ଦୈନିକ ରାଶିଫଳ: 07 ଜୁନ 2021, ମହାଦେବଙ୍କ କୃପାରୁ ଆଜି ଏହି ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଜୁନମାସ ୭ ତାରିଖ, ସୋମବାର, ବୃଷମାସ ୨୪ ଦିନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ଦ୍ଵାଦଶୀତିଥି, ସକାଳ ୮ଟା ୪୮ମିନିଟ୍ ଗତେ ତ୍ରୟୋଦଶୀ ତିଥି, ଦ୍ଵିଜା ନକ୍ଷତ୍ର, ମେଷ ରାଶିରେ ଚନ୍ଦ୍ର । ମିଥୁନ ରାଶିର ଘାତବାର । ମେଷ ରାଶିର ଘାତଚନ୍ଦ୍ର । ପୋଇ, ମସୁରଡାଲି ନ ଖାଇଲେ ଭଲ, ସକାଳ ୮ଟା ୪୮ମିନିଟ୍ ପରେ ବାଇଗଣ ନ ଖାଇଲେ ଭଲ । ଶୁଭସମୟ- ସକାଳ ୮ଟା ୪୨ମିନିଟ୍ ରୁ ୧୦ଟା ୨୫ମିନିଟ୍, ରାତ୍ର ୯ଟା ୧୪ମିନିଟ୍ ରୁ ରାତ୍ର ୧୦ଟା ୨୩ମିନିଟ୍, ରାତ୍ର ୧୧ଟା ୪୬ମିନିଟ୍ ରୁ ୧୨ଟା ୬ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଆଚାର ଓ ବ୍ୟବହାରରେ ଶାନ୍ତ ହୋଇ କାର୍ଯ୍ୟ କରି ନିଅନ୍ତୁ । ବ୍ୟାପାର କାରବାରରେ ସୁଧାର ଆସିବ । ଆତ୍ମୀୟଙ୍କ ସମ୍ବନ୍ଧୀତ ଚିନ୍ତା ଦୂର ହୋଇ ପାରିବାରିକ ଜୀବନ ଆନନ୍ଦରେ କଟିବା ସହ ଦାମ୍ପତ୍ୟ ସୁଖରେ ଖୁସି ହେବେ । ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ । ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ନ ଦେଇ ଅଯଥାରେ ସମୟ ନଷ୍ଟ କରି ପାରନ୍ତି । ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-

ଆଲୋଚନା କ୍ଷେତ୍ରରେ ଠିକ୍ ନିସ୍ପତି ନେଇ ଆର୍ଥିକ ସଙ୍କଟ ଦୂରେଇ ହେବ । କର୍ମକ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି, ଉଚ୍ଚସ୍ଥାନ ଲାଭ ବା ପଦୋନ୍ନତି ଭଳି ମର୍ଯ୍ୟଦା ପ୍ରାପ୍ତିହେବ । ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ । ଛାତ୍ରଛାତ୍ରୀ ମାନଙ୍କର ମାନସିକ ବିକାଶ ଘଟିବ ଓ ଶୁଭ କାମ କରି ପ୍ରଶଂସିତ ହେବେ । ପ୍ରେମିକ ପ୍ରେମିକା ମାନେ କାର୍ଯ୍ୟଦକ୍ଷତା ଦେଖାଇବେ । ଅଯଥା ଧାଁଦୌଡ ଯୋଗୁ ଧନ, ସମୟ ଓ ଶକ୍ତିର ଅପଚୟ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-

ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ନୂଆଲକ୍ଷ ନିର୍ଦ୍ଧାରିତ କରି ତାହାର ସଫଳତା ପାଇଁ ପ୍ରଯତ୍ନଶୀଳ ରହିବେ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ଲଜିତ ହେବେ । ଆର୍ଥିକ ଦିଗରୁ ଉନ୍ନତି ହେଲେ ମଧ୍ୟ ବ୍ୟୟ ଭାର ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଧୀରସ୍ଥିର ଭାବରେ ସମସ୍ୟା ସୁଧାରୀ ନେବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-

ସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ନୂତନ କାର୍ଯ୍ୟକିଛି ଶୁଭାରମ୍ଭ କରି ପାରନ୍ତି । ସାମାଜିକ ସ୍ତରରେ ସମ୍ମାନଲାଭ ଯଶ ପ୍ରଶଂସା ମିଳିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ମେଣ୍ଟିଯିବା ଫଳରେ ସନ୍ତୋଷ ହେବେ । ପରିବାରରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ସ୍ୱର୍ଣ୍ଣ ଅଳଙ୍କାର କ୍ରୟ କରିବା ପାଇଁ ମନ ବଳାଇବେ । ବ୍ୟବସାୟରେ ଶତୃମାନେ ଦୂରେଇ ଯିବା ଫଳରେ ଆନନ୍ଦ ଅନୁଭବ କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-

