ଦୈନିକ ରାଶିଫଳ: 09 ଅକ୍ଟୋବର 2022, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଅକ୍ଟୋବର ମାସ ୯ତାରିଖ, ରବିବାର, କନ୍ୟାମାସ ୨୩ଦିନ, ଆଶ୍ଵିନମାସ ଶୁକ୍ଳପକ୍ଷ, ପୂର୍ଣ୍ଣିମାତିଥି, ଉତ୍ତରଭାଦ୍ରପଦ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର । ଧୃବ ଯୋଗ । ବିଷ୍ଟି କରଣ ଦିବା ୩ଟା ପରେ ବବ କରଣ । ମେଷ ରାଶିର ଘାତବାର । ଧନୁ ରାଶିର ଘାତଚନ୍ଦ୍ର । ଆମିଷ, ତୈଳ ନ ଖାଇଲେ ଭଲ ରାତି ୨ଟା ୨୪ମିନିଟ୍ ପରେ ପାଣିକଖାରୁ ନ ଖାଇଲେ ଭଲ । ଯୋଗିନୀ- ବାୟବ୍ୟେ ରାତି ୨ଟା ୨୪ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଶୁଭସମୟ- ଦିବା ୧୦ଟା ୬ମିନିଟ୍ ରୁ ୧ଟା ୧ମିନିଟ୍, ରାତ୍ରି ୧ଟା ୬ମିନିଟ୍ ରୁ ୨ଟା ୩୮ମିନିଟ୍ । ଶୁଭସମୟ- ସକାଳ ୬ଟା ୩୦ମିନିଟ୍ ରୁ ୮ଟା ୪୯ମିନିଟ୍, ଦିବା ୧ଟା ୨ମିନିଟ୍ ରୁ ୩ଟା ୩ମିନିଟ୍, ଦିବା ୩ଟା ୫୨ମିନିଟ୍ ରୁ ୩ଟା ୫୬ମିନିଟ୍, ରାତ୍ର ୭ଟା ୫୩ମିନିଟ୍ ରୁ ୯ଟା ୨୯ମିନିଟ୍, ରାତ୍ର ୧୧ଟା ୫୯ମିନିଟ୍ ରୁ ୧ଟା ୫ମିନିଟ୍, ରାତ୍ର ୨ଟା ୩୯ମିନିଟ୍ ରୁ ୫ଟା ୪୨ମିନିଟ୍ । ପର୍ବଦିନ- କୁମାର ପୂର୍ଣ୍ଣିମା, ଶରତ ପୂର୍ଣ୍ଣିମା, କୁମାରୋତ୍ସବ, କାର୍ତ୍ତିକେୟ ଜନ୍ମ, ଶ୍ରୀ ଗଜଲକ୍ଷ୍ମୀ ପୂଜା, କୋଜାଗରି ଲକ୍ଷ୍ମୀ ବ୍ରତ, ଜହ୍ନି ଓଷା ଶେଷ ।

ମେଷ:-ଶତୃ ଓ ବିରୋଧୀଙ୍କ ଠାରୁ ନିଜର ବୁଦ୍ଧିମତା କାରଣରୁ କାମ ହାସଲ କରିପାରିବେ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ । ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ରାଜନୀତି କ୍ଷେତ୍ର ସୁଦୃଢ ହେବ । ପାରିବାରିକ ଦୁଶ୍ଚିନ୍ତାରେ ମାନସିକ ଅଶାନ୍ତି ଦେଖାଦେଇ ପାରେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ବୃଷ:-ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବା ସହ ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ ଓ ଯାନବାହାନ କିଣି ପାରିବେ । ସହକର୍ମୀମାନେ ଆପଣଙ୍କଠାରୁ ବହୁତ କିଛିଆଶା କରି ପାରନ୍ତି । ଜମିଜମା ବ୍ୟବସାୟ ସହ ଜଡିତ ବିବାଦ ଭଲରେ ଭଲରେ ସମାଧାନ ହୋଇଯିବ । ଆୟୁର୍ବେଦିକ ଚିକିତ୍ସା ଦ୍ୱାରା ଆପଣ ଉପକୃତ ହେବେ । ଜୀବନସାଥୀଙ୍କ ସହିତ ସଂପର୍କରେ ସନ୍ତୁଷ୍ଟ ହେବେ । ପ୍ରତିକାର- ଧଳା ରୁମାଲ ଟିଏ ପାଖରେ ରଖନ୍ତୁ ।

ମିଥୁନ:- ସମାଜରେ ଜଣେ ବୁଦ୍ଧିମାନ ବ୍ୟକ୍ତି ଭାବରେ ସ୍ୱୀକୃତି ପାଇବେ । ସରକାରୀ ସେବା ସହିତ ଜଡିତ ଲୋକଙ୍କୁ କିଛି ସୁବିଧା ସୁଯୋଗ ମିଳିବ । କ୍ୟାରିୟର ପାଇଁ ବହୁତ ଭଲ ହେବ । ସ୍ଥଗିତ କାର୍ଯ୍ୟର ହଠାତ୍ ସମାପ୍ତ ହେବା ଦ୍ୱାରା ମନ ଖୁସି ହେବ । ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ହେବ । ସମ୍ପତ୍ତିରେ ଅର୍ଥବିନିଯୋଗ କରୁଥିବା ବ୍ୟକ୍ତିମାନେ ଭଲ ଡିଲ୍ ପାଇପାରିବେ । ସୋସିଆଲ ମିଡିଆ ମାଧ୍ୟମରେ ସୁଖଦ ଖବର ପାଇପାରିବେ । ପ୍ରତିକାର- ତୁଲସୀ ମୂଳର ମାଟିଟିକେ ମସ୍ତକରେ ଧାରଣ କରନ୍ତୁ ।

