୨୦୨୨ ମସିହା, ଏପ୍ରିଲ ମାସ ୨୬ ତାରିଖ, ମଙ୍ଗଳବାର, ମେଷ ମାସ ୧୩ ଦିନ, ବୈଶାଖମାସ କୃଷ୍ଣପକ୍ଷ, ଏକାଦଶୀ ତିଥି, ଶତଭିଷା ନକ୍ଷତ୍ର, କୁମ୍ଭ ରାଶିରେ ଚନ୍ଦ୍ର । ବ୍ରହ୍ମ ଯୋଗ ସନ୍ଧ୍ୟା ୭ଟା ୫ମିନିଟ୍ ପରେ ଇନ୍ଦ୍ର ଯୋଗ । ବବ କରଣ ଦିବା ୧ଟା ୧୦ମିନିଟ୍ ପରେ ବାଳବ କରଣ । ମକର ରାଶିର ଘାତବାର । ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର । ଶିମ୍ବ ନ ଖାଇଲେ ଭଲ । ଯୋଗିନୀ- ଆଗ୍ନେୟେ ରାତ୍ରି ୧୨ଟା ୪୮ମିନିଟ୍ ପରେ ନୈଋତେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଏକାଦଶୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।
ଅଶୁଭସମୟ- ପ୍ରାତଃ ୭ଟା ରୁ ୮ଟା ୩୫ମିନିଟ୍, ଦିବା ୧ଟା ୨୦ମିନିଟ୍ ରୁ ଦିବା ୨ଟା ୫୫ମିନିଟ୍, ରାତ୍ରି ୭ଟା ୩୦ମିନିଟ୍ ରୁ ୮ଟା ୫୫ମିନିଟ୍ । ଶୁଭସମୟ- ଦିବା ୮ଟା ୩୫ମିନିଟ୍ ରୁ ଦିବା ୧୦ଟା ୨୮ମିନିଟ୍, ଦିବା ୧ଟା ୧ମିନିଟ୍ ରୁ ୧ଟା ୧୯ମିନିଟ୍, ଦିବା ୪ଟା ୩୦ମିନିଟ୍ ରୁ ଦିବା ୫ଟା ୧୩ମିନିଟ୍, ସନ୍ଧ୍ୟା ୬ଟା ୫ମିନିଟ୍ ରୁ ୬ଟା ୪୯ମିନିଟ୍, ରାତ୍ର ୯ଟା ୬ମିନିଟ୍ ରୁ ରାତ୍ର ୧୧ଟା ୨୧ମିନିଟ୍, ରାତ୍ର ୧ଟା ୩୮ମିନିଟ୍ ରୁ ୩ଟା ୮ମିନିଟ୍ । ପର୍ବଦିନ- ବରୁଥିନୀ ଏକାଦଶୀ ।
ମେଷ:-ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ସାମ୍ବାଦିକତାରୁ ଆଶାତୀତ ଲାଭ ପାଇବେ । ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି । ବ୍ୟବସାୟରେ ଶତୃ ପରାଜିତ ହୋଇ ବାକିଥିବା ଅର୍ଥପ୍ରାପ୍ତି ହେବା ଫଳରେ ଭଲ ଲାଭ ପାଇବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଗୃହସ୍ଥ ଜୀବନ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ପାଇ ସୁଖମୟ ହେବ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ କ୍ଷେତ୍ରରେ ଶୁଭ ସମାଚାର ମିଳିବ । ପ୍ରତିକାର- ନାଲିବସ୍ତ୍ର ପରିଧାନ କରନ୍ତୁ । ନତୁବା ନାଲି ରୁମାଲ ଟିଏ ପାଖରେ ରଖନ୍ତୁ ।
ବୃଷ:-ଭ୍ରମଣ, ରାଜନୀତି, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଜୟଯୁକ୍ତ ହେବେ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ଜୟଯୁକ୍ତ ହେବେ । ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ଆମୋଦ ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଉତ୍ସାହ ବଢିବ । ପ୍ରତିଯୋଗିତା ପରୀକ୍ଷାରେ ସଫଳ ହୋଇ ନୂତନ କର୍ମର ସୂଚନା ପାଇବେ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।
ମିଥୁନ:-କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଦାମ୍ପତ୍ୟ ସୁଖରେ ବାଧା ଓ ସାମାଜିକ ପ୍ରତିଷ୍ଠା ଏବଂ ମାନ-ସମ୍ମାନରେ ବାଧା ଉପୁଜି ପାରେ । ଅତ୍ୟଧିକ କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
କର୍କଟ:-ସଭାସମିତି, ସାହିତ୍ୟ ଓ କଳାରେ ପ୍ରଶଂସିତ ହେବେ । ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ପରିସ୍ଥିତିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବା ଫଳରେ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ । ବିଳାସ ବ୍ୟସନ ଖାଦ୍ୟ ପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ଯାନବାହନ ତଥା ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କରିବା ଉଚିତ୍ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
ସିଂହ:-ସ୍ୱାସ୍ଥ୍ୟ, ପରିବାର, କର୍ମକ୍ଷେତ୍ର, ସତସଙ୍ଗ ଓ ମନୋରଞ୍ଜନ ପାଇଁ ସମୟ ଅନୁକୂଳ ରହିବ । ବ୍ୟବସାୟରେ ପ୍ରସାର ପ୍ରଚାର କରି ଆଶାତୀତ ଲାଭ ପାଇବେ । ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ଆୟ ଉତ୍ତମ ହେବାରୁ ଧନ ସମ୍ପତିରେ ଘର ହସି ଉଠିବ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଭ୍ରମଣ, ରାଜନୀତି, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ପାଇବ । ପ୍ରତିକାର- କମଳାରଙ୍ଗରବସ୍ତ୍ର ପରିଧାନ କରନ୍ତୁ ।
