲ 10 ତାରିଖ ସାପ୍ତାହିକ ରାଶିଫଳ, ଏହି 3ଟି ରାଶିରେ ମହାସଂଯୋଗ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ମନବଳ ଦୃଢିଭୁତ ହେବା ସହ ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ବାଦବିବାଦ, ପ୍ରତିଯୋଗୀତା ପରୀକ୍ଷା ଓ ମାଲିମୋକଦ୍ଦମାର ସମାଧାନ ହେବ । ଗୃହରେ ଧାର୍ମିକ କାର୍ଯ୍ୟରେ ଧନ ବ୍ୟୟହେବ । ଅଟକିଥିବା କାର୍ଯ୍ୟଗୁଡିକ ସହଜରେ ପୂରଣ ହେବ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ ଓ ଉନ୍ନତି ହେବା ସହ ଗୃହବାହାନ ପ୍ରାପ୍ତି ହେବ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ କର୍ମକ୍ଷେତ୍ରଟି ସୁଦୃଢ ହେବ । ବ୍ୟବସାୟୀମାନେ କାରବାର ଦିଗରୁ ସାମାନ୍ୟ ଲାଭବାନ୍ ହେବେ । ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ବନ୍ଧୁ ମିତ୍ରଙ୍କର ସହଯୋଗ ପାଇ ସୁଖ ସମୃଦ୍ଧି ବୃଦ୍ଧି ହେବ । ଅଚାନକ ଭାବରେ କୌଣସି ସୁସମ୍ବାଦ ଶୁଣିବେ । ବ୍ୟବସାୟୀ ମାନଙ୍କର ଭଲ ଲାଭ ହେବ । ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ପରୀକ୍ଷା ପ୍ରତିଯୋଗୀତା ଓ ସାକ୍ଷାତରେ ବିଜୟୀ ହେବେ । ବାଦବିବାଦ, ମାଲିମୋକଦ୍ଦମା, ଆଇନ ଅଦାଲତ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ । ବନ୍ଧୁମାନଙ୍କ ସାହାଯ୍ୟ ପାଇ ପାରିବାରିକ ତିକ୍ତତାର ସମାପ୍ତି ହେବ । ସ୍ଵାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ । ନୂଆ ସମସ୍ୟାର ସମ୍ମୁଖୀନ ହେଲେବି ନିଜର ବୁଦ୍ଧି, ବିବେକ ଖଟାଇ ସମାଧାନ କରିପାରିବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ । ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ମିଥୁନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶାରୀରିକ କ୍ଷେତ୍ରରେ ଉନ୍ନତି ହେବ । କେତେକ ସୂତ୍ରରୁ କିଛି ଧନ ପାଇବାର ଯୋଗ ଅଛି । ଅଚାନକ ଧନପ୍ରାପ୍ତି ହେବା ଫଳରେ ସ୍ଵର୍ଣ୍ଣ ଅଳଙ୍କାର କ୍ରୟ କରି ପାରନ୍ତି । ପାରିବାରିକ କ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ଉନ୍ନତି ଫଳରେ ଲାଭବାନ୍ ହେବେ । କର୍ମ ନିଯୁକ୍ତି ପାଇଁ ଚେଷ୍ଟା କଲେ ଭବିଷ୍ୟତରେ କର୍ମପ୍ରାପ୍ତି ହେବ । ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ସଫଳ ହେବେ । ଋଣ ଭରଣାରେ ସହଜ ହେବ । ରାଜନୈତିକ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ମାନ-ସମ୍ମାନ ବୃଦ୍ଧିହେବ । ଜନସେବାଦ୍ଵାରା ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରି ପାରିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:- ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆର୍ଥିକ ମାମଲା ସୁଧୁରି ଯିବ । ପାରିବାରିକ ଅଶାନ୍ତି ଦୂରେଇ ଯିବ । ବ୍ୟବସାୟ କ୍ଷେତ୍ରରେ ସୁଖ ସୌଭାଗ୍ୟ ତଥା ଯଶ ପ୍ରସିଦ୍ଧି ଆଶା କରି ହେବ । ଦୟାଳୁ ପ୍ରବୃତି ଜାଗ୍ରତ ହେବ । ପ୍ରିୟଜନ ଓ ପରିବାର ସଦସ୍ୟ ନିକଟତର ହେବେ । ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହେବ । ଶତୃଙ୍କ ସହିତ ମୁକାବିଲା କରି ପାରିବେ । ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ । ଗୁରୁଗୁରୁଜନଙ୍କ ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦେବ । ନିଜର କ୍ଷମତା ଓ ଯୋଗ୍ୟତାକୁ ବହୁତ ଉପଯୋଗ କରିବେ । କଳେବଳେ କୌଶଳରେ ସମସ୍ତ ପ୍ରକାର ଅଭିଳାଷ ପୂରଣ ହେବ । ପ୍ରେମିକ ପ୍ରେମିକାମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ପାଇବେ । ବନ୍ଧୁ ମିତ୍ରମାନେ ଶତ୍ରୁତା ଆଚରଣ କରି ପାରନ୍ତି । ପ୍ରତିକାର:- ଆମ୍ବଗଛ ମୂଳରେ ଗୁଡ଼ଟିକେ ଥୋଇ ଦିଅନ୍ତୁ ।

ସିଂହ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପାରିବାରିକ ଜୀବନ ଆନନ୍ଦମୟ ହେବ । ପରୀକ୍ଷା ପ୍ରତିଯୋଗିତା ଓ ମାଲିମୋକଦ୍ଦମାରେ ସଫଳତା ମିଳିବ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ ଓ ହସଖୁସିରେ ସମୟ ବିତାଇବେ । ରାଜନୀତି କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବା ଫଳରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ବନ୍ଧୁଙ୍କ ଶୁଭକର୍ମରେ ମଧ୍ୟ ଯୋଗଦେବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟର ଦାୟିତ୍ଵ ନେଇ ଧାଦୌଡ କରିବାକୁ ପଡି ପାରେ । ପରିଶ୍ରମ ଓ ମେହନତର ପରିଣାମ ମିଳିବ । ବିଦ୍ୟାରେ ଉନ୍ନତି କରିବେ । ବ୍ୟବସାୟରେ ଉନ୍ନତି ହେବା ଫଳରେ ଆୟ ଉପାର୍ଜ୍ଜନର ବୃଦ୍ଧିହେବ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନୂଆ ଯୋଜନା ଉପରେ କାର୍ଯ୍ୟ କରିଲେ ସମସ୍ତ ଚେଷ୍ଟା ସଫଳ ହେବାସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ରାଜନୀତି କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ମାଆ ବାପା ଓ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ । କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ । କିଛି ଏମିତି ଲୋକଙ୍କ ସହିତ ମିଳନ ହେବ ଯେ ସେମାନେ ବିକାଶ ଧାରାରେ ସାମିଲ ହେବେ । ଗୃହରେ ଶୁଭ କାର୍ଯ୍ୟର ସମାଧାନ ହୋଇ ପାରେ । କୌଣସି ବନ୍ଧୁଙ୍କ ସାହାଯ୍ୟ ଦ୍ଵାରା ପରିବାରରେ ଶାନ୍ତି ପାଇବେ । ଦୀର୍ଘ ସମୟରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ । ଆଇନ ଅଦାଲତ କ୍ଷେତ୍ରରେ ବିଜୟୀ ହେବେ । ପ୍ରତିଯୋଗୀତା ପରୀକ୍ଷାରେ କୃତକାର୍ଯ୍ୟ ହେବେ । ପ୍ରତିକାର-ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

