ମେଷ:-ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ଆନନ୍ଦିତ ହେବେ। ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ମଧୁରତା ଆସିବ। ଛାତ୍ରଛାତ୍ରୀମାନେ ସାଙ୍ଗମେଳ ହୋଇ ମୌଜ ମଜଲିଶ୍ ରେ ବ୍ୟସ୍ତ ରହିବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ। ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ବୃଷ:-ଶତ୍ରୁମାନେ ପରାଜିତ ହେବା ସହ ଅନେକ ଶୁଭକର୍ମର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। କୋର୍ଟ-କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ। ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ଓ ଅନୁଭବି ହେବେ। ବାସଗୃହ ଓ ଯାନବାହନ ନେଇ କେତେକ ସମସ୍ୟାର ସମାଧାନ ହୋଇ ଯିବ। ନୂତନ ସମ୍ବନ୍ଧ ସୃଷ୍ଟିହେବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ମିଥୁନ:-ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ଆନନ୍ଦମୟ ମୁହୂର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟିବ। ମାଲିମୋକଦ୍ଦମା ଓ ପ୍ରତିଦ୍ୱନ୍ଦିତାରେ ସଫଳ ହୋଇ ସମ୍ପତ୍ତି କ୍ରୟ କରିବେ। ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
କର୍କଟ:-ବାଦବିବାଦ ଓ ମାଲିମୋକଦ୍ଦମାରେ ଉଚ୍ଚ ପ୍ରଶଂସିତ ହେବେ। କୌଣସି ଶୁଭକାର୍ଯ୍ୟ ସମ୍ପନ୍ନ କରି ପାରନ୍ତି। ବ୍ୟବସାୟରେ ଭାଗିଦାରୀ ମାନଙ୍କଠାରୁ ସାହାଯ୍ୟ ପାଇ ଉନ୍ନତି କରିବେ। ରାଜନୀତି କ୍ଷେତ୍ରରେ ଯଶମାନ ବୃଦ୍ଧିହେବା ସହ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ସାର୍ବଜନୀନ ସମ୍ପର୍କରେ ନିଜର ବ୍ୟକ୍ତିତ୍ଵ ବିକଶିତ ହେବ। ଧନସମ୍ପଦ, ବସ୍ତ୍ରଭୂଷଣ ଆଦି ଲାଭହେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- କୁକୁରକୁ ଖାଇବାକୁ ଦିଅନ୍ତୁ।
ସିଂହ:-ସହକର୍ମୀ ମାନଙ୍କ ସହିତ ମତଭେଦ ସମାପ୍ତ ହେବ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ରାଜନୀତି କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପାଇବେ। ଧାଁ ଦୌଡ ଅଧିକ ହେଲେ ଲାଭ ମିଳିବ। ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ସୁଖସମୃଦ୍ଧି ପ୍ରତି ବାଧାବିଘ୍ନ ଘଟିବା ଯୋଗେ ଉଦ୍ ବେଗ ଓ ଅଶାନ୍ତି ବୃଦ୍ଧିହେବ। କିନ୍ତୁ ଟଙ୍କା ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
କନ୍ୟା:-ଶତୃମାନେ ଦୁର୍ବଳ ହେବା ସହ ଆୟରପନ୍ଥା ସହଜ ହେବ। ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ। ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ଆତ୍ମୀୟ ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ ଓ ଗୃହୋପକାରଣ କ୍ରୟକରି ପାରନ୍ତି। ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହେବ। ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ତୁଳା:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ। ଶତ୍ରୁ ବିରୋଧୀ ମାନେ କିଛି କ୍ଷତି କରିପାରିବେ ନାହିଁ। ସନ୍ତାନର ସୁ ଖବର ଶୁଣି ଖୁସି ହେବେ। ଜନ ସେବାରେ ନିଜକୁ ନିୟୋଜିତ କରିବେ। ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ। କର୍ମକ୍ଷେତ୍ରରେ ଶୁଭ ସୂଚନା ପାଇବେ। ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ପ୍ରୟାସରତ ରହିବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।
ବିଚ୍ଛା:-ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ରାଜନୀତି, ସଂଗଠନ କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଶିକ୍ଷାକ୍ଷେତ୍ରରେ ଅପେକ୍ଷା କରିଥିବା କାମର ଶୁଭ ସୂଚନା ପାଇବେ। ବ୍ୟବସାୟୀମାନେ ବୁଦ୍ଧିମତା କାରଣରୁ ପ୍ରଚୁର ଲାଭ କରିବେ। ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇ ଯିବ। ପ୍ରତିକାର-ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।
ଧନୁ:-ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ବନ୍ଧୁ ପରିବାର ଠାରୁ ସୁଖ ମିଳିବ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ। ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ। ସୁଯୋଗ ହାତପାହାନ୍ତାରେ ଥିଲେ ମଧ୍ୟ ଶେଷ ସମୟରେ ହରାଇ ମନ ବ୍ୟସ୍ତ ହେବ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ମକର:-ସାମାଜିକ ପତିଆରା ଅମଳିନ ରହିବ। ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଶାନ୍ତି ଦେଖାଦେବ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ଶିକ୍ଷା କ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ। ପ୍ରତିକାର- ମୟୂର ଚନ୍ଦ୍ରିକା ପାଖରେ ରଖି ଯାତ୍ରା କରନ୍ତୁ।
କୁମ୍ଭ:-ସନ୍ତାନ ସମ୍ବନ୍ଧୀୟ ଆଶା କରୁଥିବା ଖବର ପାଇ ଖୁସୀ ହୋଇ ଯିବେ। କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁଁ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବାର ରାସ୍ତା ପରିଷ୍କାର କରିବେ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ମିଳିବ। ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବା ଫଳରେ ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। ବ୍ୟବସାୟୀମାନେ ଚତୁରତା ସହ କାମ ହାସଲ କରି ଲାଭ ଅଧିକ କରିବେ ଓ ବୈଷୟିକ ରୁଚି ପୂର୍ତ୍ତି ହେବ। ପ୍ରତିକାର-ଅଷ୍ଟଗନ୍ଧ ତିଳକ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।
ମୀନ:-ସନ୍ତାନଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ। ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବା ସହ ମନ ଖୁସି ରହିବ। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧିହେବ। କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀ ସହକର୍ମୀଙ୍କ ସହ ବାଦବିବାଦ ମେଣ୍ଟିଯିବ। ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ। ଛାତ୍ର ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ସମସ୍ୟା ସମାଧାନ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
