ମେଷ:-ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ଔଷଧବିକ୍ରୟ ଓ ଔଷଧପ୍ରସ୍ତୁତ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭାନ୍ୱିତ ହେବେ। ଦୂରଯାତ୍ରାରେ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। କର୍ମକ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ଘଟିବା ସହ ପଦୋନ୍ନତିର ସମ୍ଭାବନା ରହିଛି। ଛାତ୍ରଛାତ୍ରୀମାନେ ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ଆର୍ଥିକ ଉନ୍ନତି ହେବା ସହ ସୁଖଶାନ୍ତି ବୃଦ୍ଧି ହେବ। ବିଚାର ବିଭାଗ ରାୟ ସପକ୍ଷରେ ଯିବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
ବୃଷ:-ସରକାରୀ କର୍ମଚାରୀଙ୍କର କାର୍ଯ୍ୟ କ୍ଷେତ୍ରରେ ଆଶାନୁରୂପ ଲାଭ ପାଇବେ। ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ଦୂରଯାତ୍ରା କରି ସଫଳତା ପାଇବେ। ବାଦବିବାଦ ମାଲିମୋକଦ୍ଦମାରେ ବିଜୟୀ ହେବେ। ଷ୍ଟେସ୍ନାରୀ, ଚଳଚିତ୍ର ଓ ଶୃଙ୍ଗାର ପ୍ରସାଧନୀ ବ୍ୟବସାୟୀମାନେ ବା ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ମିଥୁନ:-ସରକାରୀ କର୍ମଚାରୀ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ନିଜ ବିଷୟରେ ଲୋକଙ୍କ ମତାମତ ଜାଣିବାକୁ ଆଗ୍ରହୀ ହେବେ। ନିଜର ବିଚାରଧାରା ଉପରେ ଲୋକମାନଙ୍କୁ ପରାମର୍ଶ ଦେଇ ପ୍ରଶଂସା ପାଇବେ। ନିଜ ମନକୁ ଶାନ୍ତ ରଖି ଜୀବନସାଥୀଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିପାରିବେ। ପାରିବାରିକ ସୁଖ ସମ୍ପନ୍ନତା ଲାଭ ହୋଇ ସାମାଜିକ ସ୍ଥିତି ଓ ମାନସମ୍ମ।ନ ବଜାୟ ରହିବ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
କର୍କଟ:-ସମ୍ପର୍କକୁ ଆନ୍ତରିକତାର ସହିତ ବଜାୟ ରଖିବାକୁ ଚେଷ୍ଟା କରିବେ। ବ୍ୟବସାୟ ବିସ୍ତାର ହେବା ପାଇଁ ନୂଆ ପଦ୍ଧତି ଅନୁସରଣ କରିଲେ ଲାଭଦାୟକ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ମିତ୍ରମାନଙ୍କ ମାଧ୍ୟମରେ ଶୁଭ ସମାଚାର ଶୁଣିବାକୁ ମିଳିପାରେ। ପାରିବାରିକ ମାମଲା ବହୁତ ସହଜ ସରଳହେବ। ସ୍ୱାସ୍ଥ୍ୟ ଭଲ ରହିବ। ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ସିଂହ:-ସଠିକ୍ ଚିନ୍ତା ଓ ଧୈର୍ଯ୍ୟ ସାହସ ଦ୍ଵାରା ହୋଇପାରୁ ନଥିବା କାମକୁ କରି ପାରିବେ। କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି। ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ। ନିଜ ଲୋକମାନେ ହିଁ କାମରେ ଆସିବେ। କୌଣସି ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ବ୍ୟାପାର ଓ ବ୍ୟବସାୟରେ ଉନ୍ନତି ହେବ। କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ। ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
କନ୍ୟା:-ସାମାଜିକ ଉତ୍ସବରେ ଯୋଗ ଦେଇ ମାନପ୍ରତିଷ୍ଠା ବଢିବ। କଳା, ସାହିତ୍ୟ କ୍ଷେତ୍ରରେ ଜଡିତ ଲୋକମାନଙ୍କୁ ଧନ ଲାଭ ଓ ସମ୍ମାନ ପ୍ରାପ୍ତ ହୋଇପାରେ। ମିତ୍ରମାନେ ଆପଣଙ୍କର ସମସ୍ୟାକୁ ବୁଝିପାରିବେ ଓ ସମସ୍ୟା ସମାଧାନ କରିବାକୁ ଚେଷ୍ଟା ମଧ୍ୟ କରିବେ। ଅଧିକାଂଶ କାର୍ଯ୍ୟ ବିନା ସମର୍ଥନ ବା ସହଯୋଗ ନପାଇ ନିଜେ କରିବାକୁ ପଡିବ। ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅତି ପ୍ରିୟ ବନ୍ଧୁଙ୍କ ଠାରୁ ପରାମର୍ଶ ନେବା ଆବଶ୍ୟକ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ତୁଳା:-ରାଜକୀୟ ମାମଲାରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଅଫିସର୍ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନହିଁ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ହଠାତ୍ କାହାର ଡକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ବିଚ୍ଛା:-ସନ୍ତାନ ମାନଙ୍କର ସଫଳତାରେ ମନ ଉତ୍ସାହିତ ରହିବ। କୌଣସି ବିଦେଶୀ କମ୍ପାନୀରୁ ଚାକିରୀ କରିବାର ଅଫର୍ ମିଳି ପାରେ। ବ୍ୟବସାୟ ବୃଦ୍ଧି ହେବାରୁ ପୁରୁଣା ଋଣରୁ ମୁକ୍ତି ପାଇବେ। ନୂତନ ବାହନ କ୍ରୟ କରିବା ପାଇଁ ଯୋଗାଯୋଗ କରିବେ। ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀ ମାନଙ୍କ ସାନ୍ନିଧ୍ୟରେ ଆସିବେ। ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
ଧନୁ:-ଶତୃମାନେ ଦୂର ହେବେ। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ଆଜି ରୋଜଗାରରେ ଉନ୍ନତି ହେବ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେତୁ ମନ ଓ ଚିତ୍ତ ପ୍ରସନ୍ନ ରହିବ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ଯେଉଁ କ୍ଷେତ୍ରରେ ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ। କଥାବାର୍ତ୍ତା ଓ ଚତୁରତା ହେତୁ ବିଗିଡିଥିବା କର୍ମଟିକୁ ସଜାଡି ପାରିବେ। ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।
ମକର:-ପରିବାରର ସଦସ୍ୟଙ୍କ ଭାବନା ପ୍ରତି ଧ୍ୟାନ ଦେଇ ଜୀବନସାଥୀଙ୍କ ସହିତ ସମୟ ବିତାଇବେ। ଲୌହ ଜାତୀୟ ଦ୍ରବ୍ୟ କାଷ୍ଠ ଉପକରଣ ଇତ୍ୟାଦି କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଲାଭବାନ ହେବେ। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। ଘରୋଇ କାମରେ ସଫଳତା ମିଳିବ। ପ୍ରେମପ୍ରସଙ୍ଗରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କୁ ଶୁଭଫଳ ପ୍ରାପ୍ତି ହେବ। ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
କୁମ୍ଭ:-ସୋସିଆଲ୍ ମିଡିଆରେ ଅଧିକ ସମୟ ବିତାଇବେ। ବ୍ୟବସାୟରେ ଆୟ ବୃଦ୍ଧି ହେବା ସହ ଆଶା କରିଥିବା କାର୍ଯ୍ୟ ସମୟ ପୂର୍ବରୁ ପୂରଣ କରିପାରିବେ। ନିଜ ଦାୟିତ୍ୱ ପ୍ରତି ନିଷ୍ଠାବାନ ରହିବା ଫଳରେ ସଠିକ୍ ନିଷ୍ପତ୍ତି ନେବାର କ୍ଷମତା ବୃଦ୍ଧି ପାଇବ। ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ଆର୍ଥିକ କ୍ଷେତ୍ରରେ ଅଭାବ ପୂରଣ ହୋଇପାରେ। କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବାକୁ ଚେଷ୍ଟା କରିବେ। ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।
ମୀନ:-ନିଜର ଦକ୍ଷତାକୁ ସଠିକ୍ ମୂଲ୍ୟାଙ୍କନ କରିବା ପରେ ହିଁ କୌଣସି କାର୍ଯ୍ୟର ଦାୟିତ୍ୱ ହାତକୁ ନିଅନ୍ତୁ। ପରିବାରରେ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ। ସମାଜରେ ଆପଣଙ୍କ ବିଶେଷତା ଉପରେ ଆଲୋଚନା ହୋଇପାରେ। ନିଜ ଅହଂକାର ଭାବ ହେତୁ ମିତ୍ରମାନଙ୍କ ସହିତ ମତଭେଦ ହୋଇପାରେ। ଗୁରୁଜନଙ୍କ ଉପଦେଶ ଅନୁଭବ ଦ୍ୱାରା କିଛି ଶିଖିବାକୁ ଚେଷ୍ଟା କରନ୍ତୁ। ପାରିବାରିକ ସ୍ତର ହସ ଖୁସିରେ କଟିବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।