ସାଧାରଣ ଦିନଚର୍ଜ୍ୟା ଅତୁଟ ରହିବ । ଆର୍ଥିକ ସନ୍ତୁଳନ ସୁରକ୍ଷିତ ହେବା କାରଣରୁ ବିପର୍ଜ୍ୟସ୍ତ ଅର୍ଥନୀତିର ବିପଦରୁ ମୁକ୍ତ ହେବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ଦୟାଳୁ ପ୍ରବୃତି ଜାଗ୍ରତ ହେବା ଫଳରେ ପ୍ରିୟଜନ ଓ ପରିବାର ସଦସ୍ୟ ନିକଟତର ହେବେ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ପ୍ରତିଷ୍ଠା ପ୍ରତିପତ୍ତି ଅକ୍ଷୁର୍ଣ୍ଣ ରହିବ । ବ୍ୟବସାୟରେ ସଂଘର୍ଷ ଦ୍ଵାରା ସଫଳତା ମିଳିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କନ୍ୟା:-

ଜନସେବାଦ୍ଵାରା ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ କର୍ମକ୍ଷେତ୍ରରେ ଉନ୍ନତି କରି ପାରିବେ । ରାଜନୈତିକ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧିହେବ । ପରିବାରର ସଦସ୍ୟଙ୍କ ସହ ସମ୍ବନ୍ଧ ଦୃଢ ହେବ । ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ସଫଳ ହେବେ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ । ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-

ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ପରିବହନ ବ୍ୟବସାୟରେ ପରିଣାମ ଅନୁକୂଳ ହୋଇ ବିଶେଷ ଲାଭବାନ ହେବେ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ଫଳରେ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦୂରେଇଯିବ । ସନ୍ତାନ ମାନଙ୍କ ଉନ୍ନତିର ଶୁଭ ସୂଚନା ପାଇ ଖୁସି ରହିବେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବିଚ୍ଛା:-

ସନ୍ତାନଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚସମ୍ମାନ ପାଇବେ । ସାମାଜିକ ସ୍ତରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ନୁତନ କାର୍ଯ୍ୟ ନିର୍ଦ୍ୱୋନ୍ଦରେ ଆଗେଇ ନେବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଶିକ୍ଷାକ୍ଷେତ୍ରରେ ପ୍ରଶଂସିତ ହେବେ । ବିଗିଡି ଯାଇଥିବା କାର୍ଯ୍ୟ ସୁଧୁରି ଯିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ଧନୁ:-

ସନ୍ତାନ ସୁଖରେ ସୁଖୀ ହେବେ । ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ପାରିବାରିକ ସୁଖ ଶାନ୍ତିରେ ଦିନଟି କଟାଇବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ । ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ମକର:-

ସାଧାରଣ ଲୋକଙ୍କୁ ସହଯୋଗ କରିବା ଦ୍ଵାରା ସାମାଜିକ ପତିଆରା ଅମଳିନ ରହିବ । କୌଣସି ଶୁଭ ସମାଚାର ଶୁଣି ହସଖୁସିରେ ସମୟ ବ୍ୟତୀତ ହେବ । ପରିବାରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ । ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରିବା ସହ ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରିବ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-

ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ । ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରିବେ । ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ସନ୍ତାନର ଉଚ୍ଚଶିକ୍ଷା ପାଇଁ ଚେଷ୍ଟା କରିବାକୁ ପଡ଼ିବ । ଛାତ୍ରଛାତ୍ରୀମାନଙ୍କର ସହପାଠୀଙ୍କ ସହ ବନ୍ଧୁତ୍ଵ ବୃଦ୍ଧି ପାଇବ । ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହେବ । ଶତୃଙ୍କ ସହିତ ମୁକାବିଲା କରି ପାରିବେ । ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମୀନ:-

ମାନସିକ ଦୁଶ୍ଚିନ୍ତା ଓ ଶତୃବଧା ଦୂରେଇ ଯିବ । ଆୟବୃଦ୍ଧି ହେବାଫଳରେ ଋଣମୁକ୍ତି ହେବାର ରାସ୍ତା ପରିଷ୍କାର ହୋଇଯିବ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସା ପାଇବେ । ଅର୍ଥସମ୍ବନ୍ଧୀୟ କଥାବାର୍ତ୍ତା ଆଗକୁ ବଢିବ । ନିଜର ଦକ୍ଷତା ଲୋକମାନଙ୍କୁ ପ୍ରଭାବିତ କରିବ । ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ । ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ । ବିଦ୍ୟାର୍ଥୀମାନେ ନିଜ ଲକ୍ଷ୍ୟରେ ସଫଳତା ପାଇବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!