କନ୍ୟା:-ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରିବେ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସା ପାଇବେ । ଭାଇ ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ । ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ । ଶତୃମାନେ ଦୂରେଇ ଯିବେ । ବିବାହ ସମ୍ବନ୍ଧୀୟ କଥାବାର୍ତ୍ତା ଆଗକୁ ବଢିବ । ବାଦବିବାଦ, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।
ତୁଳା:-ବିଦ୍ୟାକ୍ଷେତ୍ରରେ ଉତ୍ସାହ-ଉଦ୍ଦୀପନାଯୁକ୍ତ ହେବେ ଓ ନିଜର ଦକ୍ଷତା ଲୋକମାନଙ୍କୁ ପ୍ରଭାବିତ କରିବ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ମାଆ ବାପା ଓ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ପରିବାର ସଦସ୍ୟଙ୍କ ସମ୍ବନ୍ଧ ଦୃଢ ହେବ । ଅତିରିକ୍ତ ଆୟର ଦରକାର ଅନୁଭବ ହେବ । ଆଚାର ବ୍ୟବହାରରେ ଶାନ୍ତ ହୋଇ କାର୍ଯ୍ୟ କରି ନିଅନ୍ତୁ । ପାଦ ପୀଡା ସହ ଦୈନିକ କାର୍ଯ୍ୟରେ ବ୍ୟବଧାନ ଉତ୍ପନ୍ନ ହୋଇପାରେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
ବିଚ୍ଛା:-ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ପିକନିକ୍, ପାର୍ଟି ଆଦିର ପୋଗ୍ରାମ୍ କରିବେ । ଉନ୍ନତି କରିବା ପାଇଁ ବହୁତ ଭଲ ପାଉଥିବା ଲୋକ ଓ ଶୁଭଚିନ୍ତକ ଲୋକମାନେ ସାହାଯ୍ୟ କରିବେ । ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ । ଦୂର ସ୍ଥାନକୁ ଯାତ୍ରା କରିବେ । କୌଣସି ସାମୁହିକ କାର୍ଯ୍ୟକ୍ରମରେ ସମ୍ମାନିତ ହେବେ । ବ୍ୟବସାୟ ସୂତ୍ରରୁ ବହୁତ ଲାଭ ଉଠାଇ ପାରିବେ । ପାଖ ପଡୋଶୀଙ୍କ ସହିତ ସମ୍ପର୍କ ବୃଦ୍ଧି ହେବ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।
ଧନୁ:-ସମସ୍ତ ସମସ୍ୟାର ସମାଧାନ କରି ସତ୍ୟର ସାମ୍ନା କରିବାକୁ ପଡିବ । କାରବାର ବଢିବ ଓ ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦାଜନକ ପରିସ୍ଥିତି ସୃଷ୍ଟି କରିବେ । ମାଲିମୋକଦ୍ଦମାରେ ସଫଳତା ମିଳିବ । ଅପେକ୍ଷା କରିଥିବା କାମର ଶୁଭସୂଚନା ମିଳିବ । ବାକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବାରୁ ସନ୍ତୁଷ୍ଟି ମିଳିବ । ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ । ପ୍ରତିକାର- ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।
ମକର:-ସମସ୍ତ ବାଧାବିଘ୍ନକୁ ଭ୍ରୂକ୍ଷେପ ନକରି ନିଜର ସିଦ୍ଧାନ୍ତରେ ଅଟଳ ରହିବେ । ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ସଫଳ ହେବେ । ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ । ବ୍ୟବସାୟରେ ଆଶାତୀତ ଲାଭକରି ଖୁସିହେବେ । କାର୍ଯ୍ୟ ପୁରଣରେ ବାଧା ଆସିବ ଓ ବିଳମ୍ବ ହେବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
କୁମ୍ଭ:-ସମୟ ଅନୁକୂଳ ଥିବାରୁ ଆତ୍ମୀୟବର୍ଗରେ ଉନ୍ନତି ତଥା ଉତ୍ତମ ବୁଝାମଣା ଯୋଗେ ମାନସିକ ଶାନ୍ତି ପାଇବେ । ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ । ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବାକୁ ଚିନ୍ତା କରିବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଦୂରସ୍ଥାନକୁ ଯାତ୍ରା କରିବେ । ବିଦ୍ୟାର୍ଥୀଙ୍କର ବିଦ୍ୟାରେଉନ୍ନତି ହେବାରୁ ମନ ଖୁସି ରହିବ । କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।
ମୀନ:-ସମସ୍ତ ସମସ୍ୟା ଅପସରି ଯିବ । ପରିବାରରେ କଳହ ମେଣ୍ଟିଯିବ । ଆନୁଷ୍ଠାନିକ କାମରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ମିଳିବ । ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସମାଧାନ ହୋଇପାରେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ରାଜନୈତିକ କ୍ଷେତ୍ରରେ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।