ତୁଳା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆର୍ଥିକ ଚିନ୍ତା ଦୁରହେବା ସହ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ । କାରବାରରେ ସୁଧାର ଆସିବା ଫଳରେ ଅଧିକ ଲାଭ ପାଇ ମନ ଖୁସି ହେବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ମାଲିମୋକଦ୍ଦମାରେ ସମ୍ମାନ, ପ୍ରତିଷ୍ଠା ଅତୁଟ ରହିବ । ଅଧିକାରୀଙ୍କଠାରୁ ସହଯୋଗ ପାଇ ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହେବେ । ରାଜନୀତି ମାମଲାରେ ସଫଳତା ମିଳିବ । ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ । ନୂଆ ନିଯୁକ୍ତିର ସୁଯୋଗ ପାଇବେ । ନୂଆ ସୁଯୋଗ ମିଳିବା ହେତୁ ଉନ୍ନତିର ପଥ ସୁଗମ ହେବ । ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନହିଁ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରିପାରନ୍ତି । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ଗୃହୋପକରଣ କ୍ରୟ କରିବେ । ନୂତନ ବ୍ୟବସାୟ ଆରମ୍ଭ କଲେ ଲାଭ ହେବ । ବିଗିଡି ଯାଇଥିବା କାର୍ଯ୍ୟ ସୁଧୁରିଯିବ । ଭୂମି, ଧନସମ୍ପଦ, ବସ୍ତ୍ରଭୂଷଣ ଆଦି ଲାଭହେବ । ଦୂରଯାତ୍ରା କରି ମନ ଖୁସି ରହିବ ଓ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଗୃହରେ ଧାର୍ମିକ କାର୍ଯ୍ୟରେ ଧନ ବ୍ୟୟହେବ । ଆଧ୍ୟାତ୍ମକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି । ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ପରିବାରର ସଦସ୍ୟଙ୍କ ସହିତ ସୌହାଦ୍ୟ ପୂର୍ଣ୍ଣ ସଂପର୍କ ରହିବ । ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ । ବ୍ୟବସାୟରେ ଲାଭ-କ୍ଷତି ପ୍ରତି ଭ୍ରୂକ୍ଷେପ କରିବେ ନାହିଁ ଯାହା ଫଳରେ ମନ ଅଧିକ ପ୍ରଭାବିତ ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ବ୍ୟୟ ହ୍ରାସ ପାଇବା ସହ ପ୍ରଚୁର ଅର୍ଥଲାଭ ଯୋଗ ରହିଛି । ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ । କୁଳଶ୍ରେଷ୍ଠ ଓ କୀର୍ତ୍ତିଶାଳୀ ଭଳି ଦିବ୍ୟ ଗୁଣ ଗୁଡିକ ଠୁଳ ହେବ । ଛାତ୍ର-ଛାତ୍ରୀମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ ଓ ପରୀକ୍ଷା ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ପ୍ରତେକ କ୍ଷେତ୍ରରେ ମାନସିକ ସ୍ଥିତି ସୁଦୃଢ ରହି ଯଶ ପ୍ରତିଷ୍ଠା ମିଳିବ । ଘରର ଗୁରୁଜନ ବା ମାଆ ବାପାଙ୍କୁ ସମ୍ମାନ ଦେଲେ ତାଙ୍କର ଆଶୀର୍ବାଦରେ ଆପଣଙ୍କର ବିକାଶ ହେବ । ଦୂରଯାତ୍ରାରେ ଅତ୍ୟଧିକ ଅର୍ଥ ବ୍ୟୟ କରିବେ ଯାହାଦ୍ୱାରା ସାଧାରଣ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ । କ୍ରୋଧ ନିୟନ୍ତ୍ରଣ ନରଖିଲେ କ୍ଷତି ସହିବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ମକର:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଅଧିକାରୀ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ । ତଳ ମହଲରୁ ଆଶାତୀତ ଲାଭ ପାଇବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନ ସନ୍ତୁଷ୍ଟ ରହି ପାରେ । ଦୂରଯାତ୍ରାର ସୁଯୋଗ ପାଇବେ । ରୋଜଗାର ସମସ୍ୟା ସୁଧୁରି ଯିବ । ଆକସ୍ମିକ ଧନ ଲାଭ ହେବାରୁ ମନ ଖୁସି ରହିବ । ନୂତନ ସଂସ୍ଥାର ଆୟୋଜନ କରି ପାରିବେ । ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ । ପିଲାମାନେ ପରୀକ୍ଷାରେ ଲକ୍ଷପ୍ରତି ଯଥାର୍ଥବାଦୀ ହେବେ । ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ବୃଦ୍ଧି ହେବ । ବାଦବିବାଦ, ମାଲିମୋକଦ୍ଦମା, ଆଇନ ଅଦାଲତ କ୍ଷେତ୍ରରେ ବିଜୟୀ ହେବେ । ଦୂରଯାତ୍ରାର ସୁଯୋଗ ପାଇବେ । ବୃତ୍ତିଗତ ଦୃଷ୍ଟିରୁ ସମୟ ଅତ୍ୟନ୍ତ ଶୁଭ । ଆୟର ସ୍ରୋତ ବୃଦ୍ଧି ହେବ । କାର୍ଯ୍ୟକ୍ଷେତ୍ରରେ ମାନସିକ ଶାନ୍ତି ମିଳିବ । ପ୍ରତିକାର-ନୀଳ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

କୁମ୍ଭ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପୁରାତନ ରୋଗର ଉପଶମ ହୋଇ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ବିନା ପରିଶ୍ରମରେ ଧନପ୍ରାପ୍ତି ହୋଇ ଆର୍ଥିକ ଦିଗରୁ ସୁବିଧା ପାଇବେ । ବହୁ ଲୋକଙ୍କର ପ୍ରଶଂସା ପାଇବା ଫଳରେ ମଉଜ-ମସ୍ତିରେ ସମୟ କଟିପାରେ । ମାନସିକ ଚିନ୍ତା ଓ ମନ ବିଚଳିତରୁ ଶାନ୍ତି ଅନୁଭବ କରିବା ସହ ଯଶକୀର୍ତ୍ତୀ, ମାନସମ୍ମାନ, ପ୍ରତିଷ୍ଠା ପ୍ରତିପତ୍ତିରେ ବୃଦ୍ଧି ହେବ । କୋର୍ଟ-କଚେରୀ ମାମଲା ଓ ବାଦବିବାଦ ଆପଣଙ୍କ ସପକ୍ଷରେ ଯିବ । ଛାତ୍ର-ଛାତ୍ରୀମାନଙ୍କର ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ ଓ ପରୀକ୍ଷା ପରିଣାମ ଅନୁକୂଳ ହେବ । ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ଦେଖା ଦେବ । ଦୂରଯାତ୍ରାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ନୂତନ କର୍ମନିଯୁକ୍ତି, ସୁଖ ସମ୍ପତ୍ତି ଲାଭ ହେବ । କୌଣସି ଶୁଭ ସମାଚାର ଶୁଣିବାକୁ ମିଳିବ । ପ୍ରତିକାର- ଅଷ୍ଟଗନ୍ଧ ତିଳକଚନ୍ଦନ ଧାରଣ କରନ୍ତୁ ।

ମୀନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସାମାଜିକ ପ୍ରତିଷ୍ଠା ମାନ-ସମ୍ମାନ ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ । ଆର୍ଥିକସ୍ଥିତି ଆବଶ୍ୟକ ଠାରୁ ଅଧିକ ବିସ୍ତାରିତ ହେବ ଓ ଋଣ ଭାରରୁ ମୁକ୍ତି ପାଇବେ । ଧୈର୍ଯ୍ୟ ଓ ସାହସ ଦ୍ଵାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ବନ୍ଧୁଙ୍କ ଠାରୁ ସହଯୋଗ ପାଇ ବ୍ୟବସାୟରେ ନୂତନଧାରା ଖୋଲିବେ । ନୂତନ ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । କାମକାର୍ଯ୍ୟରେ ନୂଆ ଉପଲବ୍ଧି ଆପଣଙ୍କ ପ୍ରତୀକ୍ଷାରେ ରହିବ । ପ୍ରେମପ୍ରସଙ୍ଗରେ ଉନ୍ନତି ହେବ । ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବ ଓ ସମସ୍ତ କ୍ଷେତ୍ରରେ ଖୁସି ମିଳିବ । କୌଣସି ଶୁଭ ସମାଚାର ଶୁଣି ହସ-ଖୁସିରେ ସମୟ ବ୍ୟତୀତ ହେବ । ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ବିଜୟ ହେବ । ପ୍ରତିକାର- ତିଳକଚନ୍ଦନ ଧାରଣ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!