ମେଷ:-ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ, ପରିଣାମ ମଧ୍ୟ ସାମ୍ନାକୁ ଆସିବ। ଜନସେବାରେ ନିଜକୁ ନିୟୋଜିତ କରି ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁ ଶାନ୍ତି ପାଇବେ। ସ୍ଵାସ୍ଥ୍ୟରେ ସୁଧାର ଆସିବା ଫଳରେ ପୁରାତନ ରୋଗରୁ ଉପସମ ମିଳିବ। ସନ୍ତାନ ପକ୍ଷର ଚିନ୍ତା ଦୂର ହେଇଯିବ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ। ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।
ବୃଷ:-ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ପରିଶ୍ରମ ଓ ମେହନତର ପରିଣାମ ମିଳିବ। ନିଜର କ୍ଷମତା ଓ ଯୋଗ୍ୟତାକୁ ବହୁତ ଉପଯୋଗ କରିବେ। ରାଜନୀତି ମାମଲାରେ ସଫଳତା ମିଳିବ। କୌଣସି ନୂତନ ବନ୍ଧୁ ବ୍ୟକ୍ତିଙ୍କ ସହିତ ଭେଟ ହେବ। ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ। ସରକାରୀ କାମରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ସ୍ନେହ ଶ୍ରଦ୍ଧାର ସ୍ରୋତ ଛୁଟିବ। ସ୍ୱାସ୍ଥ୍ୟରେ ଉନ୍ନତି ଫଳରେ ମାନସିକ ଏକାଗ୍ରତା ବଜାୟ ରହିବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।
ମିଥୁନ:-ଭାଗୀଦାରମାନଙ୍କ ସହିତ ଭୁଲ୍ ବୁଝାମଣା ସମାଧାନ ହୋଇଯିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ସାଙ୍ଗମାନଙ୍କ ଠାରୁ ଉପହାର ପାଇବାର ସମ୍ଭାବନା ଅଛି। ପରିବାର ସହିତ ଯାତ୍ରା କରିବାକୁ ଯୋଜନା କରିବେ। ବିଦ୍ୟାର୍ଥୀମାନଙ୍କର ଉଚ୍ଚ ଶିକ୍ଷାରେ ବାଧା ଦୂର ହେବ। କର୍ମକ୍ଷେତ୍ରରେ ବିରୋଧ, ବୈଚାରିକ ମତଭେଦ, ବିବାଦର ସାମ୍ନା କରିବାକୁ ପଡିପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
କର୍କଟ:-ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ରାଜନୀତି କ୍ଷେତ୍ରରେ ଜନସମ୍ପର୍କ ସୁଦୃଢ ହେବ। ଶିକ୍ଷାର୍ଥୀମାନେ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇବେ। କୋର୍ଟ କଚେରୀ ମାମଲାରେ ଜିଦରୁ ନିବୃତ ହେବା ଶ୍ରେୟସ୍କର ହେବ। ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦ ପାଇବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।
ସିଂହ:-ବିଚାରାଧୀନ କାର୍ଯ୍ୟରେ କିଛି ଅଗ୍ରଗତି ହେବ। ଗୁରୁଜନ ମାନଙ୍କସହ ଆଲୋଚନାକରି ଓ ତାଙ୍କର ମତାମତ ନେଇ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ। ଆୟର ଉତ୍ସ ବୃଦ୍ଧି ପାଇବା ସହ ଭଲ ମୁଦ୍ରା ଲାଭ ହେବ। ମନର ନକାରାତ୍ମକତା ଦୂର ହୋଇ ଉଚ୍ଚଶିକ୍ଷାରେ ସଫଳତା ପାଇବେ।ଲୋକମାନେ ଆପଣଙ୍କ ଗୁଣକୁ ପ୍ରଶଂସା କରିବେ। ଘର ପାଇଁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ କିଣି ପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କନ୍ୟା:-ସମ୍ପର୍କୀୟ ଓ ବନ୍ଧୁଙ୍କ ସହଯୋଗରେ ମନ ଖୁସି ହେବ ଏବଂ ଧାର୍ମିକ ଆଲୋଚନାରେ ଅଂଶଗ୍ରହଣ କରିପାରନ୍ତି। ପରିବାର ସଦସ୍ୟଙ୍କ ସହିତ ସୁସମ୍ପର୍କ ରଖି ପାରିବେ। ବ୍ୟବସାୟରେ ଅଂଶୀଦାରମାନଙ୍କ ସହିତ କିଛି ଚୁକ୍ତିନାମା କରି ପାରନ୍ତି। ସାମାଜିକ ସମ୍ପର୍କର ପରିସର ବିସ୍ତାର ହେବ ଓ ପ୍ରଦର୍ଶନ ବହୁତ ଭଲ ହେବ। ପିଲାମାନଙ୍କ ପାଇଁ ନୂତନ କ୍ୟାରିୟର ସୁଯୋଗ ପାଇବାର ସମ୍ଭାବନା ଅଛି। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।