କର୍କଟ:-ପରିବାର ସମ୍ବନ୍ଧରେ ଆପଣ କିଛି ଭଲ ସୂଚନା ପାଇ ବହୁତ ଖୁସି ହେବେ । କର୍ମକ୍ଷେତ୍ରରେ ନିଜର ଅଧିକାର ବୃଦ୍ଧି ପାଇବ । ଯେଉଁଥିପାଇଁ ଆପଣଙ୍କର କିଛି କାମ ସହଜ ସରଳରେ ହୋଇପାରେ । ଭାଇଭଉଣୀଙ୍କ ସାହାଯ୍ୟ ନେଇ ପାରିବାରିକ କଳହରୁ ମୁକ୍ତି ମିଳିବ । ବ୍ୟବସାୟୀକ କାରବାରର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ । ଜ୍ଞାନୀମାନଙ୍କ ମାର୍ଗଦର୍ଶନ ପାଇ ନିଜର ଦକ୍ଷତା ପ୍ରମାଣ କରିବାର ସୁଯୋଗ ପାଇବେ । ପ୍ରତିକାର- ଧଳା ରୁମାଲ ଟିଏ ପାଖରେ ରଖନ୍ତୁ ।

ସିଂହ:-ସ୍ଥିର ସମ୍ପତ୍ତି ସମ୍ବନ୍ଧରେ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବେ । କଳା କ୍ଷେତ୍ର ସହିତ ଜଡିତ ଲୋକମାନେ ଅତୁଳନୀୟ ଲାଭ କରିପାରିବେ । ପୂର୍ବର କଠିନ ପରିଶ୍ରମ ଆଜି ଭଲଫଳ ଦେବ । ମାର୍କେଟିଂ ସମ୍ବନ୍ଧୀୟ କାର୍ଯ୍ୟରେ ବଡ଼ ସଫଳତା ପାଇବେ । ଅନାବଶ୍ୟକ ଚାପକୁ ଏଡେଇ ଆପଣ ପରିବାର ସହିତ ସମୟ ବିତାଇ ପାରିବେ । ଅନାବଶ୍ୟକ କ୍ରୋଧ ହେତୁ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ସ୍ୱାସ୍ଥ୍ୟ ବହୁତ ଭଲ ରହିବା ଫଳରେ ବହୁ ପ୍ରତୀକ୍ଷିତ କାର୍ଯ୍ୟ ଆଜି ଆରମ୍ଭ ହୋଇପାରେ । ବିଦେଶରେ ବ୍ୟବସାୟ କରୁଥିବା ଲୋକମାନେ ବିଶେଷ ଲାଭବାନ ହେବେ । ଜୀବନସାଥୀଙ୍କୁ ଯଥେଷ୍ଟ ସମୟ ଦିଅନ୍ତୁ, ଏହା ଆପଣଙ୍କ ଘରୋଇ ଜୀବନରେ ଶାନ୍ତି ଆଣିବ । ଅନ୍ୟମାନଙ୍କ ଉପରେ ନିର୍ଭର କରିବା ପରିବର୍ତ୍ତେ, ନିଜର ଦକ୍ଷତା ଉପରେ ବିଶ୍ୱାସ କରନ୍ତୁ । ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ପ୍ରତିକାର- ସବୁଜ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ତୁଳା:-ପରିବାରରେ ଆପଣଙ୍କର ଅଧିକାର ବୃଦ୍ଧି ପାଇବ । ନିଜର ଦକ୍ଷତା ହେତୁ, ଶିକ୍ଷାକ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରିବେ । ପ୍ରେମିକ ପ୍ରେମିକାଙ୍କ ସହିତ ବୁଲିବାକୁ ଯାଇପାରନ୍ତି । ବ୍ୟବସାୟିକ ପ୍ରତିବନ୍ଧକ ସମାଧାନ କରିବାରେ ସଫଳହେବେ । ରାଜନୀତି ସହିତ ଜଡିତ ଲୋକମାନେ ସମାଜରେ ସେମାନଙ୍କର ସମ୍ମାନ ବୃଦ୍ଧି କରିବେ । ଋଣ ପରିଶୋଧ କରିବାକୁ ପଡିପାରେ । ଲୋକମାନେ ଆପଣଙ୍କ ମତକୁ ସମ୍ମାନ କରିବେ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ବିଚ୍ଛା:-ସରକାରୀ କାମରେ ସଫଳତା ମିଳିବ ଓ ବନ୍ଧୁଙ୍କ ଆଗମନ ହେବା ଫଳରେ ଖୁସିହେବେ । ଅଧିକାରୀଙ୍କ ଅଯଥା ଚାପରୁ ରକ୍ଷା ପାଇବା ଫଳରେ ସୁଖନିଦ୍ରା ହେବ । ଶତୃମାନେ ଦୂରେଇ ଯିବେ ଓ ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ । ପିଲାମାନେ ଆଦେଶ ପାଳନ କରିବେ । ଭାଇ ଭଉଣୀକୁ ସାହାଯ୍ୟ କରିବାକୁ ଚେଷ୍ଟା କରିବେ ଓ ପାରିବାରିକ ଜୀବନରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ଧନୁ:-ସାବଧାନ ରହି ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ । ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ ଓ କୌଣସି ଠାରୁ ଶୁଭ ସମାଚାର ପ୍ରାପ୍ତ ହେବ । ବ୍ୟବସାୟୀକ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ । କଥାବାର୍ତ୍ତା ଓ ନିଜର କ୍ରୋଧକୁ ନିୟନ୍ତ୍ରଣ କରିବା ଉଚ୍ଚିତ୍ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ମକର:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାସହ ବିଗିଡି ଯାଇଥିବା କାର୍ଯ୍ୟ ସଜାଡି ଦେବେ । ବନ୍ଧୁମିତ୍ରଙ୍କ ସହାୟତାରେ ନୂତନ କାର୍ଯ୍ୟଆରମ୍ଭ କରି ପାରିବେ । ରାଜନୀତି ମାମଲାରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଲେ ସଫଳତା ମିଳିବ । ଶତୃମାନେ ଦୂରେଇ ଯିବେ ଓ ଯାତ୍ରାଫଳରେ ଉତ୍ସାହିତ ହେବେ । ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-ସମସ୍ତ ସମସ୍ୟା ସମାଧାନ ହୋଇ କୌଣସି ନୂଆ ଯୋଜନା ଆରମ୍ଭ କରିପାରନ୍ତି । ସାଂସାରିକ ଜୀବନରେ ମହତ୍ଵପୂର୍ଣ୍ଣ କାର୍ଯ୍ୟରେ ପରିଶ୍ରମ ଫଳରେ ସୁଖ ପ୍ରାପ୍ତି ହେବ । ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନ, ଧନସମ୍ପଦରେ ଅଭିବୃଦ୍ଧି ଘଟିବ । ପ୍ରଚୁର ଅର୍ଥ ଲାଭ ହେବା ସହ ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ । ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ । ଲୋକଙ୍କ ପ୍ରତି ଉଦାର ଓ ଦୟାଳୁ ପ୍ରବୃତି ଜାଗ୍ରତ ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମୀନ:-ସ୍ୱାସ୍ଥ୍ୟ ଭଲ ରହିବା ସହ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ଅଧିକ ପରିଶ୍ରମ କରି ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ପାରିବାରିକ ଜୀବନରେ ସୁବିଧା ବାଦକୁ ଆପଣେଇ ନେଇ ସଫଳ ହେବେ । ଶୁଭ ସମାଚାର ଶୁଣି ହସଖୁସିରେ ସମୟ ବ୍ୟତୀତ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ହୋଇ ମାନସିକ ଶାନ୍ତି ମିଳିବ । ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ପ୍ରତିକାର-ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!