ତୁଳା:-ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। ମାନସିକ ଶାନ୍ତି ଦେଖାଦେବ। ପରିଚାଳନା ସମ୍ବନ୍ଧୀୟ କାର୍ଯ୍ୟରେ ଆପଣ ସଫଳତା ପାଇବେ। ପାରିବାରିକ ରୁଟିନ୍ ସଂଗଠିତ ଏବଂ ଶୃଙ୍ଖଳିତ ରହିବ। ପ୍ରେମ ସମ୍ପର୍କ ଏକ ନୂତନ ସମ୍ପର୍କକୁ ମୋଡନେଇ ପାରେ। ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ। ରାଜନୀତିରେ ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।
ବିଚ୍ଛା:-ସାମାଜିକ କାର୍ଯ୍ୟରେ ନିଜର ସକ୍ରିୟତା ବୃଦ୍ଧି ପାଇବା ଫଳରେ ସମ୍ମାନିତ ହେବେ। ବ୍ୟବସାୟରେ କରିଥିବା ପରିଶ୍ରମର ଫଳାଫଳ ଆପଣ ଅଳ୍ପସମୟ ମଧ୍ୟରେ ବିସ୍ତାର ରୂପରେ ପାଇବେ। ଅନ୍ୟମାନଙ୍କ ଠାରୁ ପରାମର୍ଶ ନେବା ଅପେକ୍ଷା ଆପଣଙ୍କ ଚିନ୍ତାଧାରାକୁ ଅଧିକ ପ୍ରାଧାନ୍ୟ ଦିଅନ୍ତୁ। ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ସଫଳତା ଲାଭ କରିବେ। ସ୍ୱାସ୍ଥ୍ୟ ହାନୀ ହେବା ସହ ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ଧନୁ:-ସମ୍ପର୍କୀୟଙ୍କ ସହ ବାଦବିବାଦର ସମାଧାନ ହେବ। ନିଶ୍ଚିତ ଭାବରେ ପୁରୁଣା ବିନିଯୋଗର ଲାଭ ପାଇବେ। ବ୍ୟବସାୟୀ ମାନେ ନିଜର ଉତ୍ପାଦନର ସର୍ବୋତ୍ତମ ବ୍ରାଣ୍ଡିଂ ଏବଂ ମାର୍କେଟିଂ କରିପାରିବେ। ପୂର୍ଣ୍ଣ ଉତ୍ସାହ ଓ କଠିନ ପରିଶ୍ରମ ସହିତ କାର୍ଯ୍ୟରେ ନିୟୋଜିତ ହେବା ଫଳରେ ବିଶେଷ ଲାଭ ପାଇବେ। ପିଲାମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖି ଖୁସିହେବେ। କର୍ମକ୍ଷେତ୍ର ରେ ପଦୋନ୍ନତି ହେବାର ସମ୍ଭାବନା ଅଛି। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ମକର:-ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବା ସହ ଗୋଷ୍ଠୀ କାର୍ଯ୍ୟରେ ଅଂଶଗ୍ରହଣ କରି ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ। ଅଦାଲତ ସଂପର୍କରେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ। ବିରୋଧୀମାନେ ଆପଣଙ୍କ ଠାରୁ ଦୂରେଇ ଯାଇ ପାରନ୍ତି। ବନ୍ଧୁ ବାନ୍ଧବ ଓ ଶୁଭେଚ୍ଛୁମାନେ ସାହାଯ୍ୟ ସହଯୋଗ କରିବେ। ନୂତନ ଉଦ୍ୟୋଗ ଆରମ୍ଭ କରିବା ଫଳରେ ନିଜର ଦକ୍ଷତା ବୃଦ୍ଧି ପାଇବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
କୁମ୍ଭ:-ସହଭାଗୀତା ବ୍ୟବସାୟରେ ଆପଣ ଭଲ ଲାଭ ପାଇବେ। ଲୋକମାନେ ଆପଣଙ୍କ ନେତୃତ୍ୱ ଓ ଦକ୍ଷତାକୁ ପ୍ରଶଂସା କରିବେ। ନିଜର ମତାମତକୁ ଫଳପ୍ରଦ ଭାବରେ ପ୍ରକାଶ କରିବାକୁ ସମର୍ଥ ହେବେ। ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ପିଲାମାନେ କ୍ୟାରିଅରରେ ଭଲ ଲାଭ ପାଇ ନିଜକୁ ଗର୍ବିତ ଅନୁଭବ କରିବେ। ଆପଣଙ୍କୁ ଘରେ ଅଫିସ୍ କାମ କରିବାକୁ ପଡି ପାରେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ। ପ୍ରତିକାର- କଉଡି ଗୋଟିଏ ପାଖରେ ରଖନ୍ତୁ।
ମୀନ:-କ୍ୟାରିୟର ସମ୍ବନ୍ଧରେ ନିଜର ଚିନ୍ତାଧାରାରେ ସ୍ୱଚ୍ଛତା ରହିବ। ପିଲାମାନଙ୍କର ଖରାପ ଅଭ୍ୟାସକୁ ଅଣଦେଖା କରନ୍ତୁ ନାହିଁ। ବାର୍ତ୍ତାଳାପ ସମୟରେ ସରଳ ଶବ୍ଦ ବ୍ୟବହାର କରନ୍ତୁ ନତୁବା ଅନ୍ୟମାନେ ଆପଣଙ୍କ ଶବ୍ଦର ଭୁଲ ବ୍ୟାଖ୍ୟା କରି ପାରନ୍ତି। ଆପଣ ଅଦରକାରୀ ଜିନିଷରେ ଟଙ୍କା ଖର୍ଚ୍ଚ କରିପାରନ୍ତି। ନିଜ ଜୀବନ ସାଥୀଙ୍କ ନିକଟରେ କିଛି ଲୁଚାନ୍ତୁ ନାହିଁ। ପ୍ରେମ ସଂପର୍କରେ ଟେନସନ ହେବାର ସମ୍ଭାବନା ଅଛି। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।